ଖେଳ |

କ୍ୟାଣ୍ଟରବରୀ ସହ ଚୁକ୍ତି କଲେ ଷ୍ଟୋକ୍ସ

କ୍ୟାଣ୍ଟରବରୀ ସହ ଚୁକ୍ତି କଲେ ଷ୍ଟୋକ୍ସ
ଓ୍ବେଲିଂଟନ, ୩୦।୧୧(ଏଏଫ୍‌ପି)- ସସ୍‌ପେଣ୍ଡ ହୋଇଥିବା ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଗୁରୁବାର ନ୍ୟୁଜିଲାଣ୍ଡର କ୍ୟାଣ୍ଟରବରୀ ଦଳ ସହ ଚୁକ୍ତି କରିଛନ୍ତି। ୨୬ ବର୍ଷୀୟ ଷ୍ଟୋକ୍ସ ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚତ୍ବାପରେ ତାଙ୍କୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଇଂଲଣ୍ଡ କ୍ରିକେଟ ଅଫିସିଆଲ ଷ୍ଟୋକ୍ସଙ୍କ ଏହି ଗସ୍ତକୁ ପାରିବାରିକ କହିଥିବାବେଳେ ସେ ଆସେସ୍‌ ସିରିଜ ଖେଳିବା ଲାଗି ଗସ୍ତ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଜଣେ ବିଦେଶୀ ଖେଳାଳି ଭାବେ ଷ୍ଟୋକ୍ସ ନ୍ୟୁଜିଲାଣ୍ଡର ଏହି ଦଳ ସହ ଚୁକ୍ତି କରିଛନ୍ତି। ରବିବାର ଓଟାଗୋ ବିପକ୍ଷରେ ହେବାକୁ ଥିବା ଏକଦିବସୀୟ ମ୍ୟାଚ୍‌ ଖେଳିବା ଲାଗି ଷ୍ଟୋକ୍ସ ଯୋଗ୍ୟ ବୋଲି କ୍ୟାଣ୍ଟରବରୀ ପକ୍ଷରୁ ଗୁରୁବାର ଏକ ବିବୃତିରେ କୁହାଯାଇଛି। ସେହିପରି ଷ୍ଟୋକ୍ସ ଫିଟ୍‌ନେସ ବଜାୟ ରଖିବା ଓ ଖେଳ ସହିତ ନିଜକୁ ଜଡ଼ିତ ରଖିବା ଲାଗି ଚାହିଁବାରୁ ଏହି ଚୁକ୍ତି କରିଛନ୍ତି ବୋଲି କୋଚ୍‌ ଗ୍ୟାରୀ ଷ୍ଟେଡ୍‌ କହିଛନ୍ତି। ଏଠାରେ ସ୍ମରଣଯୋଗ୍ୟ, ବ୍ରିଷ୍ଟଲର ଏକ ନାଇଟ୍‌ କ୍ଲବରେ ଗଣ୍ଡଗୋଳ ଲାଗି ଷ୍ଟୋକ୍ସଙ୍କୁ ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ କରାଯାଇଛି। ଏହି କାରଣରୁ ଆସେସ୍‌ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ଇଂଲଣ୍ଡ ଦଳରୁ ତାଙ୍କୁ ବାଦ୍‌ ଦିଆଯାଇଛି। ବ୍ରିସବେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଜୋ ରୁଟ୍‌ଙ୍କ ନେତୃତ୍ୱାଧୀନ ଇଂଲଣ୍ଡ ୧୦ ଉଇକେଟ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ୫ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଛି। ସିରିଜର ୨ୟ ମ୍ୟାଚ୍‌ ଶନିବାରଠାରୁ ଆଡିଲେଡ୍‌ଠାରେ ଆରମ୍ଭ ହେବ।
All Right Reserved By

ଖେଳ |

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ: ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ନାସିକରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଟେନିସ୍‌ କ୍ରିକେଟ ଚାମ୍ପିୟନଶିପ୍‌ରେ ଓଡ଼ିଶା ରନର୍ସଅପ୍‌ ହୋଇଛି। ବୁଧବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ଉତ୍ତରପ୍ରଦେଶଠାରୁ ହାରି ଦ୍ୱିତୀୟ ସ୍ଥାନ ଅଧିକାର କରିଛି। 

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଶ୍ରଦ୍ଧାଞ୍ଜଳି ଖେଲୋ ଇଣ୍ଡିଆ ଚୟନକର୍ତ୍ତା

ଭୁବନେଶ୍ୱର, ୧୮।୧୦(କ୍ରୀଡ଼ା ପ୍ରତିନିଧି)- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ମହିଳା ଫୁଟ୍‌ବଲ ଖେଳାଳି ଓଡ଼ିଶାର ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଏବେ ଆଉ ଏକ ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ଖେଳାଳି ଭାବେ ଭାରତୀୟ ମହିଳା ଫୁଟ୍‌ବଲ ଦଳର ନେତୃତ୍ୱ ନେଇଥିବା ଶ୍ରଦ୍ଧାଞ୍ଜଳି ବିଭିନ୍ନ ବୟସ ବର୍ଗରେ ଜାତୀୟ ମହିଳା ଫୁଟ୍‌ବଲ ଦଳର କୋଚ୍‌ ଓ ଚୟନକର୍ତ୍ତା ଦାୟିତ୍ୱ ସଫଳତାର ସହିତ ତୁଲାଇଥିବାବେଳେ ଏବେ ତାଙ୍କୁ ଖେଲୋ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ କରାଯାଇଛି। 

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ଇଣ୍ଡିଆନ ସୁପର ଲିଗ୍‌: କୋଲକାତାର ପ୍ରଥମ ବିଜୟ

ନୂଆଦିଲ୍ଲୀ,୧୮।୧୦(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଆଟଲେଟିକୋ କୋଲକାତା ୨-୧ ଗୋଲରେ ଦିଲ୍ଲୀ ଡାଇନାମୋସକୁ ପରାସ୍ତ କରିଛି। ସ୍ଥାନୀୟ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବଦଳ ଖେଳାଳି ନୌସାଏର ଏଲ୍‌ ମାଇମୋଉନିଙ୍କ ଗୋଲ ବଳରେ କୋଲକାତା ବାଜି ମାରିଛି।

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ପ୍ରୋ କବାଡ଼ି ଲିଗ୍‌: ବେଙ୍ଗାଲୁରୁ, ୟୁ ମୁମ୍ବା ବିଜୟୀ

ସୋନିପତ,୧୮।୧୦(ପି.ଟି.)- ପ୍ରୋ କବାଡି ଲିଗ୍‌ (ପି.କେ.ଏଲ୍‌)ର ଷଷ୍ଠ ସଂସ୍କରଣରେ ବୁଧବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ବେଙ୍ଗାଲୁରୁ ବୁଲ୍ସ ୪୪-୩୫ରେ ତାମିଲ ଥାଲାଇଭାସ୍‌କୁ ହରାଇଛି। ବେଙ୍ଗାଲୁରୁ ତରଫରୁ ପଓ୍ବନ ସେହରାଓ୍ବତ୍‌ ୧୬ ଓ କାଶିଲିଙ୍ଗ୍‌ ଅଡାକେ ୧୨ ପଏଣ୍ଟ ଅର୍ଜନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। 

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଭାରତ ଗସ୍ତରୁ ଓହରିଲେ ଲୁଇସ୍‌

ଗୁଆହାଟୀ, ୧୮।୧୦(ପି.ଟି.)- ଭାରତ ଗସ୍ତରେ ଆସିଥିବା ଓ୍ବେଷ୍ଟଇଣ୍ଡିଜ୍‌ ଦଳକୁ ଆଉ ଏକ ଜବରଦସ୍ତ ଝଟ୍‌କା ଲାଗିଛି। ଟେଷ୍ଟ ସିରିଜରେ ୨-୦ରେ ପରାସ୍ତ ହୋଇଥିବା ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳ ସଂଘର୍ଷ କରୁଥିବା ବେଳେ ବିସ୍ଫୋରକ ଓପନ ଏଭିନ ଲୁଇସ୍‌ ଏହି ଗସ୍ତରୁ ଓହରିଯାଇଛନ୍ତି। ଆଗକୁ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଥିବା ବେଳେ  ଓ୍ବେଷ୍ଟଇଣ୍ଡିଜ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ବ୍ୟକ୍ତିଗତ କାରଣରୁ ଲୁଇସ୍‌ ଓହରିଯାଇଥିବା କଥା ସୂଚନା ଦେଇଛନ୍ତି। 

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଦ୍ୱିତୀୟ ଟେଷ୍ଟ: ପାକିସ୍ତାନର ଆଧିପତ୍ୟ

ଆବୁଧାବି, ୧୮।୧୦(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ବ୍ୟାଟିଂ ଓ ବୋଲିଂରେ କମାଲ କରି ଆଧିପତ୍ୟ ବିସ୍ତାର କରିଛି। ଟସ୍‌ ଜିତି ପାକିସ୍ତାନ ପ୍ରଥମ ଇନିଂସରେ ୨୮୨ ରନ କରି  ଅଲଆଉଟ ହୋଇଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ଆରମ୍ଭ କରି ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୦.୪ ଓଭରରେ ୧୪୫ ରନ କରି ଅଲଆଉଟ ହୋଇଥିଲା।

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବିଜୟ ହଜାରେ ଟ୍ରଫି: ଫାଇନାଲରେ ମୁମ୍ବାଇ

ବେଙ୍ଗାଲୁରୁ, ୧୮।୧୦(ପି.ଟି.)- ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ମୁମ୍ବାଇ ବିଜୟ ହଜାରେ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ବୁଧବାର ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବର୍ଷାବାଧାପ୍ରାପ୍ତ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଭିଜେଡି ପଦ୍ଧତିରେ ୬୦ ରନରେ ହାଇଦ୍ରାବାଦକୁ ହରାଇ ଫାଇନାଲକୁ ଉଠିଛି। 

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପରେ ବ୍ରୋଞ୍ଜ ଜିତିଲେ ଶ୍ରମିକଙ୍କ ପୁଅ

ବୁଏନ୍ସ ଆରିଜ, ୧୮।୧୦(ପି.ଟି.)- ଏଠାରେ ଚାଲିଥିବା ୟୁଥ ଅଲିମ୍ପିକ୍ସରେ ତାମିଲନାଡୁର ଜଣେ ଖେତ ଶ୍ରମିକଙ୍କ ପୁଅ ପ୍ରବୀନ ଚିତ୍ରଭେଲ ବ୍ରୋଞ୍ଜ୍‌ ପଦକ ହାସଲ କରିଛନ୍ତି। ପୁରୁଷ ଟ୍ରିପଲ ଜମ୍ପରେ ପ୍ରବୀନ ଏହି ସଫଳତା ପାଇଛନ୍ତି। ଫଳରେ ଏଥିସହ ଭାରତ ଆତଲେଟିକ୍ସରେ ତା’ର ଦ୍ୱିତୀୟ ପଦକ ହାସଲ କରିଛି। 

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌:  ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଡେନ୍‌ମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌: ଶ୍ରୀକାନ୍ତ- ଲିନ୍‌ ଦ୍ୱିତୀୟ ରାଉଣ୍ଡ ମୁକାବିଲା

ଓଡେନ୍ସ,୧୭।୧୦(ପି.ଟି.)- ଏଠାରେ ଚାଲିଥିବା ୭ ଲକ୍ଷ ୭୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଡେନମାର୍କ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ନାମେଣ୍ଟରେ ଭାରତୀୟ ତାରକା ତଥା ବିଶ୍ୱର ୬ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମ୍ୟାଚ୍‌ରେ ହାନ୍ସ- କ୍ରିଷ୍ଟିଆନ ସୋଲବର୍ଗ ଭିଟ୍ଟିଙ୍ଗଘସ୍‌ଙ୍କୁ ହରାଇ  ଅଗ୍ରଗତି କରିଛନ୍ତି। ଶ୍ରୀକାନ୍ତ ଦ୍ୱିତୀୟ ରାଉଣ୍ଡରେ  ଚାଇନାର ଅଭିଜ୍ଞ ଖେଳାଳି ଲିନ୍‌ ଡାନଙ୍କୁ ଭେଟିବେ। 

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି:  ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ- ଓମାନ ଉଦ୍‌ଘାଟନୀ ମ୍ୟାଚ୍‌

ମସ୍କାଟ,୧୭।୧୦(ପି.ଟି.)- ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟ ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ତଥା ଆୟୋଜକ ଓମାନ ପରସ୍ପରକୁ ଭେଟିବେ। ଭୁବନେଶ୍ୱରରେ ଖେଳାଯିବାକୁ ଥିବା ବିଶ୍ୱକପ୍‌ ପୂର୍ବରୁ ଏହି ଟୁର୍ନାମେଣ୍ଟ ଏସୀୟ ଦେଶଗୁଡିକ ପାଇଁ ବିଶେଷ ମହତ୍ତ୍ୱ ରଖୁଛି। ଗତଥରର ଚାମ୍ପିୟନ ଭାରତ ଏଥର ମଧ୍ୟ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଗତ ଏସିଆନ ଗେମ୍ସର ବିଫଳତାକୁ ପଛରେ ପକାଇ ଭାରତ ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ପାକିସ୍ତାନକୁ ଅଗ୍ରଣୀ ଦେଲେ ଆବାସ

ଆବୁଧାବି, ୧୭।୧୦- ପାକିସ୍ତାନ ବିପକ୍ଷରେ ଏଠାରେ ଚାଲିଥିବା ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ପ୍ରଥମ ଇନିଂସରେ ମାତ୍ର ୧୪୫ ରନ କରି ଅଲ୍‌ଆଉଟ୍‌ ହୋଇଯାଇଛି। 

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେ ବୁଧବାର ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍‌-ସ୍ପିନର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା କୁମ୍ବଲେଙ୍କୁ ଏହି ଅବସରରେ କ୍ରିକେଟ ଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।