ମେଟ୍ରୋ |

ସରକାରୀ ଦଖଲରେ ହୋଟେଲ ସାଇଚନ୍ଦନ

ସରକାରୀ ଦଖଲରେ ହୋଟେଲ ସାଇଚନ୍ଦନ

ପୁରୀ ଅଫିସ, ୩୦।୧୧: ପୁରୀ ବେଳାଭୂମି ମାର୍ଗ ରେଣୁକା ଗଳିରେ ଥିବା ହୋଟେଲ ସାଇଚନ୍ଦନକୁ ଗୁରୁବାର ଜିଲା ପ୍ରଶାସନ ସିଲ୍‌ କରିବା ସହିତ ନିଜ ଦଖଲକୁ ନେଇଛି। ଜମି ଲିଜ୍‌ ନବୀକରଣ ନ କରିବା, ସର୍ତ୍ତରେ ଖିଲାପ ଏବଂ ବେନିୟମ ଭାବେ ଜମିର ମାଲିକାନା ବାରମ୍ବାର ପରିବର୍ତ୍ତନ ଯୋଗୁ ଚକବନ୍ଦୀ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଏହି ପଦକ୍ଷେପ ନିଆଯାଇଛି।
ପୁରୀ ବେଳାଭୂମି ମାର୍ଗର ରେଣୁକା ଗଳିରେ ରହିଛି ହୋଟେଲ ସାଇଚନ୍ଦନ। ପୁରୀ ତହସିଲ ନୋଳିଆସାହି ମୌଜାର ୟୁନିଟ୍‌ ୧୨, ଖାତା ନଂ.୫୭, ପ୍ଲଟ ନଂ.୧୩୩ରେ ୦.୦୭୮ଏକର ଏବଂ ଖାତା ନଂ. ୬୬, ପ୍ଲଟ ନଂ. ୧୩୪ରେ ୦.୦୦୫ ଏକର ବାଲୁଖଣ୍ଡ ଖାସ୍‌ମାହାଲ ଜମି ଉପରେ ଉକ୍ତ ହୋଟେଲ ରହିଛି। ପୁରୀ ଖାସ୍‌ମାହାଲ କର୍ତ୍ତୃପକ୍ଷ ତଥା ଜିଲାପାଳଙ୍କଠାରୁ ବନମାଳୀ ଦାସ ବାସଗୃହ ନିର୍ମାଣ ଲାଗି ୩୦ବର୍ଷିଆ ଲିଜ୍‌ ସୂତ୍ରରେ ଏହି ଜମି ନେଇଥିଲେ। ୨୨ା୧ା୧୯୪୬ରେ ବନମାଳୀ ଉକ୍ତ ଜମିକୁ ତାଙ୍କ ସ୍ତ୍ରୀ ସରୋଜିନୀଙ୍କୁ ଦତ୍ତପତ୍ର ମାଧ୍ୟମରେ ପ୍ରଦାନ କରିଥିଲେ। ସରୋଜିନୀ ଉକ୍ତ ଜମି ଲିଜ୍‌କୁ ୩୦ବର୍ଷ ପାଇଁ ନିଜ ନାମରେ ନବୀକରଣ କରିଥିଲେ। ୧୯୮୨ରେ ଅମିୟ ବାନାର୍ଜୀଙ୍କ ନାମକୁ ଏହି ଜମିର ମାଲିକାନା ଯାଇଥିଲା। ତାଙ୍କ ନାମରେ ବି ୩୦ବର୍ଷ ପାଇଁ ଲିଜ୍‌ ନବୀକରଣ ହୋଇଥିଲା। ତାଙ୍କୁ ମଧ୍ୟ ବାସଗୃହ ନିର୍ମାଣ ଉଦ୍ଦେଶ୍ୟରେ ଏହି ଜମି ଲିଜ୍‌ ସୂତ୍ରରେ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଅର୍ଥାତ ଫେବୃୟାରୀ ୨୩ ୨୦୦୭ରେ ଅମିୟ ବାନାର୍ଜୀଙ୍କ ସମ୍ପର୍କୀୟ ଏହି ଜମିକୁ ସମ୍ବିତ୍‌ ରିସୋର୍ଟର ସୁବାସ ଚନ୍ଦ୍ର ନାୟକଙ୍କୁ ବିକ୍ରି କରିଥିଲେ। ୨୦୧୦ ଜୁଲାଇ ୨୬ରେ ସମ୍ବିତ୍‌ ରିସୋର୍ଟ କର୍ତ୍ତୃପକ୍ଷ ଉକ୍ତ ଜମିକୁ ସାଇଚନ୍ଦନ ରିସୋର୍ଟସ ପ୍ରାଇଭେଟ ଲିଃ ଡାଇରେକ୍ଟର ଚନ୍ଦନ ବେହେରାଙ୍କୁ ବିକ୍ରି କରିଥିଲେ। ଉକ୍ତ ଜମି ଉପରେ ବର୍ତ୍ତମାନ ରହିଛି ସାଇଚନ୍ଦନ ହୋଟେଲ। ଚନ୍ଦନ ବେହେରା ନିଜ ନାମରେ ଜମିକୁ ରେକର୍ଡ କରିବା ଲାଗି ଚକବନ୍ଦୀ କମିଶନର କୋର୍ଟରେ ଏକ ରିଭିଜନ କେସ୍‌ ରୁଜୁ କରିଥିଲେ। କମିଶନରଙ୍କ କୋର୍ଟରେ ଏହି କେସ୍‌ର ବିଚାର ବେଳେ ପୁରୀ ତହସିଲଦାରଙ୍କୁ ଚକବନ୍ଦୀ କମିଶନର ଏକ ରିପୋର୍ଟ ମାଗିଥିଲେ। ତହସିଲଦାର ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ। ଏହି ଜମିର ଲିଜ୍‌ ଅବଧି ୨୦୧୨-୧୩ ପର୍ଯ୍ୟନ୍ତ ଥିଲା। ଲିଜ୍‌ ଅବଧି ପରେ ଆଉ ନବୀକରଣ ହୋଇନାହିଁ। ଖାସ୍‌ମାହାଲ କର୍ତ୍ତୃପକ୍ଷ ତଥା ଜିଲାପାଳଙ୍କ ଅନୁମତି ନିଆ ନ ଯାଇ ଜମିର ମାଲିକାନା ବାରମ୍ବାର ପରିବର୍ତ୍ତନ ହୋଇଛି, ଯାହା କି ସମ୍ପୂର୍ଣ୍ଣ ବେଆଇନ। ଅନ୍ୟପକ୍ଷରେ ବାସଗୃହ ପାଇଁ ଏହି ଜମି ଦିଆଯାଇଥିବା ବେଳେ ଏହାର ଦୁରୁପଯୋଗ କରାଯାଇ ବ୍ୟବସାୟିକ ଉଦ୍ଦେଶ୍ୟରେ ହୋଟେଲ ନିର୍ମାଣ କରାଯାଇଛି। ଚକବନ୍ଦୀ କମିଶନର ସି.ଟି.ଏମ୍‌. ସୁଗୁଣା ଏହି କେସ୍‌ର ବିଚାର କରି ଉକ୍ତ ଜମି ଏବଂ ଏହା ଉପରେ ଅବସ୍ଥିତ ହୋଟେଲକୁ ନିଜ ଦଖଲକୁ ନେବା ପାଇଁ ପୁରୀ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବାହ୍ନରେ ପୁରୀ ତହସିଲଦାର ପ୍ରବୀର ଖିଲାରଙ୍କ ନେତୃତ୍ୱରେ ଏକ ଟିମ୍‌ ହୋଟେଲରେ ପହଞ୍ଚତ୍ଥିଲା। ହୋଟେଲରେ ସମୁଦାୟ ୩୪ଟି କକ୍ଷ ମଧ୍ୟରୁ ୧୦ଟି ରୁମ୍‌ରେ ପର୍ଯ୍ୟଟକ ଥିଲେ। ସେମାନଙ୍କୁ ସ୍ଥାନାନ୍ତରିତ କରାଯିବା ପରେ ସିଲ୍‌ କରାଯାଇଥିଲା। ଉକ୍ତ ଜମି ଓ ହୋଟେଲର ବର୍ତ୍ତମାନର ବଜାର ଦର ୩ କୋଟି ଟଙ୍କା ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ସାଇଚନ୍ଦନ ରିସୋର୍ଟ ପ୍ରାଇଭେଟ ଲିଃର ନିର୍ଦ୍ଦେଶକ ହେଉଛନ୍ତି ଚନ୍ଦନ କୁମାର ବେହେରା। ପୂର୍ବ ଶତ୍ରୁତା ଓ ସମ୍ପତ୍ତିକୁ କେନ୍ଦ୍ରକରି ଗତ ଜାନୁୟାରୀ ୮ରେ ପୁରୀ ସମୁଦ୍ରକୂଳ ଥାନାଠାରୁ ଶହେ ମିଟର ଦୂର ଖୁସି ରେଷ୍ଟୁରାଣ୍ଟ ପରିସରରେ କେତେଜଣ ଦୁର୍ବୃତ୍ତ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ଏହି ଘଟଣାରେ ପୁରୀ ପୋଲିସ ୬ ଜଣଙ୍କୁ ଗିରଫ କରିସାରିଛି। ହତ୍ୟାକାଣ୍ଡ ପଛରେ ଚନ୍ଦନଙ୍କ ସ୍ତ୍ରୀ ମୁଖ୍ୟ ଷଡ଼ଯନ୍ତ୍ରକାରୀ ରହିଥିଲେ। ସାଇଚନ୍ଦନ ହୋଟେଲ ଏବଂ ଖୁସି ରେଷ୍ଟୁରାଣ୍ଟର ମାଲିକ ଥିଲେ ଚନ୍ଦନ।

All Right Reserved By

ମେଟ୍ରୋ |

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

୨୪ରେ ଅଧରପଣା: ପ୍ରସ୍ତୁତ ହୋଇଗଲାଣି ଅଧରହାଣ୍ଡି

ପୁରୀ ଅଫିସ,୧୯ା୭: ଶ୍ରୀପୁରୁଷୋତ୍ତମ କ୍ଷେତ୍ର ପରମବ୍ରହ୍ମ ପରମାତ୍ମା ଶ୍ରୀଜଗନ୍ନାଥଙ୍କ ନିତ୍ୟ ଲୀଳାସ୍ଥଳ। ଶ୍ରୀମନ୍ଦିରରେ ବିରାଜମାନ କରି ମହାପ୍ରଭୁ ଭକ୍ତମାନଙ୍କ ସହିତ ବିଭିନ୍ନ ଉତ୍ସବରେ ଲୀଳାଖେଳା କରିଥାନ୍ତି।

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ସିବିଆଇ ଡବଲ୍‌ ରୋଲ୍‌ କରୁଛି: ନରସିଂହ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ ହେବା ପରେ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି। ଏସବୁ ମଧ୍ୟରେ ଟିଟୋ ପେଟ୍ରୋଲ ପମ୍ପର ମାଲିକ ବୋଲି ଜଣାପଡ଼ିଛି। ତେବେ ଟିଟୋଙ୍କୁ କିଏ ପେଟ୍ରୋଲ ପମ୍ପ ଦେଲା, ଏଥିରେ କେଉଁ ରାଜନେତା ବା ପ୍ରଶାସକଙ୍କର ହାତ ଅଛି ସେ ନେଇ ତଦନ୍ତ ଚାଲିଥିବା ବେଳେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଆଇଓସିଏଲ୍‌ ପକ୍ଷରୁ ସିବିଆଇକୁ ସୁପାରିଶ କରାଯାଇଛି। ଏସବୁ ମଧ୍ୟରେ ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ଗୁରୁବାର ଆଇଓସିଏଲ୍‌ ଓ ସିବିଆଇକୁ ଟାର୍ଗେଟ କରିଛନ୍ତି।

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଏସ୍‌ସିବିରେ ଚିକିତ୍ସାଧୀନ ବାଲେଶ୍ୱର ଯୁବକ ନିପା ଆକ୍ରାନ୍ତ ଏକ ଗୁଜବ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ବାଲେଶ୍ୱର ଜିଲାର ୮ଜଣ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ଏସ୍‌ସିବିରେ ଚିକିତ୍ସିତ ହେଉଛନ୍ତି। ସେମାନେ ନିପାରେ ଆକ୍ରାନ୍ତ ବୋଲି ଚର୍ଚ୍ଚା ହେଉଛିି। ତେବେ ଏ ନେଇ ଗୁରୁବାର ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା। ମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହା ଏକ ଗୁଜବ। ଏଥିରେ କୌଣସି ସତ୍ୟତା ନାହିଁ।

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ତାମିଲନାଡ଼ୁ ପରେ ଗୁଜରାଟରେ ଶ୍ରମିକଙ୍କୁ ନିର୍ଯ୍ୟାତନା: ଫେରାଇ ଆଣିବାକୁ ଜିଲାପାଳଙ୍କ ନିକଟରେ ନିବେଦନ

ପୁରୀ ଅଫିସ,୧୯ା୭ : ତାମିଲନାଡୁ ପରେ ଏବେ ଗୁଜୁରାଟରେ ପୁରୀ ଜିଲାର କେତେଜଣ ଶ୍ରମିକ ନିର୍ଯାତନାର ଶିକାର ହୋଇଥିବା ଜଣାପଡିଛି। ଏଥିରେ ଜିଲାର ପୁରୀ ସଦର, ବ୍ରହ୍ମଗିରି ଓ ପିପିଲି ବ୍ଳକର ପ୍ରାୟ ୨୫ ଶ୍ରମିକ ରହିଛନ୍ତି।

 ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁଙ୍କ ପ୍ରସ୍ତୁତି: ରଥ ଦକ୍ଷିଣ ମୋଡ଼ ଆରମ୍ଭ

ପୁରୀ ଅଫିସ,୧୯।୭: ହେରାପଞ୍ଚମୀରେ ଶ୍ରୀଦେବୀ(ଲକ୍ଷ୍ମୀ ଠାକୁରାଣୀ) ମହାପ୍ରଭୁଙ୍କୁ ଫେରାଇ ନେବାକୁ ଆସିଥିଲେ। ହେଲେ ଅଭିମାନ କରି ଶ୍ରୀଦେବୀ ଚାଲିଯିବା ପରେ ଶ୍ରୀମନ୍ଦିରକୁ ଫେରିବା ଲାଗି ମହାପ୍ରଭୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗ: ଏମ୍‌ପିଙ୍କୁ ହ୍ବିପ୍‌ ଜାରି କଲା ବିଜେଡି

ଭୁବନେଶ୍ୱର,୧୯।୭(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ନେଇ ଶୁକ୍ରବାର ଲୋକସଭାରେ ଆଲୋଚନା ହେବ। ଏ ନେଇ ବିଜେଡି ପକ୍ଷରୁ ଏମ୍‌ପିମାନଙ୍କୁ ହ୍ବିପ୍‌ ଜାରି କରାଯାଇଛି। ଅନାସ୍ଥା ଆଲୋଚନା ବେଳେ ସମସ୍ତ ଏମ୍‌ପିଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଛି।

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଏମ୍ସ ଯାଇ ଜଗା ବଳିଆଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୭(ବ୍ୟୁରୋ): ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ ଗସ୍ତ କରିବେ। ସେଠାରେ ସେ ଏମ୍ସ ଯାଇ କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା ବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟ ପଚାରି ବୁଝିବେ। ମନ୍ତ୍ରୀଙ୍କ ସହ ୫ଜଣିଆ ଡାକ୍ତରୀ ଟିମ୍‌ ମଧ୍ୟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି।

ମାଛ ମାର୍କେଟରେ ଚଢ଼ାଉ

ମାଛ ମାର୍କେଟରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୧୯।୭: ଖୋର୍ଦ୍ଧା ସହର ସମେତ ବିଭିନ୍ନ ଅଞ୍ଚଳରେ ଥିବା ମାଛ ଗୋଦାମ ଓ ମାଛ ମାର୍କେଟରେ ଗୁରୁବାର ଚଢ଼ାଉ କରାଯାଇଛି। ତୋଟାପଡ଼ା ବଜାରର ମାଛଗୋଦାମ, ସହରର ମାଛମାର୍କେଟ, ମୁକୁନ୍ଦପ୍ରସାଦ ଆଦି ସ୍ଥାନରେ ଚଢ଼ାଉ କରାଯାଇଛି।

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ହିନ୍ଦୀ ଟେଲି ଅଭିନେତ୍ରୀଙ୍କୁ ପୁରୀରେ ଦୁର୍ବ୍ୟବହାର

ପୁରୀ ଅଫିସ,୧୯।୭ : ରଥଯାତ୍ରାବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ପୁରୀରେ ଘଟିଥିଲା ଏକ ସ୍ପର୍ଶକାତର ଘଟଣା। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିବା ହିନ୍ଦୀ ଟେଲି ଅଭିନେତ୍ରୀ ମାହିକା ଶର୍ମା ଦୁର୍ବ୍ୟବହାରର ଶିକାର ହୋଇଥିଲେ।

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଟିଟୋଙ୍କ ୮ ସହଯୋଗୀଙ୍କୁ ଗିରଫ ଘଟଣା ଜେଲ ଗଲେ ୪, ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

କଟକ ଅଫିସ, ୧୯।୭ - ଗ୍ୟାଙ୍ଗଷ୍ଟର ସୟଦ ଉସ୍‌ମାନ ଅଲ୍ଲୀ ଓରଫ ଟିଟୋଙ୍କ ୮ ସହଯୋଗୀଙ୍କୁ ସୋମବାର ବିଳମ୍ବିତ ରାତିରେ କ୍ରାଇମ୍‌ବ୍ରାଞ୍ଚର ସ୍ବତନ୍ତ୍ର ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଗିରଫ କରିଥିଲା। ପଚରାଉଚରାରୁ ସେମାନଙ୍କର ଟିଟୋ ଲିଙ୍କ୍‌ ଜଣାପଡିବା ପରେ ଅଧିକ ଖୋଳତାଡ଼ ଆରମ୍ଭ ହୋଇଛି।

ନିଆରା ପରମ୍ପରା , ଶ୍ରୀଦେବୀଙ୍କୁ ମହାପ୍ରଭୁ ଦେଇଯାନ୍ତି କଳମ ଶାଗ

ପୁରୀ ଅଫିସ, ୧୯।୭: ଘୋଷଯାତ୍ରାରେ ବାହାରିଥିବା ଦାରୁଦିଅଁ ଏବେ ଆଡ଼ପ ମଣ୍ଡପରେ। ଗୁଣ୍ଡିଚା ମନ୍ଦିରରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଲମ୍ବା ଧାଡି। ଏପଟେ କିନ୍ତୁ ଖଁା ଖଁା ଶ୍ରୀମନ୍ଦିର। ରନ୍ଧାଯାଉନି ଷାଠିଏ ପଉଟି କି ମନ୍ଦିରରେ ନାହିଁ ଗହଳି ଚହଳି।

ଆତ୍ମହତ୍ୟା ପ୍ରବଣତାକୁ ନେଇ ବଢ଼ୁଛି ଚିନ୍ତା , ଆରମ୍ଭ ହେବ ସ୍ବତନ୍ତ୍ର କାଉନ୍‌ସେଲିଂ ବ୍ୟବସ୍ଥା

କଟକ ଅଫିସ, ୧୯।୭- ପ୍ରେମରେ ଧୋକା ଖାଇବା ପରେ ହେଉ କିମ୍ବା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ବିବାଦ କାରଣରୁ ହେଉ ଅବା ପରୀକ୍ଷାରେ ଅକୃତକାର୍ଯ୍ୟ ଓ ମାନସିକ ଅସୁସ୍ଥତା କାରଣରୁ ଲୋକେ ଆତ୍ମହତ୍ୟା କରୁଛନ୍ତି। ସେହିପରି ନିଶା ସେବନ ଯୋଗୁ ଆତ୍ମହତ୍ୟା ପ୍ରବୃତ୍ତି ଜାଗ୍ରତ ହେଉଛି।

Model This Week

ରୂପେଶ