ଜାତୀୟ |

ଟ୍ରେନ୍‌ ଅଟକାଇବା ମହଙ୍ଗା ପଡ଼ିଲା

ଟ୍ରେନ୍‌ ଅଟକାଇବା ମହଙ୍ଗା ପଡ଼ିଲା
କୋଟା,୩୦।୧୧: ରାଜସ୍ଥାନର କୋଟାରେ ୫ଜଣ ଯୁବକ ଟ୍ରେନ୍‌ ଚେନ୍‌ ଟାଣି ଓହ୍ଲାଇ ଦୌଡିବା ସମୟରେ କୂଅରେ ପଡି ଜଣେ ଯୁବକର ମୃତ୍ୟୁ ଘଟିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟ ୨ଜଣ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ରାଜସ୍ଥାନର କୋଟାରୁ ରାମଗଞ୍ଜମଣ୍ଡି ଯିବା ପାଇଁ ୫ ଯୁବକ ଭୂଲବଶତଃ ଏକ ସାପ୍ତାହିକ ଟ୍ରେନରେ ଚଢିଥିଲେ। ଏହା ରାମଗଞ୍ଜମଣ୍ଡି ଷ୍ଟେଶନରେ ନ ରିହିବା ଦେଖି ଏମାନେ ଟ୍ରେନର ଚେନ୍‌ ଟାଣି ଓହ୍ଲାଇ ପଡିଥିଲେ। ଧରାପଡିବା ଭୟରେ ଯୁବକମାନେ ଚାଷଜମି ମଧ୍ୟରେ ଦୌଡି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଚାଷଜମିରେ ଥିବା ଏକ କୂଅରେ ପଡି ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି।
All Right Reserved By

ଜାତୀୟ |

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର୍‌

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେସିଆର୍‌

ହାଇଦ୍ରାବାଦ,୧୩।୧୨: ତେଲେଙ୍ଗାନା ରାଷ୍ଟ୍ର ସମିଥି(ଟିଆର୍‌ଏସ୍‌) ଅଧ୍ୟକ୍ଷ କେ ଚନ୍ଦ୍ରଶେଖର ରାଓ(କେସିଆର୍‌) ଦ୍ୱିତୀୟ ଥର ଲାଗି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି।

୨୬ କୋଟି କୃଷକଙ୍କ ୪ ଲକ୍ଷ କୋଟି ଋଣଛାଡ କରିପାରନ୍ତି ମୋଦି ସରକାର

୨୬ କୋଟି କୃଷକଙ୍କ ୪ ଲକ୍ଷ କୋଟି ଋଣଛାଡ କରିପାରନ୍ତି ମୋଦି ସରକାର

ନୂଆଦିଲ୍ଲୀ,୧୩।୧୨: ସମ୍ପ୍ରତି ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଭାଜପା ଖରାପ ପ୍ରଦର୍ଶନ କରିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରର ୨୬.୩କୋଟି  କୃଷକଙ୍କର ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ଋଣଛାଡ ଯୋଜନା କରୁଥିବା କୁହାଯାଉଛି।

ଆନ୍ଧ୍ର ଉପକୂଳରେ ବାତ୍ୟା ସମ୍ଭାବନା

ଆନ୍ଧ୍ର ଉପକୂଳରେ ବାତ୍ୟା ସମ୍ଭାବନା

ନୂଆଦିଲ୍ଲୀ,୧୩।୧୨: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ହୋଇଥିବା ଏକ ଲଘୁଚାପ ଫଳରେ ଆନ୍ଧ୍ର ଉପକୂରେ ବାତ୍ୟା ଆସିବାର ସମ୍ଭାବନା ଥିବାରୁ ଏକ  ସତର୍କ ସୂଚନା ଜାରି କରାଯାଇଛି। 

ଅନ୍‌ ଲାଇନରେ ବିକ୍ରି ହେବନି ଔଷଧ

ଅନ୍‌ ଲାଇନରେ ବିକ୍ରି ହେବନି ଔଷଧ

ନୂଆଦିଲ୍ଲୀ,୧୩। ୧୨: ଏବେ ଆଉ ଅନ୍‌ ଲାଇନରେ ବିକ୍ରି ହେବନାହିଁ ଔଷଧ। ଦିଲ୍ଲୀ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହାସହ କେନ୍ଦ୍ର ସରକାର ଓ କେଜରିଓ୍ବାଲ ସରକାରଙ୍କୁ ଏହାକୁ ଶୀଘ୍ର ଲାଗୁ କରିବାକୁ ମଧ୍ୟ କହିଛନ୍ତି।

ଭାଜପା ଏମ୍‌ପିଙ୍କୁ ମହଙ୍ଗା ପଡିଲା ବିନା ଟିକେଟରେ ଯାତ୍ରା

ଭାଜପା ଏମ୍‌ପିଙ୍କୁ ମହଙ୍ଗା ପଡିଲା ବିନା ଟିକେଟରେ ଯାତ୍ରା

ଆହ୍ଲାବାଦ,୧୩।୧୨: ଆଗ୍ରାର ଭାଜପା ଏମ୍‌ପି ରାମ ଶଙ୍କର କଠେରିଆଙ୍କ ନାଁରେ ଏକ ସ୍ପେଶାଲ କୋର୍ଟ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି। ବିନା ଟିକେଟରେ ରାମ ଶଙ୍କର ଟ୍ରେନ୍‌ରେ ଯାତ୍ରା କରିବା ତାଙ୍କ ପାଇଁ ମହଙ୍ଗା ପଡିଛି। 

 ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ

ପାନାଜୀ,୧୩।୧୨: ବଲିଉଡ଼ ଅଭିନେତ୍ରୀ ଜରୀନ୍‌ ଖାଁଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୋଆରେ ଜରୀନ୍‌ଙ୍କ କାର୍‌ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା।

୨୦୧୯ ସାଧାରଣ ନିର୍ବାଚନ: ଭାଜପାର ଭାଗ୍ୟ ନିର୍ଦ୍ଧାରଣ କରିବେ ୫ ବଡ଼ ରାଜ୍ୟ

୨୦୧୯ ସାଧାରଣ ନିର୍ବାଚନ: ଭାଜପାର ଭାଗ୍ୟ ନିର୍ଦ୍ଧାରଣ କରିବେ ୫ ବଡ଼ ରାଜ୍ୟ

ନୂଆଦିଲ୍ଲୀ,୧୩।୧୨: ସମ୍ପ୍ରତି ଶେଷ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନକୁ ରାଜନୈତିକ ସମୀକ୍ଷକ ଆସନ୍ତା ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି ବିବେଚନା କରିଛନ୍ତି। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର ଏବଂ ତାମିଲନାଡୁ ଆଦି ୫ ପ୍ରମୁଖ ରାଜ୍ୟ ଭାଜପାର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି କୁହାଯାଉଛି। 

ମୁଖ୍ୟମନ୍ତ୍ରୀ ଆସନ କାହାର?

ମୁଖ୍ୟମନ୍ତ୍ରୀ ଆସନ କାହାର?

ନୂଆଦିଲ୍ଲୀ,୧୩।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଗଠନ କରିବ। ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ଆଶାୟୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଦୌଡ଼।

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ସ୍ମିତା ପାଟିଲଙ୍କୁ ଶୁଆଇ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ, ୧୩।୧୨: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୨ତମ ପୁଣ୍ୟ ତିଥି ଗୁରୁବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। 

ଯୋଗୀ ସବୁ ଭଗବାନଙ୍କ ଜାତି କହିଦେଲେ ଆମ ପାଇଁ ସୁବିଧା ହୁଅନ୍ତା: ଅଖିଳେଶ

ଯୋଗୀ ସବୁ ଭଗବାନଙ୍କ ଜାତି କହିଦେଲେ ଆମ ପାଇଁ ସୁବିଧା ହୁଅନ୍ତା: ଅଖିଳେଶ

ନୂଆଦିଲ୍ଲୀ,୧୩।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛିଦିନ ପୂର୍ବେ ଏକ ନିର୍ବାଚନ ରାଲିରେ କହିଥିଲେ ହନୁମାନ ହେଉଛନ୍ତି ଦଳିତ ଆଦିବାସୀ। ଏବେ ନିର୍ବାଚନ ସରି ଫଳାଫଳ ପ୍ରକାଶ ପାଇବା ପରେ ପୁଣିଥରେ ଯୋଗୀଙ୍କର ଏହି କଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ସ୍ତ୍ରୀଙ୍କୁ ଧୋକା ଦେଇ ବିଦେଶରେ ବାସ କରୁଥିବା ୩୩ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ରଦ୍ଦ

ସ୍ତ୍ରୀଙ୍କୁ ଧୋକା ଦେଇ ବିଦେଶରେ ବାସ କରୁଥିବା ୩୩ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ରଦ୍ଦ

ନୂଆଦିଲ୍ଲୀ, ୧୩।୧୨: ସ୍ତ୍ରୀଙ୍କୁ ଧୋକା ଦେଇ ବିଦେଶରେ ବାସ କରୁଥିବା ୩୩ ପ୍ରବାସୀ ଭାରତୀୟଙ୍କ ପାସପୋର୍ଟ ଭାରତ ସରକାର ରଦ୍ଦ କରିଛନ୍ତି। 

ଜମ୍ମୁ-କଶ୍ମୀରରେ ତୁଷାରପାତ: ଜାତୀୟ ରାଜପଥ ବନ୍ଦ

ଜମ୍ମୁ-କଶ୍ମୀରରେ ତୁଷାରପାତ: ଜାତୀୟ ରାଜପଥ ବନ୍ଦ

ଶ୍ରୀନଗର,୧୩।୧୨: ଜମ୍ମୁ-କଶ୍ମୀରରେ ଆରମ୍ଭ ହୋଇଛି ପ୍ରବଳ ତୁଷାରପାତ। ଅନେକ ସ୍ଥାନରେ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଚାଲିଯାଇଛି।