
ନୂଆଦିଲ୍ଲୀ,୨୯-୧୧-ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ୧.୩୫ ଲକ୍ଷ କୋଟି ଟଙ୍କାର ପୁନଃ ପୁଞ୍ଜିକରଣ ବଣ୍ଡଉପରେ ବର୍ତ୍ତମାନ ବିଭିନ୍ନ ପ୍ରକ୍ରିୟା ଜାରି ରହିଛି। ଏହାକୁ ଆଗାମୀ କିଛି ଦିନ ମଧ୍ୟରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ମଞ୍ଜୁରୀ ପ୍ରଦାନ କରି ପାରନ୍ତି ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଅର୍ଥ ସେବା ବିଭାଗ ଏ ନେଇ ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଜାରି ରଖିଛି। ଏହା ସହ ଉକ୍ତ ବିଷୟ ଉପରେ ଏକ ପ୍ରସ୍ତାବ ଅର୍ଥନୈତକି ବ୍ୟାପାର ବିଭାଗକୁ ମଧ୍ୟ ପ୍ରଦାନ କରାଯାଇଛି। ଏହି ଭାବେ ଅନ୍ତିମ କାର୍ଯ୍ୟପନ୍ଥା ଲାଗି ବିଭିନ୍ନ ପ୍ରକ୍ରିୟା ଜାରି ରହିଥିବା ଅଧିକାରି ଜଣଙ୍କ କହିଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଅର୍ଥମନ୍ତ୍ରୀ ଏହାକୁ ଅନୁମୋଦନ ପ୍ରଦାନ କରି ପାରନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି। ଏହା ପରେ ସଂସଦରେ ଏହାକୁ ଅନୁମୋଦନ ଲାଗି ମଞ୍ଜୁରୀ ଲାଗି ଉପସ୍ଥାପନ କରାଯିବ।