ସମ୍ପାଦକୀୟ |

ଔଷଧର ନିରାପଦ ବ୍ୟବହାର

ଔଷଧର ନିରାପଦ ବ୍ୟବହାର
ଶଶିଭୂଷଣ ମହାପାତ୍ର ଥରେ ଜଣେ ବନ୍ଧୁ ପଚାରିଲେ - ରୋଗୀଟିଏ ଭଲ ହୋଇଗଲେ ସେ କାହାକୁ ପ୍ରଶଂସା କରିବ। ଡାକ୍ତରଙ୍କୁ ନା ଔଷଧକୁ। ନିଃସନ୍ଦେହରେ ଡାକ୍ତରଙ୍କୁ। ସେ ରୋଗ ଚିହ୍ନି ଠିକ୍‌ ଔଷଧ ଲେଖିବାରୁ ସିନା ରୋଗ ଭଲ ହେଲା। ପୂର୍ବରୁ ଦୁଇ ତିନିଜଣ ଡାକ୍ତର ଚିକିତ୍ସା କରି ଭଲ କରିପାରି ନ ଥିବାବେଳେ ଶେଷ ଡାକ୍ତରଙ୍କ ଚିକିତ୍ସାରେ ଆରୋଗ୍ୟ ହୋଇଯିବାରୁ ପ୍ରଶଂସାଟା ଶେଷ ଡାକ୍ତର ପାଇବା ସ୍ବାଭାବିକ। କିନ୍ତୁ ଅନେକ ସମୟରେ ଦେଖାଯାଏ ଚିକିତ୍ସା ସମାନ ହୋଇଥିଲେ ବି ଶେଷ ଡାକ୍ତର ଶ୍ରେୟ ପାଆନ୍ତି। ଏହାର କାରଣ ଡାକ୍ତର ନୁହନ୍ତି, ଔଷଧ ଓ ତା’ର ପ୍ରୟୋଗ ବିଧି। ଔଷଧ ଏକ ରାସାୟନିକ କିମ୍ବା ଜୈବିକ ପଦାର୍ଥ। ବହୁ ବର୍ଷର ଅଭିଜ୍ଞତା ଓ ଗବେଷଣା ଫଳରେ ତାହା ତିଆରି ହୋଇଛି। କେଉଁ ପଦାର୍ଥକୁ କେତେ ପରିମାଣରେ କେତେ ଘଣ୍ଟା ଅନ୍ତରରେ ସେବନ କଲେ ଏକ ରୋଗ ଆରୋଗ୍ୟ ହୁଏ, ତାହା ଦୀର୍ଘ ଗବେଷଣାରୁ ଜଣାପଡ଼ିଛି। ସେଥିରେ ଯଦି କିଛି ବ୍ୟତିକ୍ରମ ହୁଏ, ସେବନ ବିଧି ଓ ଔଷଧର ମାନ ଯଦି ଠିକ୍‌ ନ ଥାଏ, ତେବେ ରୋଗ ଭଲ ନ ହୋଇ ସମସ୍ୟା ଜଟିଳ ହୁଏ। ତେଣୁ ଔଷଧ ଓ ତା’ର ବ୍ୟବହାର ସମ୍ପର୍କରେ ସମସ୍ତଙ୍କର ସମ୍ୟକ୍‌ ଜ୍ଞାନ ରହିବା ବାଞ୍ଛନୀୟ। ଆମ ଦେଶରେ ଔଷଧ ଦୋକାନରୁ ବ୍ୟବସ୍ଥାପତ୍ର ଦେଖାଇଲେ ଔଷଧ ମିଳେ କିମ୍ବା ଔଷଧର ନଁା କହିଲେ ବି ଦୋକାନୀ ଔଷଧ ଦେଇଦିଅନ୍ତି। ବେଳେବେଳେ ପୂର୍ବରୁ ଖାଇଥିବା ଔଷଧର ଖାଲି ଖୋଳ କିମ୍ବା ଚିରା ଷ୍ଟ୍ରିପ୍‌ ଦେଖାଇଲେ ବି ଔଷଧ ମିଳିଯାଏ। ଏହାକୁ କହନ୍ତି ‘ଓଭର୍‌ ଦି କାଉଣ୍ଟର ମେଡ଼ିସିନ୍‌’। ଅନ୍ୟ ଅର୍ଥରେ ଏହା ହେଉଛି ସେଲ୍ଫ ମେଡ଼ିସିନ୍‌ ବା ନିଜେ ନିଜର ଡାକ୍ତର ହେବା। ଏମିତି ଆଣିଥିବା କିମ୍ବା ଘରେ ବଳକା ରହିଥିବା ଅଥବା କାହାଠାରୁ ମାଗି ଆଣି ଔଷଧ ଖାଇଲେ କେବେ କେମିତି ରୋଗ ଭଲ ହୋଇଯାଇ ପାରେ। କିନ୍ତୁ ଅଧିକାଂଶ ସ୍ଥଳରେ ରୋଗ ଜଟିଳ ହୁଏ କିମ୍ବା ଭୁଲ୍‌ ଔଷଧ ଯୋଗୁଁ ପ୍ରତିକ୍ରିୟା ସୃଷ୍ଟି ହୋଇ ବିପଦର କାରଣ ହୁଏ। ବେଳେବେଳେ ଆମେ ନିଜ ଇଚ୍ଛାରେ କିମ୍ବା ଅନ୍ୟ କାହାରି ପରାମର୍ଶରେ କିଛି ଦିନ ଔଷଧ ବ୍ୟବହାର କରି ରୋଗ ଭଲ ନ ହେଲେ ଡାକ୍ତରଙ୍କ ପାଖକୁ ଯାଉ। ପୂର୍ବରୁ ଖାଇଥିବା ଔଷଧ କଥା ନ କହି ଖାଲି ରୋଗ କଥା କହୁ। ସେ ଯେଉଁ ଔଷଧ ଲେଖିଦିଅନ୍ତି ତା’ସହିତ ପୂର୍ବରୁ ଶରୀରରେ ଥିବା ଔଷଧର ପ୍ରତିକ୍ରିୟା ହୋଇ ବିପଦ ବଢ଼ିବାର ଆଶଙ୍କା ଅଛି। ଡାକ୍ତର ରୋଗୀକୁ ପରୀକ୍ଷା ନିରୀକ୍ଷା କରି ଔଷଧ ଓ ତା’ର ବ୍ୟବହାର ବିଧି ଲେଖିଦିଅନ୍ତି। ଆଜିକାଲି ଡାକ୍ତରମାନେ ଏତେ ବ୍ୟସ୍ତ ଯେ ରୋଗୀ ନ ପଚାରିଲେ କିଛି କହନ୍ତି ନାହିଁ। ପଛକୁ ପଛ ରୋଗୀଙ୍କ ଧାଡ଼ି। ତେଣୁ ଡାକ୍ତରଙ୍କଠାରୁ ସେ ଲେଖିଥିବା ଔଷଧର ନଁା କ’ଣ, ତାହା କିପରି କାମ କରିବ, ଇଞ୍ଜେକ୍ସନ୍‌ ହୋଇଥିଲେ କେଉଁଠି କେତେ ଘଣ୍ଟା ଅନ୍ତରର ନେବ, ଟାବଲେଟ ବା ସିରପ୍‌ ହୋଇଥିଲେ କେତେ ଘଣ୍ଟା ବ୍ୟବଧାନରେ, ଖାଲି ପେଟ କିମ୍ବା ଖାଦ୍ୟ ଖାଇବା ପରେ, ଗିଳିବ ନଁା ଚୋବାଇ ଖାଇବ, ଏସବୁ ଭଲରୂପେ ବୁଝିବା ଦରକାର। କେବଳ ସେତିକି ନୁହେଁ- ଔଷଧ କେତେ ଦିନ ଖାଇବ, ଯଦି ତା’ର କିଛି ରିଆକ୍ସନ୍‌ ହୁଏ ତେବେ କ’ଣ କରିବ, ବହୁତ ଦିନ ଖାଇବାକୁ ଥିବା ଔଷଧରୁ ଗୋଟିଏ ଦିନ ବା ଗୋଟିଏ ଡୋଜ୍‌ ଭୁଲିଗଲେ କ’ଣ କରିବ-ଏସବୁ ଡାକ୍ତରଙ୍କୁ କିମ୍ବା ଫାର୍ମାସିଷ୍ଟଙ୍କୁ ପଚାରି ବୁଝିବା ଦରକାର। ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍‌ ଅନୁସାରେ ଔଷଧ କିଣିବା ବେଳେ ମଧ୍ୟ କେତୋଟି ସତର୍କତା ଅବଲମ୍ବନ କରିବା ଦରକାର। ଏକ ଜଣାଶୁଣା ଓ ପ୍ରତିଷ୍ଠିତ ଦୋକାନରୁ ଔଷଧ କିଣିବା ଉଚିତ। କେଉଁ ଔଷଧ କେତେ ମିଲିଗ୍ରାମ୍‌ ଲେଖାଯାଇଛି ଠିକ୍‌ ସେହି ଔଷଧ ଓ ତା’ର ଶକ୍ତି ପରଖି ନେବା ଉଚିତ। ବେଳେବେଳେ ଅନ୍ୟ ଏକ ନାମର ଔଷଧ ଦେଇ ତାହା ସମାନ ବା ବିକଳ୍ପ ଔଷଧ ବୋଲି ଦୋକାନୀ କହନ୍ତି। ସେ କ୍ଷେତ୍ରରେ ଫାର୍ମାସିଷ୍ଟ କିମ୍ବା ଡାକ୍ତରଙ୍କୁ ଔଷଧ ଦେଖାଇ ବ୍ୟବହାର କରିବା ଉଚିତ। ପ୍ରେସ୍‌କ୍ରିପ୍‌ସନ୍‌ରେ ୨୫୦ ମିଲିଗ୍ରାମ୍‌ ଲେଖା ହୋଇଥିଲେ କେହି କେହି ୫୦୦ ମିଲିଗ୍ରାମ୍‌ର କିଣି ତାକୁ ଦୁଇଭାଗ କରନ୍ତି। କାରଣ ତା’ର ଦାମ୍‌ ଅପେକ୍ଷାକୃତ କମ୍‌ କିମ୍ବା ସେହି ଶକ୍ତିର ଔଷଧ ଦୋକାନରେ ନ ଥାଏ। କିନ୍ତୁ ଏପରି କରିବା ଠିକ୍‌ ନୁହେଁ। ପ୍ରଥମତଃ ତାକୁ ସମାନ ଭାଗ କରିବା ସହଜ ନୁହେଁ। ଦ୍ୱିତୀୟତଃ କେତେକ ଟାବଲେଟ୍‌ ଉପରେ ସୁଗାର କିମ୍ବା ଏଣ୍ଟେରିକ୍‌ ପ୍ରଲେପ ଦିଆଯାଇଥାଏ। ଯେଉଁ ଔଷଧ ପାକସ୍ଥଳୀରେ ହଜମ ନ ହୋଇ କ୍ଷୁଦ୍ରାନ୍ତ୍ରରେ ହଜମ ହେବା ଦରକାର, ସେଥିରେ ଏଣ୍ଟେରିକ୍‌ କୋଟିଂ ଥାଏ। ଯେଉଁ ଔଷଧର ବାସ୍ନା, ସ୍ବାଦ କଟୁ ବା ତୀବ୍ର ସେଥିରେ ସୁଗାର କୋଟିଂ ଦିଆଯାଇଥାଏ। ତାକୁ ଭାଙ୍ଗି ଦେଲେ ତା’ର ଉଦ୍ଦେଶ୍ୟ ନଷ୍ଟ ହୁଏ। ଔଷଧର ଗୁଣ ମଧ୍ୟ ନଷ୍ଟ ହୁଏ, ଶରୀରର କ୍ଷତି ହୁଏ। କେତେକ ଔଷଧକୁ ଖାଲି ପେଟରେ ଖାଇବା ପାଇଁ ପରାମର୍ଶ ଦିଆଯାଏ। ରୋଗୀ ତାକୁ ସକାଳେ ଖାଲି ପେଟରେ ଖାଇଦେଇ ପରେ ପରେ ଜଳଖିଆ ଖାଇଦିଅନ୍ତି। ଏହା ଠିକ୍‌ ନୁହେଁ। ଖାଲି ପେଟ ଅର୍ଥ ଖାଦ୍ୟ ଖାଇବାର ଦୁଇଘଣ୍ଟା ପୂର୍ବରୁ କିମ୍ବା ଦୁଇଘଣ୍ଟା ପରେ। ବାନ୍ତି ଔଷଧ ଖାଲି ପେଟରେ ଖାଇବା ଉଚିତ। କିନ୍ତୁ ତାକୁ ଖାଲି ପେଟରେ ଖାଇଦେଇ ୫ ମିନିଟ୍‌ ପରେ ଖାଦ୍ୟ ଖାଇଲେ କିଛି ଉପକାର ମିଳେ ନାହିଁ। ତାକୁ ଖାଲିପେଟରେ ଖାଇ ୨୦ରୁ ୩୦ ମିନିଟ୍‌ ପରେ ଖାଦ୍ୟ ଖାଇବା ଦରକାର। ଡାଇବେଟିସ୍‌ ଔଷଧ ଖାଦ୍ୟ ସହିତ ଖାଇବା ଦରକାର। କେହି କେହି ଇନ୍‌ସୁଲିନ୍‌ ଇଂଜେକ୍ସନ୍‌ ନେଇ ଯାଆନ୍ତି କିନ୍ତୁ ଖାଦ୍ୟ ପ୍ରସ୍ତୁତ ହୋଇ ନ ଥିବାରୁ ଅପେକ୍ଷା କରନ୍ତି। ଏପରି କରିବା ଠିକ୍‌ ନୁହେଁ। ପ୍ରେସ୍‌କ୍ରିପ୍ସନ୍‌ରେ ଡାକ୍ତର ଯେତେ ଦିନ ପାଇଁ ଔଷଧ ଖାଇବାକୁ ଲେଖିଛନ୍ତି ସେତିକି ଦିନ ପର୍ଯ୍ୟନ୍ତ ଔଷଧ ଏକ ସଙ୍ଗେ କିଣିନେବା ଉଚିତ। ନଚେତ୍‌ ସରିଗଲା ପରେ ପୁଣି କିଣିବାକୁ ଅସୁବିଧା ହେବ ଓ ସେଥି ଯୋଗୁଁ ଗୋଟିଏ ଦୁଇଟି ଡୋଜ୍‌ ଖାଇ ନ ପାରିବା ପରି ଅବସ୍ଥା ଉପୁଜିପାରେ। ସବୁଠାରୁ ବଡ଼ କଥା ହେଲା ଔଷଧର ସମୟ ଚାଲିଯାଇଛି କି ନାହିଁ ଦେଖିବା ଦରକାର। ଏକ୍ସପାରି ଔଷଧ ବ୍ୟବହାର କରିବା ଅନୁଚିତ। କିଣିବା ବେଳେ ରସିଦ୍‌ ନିଅନ୍ତୁ- ସେଥିରେ ଔଷଧ, ତା’ର ବ୍ୟାଚ୍‌ ନମ୍ବର ଓ ବ୍ୟବହାର ସମୟ ପ୍ରତିଫଳିତ ହେବା ଦରକାର। ଔଷଧକୁ ଘରେ ଏକ ନିରାପଦ ସ୍ଥାନରେ ରଖନ୍ତୁ ଯେପରି ତାହା ଛୋଟ ପିଲାଙ୍କ ହାତରେ ନ ପଡ଼େ। ପିଲାମାନେ, ବେଳେବେଳେ ପୋଷା ବିରାଡ଼ି କୁକୁର ତାହା ଖାଇ ଅସୁବିଧାରେ ପଡ଼ିବାର ଅନେକ ଦୃଷ୍ଟାନ୍ତ ରହିଛି। ଔଷଧକୁ ଅଧିକ ଉତ୍ତାପ ଓ ଖରା ପଡ଼ୁଥିବା ସ୍ଥାନ କିମ୍ବା ଅଧିକ ଜଳୀୟ ବାଷ୍ପ ଥିବା ଗାଧୁଆ ଘର ବା ୱାଶ୍‌ ବେସିନ୍‌ ପାଖରେ ରଖନ୍ତୁନାହିଁ। ଗୋଟିଏ ଔଷଧକୁ ଅନ୍ୟ ଏକ ଔଷଧର ଖୋଳ କିମ୍ବା ବୋତଲରେ ରଖିବା ଆଦୌ ଉଚିତ ନୁହେଁ। ଔଷଧ ସରିଯିବା ପରେ ବୋତଲ ଉପରେ ଥିବା ଲେଖା କାଗଜକୁ ଛଡ଼ାଇ ଦିଅନ୍ତୁ। ହୃଦ୍‌ରୋଗୀ, ମଧୁମେହ ରୋଗୀ ଓ ଅନ୍ୟ ଦୀର୍ଘଦିନ ଧରି ଔଷଧ ଖାଉଥିବା ରୋଗୀ ତାଙ୍କ ଔଷଧ ଓ ଖାଇବା ସମୟର ଏକ ତାଲିକା ପ୍ରସ୍ତୁତ କରି ସବୁବେଳେ ଦୃଷ୍ଟି ପଡ଼ୁଥିବା ଘରର ଏକ ସ୍ଥାନରେ ଲଗାଇଦେବା ଭଲ। ଦେହରେ ଲଗାଇବା ଔଷଧ ଖାଇବା ଔଷଧ ନିକଟରେ ରଖନ୍ତୁ ନାହିଁ। ବ୍ୟବହାର କରୁଥିବା ଔଷଧର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଅଛି କି ନାହିଁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା ଔଷଧ ଖାଇବେ କି ନାହିଁ ବୁଝି ରଖନ୍ତୁ। ଡାକ୍ତରଙ୍କ ସହ ପରାମର୍ଶ ବେଳେ ପୂର୍ବରୁ ଖାଉଥିବା ଔଷଧ ସମ୍ପର୍କରେ ଜଣାନ୍ତୁ। ଏଲୋପାଥି ସାଥିରେ ଆୟୁର୍ବେଦ କିମ୍ବା ହୋମିଓପାଥି ଔଷଧ ମିଶାଇ ଖାଇବା ଠିକ୍‌ ନୁହେଁ। ପ୍ରେସ୍‌କ୍ରିପ୍ସନ୍‌ରେ ‘ଆଟ୍‌ ବେଡ଼୍‌ ଟାଇମ୍‌’ ଲେଖାଥିଲେ ଶୋଇବାକୁ ଯିବାର ଠିକ୍‌ ପୂର୍ବରୁ ଖାଆନ୍ତୁ। ଦିନରେ ୪ ଥର ଲେଖା ଥିଲେ ୬ ଘଣ୍ଟା ବ୍ୟବଧାନରେ ଖାଆନ୍ତୁ। ଚୋବାଇ ଖାଇବାକୁ ଥିଲେ ପାଟିରେ ଭଲଭାବେ ଚୋବାଇ ଖାଇବା ଦରକାର। ଡାକ୍ତରଙ୍କ ଅକ୍ଷର ପଢ଼ିପାରୁ ନ ଥିଲେ ଦ୍ୱିଧା ନ କରି ପଚାରି ବୁଝିନେବା ଦରକାର। ଅଧିକ ଦିନ ଧରି ଔଷଧ ଖାଉଥିବା ବ୍ୟକ୍ତି ତାଙ୍କ ପୂର୍ବ ଔଷଧର ପ୍ୟାକେଟ୍‌, ରଙ୍ଗ, ବାସ୍ନା, ମୂଲ୍ୟ ଆଦି ବଦଳିଲେ ତାହା ଠିକ୍‌ ଔଷଧ କି ନୁହେଁ ଯାଞ୍ଚ କରନ୍ତୁ। ବଟିକା ଖାଇବାର ଅନେକ ସମୟପରେ ବାନ୍ତିରେ ତାହା ବାହାରି ଆସିଲେ ଡାକ୍ତରଙ୍କୁ ପଚାରି ଔଷଧ ବଦଳାନ୍ତୁ। ଏପରି ଔଷଧ ଭେଜାଲ ହୋଇପାରେ। ବିନା ପ୍ରେସ୍‌କ୍ରିପ୍ସନ୍‌ରେ ଔଷଧ ବ୍ୟବହାର କରିବା ଅନୁଚିତ। ଜୀବାଣୁନାଶକ ଔଷଧ ବ୍ୟବହାର ବେଳେ ତା’ର ବ୍ୟବଧାନ ଓ କେତେ ଦିନ ବ୍ୟବହାର କରିବ ସେଥି ପ୍ରତି ଧ୍ୟାନ ଦେବା ଦରକାର। ଫାର୍ମାସିଷ୍ଟ, ଗୋପାଳପୁର, କଟକ, ମୋ:୯୪୩୭୩୧୯୫୧୯
All Right Reserved By

ସମ୍ପାଦକୀୟ |

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...