ସମ୍ପାଦକୀୟ |

ବିଷଣ୍ଣ ମନ

ବିଷଣ୍ଣ ମନ

ଡ. ଶରତ ଚନ୍ଦ୍ର ରଥ
ଯୋଗାଯୋଗର ସୁବିଧା ଗାଁଠାରୁ ସହର ପର୍ଯ୍ୟନ୍ତ ସର୍ବତ୍ର ବଢିଛି। ରାସ୍ତାଘାଟ, ଯାନବାହନ, ଖବର ପ୍ରେରଣ, ଘରେ ବସି ଫେସ୍‌ବୁକ୍‌, ହ୍ବାଟ୍ସଆପ୍‌ ଜରିଆରେ ଖବର ସଂଗ୍ରହ ଓ ଅନ୍ୟ ସହ ସମ୍ବନ୍ଧ ସ୍ଥାପନ, ନେଟ୍‌ ମାଧ୍ୟମରେ ଜ୍ଞାନ ଅର୍ଜନର କେତେ ସୁବିଧା ଉପଲବ୍ଧ ହେଲାଣି। ଯେଉଁ କାମଟି ପାଇଁ ବାହାରକୁ ଯାଇ ଘଣ୍ଟା ଘଣ୍ଟା ସମୟ ଦେବାକୁ ପଡୁଥିଲା ସେ କାମ ବର୍ତ୍ତମାନ ଘରେ ବସି କ୍ଷଣକରେ କରିହେଉଛି। କଟାଠାରୁ ବଟା ପର୍ଯ୍ୟନ୍ତ, ଭାତଠାରୁ ରୁଟି ପର୍ଯ୍ୟନ୍ତ ସବୁକାମ ଆମ ପାଇଁ ଯନ୍ତ୍ରପାତି କରିଦେଉଛି। ଓଳିଏ ରୋଷେଇ କଲେ ଆରଓଳି ପାଇଁ ଖାଦ୍ୟ ସୁବିଧାରେ ରହିପାରୁଛି। ଦେହକୁ ଗରମ ବାଧିଲା ପର୍ଯ୍ୟନ୍ତ କଥା ଯାଉନାହିଁ। ଘରେ, ଗାଡିରେ ପୁଣି ଅଫିସରେ ଏସି ଖଞ୍ଜା ହୋଇଛି। ଫଳରେ ବହୁ ଲୋକଙ୍କୁ ଖରାଦିନ ଲାଗୁନାହିଁ ଖରାଦିନ ପରି। ସେଦିନ ଜଣେ ବନ୍ଧୁ କହିଲେ ଯେ, ଖରାଦିନେ କମ୍ବଳଟିଏ ପାଖରେ ରଖି ସେ ବିଶ୍ରାମ ନେଉଛନ୍ତି। ଜୀବନ ଏତେ ସହଜ ହୋଇଛି ସତ, ମାତ୍ର ମନ ଯେତେ ସତେଜ ହେବା କଥା ହେଉନାହିଁ, ମଉଳି ଯାଉଛି। ମଳିନ ମନର ଚିହ୍ନ ମୁହଁରେ ଓ କଥାରେ ଫୁଟିଉଠୁଛି। ଆଜିକାଲି ପ୍ରାୟ ଲୋକ ଚିଡିଚିଡି, ଶୂନ୍ୟରେ ତରତର, ଟିକିଏ ସୁବିଧା ପାଇଲେ ଅନ୍ୟକୁ ଠକିଦେବାକୁ ତତ୍ପର, ଯାନବାହନର ଗତିରେ ଅତି ପ୍ରଖର। ଆଉ କାହାର କଥା ପଦେ ଶୁଣିବା ପାଇଁ କାହାର ସମୟ ନାହିଁ କି ଧୈର୍ଯ୍ୟ ନାହିଁ କି ଆଗ୍ରହ ନାହିଁ। ଯେଉଁମାନେ ଅନ୍ୟ ଉପରେ ଚିଡିଚିଡି ହୁଅନ୍ତି, ସେମାନେ ଜାଣିପାରନ୍ତି ନାହିଁ ଯେ ନିଜ ଉପରେ ହିଁ ଚିଡିଚିଡି ହେଉଛନ୍ତି ବୋଲି। ଯେତେ ଖାଇଲେ ମନ ଊଣା, ଯେତେ ପିନ୍ଧିଲେ ମନ ଊଣା, ଯେତେ ପାଇଲେ ମନ ଊଣା। ମନଟି ସବୁବେଳେ ଊଣା, ଯାହାକୁ କୁହାଯାଏ ବିଷଣ୍ଣଭାବ। ଏଇ ବିଷଣ୍ଣଭାବର କେତେ କାରଣ ରହିଛି। ସେଥିରୁ ଗୋଟିଏ ହେଉଛି ଅନ୍ୟଠାରୁ ଶ୍ରଦ୍ଧା, ଆଦର ବା ସମ୍ମାନ ଦାବି କରିବା। ଦାବି କଲେ ଏହା ମିଳେନାହିଁ। ଅନ୍ୟପକ୍ଷରେ ଅନ୍ୟକୁ ଶ୍ରଦ୍ଧା, ଆଦର ବା ସମ୍ମାନ ଜଣାଇଲେ ବିଷଣ୍ଣ ପରିବର୍ତ୍ତେ ପ୍ରସନ୍ନଭାବ ମିଳେ। ଏଇ ପରିପ୍ରେକ୍ଷୀରେ ଶ୍ରୀମା କହନ୍ତି- ”ତୁମକୁ ଏକୁଟିଆ ଲାଗୁଛି କାରଣ ତୁମେ ଅନ୍ୟଠାରୁ ଶ୍ରଦ୍ଧା ବା ଆଦର ଦାବି କରୁଛ। ବିନା ସର୍ତ୍ତରେ ଅନ୍ୟକୁ ଶ୍ରଦ୍ଧା ବା ଆଦର କରି ଶିଖ, ତୁମକୁ ଅବର୍ଣ୍ଣନୀୟ ଆନନ୍ଦ ମିଳିବ। ବିଷଣ୍ଣତାର ଅନ୍ୟ ଏକ କାରଣ ହେଉଛି ହୀନମନ୍ୟତା। ଏହା ଏହି ଭାବ ଆଣେ ଯେ ମତେ ସମସ୍ତେ ହଇରାଣ କରୁଛନ୍ତି, ସମସ୍ତେ ମୋ ବିରୋଧରେ କଥାବାର୍ତ୍ତା ହେଉଛନ୍ତି, ମତେ କେହି ଖାତିର କରୁନାହାନ୍ତି ଇତ୍ୟାଦି। ଅନ୍ୟପକ୍ଷରେ ନିଜକୁ ଅତି ବଡ଼ ଭାବିବାର ମାନସିକତା ବେଳେବେଳେ ବିଷଣ୍ଣଭାବ ଆଣେ। ଏଇ ଯେମିତି ‘ମଁୁ ଏତେ ଭଲମଣିଷ, ଜ୍ଞାନୀ ମଣିଷ, ମତେ କେହି ବୁଝିପାରୁନାହାନ୍ତି, ମତେ ଉପଯୁକ୍ତ ସମ୍ମାନ ମିଳୁନାହିଁ’ ଇତ୍ୟାଦି। ବିଷଣ୍ଣତାର ଆଉ ଏକ କାରଣ ହେଉଛି ଅତୀତକୁ ଝୁରିହେବା ଅଥବା ଘାରିହେବା। ଅତୀତ ଆଉ ଆମ ଆୟତ୍ତରେ ନାହିଁ। ତାକୁ ଘାରିହେଲେ ଦୁଃଖ ବଢିବ ହିଁ ବଢିବ, ଏଥିରେ ସନ୍ଦେହ ନାହିଁ। ଅନ୍ୟ ଏକ କାରଣ ହେଉଛି ଅତ୍ୟଧିକ ଭବିଷ୍ୟତ ଚିନ୍ତା, ପ୍ରବଳ ଦୁଃଖ ମାଡିଆସିବାର ଅତ୍ୟନ୍ତ ଭୟ। ଭବିଷ୍ୟତ ଅନାଗତ, ସେ ଭାବନାରେ ଅତ୍ୟଧିକ ମଜ୍ଜି ରହିଲେ ବହୁ ଅଯଥା ପ୍ରଶ୍ନ ମନ ଭିତରକୁ ପଶେ ଓ ମନକୁ ଭାରାକ୍ରାନ୍ତ କରିଦିଏ। ଆଖିରୁ ନିଦ ହଜେଇଦିଏ, ପାଟିରୁ ଖାଦ୍ୟ ଛଡାଇନିଏ। ବଞ୍ଚତ୍ବା କଳାର ଦୁଇ ଦିଗ- ଭାବବାଦ ଓ ହେତୁବାଦ ଭିତରୁ ହେତୁବାଦ ପ୍ରାୟତଃ ଅଧିକ ବିଷଣ୍ଣଭାବ ଆଣିଦିଏ, ଯେତେବେଳେ କି ଯୁକ୍ତି ମାଧ୍ୟମରେ ସବୁ ସମସ୍ୟାର ସମାଧାନ କରିହୁଏ ନାହିଁ। ଭାବବାଦର ଲୋଡ଼ା ପଡେ। ଭାବର ସହିତ ପଦେ କଥାରେ ବହୁ ସମସ୍ୟା ତୁଟିଯାଏ, ମାତ୍ର ଯୁକ୍ତିରେ କଥା ବଢ଼େ। ତେଣୁ ତ କୁହାଯାଏ, ‘କଥା ମାଜିଲେ ମୋଟ, ସୂତା ମାଜିଲେ ସରୁ।’ ସନ୍ତୋଷଭାବ ବସ୍ତୁର ପରିମାଣରେ ନ ଥାଏ, ମନରେ ଥାଏ। ସନ୍ତୋଷଭାବ ଆସିଲେ ବିଷଣ୍ଣଭାବ ଚାଲିଯାଏ କାରଣ ଦୁଇଟିଯାକ ଏକାଠି ରହିପାରନ୍ତି ନାହିଁ। ଅସନ୍ତୁଷ୍ଟ ହେବାର ପ୍ରକୃତି ବହୁ ଲୋକଙ୍କ ପାଖରେ ଥାଏ। ସେମାନେ ଯାହା ଚାହାନ୍ତି ତାହା ଭୁଲ୍‌ ହେଉ କି ଠିକ୍‌ ପାଆନ୍ତି ନାହିଁ ବୋଲି ବିଷଣ୍ଣ ହୁଅନ୍ତି, ପୁଣି ଯାହା ପାଇଥାନ୍ତି ତାକୁ ଠିକ୍‌ ଭାବରେ ବୁଝିପାରନ୍ତି ନାହିଁ ବୋଲି ବିଷଣ୍ଣ ହୁଅନ୍ତି। ନିରାକରଣ ନିମନ୍ତେ କେତେଗୋଟି ନୀତିନିୟମ ମାନିବା ଲୋଡା। ଏଇ ଯେମିତି ନିଜକୁ ସାନ ବା ବଡ଼ ନ ଭାବିବା, ନିଜେ ଯାହା ନିଜକୁ ତାହା ବୋଲି ଭାବିବା, ଅନ୍ୟର ନିନ୍ଦାରେ ଭାଙ୍ଗି ନ ପଡିବା, ଯାହା ଘଟିଛି ତାହା ଘଟିବାର ଥିଲା ବୋଲି ବିଚାରିବା, ଅତୀତକୁ ଘାରି ନ ହୋଇ ଅତୀତରୁ ଅଭିଜ୍ଞତା ସଂଗ୍ରହ କରିବା, ଅନାଗତ ଭବିଷ୍ୟତ ପାଇଁ ବିବ୍ରତ ବା ବିଚଳିତ ନ ହେବା, ବର୍ତ୍ତମାନରେ ବଞ୍ଚିବା ପାଇଁ ଅଧିକ ମନୋଯୋଗ ଦେବା, ହତାଶା ଆସୁଥିଲେ ଇଚ୍ଛା କରି ଆଶାବାଦୀ ହେବା, କାହାକୁ ନିଜ ଛାଞ୍ଚରେ ନ ପକାଇବା, ସ୍ଥାନକାଳପାତ୍ର ଦେଖି କଥା କହିବା, କିଛି ନିଷ୍ପତ୍ତି ନେବା ପୂର୍ବରୁ ଆଉଥରେ ଭାବିନେବା, ଆଉ କାହା ସହିତ ଧନଜନମାନଯଶରେ ନିଜକୁ ତୁଳନା ନ କରିବା, ବେଶି କିଛି ନ ଜାଣି ହଠାତ୍‌ କାହା ନିମନ୍ତେ କିଛି ମନ୍ତବ୍ୟ ନ ଦେବା ଇତ୍ୟାଦି। ଏ ସବୁ ସହିତ ଆଉ ଏକ ବିରାଟ ଶକ୍ତିକୁ ଯେଉଁ ନାମରେ ହେଉ ପଛକେ ମାନି ତାଙ୍କଠାରେ ବିଶ୍ୱାସ ରଖିବା ଦ୍ୱାରା ବିଷଣ୍ଣଭାବ ବହୁ ପରିମାଣରେ ଦୂର ହୋଇଯିବା ସ୍ବାଭାବିକ, ଏଥିରେ ସନ୍ଦେହ ନାହିଁ।
କେଦାରଗୌରୀ ଆପାର୍ଟମେଣ୍ଟ, ଭୁବନେଶ୍ୱର, ମୋ- ୯୪୩୭୭୫୬୨୪୦

All Right Reserved By

ସମ୍ପାଦକୀୟ |

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପଞ୍ଚଗବ୍ୟ: ଏକ ଟନିକ୍‌ ଓ ଔଷଧ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ପୂର୍ବରୁ ଏହି ସ୍ତମ୍ଭରେ ଶସ୍ୟକ୍ଷେତ୍ରରେ ପଞ୍ଚଗବ୍ୟର ବ୍ୟବହାର ଉପରେ ଏକ ନିବନ୍ଧ ଲେଖିଥିଲି। ବହୁବର୍ଷର ଗବେଷଣା ପରେ ଉକ୍ତ ପୁସ୍ତକ ଲେଖିଥିବା ଡ. କେ. ନଟରାଜନ୍‌ ଏଥିରେ ପ୍ରାଣୀମାନଙ୍କ ଉପରେ ପଞ୍ଚଗବ୍ୟର ପ୍ରଭାବ ସମ୍ବନ୍ଧରେ ମଧ୍ୟ ଏକ ଅଧ୍ୟାୟ ଲେଖିଛନ୍ତି। ଗଛଲତା ଉପରେ ଅଧ୍ୟୟନ ପରେ ତାଙ୍କ ଗବେଷକ ଦଳ ପ୍ରାଣୀ ଓ ମନୁଷ୍ୟ ଉପରେ ଅଧ୍ୟୟନ ଆରମ୍ଭ କରିଦେଇଥିଲେ। ପୂର୍ବ ନିବନ୍ଧଟି ଯେଉଁମାନେ ପଢ଼ି ନ ଥିବେ ସେମାନଙ୍କ ପାଇଁ ଏହାର ପ୍ରସ୍ତୁତି ପ୍ରଣାଳୀ ନିମ୍ନରେ ଆଉ ଥରେ ଲେଖୁଛି।...

ଅଭାବର ଚିତ୍ରପଟ

ଅଭାବର ଚିତ୍ରପଟ

ଡ. ସୁବାସ ଚନ୍ଦ୍ର ପାତ୍ର ଦାରିଦ୍ର୍ୟର ମାତ୍ରା ତଥା କିସମ ଅଛି। ବିଭିନ୍ନ ପ୍ରକାର ଦାରିଦ୍ର୍ୟରେ ମଣିଷ ହନ୍ତସନ୍ତ କିନ୍ତୁ ଅର୍ଥନୈତିକ ଦାରିଦ୍ର୍ୟ ମଣିଷକୁ ବେଶି ନିପୀଡ଼ିତ କରେ କାରଣ ତା’ର ପ୍ରଭାବ ଦୃଶ୍ୟମାନ। ସବୁ ଦରିଦ୍ରତା ପଛରେ ଥାଏ ଏକ ଅଭାବବୋଧ ଏବଂ ଏହି ଅଭାବ ଯେତେବେଳେ ସର୍ବବ୍ୟାପୀ ଓ ସର୍ବଗ୍ରାସୀ ହୋଇଯାଏ ସେଇଠି ଦାରିଦ୍ର୍ୟ ହୋଇପଡ଼େ ଦୁର୍ବିଷହ।...

ପତିତପାବନ ଯାତ୍ରା

ପତିତପାବନ ଯାତ୍ରା

ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପୁରୁଷୋତ୍ତମ ଜଗନ୍ନାଥ ଦିବ୍ୟ ନୀଳାଚଳରେ ଅନାଦିକାଳରୁ ଦାରବୀ ଲୀଳା ସଂରଚନା କରିଛନ୍ତି। ତାଙ୍କ ଦିବ୍ୟ ଲୀଳାକୁ ଦୁଇଭାଗରେ ବିଭକ୍ତ କରାଯାଇଛି- ଶ୍ରୀମନ୍ଦିର ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ସ୍ବରୂପରେ ଐଶ୍ୱର୍ଯ୍ୟଲୀଳା ଏବଂ ରଥଯାତ୍ରାରେ ଅଗଣିତ ଭକ୍ତଙ୍କ ସହିତ ମାଧୁର୍ଯ୍ୟଲୀଳା। ତାଙ୍କର ଏହି ମାଧୁର୍ଯ୍ୟଲୀଳା ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱମାନସକୁ ଉଦ୍‌ବୁଦ୍ଧ କରିଆସିଛି। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବାକୁ ଶ୍ରୀକ୍ଷେତ୍ର ଆଗମନ କରିଥାନ୍ତି। ଏହି ଯାତ୍ରାରେ ପ୍ରଭୁ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଦିନେ ନା ଦିନେ ସଫଳତା ଆଣି ଦେଇଥାଏ। ଯାହାକି ପୂର୍ବ ବାଙ୍ଗାଲୋରର ଲିଙ୍ଗରାଜପୁରମ୍‌ ଅଞ୍ଚଳରେ ବାସ କରୁଥିବା ଜଣେ ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସ୍ବାମୀଙ୍କ କ୍ଷଣିକ ରାଗର ଶିକାର ହୋଇ ନିଜର ମୁଖମଣ୍ଡଳର ସୌନ୍ଦର୍ଯ୍ୟକୁ ହରାଇଥିବା ଅନୀଥା ପାର୍କର ମେରୀ ନାମ୍ନୀ ଜଣେ ମହିଳା ଦୀର୍ଘ ୧୮ବର୍ଷ ଧରି ସଂଘର୍ଷ କରିବା ପରେ ଏବେ ସ୍ବାବଲମ୍ବୀ ହୋଇପାରିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଏକ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତାଙ୍କ ସହଯୋଗରେ ଅନୀଥା ଏକ ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ସାମାନ୍ୟ କଥାକୁ କେନ୍ଦ୍ର କରି ୧୮ବର୍ଷ ତଳେ ଅନୀଥାଙ୍କ ସ୍ବାମୀ ଏକ ଜଳନ୍ତା ଲଣ୍ଠନକୁ ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏଥିରେ ଅନୀଥାଙ୍କ ମୁହଁ ଓ ଶରୀରର ବିଭିନ୍ନ ଅଂଶ ପୋଡ଼ି ଯାଇଥିଲା। ଦୀର୍ଘଦିନ ଧରି ଚିକିତ୍ସିତ...

ସାମରିକ ପ୍ରଶିକ୍ଷିତ ଯୁବକ

ସାମରିକ ପ୍ରଶିକ୍ଷିତ ଯୁବକ

ସମ୍ପାଦକୀୟ/ତଥାଗତ ସତପଥୀ ଭାରତର ବିରାଟ ଯୁବଶକ୍ତିକୁ କାର୍ଯ୍ୟରେ ଲଗାଇବା ସକାଶେ କେନ୍ଦ୍ର ସରକାର ଜାତୀୟ ଯୁବ ସଶକ୍ତୀକରଣ ଯୋଜନା (ଏନ୍‌-ଓ୍ବାଇଇଏସ୍‌) ସୃଷ୍ଟି ଲାଗି ଚିନ୍ତା କରିଛନ୍ତି। ଏଥିରେ ପ୍ରତିବର୍ଷ ୧୦ ଲକ୍ଷ ଯୁବତୀଯୁବକ ବିଶେଷକରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କୁ ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାର ବ୍ୟବସ୍ଥା କରାଯାଇପାରେ। ଏମାନଙ୍କୁ ୧୨ ମାସ ପାଇଁ ଷ୍ଟାଇପେଣ୍ଡ୍‌ ଦିଆଯାଇ ସାମରିକ ତାଲିମ ଦିଆଗଲେ ସେମାନେ ପ୍ରତିରକ୍ଷା, ଅର୍ଦ୍ଧସାମରିକ ବଳ ଏବଂ ପୋଲିସ ବାହିନୀରେ ନିଯୁ....

 ବୋଲକରା ବୋଲ୍‌ ବମ୍‌

ବୋଲକରା ବୋଲ୍‌ ବମ୍‌

ବୈଷ୍ଣବ ଚରଣ ମହାନ୍ତି ‘ବୋଲ୍‌ ବମ୍‌...ହର ହର ବମ୍‌...ଭୋଲା ବାବା ପାର୍‌ କରେଗା...ଜଟିଆ ବାବା ପାର୍‌ କରେଗା...’- ଏ ଡାକ ହେଉଛି କାଉଡ଼ିଆମାନଙ୍କର। ଦିନ ଥିଲା କାଉଡ଼ିଆ ଶବ୍ଦଟାର ଅର୍ଥ କାଢ଼ିବାକୁ ଅଭିଧାନ ଖେଳେଇବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ଏ ଶବ୍ଦଟା ଖୁବ୍‌ ସାଧାରଣ ହୋଇଯାଇଛି ଏବଂ ଓଡ଼ିଶାର ଗଁାଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଆଡ଼େ ସବୁରି ତୁଣ୍ଡରେ ଆସ୍ଥାନ ଜମେଇ ବସିଛି। ଏଇମାତ୍ର କୋଡ଼ିଏ ପଚିଶ ବର୍ଷ ତଳେ କାଉଡ଼ିଆ କ’ଣ କେହି ଜାଣି ନ ଥିଲେ। ପ୍ରଥମେ ଜଣେ ଦି’ଜଣ ପାଣିଭାର ଧରି ରାସ୍ତାରେ ଯାଉଥିବାର ଦେଖି ଲୋକେ କୌତୂହଳୀ ହେଇ ଚାହଁୁଥିଲେ, ଏବେ ତ ପିମ୍ପୁଡ଼ି ଧାର ପରି ରାସ୍ତାସାରା କାଉଡ଼ିଆଙ୍କ ...

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଅମର୍ତ୍ତ୍ୟର ପାରିଜାତ: ନୀଳାଦ୍ରିନାଥ

ଡ. ଶରତ ଚନ୍ଦ୍ର ରଥ ହେ ନୀଳାଦ୍ରିନାଥ! ତୁମକୁ ସହସ୍ର ପ୍ରଣାମ। ତୁମେ ଅନନ୍ତ, ତୁମ ମହିମା ଅନନ୍ତ। ତୁମ ମହିମାର ଲଳିତ ସଙ୍ଗୀତ ଝରିପଡେ ବିହଙ୍ଗ ଗାନରେ, ଝରଣାର ଝର୍ଝର ତାନରେ। ତୁମ ଅଙ୍ଗର ସୁବାସ ଫୁଟିପଡେ ଫୁଲର ସୁରଭିରେ, ତୁମ ସ୍ମିତହାସ୍ୟର ମଧୁରିମା ଫିଟିପଡେ ଜୋଛନାର ଲାବଣ୍ୟରେ। ତୁମେ ସର୍ବମୟ କର୍ତ୍ତା, ବିଶ୍ୱବିଧାତା, ତୁମକୁ କଳିବାକୁ ମୁଁ ଶକ୍ତିହୀନ, ତୁମେ ବିଶାଳ ନୀଳସିନ୍ଧୁ, ମୁଁ କ୍ଷୀଣ ଏକ ଜଳାଧାର।...

ଏଇ ଭାରତରେ

ଏଇ ଭାରତରେ

ବର୍ତ୍ତମାନ ପରିବେଶକୁ ବହୁ ଭାବରେ ପ୍ରଦୂଷଣ କରୁଛି ପ୍ଲାଷ୍ଟିକ୍‌। ଏହାଦ୍ୱାରା ଜଳ, ସ୍ଥଳ, ମୃତ୍ତିକା ପ୍ରଦୂଷଣ ହେଉଛି। ପ୍ଲାଷ୍ଟିକ୍‌ ଜରିରେ ବାସିଖାଦ୍ୟ ରଖି ବାହାରେ ଫିଙ୍ଗାଯାଉଥିବାରୁ ଏହାକୁ ଖାଇ ବହୁ ଗୋରୁ, ଛେଳି, କୁକୁର ଅସୁସ୍ଥ ହେଉଛନ୍ତି। ଅନେକ ପ୍ରାଣୀ ମୃତ୍ୟୁବରଣ କରୁଛନ୍ତି। ସମୁଦ୍ରରେ ପ୍ଲାଷ୍ଟିକ୍‌ ବୋତଲ, ପଲିଥିନ୍‌, ଜରି ପ୍ରଭୃତିର ଭାସମାନ ପାହାଡ଼ ସୃଷ୍ଟି ହେଉଛି। ଏହା ଜଳଜନ୍ତୁଙ୍କ ପାଇଁ ବଇରୀ ସାଜିଛି। ଏଣୁ ସମ୍ପ୍ରତି ପ୍ଲାଷ୍ଟିକ୍‌ ଓ ପଲିଥିନ୍‌ର ବ୍ୟବହାରକୁ ହ୍ରାସ କରିବା ପାଇଁ ସବୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି...

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ସମ୍ପାଦକୀୟ/ଅଯୋଗ୍ୟ ଯୁବପିଢ଼ି

ଭାରତରେ ପିଲାମାନଙ୍କୁ ବଡ଼ ହେଲେ କ’ଣ ହେବ ବୋଲି ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ ସର୍ବଦା ପଚରାଯାଇଆସୁଛି। ପ୍ରାୟ ଅଧିକାଂଶଙ୍କଠାରୁ ଉତ୍ତର ମିଳିଆସୁଛି ଡାକ୍ତର ଓ ଇଞ୍ଜିନିୟର ହେବେ। ଯଦିଓ ଛୁଆଟିଏ ଏହି ପାଠ୍ୟକ୍ରମ ସହିତ ଅଭ୍ୟସ୍ତ ନ ଥାଏ, ତଥାପି ମାତାପିତାଙ୍କ ଅଭିଳଷିତ ସ୍ବପ୍ନ ପିଲାଙ୍କ ଉପରେ ଅଜାଡ଼ି ହୋଇଯାଇଥାଏ ବୋଲି କୁହାଯାଏ। ଏବେ ଏହି ଦୁଇ ବୃତ୍ତିରେ ଘରୋଇ କଲେଜରେ ନାମ ଲେଖାଉଥିବା ପିଲାଙ୍କ ବିଷୟରେ ଅନେକ ନକାରାତ୍ମକ ତଥ୍ୟ ସାମ୍ନାକୁ ଆସିବା ଆରମ୍ଭ କଲାଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୭ରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ଅନ୍ତର୍ଗତ ଫିଜିକ୍ସ (ପଦାର୍ଥ ବିଜ୍ଞାନ) ଓ କେମିଷ୍ଟ୍ରି (ରସାୟନ ବିଜ୍ଞାନ) ବିଷୟବସ୍ତୁରେ ୫୧୦ ବିଦ୍ୟାର୍ଥୀ ଶୂନ ...

 ବଳାତ୍କାର ଓ ସାମାଜିକ ବିଫଳତା

ବଳାତ୍କାର ଓ ସାମାଜିକ ବିଫଳତା

ସବ୍ୟସାଚୀ ଅମିତାଭ ବଳାତ୍କାର କେବଳ ଦଣ୍ଡନୀୟ ଅପରାଧ ନୁହେଁ ବରଂ ଦେଶ ଓ ସମାଜ ପାଇଁ ଲଜ୍ଜା। ଇତିମଧ୍ୟରେ କେନ୍ଦ୍ର କ୍ୟାବିନେଟ୍‌ କ୍ରିମିନାଲ ଲ’ ସଂଶୋଧନ ଅଧ୍ୟାଦେଶ ଆଣିିଛନ୍ତି। ଏଥିରେ ୧୨ ବର୍ଷ ପର୍ଯ୍ୟନ୍ତ ନାବାଳିକା ଓ ଶିଶୁଙ୍କ ସହ ବଳାତ୍କାର କରୁଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି। ଅତୀତରେ ନିର୍ଭୟା କାଣ୍ଡ ସାରା ଦେଶକୁ ବିଚଳିତ କରିଥିଲା। ସେତେବେଳେ ବି ଆଇନରେ ସଂଶୋଧନ ଅଣାଯାଇଥିଲା। ନାବାଳକ ବା କିଶୋରଙ୍କ ଦ୍ୱାରା କରାଯାଉଥିବା ଜଘନ୍ୟ ଅପରାଧରେ ବିଚାର ପାଇଁ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷ ବଦଳରେ ୧୬ ବର୍ଷ କରାଯାଇଥିଲା। ପୋକ୍‌ସୋ ଆଇନକୁ କଡା କରାଯାଇସାରିଛି।...

ଅପରିଣାମଦର୍ଶୀ ମଣିଷ

ଅପରିଣାମଦର୍ଶୀ ମଣିଷ

ବୈକୁଣ୍ଠନାଥ ମିଶ୍ର ଏକଦା ଜଣେ ଆଧୁନିକ ଶିକ୍ଷିତ ଯୁବକ ବନ୍ଧୁମାନଙ୍କ ସହ ଶିକାର ଓ ବଣଭୋଜି ପାଇଁ ଘୋର ଜଙ୍ଗଲ ମଧ୍ୟକୁ ଯାଇ ବାଟବଣା ହୋଇଗଲେ। ଏଣେତେଣେ ବୁଲୁ ବୁଲୁ ଯୁବକ ଦେଖିଲେ ତାଙ୍କୁ ବଣର ସବୁ ପ୍ରାଣୀ ଘେରି ଯାଇଛନ୍ତି। ଯୁବକଙ୍କୁ ଭୟଭୀତ ହେବାର ଦେଖି ପଶୁରାଜ ସିଂହ କହିଲା, ଭୟ କରନାହିଁ ଯୁବକ। ଆଜି ତୁମ ସହ ଆମର ଏକ ଆଲୋଚନା ସଭା ଅନୁଷ୍ଠିତ ହେବ। ଆଲୋଚନାର ପ୍ରସଙ୍ଗ ପଶୁ-ମଣିଷ ସମ୍ପର୍କ। ଏଥିରେ ତୁମେ ତୁମର ଓ ଆମେ ଆମର ବକ୍ତବ୍ୟ ରଖିବୁ। ଆମେ ପରାସ୍ତ ହେଲେ ପୂର୍ବବତ୍‌ ତୁମର ବଶ୍ୟତା ସ୍ବୀକାର କରିବୁ ଏବଂ ତୁମେ ପରାସ୍ତ ହେଲେ ଆମ୍ଭମାନଙ୍କୁ ଶିକାର କରିବ ନାହିଁ କିମ୍ବା ଆମ ବାସସ୍ଥାନ ଉପରେ କର୍ତ୍ତୃତ୍ୱ ଜାହିର କରି ଏହାକୁ ଧ୍ୱଂସ କରିବ ନାହିଁ। ଆମ ଆଲୋଚନାର ସାକ୍ଷୀ ରହିବେ ଏ ବନଭୂମି ଓ ବୃକ୍ଷଲତା।...

ଏଇ ଭାରତରେ

ଏଇ ଭାରତରେ

ସମାଜରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଅର୍ଥ ଏବଂ ଯୋଗାଡ଼ଯନ୍ତ୍ର ଅଭାବରୁ ବିବାହ କରିପାରି ନ ଥାନ୍ତି। ସେହି ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଯୁବତୀଯୁବକଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରିବା ପାଇଁ ଜାଫ୍ରି କାଉନସିଲ୍‌ ଆଗେଇ ଆସିଛି। ଦୀର୍ଘ ୪ବର୍ଷ ଧରି ଏହି ଅନୁଷ୍ଠାନ ବର୍ଷକୁ ଥରେ ଗଣବିବାହ ଆୟୋଜନ କରିଆସୁଛି। ଚଳିତ ବର୍ଷ ଶ୍ରୀନଗରରେ ଆୟୋଜିତ ଗଣବିବାହ କାର୍ଯ୍ୟକ୍ରମରେ ୧୦୫ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଉକ୍ତ ରାଜ୍ୟର ବିଭିନ୍ନ ଜିଲାରୁ ଆର୍ଥତ୍କ ଦୁର୍ବଳ ଶ୍ରେଣୀର କନ୍ୟାବର ସାମିଲ ହୋଇଥିଲେ। ଏହା ଏକ ସରଳ ତଥା ନିରାଡମ୍ବର ବିବାହ ଉତ୍ସବ ଥିଲା। ରବିବାର ଅମରସିଂ କ୍ଲବ୍‌ଠାରେ ଧର୍ମୀୟ ତଥା ସାମାଜିକ ସଂଗଠନ ଜାଫ୍ରି କାଉନସିଲ୍‌ ଦ୍ୱାରା ଏହା ଆୟୋଜିତ ହୋଇଥିଲା। ଉକ୍ତ କାଉନସିଲ୍‌ ପୂର୍ବରୁ ଗଣବିବାହ ଆୟୋଜନ କରାଇଥିଲେ ମଧ୍ୟ ଏଥର ସଂଖ୍ୟା ଥିଲା ସବୁଠୁ ଅଧିକ। ବିବାହ କରିବାକୁ ଥିବା କନ୍ୟାବର ଏହି ସଂଗଠନରେ ପ୍ରଥମେ ନାମ ...

Model This Week

ରୂପେଶ