ଖେଳ |

୬ ଖେଳାଳିଙ୍କ ବୟସପ୍ରମାଣ ପତ୍ରରେ ତ୍ରୁଟି

୬ ଖେଳାଳିଙ୍କ ବୟସପ୍ରମାଣ ପତ୍ରରେ ତ୍ରୁଟି

କଟକ ଅଫିସ,୩୦ା୧୧- ବୟସ ଜାଲିଆତି କରି ଖେଳୁଥିବା ୬ ଜଣ ଖେଳାଳି ଏବେ ସିବିଆଇ ଜାଲରେ ଛନ୍ଦି ହୋଇଛନ୍ତି। ସିବିଆଇର ଅତର୍କିତ ଚଢ଼ାଉ ପରେ ଏହି ପର୍ଦ୍ଦା ଖୋଲିଛି। ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସତ୍ୟପାଠ ଜରିଆରେ ଖେଳାଳିଙ୍କୁ ଦଳରେ ସାମିଲ କରୁଥିଲେ ସୁଦ୍ଧା ଖେଳାଳିମାନେ ସେମାନଙ୍କ ଆଖିରେ ଧୂଳି ଦେଇଥିବା ସ୍ପଷ୍ଟ ହୋଇଛି। ୨ ଦିନର ଏହି ଚଢ଼ାଉ ମଧ୍ୟରେ ୬ ଜଣ ଖେଳାଳି ମିଥ୍ୟା ଜନ୍ମପ୍ରମାଣ ପତ୍ର ଦାଖଲ କରିଛନ୍ତି ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଯାହା ମଧ୍ୟରୁ ୨ ଜଣ ଖେଳାଳିଙ୍କ ସମସ୍ତ ତଥ୍ୟ ସିବିଆଇ ନିକଟରେ ଦାଖଲ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କ ତଥ୍ୟ ସମ୍ବଳିତ କାଗଜପତ୍ର ଗୁରୁବାର ଦାଖଲ କରାଯିବ।
ଓସିଏ କ୍ଲବରେ ଚାଲିଛି ସିବିଆଇର ଜେରା। କ୍ଲବର ରୁମ୍‌ ନଂ-୨୦୫ ରେ ସିବିଆଇର ୨ ଜଣ ଅଧିକାରୀଙ୍କ ଉପସ୍ଥିତିରେ ଜଣଙ୍କ ପରେ ଜଣେ ଖେଳାଳି ଜେରାର ସମ୍ମୁଖୀନ ହେଉଛନ୍ତି। ସମୁଦାୟ ୧୯ ଜଣଙ୍କ ସମ୍ପର୍କରେ ସିବିଆଇ କାଗଜପତ୍ର ଯାଞ୍ଚ କରୁଛି ବୋଲି ଓସିଏ କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ କହିଛନ୍ତି। ବୁଧବାର ଏହି ୧୯ ଜଣଙ୍କ ମଧ୍ୟରୁ ୫ ଜଣ ସିବିଆଇ ନିକଟରେ ହାଜର ହୋଇଛନ୍ତି। ଏହାଛଡ଼ା କିଛି ଖେଳାଳି ନିଜ ଅଭିଭାବକଙ୍କୁ ନେଇ ମଧ୍ୟ ସେଠାରେ ଉପସ୍ଥିତ ହୋଇଛନ୍ତି। ଗତ ସୋମବାର କଟକ ମହାନଗର ନିଗମ(ସିଏମ୍‌ସି)ନିକଟକୁ ସିବିଆଇ ପକ୍ଷରୁ ଏକ ମେଲ୍‌ ଯାଇଥିଲା। ଯେଉଁଥିରେ ସେ ଜଣେ ଖେଳାଳିଙ୍କ ସମ୍ପର୍କରେ କିଛି ପ୍ରଶ୍ନ କରିଥିଲେ। ଉକ୍ତ ଖେଳାଳି ଜଣଙ୍କ ଓସିଏ ନିକଟରେ ଦାଖଲ କରିଥିବା ଜନ୍ମପ୍ରମାଣ ପତ୍ରର ନକଲ ମଧ୍ୟ ଯୋଡ଼ି ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ ଟା ମଧ୍ୟରେ ଏହାର ଉତ୍ତର ଦେବାକୁ ସିବିଆଇ ପକ୍ଷରୁ ନିର୍ଦ୍ଦେଶ ରହିଥିଲା। ପରେ ବୁଧବାର ଦିନ ୧୧ ଟାରେ ଅନ୍ୟଏକ ମେଲ୍‌ ସିବିଆଇ ପକ୍ଷରୁ ଯିବା ସହ ଅପରାହ୍ନ ମଧ୍ୟରେ ଉକ୍ତ ଖେଳାଳିଙ୍କ ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ସିଏମ୍‌ସିକୁ ନିର୍ଦ୍ଦେଶ ଦିଆ ଯାଇଥିଲା। ଏହି ୨ଟି ମେଲ୍‌ ଯୋଗେ ଯେଉଁ ଖେଳାଳିଙ୍କ ସମ୍ପର୍କରେ ସିଏମ୍‌ସିକୁ ପ୍ରଶ୍ନ ହୋଇଥିଲା ସେମାନେ ହେଲେ ନିଶିକାନ୍ତ ରାଉତ ଓ କୁନାଲ ପଣ୍ଡା। ଉଭୟ ଓସିଏ ନିକଟରେ ଯେଉଁ ଜନ୍ମପ୍ରମାଣ ପତ୍ର ଦାଖଲ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ଜାଲ୍‌ ବୋଲି ଜଣାପଡ଼ିଛି। ନିଶିକାନ୍ତ ଓ କୁନାଲ ସିଏମ୍‌ସି ନିକଟରେ ଆଦୌ ଏହି ଜନ୍ମପ୍ରମାଣ ପତ୍ର ଇସ୍ୟୁ କରିନାହାନ୍ତି । ଉଭୟ ଦାଖଲ କରିଥିବା ଜନ୍ମପ୍ରମାଣ ପତ୍ରର ପ୍ରିଣ୍ଟିଂ ଶୈଳୀ ଗୋଟିଏ ପ୍ରକାର ରହିବା ସହ ତ୍ରୁଟି ମଧ୍ୟ ସମାନ ରହିଛି। ସେମାନେ ପ୍ରମାଣପତ୍ରରେ ୨୦୦୨ ଜାନୁୟାରୀ ୮ ତାରିଖ ଜନ୍ମ ତାରିଖ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଥମ ତ୍ରୁଟି ଧରାପଡ଼ିଛି ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ଉଲ୍ଲେଖ ରହିଥିବା ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କ ନାମରୁ। ଉଭୟଙ୍କ ପ୍ରମାଣପତ୍ରରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବେ ନିରଞ୍ଜନ ଦାସଙ୍କ ନାମ ରହିଛି। ମାତ୍ର ନିରଞ୍ଜନ ଦାସ ୨୦୦୭ ମସିହାରୁ୨୦୧୦ ପର୍ଯ୍ୟନ୍ତ ସିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ରହିଥିଲେ। ୨୦୦୨ ସମୟରେ ସିଏମ୍‌ସିର ନଗର ସ୍ବାସ୍ଥ୍ୟ ଅଧିକାରୀ ଭାବେ ବିଶ୍ୱନାଥ ମିଶ୍ର ଦାୟିତ୍ୱ ବହନ କରିଛନ୍ତି। ଏଣୁ ଏହି ଜନ୍ମପ୍ରମାଣପତ୍ର ୨୦୦୭ ମସିହାର ପରବର୍ତ୍ତୀ ସମୟରେ ତିଆରି ହୋଇଛି। ଏହାଛଡ଼ା ଦ୍ୱିତୀୟ ତ୍ରୁଟି ଧରାପଡ଼ିଛି ଜନ୍ମପ୍ରମାଣପତ୍ରର କ୍ରମିକ ନଂରୁ। ଉଭୟଙ୍କ ପ୍ରମାଣପତ୍ରରେ କ୍ରମିକ ନଂ- ୮୬୦୦ରୁ ଊର୍ଦ୍ଧ୍ୱକୁ ରହିଛି। ଯଦି ଜାନୁୟାରୀ ୮ ତାରିଖରେ ଏହି ପ୍ରମାଣପତ୍ର ଇସ୍ୟୁ କରାଯାଇଛି ତେବେ ବର୍ଷର ଆରମ୍ଭରୁ ଏତେ ସଂଖ୍ୟାରେ ପ୍ରମାଣପତ୍ର ଦେବା ଅସମ୍ଭବ ବୋଲି ସିଏମ୍‌ସିର ଜଣେ ଉପରିସ୍ଥ ଅଧିକାରୀ ସୂଚନା ଦେଇଛନ୍ତି। ଏହି ୨ ଜଣଙ୍କ ଜନ୍ମପ୍ରମାଣପତ୍ରକୁ ସିଏମ୍‌ସିର ଜଣେ ଅଧିକାରୀ ବୁଧବାର ସିବିଆଇ ନିକଟରେ ଦାଖଲ କରିବା ସହ ଏହା ଏଠାରେ ଇସ୍ୟୁ କରାଯାଇନାହିଁ ବୋଲି କହିଛନ୍ତି। ତେବେ ଉଭୟ ପ୍ରମାଣପତ୍ର କେଉଁ ଏକ କମ୍ପ୍ୟୁଟର ଦୋକାନ ଅର୍ଥାତ୍‌ ଜାଲ ସଂସ୍ଥାରେ ତିଆରି କରିଛନ୍ତି ବୋଲି ସିଏମ୍‌ସି ପକ୍ଷରୁ ମଧ୍ୟ କୁହାଯାଇଛି। ଅନ୍ୟପକ୍ଷରେ ଓଡ଼ିଶାର ଅନ୍ୟ ସମସ୍ତ ଜିଲାର ପୌର ସଂସ୍ଥାକୁ ଏହିଭଳି ମେଲ୍‌ ସିବିଆଇ ପକ୍ଷରୁ ପଠାଯାଇଥିବା ଜଣାପଡ଼ିଛି। ଗୁରୁବାର ବାଲେଶ୍ୱରର ଜଣେ ପୌରସଂସ୍ଥାର ପ୍ରତିନିଧି ସିବିଆଇ ନିକଟରେ ହାଜର ହେବେ। ବାଲେଶ୍ୱରକୁ ଯେଉଁ ୪ ଜଣ ଖେଳାଳିଙ୍କ ଜନ୍ମପ୍ରମାଣ ପତ୍ର ମେଲ ହୋଇଛି, ତାହା ମଧ୍ୟ ଜାଲ୍‌ ବୋଲି ସ୍ପଷ୍ଟ ସୂଚନା ମିଳିଛି। ଉକ୍ତ ୪ ଜଣଙ୍କ ନାମ ଠିକ୍‌ ଭାବେ ଜଣାପଡ଼ିନାହିଁ।

All Right Reserved By

ଖେଳ |

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଫେଡେରରଙ୍କୁ ୯୮ତମ ଏଟିପି ଟାଇଟଲ

ଷ୍ଟଟ୍ଟଗାର୍ଟ (ଜର୍ମାନୀ), ୧୭।୬(ଏଏଫ୍‌ପି)- ସୁଇଜରଲାଣ୍ଡ ଟେନିସ ତାରକା ରୋଜର ଫେଡେରର ଏଠାରେ ଅନୁଷ୍ଠିତ ଷ୍ଟଟ୍ଟଗାର୍ଟ ଓପନ୍‌ ଟେନିସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଫାଇନାଲରେ ୩୬ ବର୍ଷୀୟ ଫେଡେରର ୬-୪, ୭-୬ (୭/୩) ସେଟ୍‌ରେ କାନାଡାର ମିଲୋସ ରାଓନିକଙ୍କୁ ପରାସ୍ତ କରିଛନ୍ତି।

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ

ଦୁବାଇ,୧୭।୬(ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶ୍ରୀଲଙ୍କା ଦଳର ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ଦଣ୍ଡିତ କରାଯିବ। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୩ୟ ଦିନରେ ସେ ବଲର ମୂଳସ୍ଥିତିକୁ ପରିବର୍ତ୍ତନ କରିଥିଲେ।

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ଚାଇନା ଓପନ୍‌ରେ ଖେଳିବେ ନାଡାଲ

ବେଜିଂ,୧୭।୬- ନିକଟରେ ଫ୍ରେଞ୍ଚ ଓପନ୍‌ ଟାଇଟଲ ଜିତିଥିବା ସ୍ପାନିଶ୍‌ ଖେଳାଳି ରାଫାଲ ନାଡାଲ ଚାଇନା ଓପନ୍‌ରେ ଖେଳିବେ। ଏ ନେଇ ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଥୋମାସ ରସ ସ୍ପଷ୍ଟ କରିଛନ୍ତି। ଏହି ପ୍ରତିଯୋଗିତା ଆସନ୍ତା ଅକ୍ଟୋବର ୧ରୁ ୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ଇଜିପ୍ଟର ପରବର୍ତ୍ତୀ ମ୍ୟାଚ୍‌ ଖେଳିବେ ସାଲାହ

ସେଣ୍ଟ ପିଟର୍ସବର୍ଗ,୧୭।୬(ଏପି)- ଇଜିପ୍ଟ ଦଳର ଷ୍ଟାର ଖେଳାଳି ମହମ୍ମଦ ସାଲାହ ରବିବାର ନିଜର ୨୬ତମ ଜନ୍ମବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ଦିଆଯାଇଛି। ସେ ଇଜିପ୍ଟର ଆଗାମୀ ବିଶ୍ୱକପ୍‌ ମ୍ୟାଚ୍‌ରେ ଖେଳିବେ। ଏ ନେଇ ଇଜିପ୍ଟ ଫୁଟ୍‌ବଲ ପକ୍ଷରୁ ପ୍ରକାଶ କରାଯାଇଛି।

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ: ସେମିରେ ହାରିଲେ ଜୟରାମ

ଫୁଲେରଟନ(ୟୁଏସ୍‌),୧୭।୬(ପି.ଟି.)- ଭାରତୀୟ ଶଟଲର ଅଜୟ ଜୟରାମ ଏଠାରେ ଚାଲିଥିବା ଦେଢ଼ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପରାଜିତ ହୋଇଛନ୍ତି।

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ଦିଲ୍ଲୀ ଡାଇନାମୋସ ଦଳରେ ଡିଫେଣ୍ଡର ନାରାୟଣ ଦାସ

ନୂଆଦିଲ୍ଲୀ,୧୭।୬(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଦିଲ୍ଲୀ ଡାଇନାମୋସ ଡିଫେଣ୍ଡର ନାରାୟଣ ଦାସଙ୍କ ସହ ଅନୁବନ୍ଧିତ ହୋଇଛି। ନାରାୟଣଙ୍କୁ ୫ମ ଭାରତୀୟ ଖେଳାଳି ଭାବେ ଆଗାମୀ ସଂସ୍କରଣ ପାଇଁ ଦିଲ୍ଲୀ ଦଳରେ ସାମିଲ କରିଛି। ସେ ପୂର୍ବରୁ ଏଫ୍‌ସି ଗୋଆ ପକ୍ଷରୁ ଖେଳୁଥିଲେ।

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

‘ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ନେମାର’

ରୋସ୍ତୋ ଅନ ଡନ(ରୁଷିଆ),୧୭।୬- ଚଳିତ ଫିଫା ବିଶ୍ୱକପ୍‌ରେ ସୁଇଜରଲାଣ୍ଡ ବିପକ୍ଷ ମୁକାବିଲାରେ ବ୍ରାଜିଲ ଅଭିଯାନ ଆରମ୍ଭ କରିବାକୁ ଯାଉଛି। କିନ୍ତୁ ଦଳର ଷ୍ଟାର ଖେଳାଳି ନେମାର ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ୍‌ ନାହାନ୍ତି ବୋଲି କୋଚ୍‌ ଟିଟେ କହିଛନ୍ତି।

ହାରିଲା ଭାରତୀୟ ହକି ମହିଳା ଦଳ

ହାରିଲା ଭାରତୀୟ ହକି ମହିଳା ଦଳ

ମାଡ୍ରିଡ୍‌,୧୭।୬(ପି.ଟି.)- ଏଠାରେ ଚାଲିଥିବା ସ୍ପେନ ବିପକ୍ଷ ସିରିଜ୍‌ର ୪ର୍ଥ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଦଳ ପରାଜିତ ହୋଇଛି। ଶନିବାର ମଧ୍ୟରାତ୍ରି ଖେଳାଯାଇଥିବା ମୁକାବିଲାରେ ଭାରତକୁ ୧-୪ ଗୋଲ୍‌ରେ ସ୍ପେନ ପରାସ୍ତ କରିଛି। ଫଳରେ ପାଞ୍ଚ ବିଶିଷ୍ଟ ସିରିଜ୍‌ରେ ସ୍ପେନ ୨-୧ ବ୍ୟବଧାନରେ ଆଗୁଆ ରହିଛି।

ନମ୍ବର ଓ୍ବାନ ସ୍ଥାନକୁ ଫେରିଲେ ଫେଡେରର

ନମ୍ବର ଓ୍ବାନ ସ୍ଥାନକୁ ଫେରିଲେ ଫେଡେରର

ଷ୍ଟୁଟଗାର୍ଟ (ଜର୍ମାନୀ), ୧୭ା୬ (ଏଏଫ୍‌ପି)- ରୋଜର ଫେଡେରର ଏଠାରେ ଚାଲିଥିବା ଷ୍ଟୁଟଗାର୍ଟ କପ୍‌ ଟେନିସ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିବା ସହ ବିଶ୍ୱର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଦୁଇଘଣ୍ଟା ପରେ ଫିଲ୍ଡିଂ କଲେ ଶ୍ରୀଲଙ୍କା ଖେଳାଳି

ଦୁଇଘଣ୍ଟା ପରେ ଫିଲ୍ଡିଂ କଲେ ଶ୍ରୀଲଙ୍କା ଖେଳାଳି

ଗ୍ରସ-ଆଇଲେଟ୍‌ (ସେଣ୍ଟ ଲୁସିଆ), ୧୭।୬(ଏଏଫ୍‌ପି)- ଘରୋଇ ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କା କ୍ରିକେଟ ଦଳ ମଧ୍ୟରେ ଏଠାରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍‌ର ୩ୟ ଦିବସରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା।

ମାର୍ଶଙ୍କ ଶତକ ବେକାର : ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ମାର୍ଶଙ୍କ ଶତକ ବେକାର : ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବିଜୟୀ

କାର୍ଡିଫ୍‌, ୧୭।୬- ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ୩୮ ରନରେ ବିଜୟ ହାସଲ କରିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୪୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୪୭.୧ ଓଭରରେ ୩୦୪ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

Model This Week

ପ୍ରଭାତ