Dharitri News
ବାଣିଜ୍ୟ |

ଦେଶରେ ୬୦ ହଜାରରୁ ଊର୍ଦ୍ଧ୍ୱ ପେଟ୍ରୋଲ ପମ୍ପ

ଦେଶରେ ୬୦ ହଜାରରୁ ଊର୍ଦ୍ଧ୍ୱ ପେଟ୍ରୋଲ ପମ୍ପ ନୂଆଦିଲ୍ଲୀ/ଭୁବନେଶ୍ୱର,୨୯-୧୧(ବ୍ୟୁରୋ) ଗତ ୬ ବର୍ଷ ମଧ୍ୟରେ ଦେଶରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ୪୫% ବୃଦ୍ଧି ଘଟିଛି। ସମଗ୍ର ବିଶ୍ୱରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ଏହା ସର୍ବୋଚ୍ଚ ଅଭିବୃଦ୍ଧି ହାର। ରାଷ୍ଟ୍ରାୟତ୍ତ ଏବଂ ଘରୋଇ ତୈଳ କମ୍ପାନୀଗୁଡିକ ରିଟେଲିଂ ସାଇଟ୍‌ଗୁଡିକରେ ବୃହତ୍‌ ମାତ୍ରାରେ ପେଟ୍ରୋଲ ପମ୍ପମାନ ଖୋଲୁଥିବାରୁ ଏହି ସଂଖ୍ୟାରେ ବଡ ଧରଣର ବୃଦ୍ଧି ଘଟିଛି। ଅକ୍ଟୋବର ଶେଷ ସୁଦ୍ଧା ଦେଶରେ ୬୦,୭୯୯ ଆଉଟ୍‌ଲେଟ୍‌ ଥିବା ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ୍‌ ପ୍ଲାନିଂ ଏବଂ ଆନାଲିସିସ୍‌ ସେଲ୍‌ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ଅନ୍ୟପକ୍ଷରେ, ଓଡ଼ିଶାରେ ଏହି ସଂଖ୍ୟା ୧,୬୦୦ରୁ ଅଧିକ ରହିଥିବାବେଳେ ଗ୍ରାମାଞ୍ଚଳରେ ମାତ୍ର ୧୦% ପେଟ୍ରୋଲ ପମ୍ପ ରହିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ(ଓଡ଼ିଶା)ର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ପେଟ୍ରୋଲିୟମ୍‌ ଡିଲର ସଂଘ(ନୂଆଦିଲ୍ଲୀ)ର ମହାସଚିବ ସଞ୍ଜୟ ଲାଠ୍‌ ପ୍ରକାଶ କରିଛନ୍ତି। ଗ୍ରାମାଞ୍ଚଳରେ ଏକ ପେଟ୍ରୋଲ ପମ୍ପରେ ବାର୍ଷିକ ବ୍ୟୟ ଯେଉଁ ଅନୁସାରେ ରହୁଛି ସେହି ଅନୁସାରେ ଆୟ ନାହିଁ। ଷ୍ଟାଫ ଦରମା, ପମ୍ପର ରକ୍ଷଣାବେକ୍ଷଣ ଖର୍ଚ୍ଚ ତା’ଛଡା ଭିତ୍ତିଭୂମିର ଅଭାବ ଯୋଗୁ ଏଠାରେ ପେଟ୍ରୋଲ ପମ୍ପ ଖୋଲିବା ପାଇଁ ଡିଲରମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି। ଗ୍ରାମାଞ୍ଚଳରେ ଚାହିଦା ନାହିଁ। ଚାହିଦା ନ ରହିବାର କାରଣ ହେଉଛି ଗୋଟିଏ ସ୍ଥାନରେ ଯଦି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ସାଧାରଣ ପମ୍ପଟିଏ ଖୋଲିଛି, ଉକ୍ତ ସ୍ଥାନଠାରୁ ମାତ୍ର କିଛି ଦୂରତ୍ୱ ମଧ୍ୟରେ ଆଉ ଏକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ଗ୍ରାମୀଣ ପମ୍ପ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଉଛି। ସରକାର ୩ଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀକୁ ଗ୍ରାମୀଣ ପମ୍ପ ଖୋଲିବାର ଅନୁମତି ଦେଇଛନ୍ତି। ଏଭଳି କ୍ଷେତ୍ରରେ ଗୋଟିଏ ଅଞ୍ଚଳରେ ଯଦି ୩ଟି ଯାକ ରାଷ୍ଟ୍ରାୟତ୍ତ କମ୍ପାନୀ ପେଟ୍ରୋଲ ପମ୍ପ ଖୋଲିବେ ତା’ହେଲେ ଉପଭୋକ୍ତା ପରସ୍ପର ମଧ୍ୟରେ ବାଣ୍ଟି ହୋଇଯିବେ। ଗ୍ରାମାଞ୍ଚଳର ଜନସଂଖ୍ୟା ଯାହା ଏହି ସଂଖ୍ୟା ୩ଟି ଯାକ କମ୍ପାନୀ ମଧ୍ୟରେ ବାଣ୍ଟି ହୋଇଗଲେ କାହାର ଲାଭ ହେବ ନାହିଁ। ତେଣୁ କମ୍ପାନୀଗୁଡିକ ଗ୍ରାମାଞ୍ଚଳରେ ପମ୍ପ ଖୋଲିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ଲାଠ୍‌ କହିଛନ୍ତି। ସରକାରଙ୍କ ନୀତିନିୟମ ଠିକ୍‌ ରହୁ ନ ଥିବା କାରଣରୁ ଏହି ସମସ୍ୟା ସୃଷ୍ଟି ହେଉଥିବା ସେ କହିଛନ୍ତି। ଘରୋଇ କମ୍ପାନୀଗୁଡିକ କ୍ଷେତ୍ରରେ କିନ୍ତୁ ଏହି ସମସ୍ୟା ଦେଖା ଦେଉ ନ ଥିବା ସେ କହିଛନ୍ତି। ପେଟ୍ରୋଲ ପମ୍ପ ସଂଖ୍ୟାରେ ଭାରତ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନା ୨ଟି ରାଷ୍ଟ୍ର ପଛରେ ରହିଛି। ୨୦୧୧ରେ ଦେଶରେ ୪୧,୯୪୭ ସଂଖ୍ୟକ ପେଟ୍ରୋଲ ପମ୍ପ ଥିଲା। ଏଥିମଧ୍ୟରୁ ୨,୯୮୩ ସଂଖ୍ୟକ ପମ୍ପ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ଏସାର ଅଏଲ୍‌ ଭଳି ଘରୋଇ କମ୍ପାନୀ ଅଧୀନରେ ରହିଥିଲା। ବର୍ତ୍ତମାନ ଘରୋଇ କମ୍ପାନୀଗୁଡିକର ୫,୪୭୪ ସଂଖ୍ୟକ ପେଟ୍ରୋଲ ପମ୍ପ ରହିଛି। ଘରୋଇ କମ୍ପାନୀଗୁଡିକ ମଧ୍ୟରେ ଏସାର ଅଏଲ୍‌ର ସର୍ବାଧିକ ୩,୯୮୦ ପେଟ୍ରୋଲ ପମ୍ପ ରହିଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଚାଇନାରେ ପାଖାପାଖି ୧ ଲକ୍ଷ ଲେଖାଏ ପେଟ୍ରୋଲ ପମ୍ପ ରହିଥିବା ପେଟ୍ରୋଲିୟମ୍‌ ପ୍ଲାନିଂ ଏବଂ ଆନାଲିସିସ୍‌ ସେଲ୍‌ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି। ସମଗ୍ର ବିଶ୍ୱର କେତେକ ରାଷ୍ଟ୍ରରେ ପେଟ୍ରୋଲ ପମ୍ପ ସଂଖ୍ୟାରେ ହ୍ରାସ ଘଟିଛି। ଏହାର କାରଣ ହେଉଛି ଉକ୍ତ ରାଷ୍ଟ୍ରଗୁଡିକ ଇଲେକ୍ଟ୍ରିକ୍‌ ଭେଇକିଲ୍‌ ତଥା ବିକଳ୍ପ ଇନ୍ଧନମୁହାଁ ହୋଇଛନ୍ତି। ଭାରତ ସମଗ୍ର ବିଶ୍ୱରେ ଅନ୍ୟତମ ବୃହତ୍‌ ତୈଳ ବ୍ୟବହାରକାରୀ ରାଷ୍ଟ୍ର ହୋଇଥିବାରୁ ଏଠାରେ ଏହି ସଂଖ୍ୟା ବଢ଼ିଛି। ୨୦୧୧ ଏବଂ ୨୦୧୭ ମଧ୍ୟରେ ଭାରତରେ ୧୮,୮୫୨ ସଂଖ୍ୟକ ନୂଆ ଆଉଟ୍‌ଲେଟ୍‌ ଖୋଲିଛି। ୬୦,୭୯୯ ସଂଖ୍ୟକ ପେଟ୍ରୋଲ ପମ୍ପ ମଧ୍ୟରୁ ୫୫,୩୨୫ ସଂଖ୍ୟକ ପମ୍ପ ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ଦ୍ୱାରା ଅଧିକୃତ ବୋଲି ତୈଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ।

ବାଣିଜ୍ୟ |

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

୧୦% ବଢ଼ିପାରେ ଖାଦ୍ୟ ସବ୍‌ସିଡି ବିଲ୍‌

ଆସନ୍ତା ବଜେଟ୍‌ରେ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ବିଲ୍‌ ବାବଦ ବ୍ୟୟବରାଦରେ ୧୦% ବୃଦ୍ଧି ଘଟାଇପାରନ୍ତି। ଏଥିପାଇଁ ବଜେଟ୍‌ରେ ୧.୬୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି।

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

କାନାରା ବ୍ୟାଙ୍କର ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା

ଭୁବନେଶ୍ୱର,୧୬-୧ କାନାରା ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱର ମଣ୍ଡଳ କାର୍ଯ୍ୟାଳୟରେ ଚିତ୍ର କିଛି କହେ ଶୀର୍ଷକ ଆନ୍ତଃ ବ୍ୟାଙ୍କ ହିନ୍ଦୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନଗର ରାଜଭାଷା କମିଟି ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ଟେଲିକମ୍‌ ଶିଳ୍ପରେ ହେବ ବଡ ଛଟେଇ

ବମ୍ବେ,୧୫-୧(ପି.ଟି.) ଏକଦା ଅନ୍ୟତମ ଦୀପ୍ତିମାନ ଶିଳ୍ପ ଭାବେ ପ୍ରତିପାଦିତ ହେଉଥିଲା ଦେଶର ଟେଲିକମ୍‌ ଶିଳ୍ପ। ନମ୍ବର ୧ ନିଯୁକ୍ତି ପ୍ରଦାନକାରୀ ଭାବେ ଏହା ପରିଗଣିତ ହେଉଥିଲା। କିନ୍ତୁ ଏବେ ଏହି ଶିଳ୍ପ ନିଜର ଚମକ ହରାଇଛି। ଅନିଶ୍ଚିତତା ମଧ୍ୟ ଦେଇ ଏହା ଗତି କରୁଛି।

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ସର୍ବନିମ୍ନ ବିକଳ୍ପ ଟିକସ ହ୍ରାସ କରି ପାରେ ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫-୧ ଆଗାମୀ ବଜେଟରେ ଅର୍ଥ ମନ୍ତ୍ରଣାଳୟ ସର୍ବନିମ୍ନ ବିକଳ୍ପ ଟିକସ(ମ୍ୟାଟ୍‌) ହ୍ରାସ କରିପାରେ। ଆମେରିକାର ଟିକସ ସଂସ୍କାର ଯୋଗୁ ବଜାର ଉପରେ ପଡୁଥିବା ପ୍ରଭାବକୁ ନଜରରେ ରଖି ସରକାର ଏହି ଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ବଜାର ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି।

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ରିୟଲ ଇଷ୍ଟେଟକୁ ମିଳୁ ଶିଳ୍ପ ମାନ୍ୟତା

ନୂଆଦିଲ୍ଲୀ,୧୫-୧ ବଜେଟରେ ସରକାର ରିଲୟ ଇଷ୍ଟେଟକୁ ସରକାର ଶିଳ୍ପ ମାନ୍ୟତା ପ୍ରଦାନ କରିବା ଉଚିତ। ଏହା ସହ ଉକ୍ତ କ୍ଷେତ୍ରରେ ଚାଲୁ ରହିଥିବା ପ୍ରକଳ୍ପ ଉପରୁ ଜିଏସଟି ହ୍ରାସ, ସିଙ୍ଗିଲ ଓ୍ବିଣ୍ଡୋ ମଞ୍ଜୁରୀ ବ୍ୟବସ୍ଥା ପ୍ରଦାନ ଲାଗି ବ୍ୟବସ୍ଥା ମାନ କରନ୍ତୁ ବୋଲି ପ୍ରପର୍ଟି କନସଲଟାଣ୍ଟ ଆନାରକ୍‌ ପ୍ରସ୍ତାବ ଦେଇଛି।

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ସୁନା ଉପରୁ ଆମଦାନୀ ଶୁଳ୍କ ହ୍ରାସ ହୋଇପାରେ

ନୂଆଦିଲ୍ଲୀ,୧୫-୧ ବଜେଟରେ ସୁନା ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ହ୍ରାସ ସପକ୍ଷରେ ବାଣିଜ୍ୟ ମନ୍ତ୍ରଣାଳୟ ରହିଛି। ଆମଦାନୀ ଟିକସ ହ୍ରାସ ଦ୍ୱାରା ସୁନା ଗହଣା ରପ୍ତାନିକୁ ପ୍ରୋତ୍ସାହିତ କରାଯିବାକୁ ଯୋଜନା ରହିଥିବା ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁନା ଉପରେ ୧୦% ଆମଦାନୀ ଟିକସ ଲାଗୁ ହେଉଛି।

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ଫେବୃୟାରୀ ୯ରୁ ୧୪ତମ ଅଟୋ ଏକ୍ସପୋ

ବମ୍ବେ,୧୫-୧ ଆସନ୍ତା ମାସ ୯ରୁ ୧୪ ତମ ଅଟୋ ଏକ୍ସପୋ ଅନୁଷ୍ଠିତ ହେବ। ଏହା ଫେବୃୟାରୀ ୧୪ ଯାଏ ଚାଲିବାକୁ ଥିବା ବେଳେ ଏଥିରେ ୨୪ଟି ନୂଆ ମଡେଲ ବଜାରକୁ ଆସିବ ବୋଲି ଆଶା କରାଯାଉଛି।

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଓଏଲଏମ୍‌ ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସମ୍ପର୍କିତ କର୍ମଶାଳା

ଭୁବନେଶ୍ୱର,୧୫-୧ ଓଡିଶା ଜୀବିକା ମିଶନ (ଓଏଲ୍‌ଏମ୍‌) ପକ୍ଷରୁ ମହିଳାଙ୍କ ଆର୍ଥତ୍କ ବିକାଶ ସଂକ୍ରାନ୍ତ କର୍ମଶାଳା ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମହିଳାଙ୍କ ବିକାଶ ଲାଗି ଜୀବିକା ମାଧ୍ୟମରେ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ଗୁରୁତ୍ୱ ଉପରେ ଆଲୋଚନା ହୋଇଥିଲା।

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଟାଟା ମୋଟର୍ସର ନୂଆ ଟିଆଗୋ ଏଏମ୍‌ଟି ବଜାରରେ

ଢାକା,୧୫-୧ ପ୍ରମୁଖ ଚାରି ଚକିଆ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ ଏହାର ପ୍ରମୁଖ ମଡେଲ ଟିଆଗୋର ଏଏମ୍‌ଟି ଭାରିଆଣ୍ଟ ବଜାରକୁ ଆସିଛି। ନୂଆ ମଡେଲଟିରେ ଗ୍ରାହକମାନେ ଆକର୍ଷକ ଡିଜାଇନ୍‌, ଅତ୍ୟାଧୁନିକ ଟେକ୍ନୋଲୋଜି, ଡ୍ରାଇଭିଂ ଡାଇନାମିକ୍ସ, ଉନ୍ନତ ଡ୍ରାଇଭିଂ ଅଭିଜ୍ଞତା ଲାଭ କରିବାକୁ ସକ୍ଷମ ହୋଇପାରିବେ।

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଉଦ୍‌ଘାଟନ ହେଲା ଲାବନ୍ୟ ଜୁଏଲର୍ସ

ଭୁବନେଶ୍ୱର, ୧୫-୧ ୯୧୬ ଇପାରି ଜୁଏଲର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଏହାର ଶୋ’ରୁମ୍‌କୁ ନବୀକରଣ କରି ଲାବନ୍ୟ ବ୍ରାଣ୍ଡ୍‌ ନାମରେ ସୋମବାର ଉଦ୍‌ଘାଟନ କରିଛି। ଖାରବେଳ ନଗରସ୍ଥିତ ଏହି ଶୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରଉତଲା ଏବଂ ଲାବନ୍ୟର ବ୍ରାଣ୍ଡ୍‌ ଆମ୍ବାସାଡର ଓଡିଆ ଅଭିନେତ୍ରୀ ଭୂମିକା ଦାଶ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ସ୍ବାସ୍ଥ୍ୟ କ୍ଷେତ୍ରରେ ସରକାରୀ ପୁଞ୍ଜି ବିନିଯୋଗ ବୃଦ୍ଧି ଆଶା

ବମ୍ବେ,୧୫-୧(ପିଟି) ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ରିପୋର୍ଟ ଅନୁସାରେ ଭାରତରେ ସ୍ବାସ୍ଥ୍ୟ କ୍ଷେତ୍ରରେ ଯେତେ ପରିମାଣର ପୁଞ୍ଜି ନିବେଶ ହେଉଛି ସେଥିରେ ସରକାରୀ ଅଂଶ ମାତ୍ର ୩୦% ମଧ୍ୟରେ ସୀମିତ। ଏହାକୁ ବୃଦ୍ଧି କରିବା ପାଇଁ ୨୦୧୮-୧୯ ସାଧାରଣ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯାଇ ପାରେ। ହସ୍ପିଟାଲ ବିଲ୍ଡିଂ ନିର୍ମାଣ, ଭିତ୍ତିଭୂମି ରକ୍ଷଣାବେକ୍ଷଣ ଆଦି କ୍ଷେତ୍ରରେ ସରକାରୀ ସୂତ୍ରରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବ୍ୟବସ୍ଥା ଆଶା କରାଯାଉଛି।

ରେକର୍ଡ ସ୍ତରରେ ତୈଳ ଦର

ରେକର୍ଡ ସ୍ତରରେ ତୈଳ ଦର

ନୂଆଦିଲ୍ଲୀ, ୧୫-୧ ଦେଶରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପାଇବାରେ ଲାଗିଛି। ନୂଆଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୬୧.୭୪ ଟଙ୍କାକୁ ବୃୃଦ୍ଧି ପାଇଥିବା ବେଳେ ପେଟ୍ରୋଲ ଦର ୭୧.୧୮ ଟଙ୍କାକୁ ବୃଦ୍ଧି ପାଇଛି।