ବାଣିଜ୍ୟ |

ଜିଏସ୍‌ଟି ହେବ ସରଳ ଟିକସ

ଜିଏସ୍‌ଟି ହେବ ସରଳ ଟିକସ
ନୂଆଦିଲ୍ଲୀ,୨୯-୧୧- ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଏହାକୁ ନେଇ ବଜାରରେ ଅନେକ ଅସୁବିଧା ଉପୁଜିଛି। ଜିଏସଟିକୁ ନେଇ ବଜାର ଠିକ୍‌ ଭାବରେ ପ୍ରସ୍ତୁତ ହୋଇ ନ ଥିବା ବେଳେ ସରକାର ତରବରିଆ ଭାବେ ଏହାକୁ ଲାଗୁ କରାଇବା ଫଳରେ ବଜାରରେ ଏଭଳି ସ୍ଥିତି ଉପୁଜିଛି। ଅପର ପକ୍ଷରେ ଜିଏସଟିକୁ ସରଳ କରିବା ଲାଗି ସରକାର ଉଦ୍ୟମ ଜାରି ରଖିଛନ୍ତି। ଜିଏସଟିର ବିଭିନ୍ନ ଦିଗକୁ ସରକାର ବର୍ତ୍ତମାନ ପୁଣି ଥରେ ତର୍ଜମା କରୁଛନ୍ତି। ନୂଆ ଟିକସ ବ୍ୟବସ୍ଥାକୁ ସରଳ କରିବାକୁ ସରକାର ବିଚାର କରୁଥିବା ଅର୍ଥରାଷ୍ଟ୍ର ମନ୍ତ୍ରୀ ଶିବ ପ୍ରସାଦ ଶୁକ୍ଳା ସୂଚନା ଦେଇଛନ୍ତି। ଏଥିପାଇଁ କିଛି ସମୟ ଲାଗିବ ବୋଲି ସେ ସୂଚନା ଦେଇଛନ୍ତି। ଜିଏସ୍‌ଟିକୁ ଏପରି ସରଳ କରାଯିବ ଯେପରି ଭାବେ ଏକ ଶିଶୁ ମଧ୍ୟ ଏହାକୁ ବୁଝିପାରିବ ବୋଲି ଶୁକ୍ଳା ପ୍ରକାଶ କରିଛନ୍ତି। ସିଙ୍ଗାପୁର ଭଳି ଦେଶରେ ଜିଏସଟିକୁ ଠିକ୍‌ ଭାବେ ଲାଗୁ କରାଇବା ଲାଗି ୪ ବର୍ଷ ସମୟ ଲାଗିଥିଲା। ମାତ୍ର ଭାରତରେ ବିଭିନ୍ନ ସମସ୍ୟାର ସମାଧାନ ଲାଗି ସରକାର ତ୍ୱରିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଜିଏସଟି ପରିଷଦର ଗୁଆହାଟି ବୈଠକ ପରେ ୨୮% ସ୍ଲାବର ଅନେକ ସାମଗ୍ରୀକୁ ୧୮%କୁ ହ୍ରାସ କରାଯାଇଛି। ଏହା ପରେ ବଜାରରେ କିଛିଟା ପରିବର୍ତ୍ତନ ଆସିଛି। ସେହିଭଳି ରିଟର୍ନ କ୍ଷେତ୍ରରେ କେତେକ ପରିବର୍ତ୍ତନ କରାଯାଇଛି। ଏମ୍‌ଏସଏମ୍‌ଇଗୁଡିକ ସାମ୍ନା କରୁଥିବା ସମସ୍ୟାର ସମାଧାନ ଲାଗି ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।
All Right Reserved By

ବାଣିଜ୍ୟ |

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ଭାରତ ପାଇଁ ଇନ୍ଧନ ନୀତିର ଆବଶ୍ୟକତା:ରାଜନ

ମୁମ୍ବାଇ,୧୩-୧୨: ବିଶ୍ୱର ବିଭିନ୍ନ ଭୌଗୋଳିକ ସ୍ଥିତି ଅଶୋଧିତ ତୈଳ ଦରକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଦରରେ ସ୍ଥିତାବସ୍ଥାରେ ନ ଥିବା ବେଳେ ଏଥିରେ ବୃଦ୍ଧି ପରିଲକ୍ଷିତ ହେଉଛି। ଏହି ଭଳି ବିଭିନ୍ନ ସମସ୍ୟାକୁ ଧ୍ୟାନରେ ରଖି ଭାରତରେ ଏକ ଇନ୍ଧନ ନୀତିର ଆବଶ୍ୟକତା ରହିଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ବୁଧବାର ସୂଚନା ଦେଇଛନ୍ତି। 

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ଜିଲା ସ୍ତରରେ ଆସିବ ଇଜ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ

ନୂଆଦିଲ୍ଲୀ,୧୩-୧୨: ଦେଶରେ ଇଜ୍‌ ଅଫ୍‌ ଡୁଇଁ ବିଜନେସକୁ ତ୍ୱରାନ୍ବିତ କରିବାକୁ ସରକାର ଜିଲା ସ୍ତରରେ ଇଜ୍‌ ଅଫ୍‌ ଡୁଇଁ ବିଜନେସ ର଼୍ୟାଙ୍କିଂ ପ୍ରକାଶ କରିବେ। ଏହି ଧାରାକୁ ତ୍ୱରାନ୍ବିତ କରିବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ର ଶିଳ୍ପ ନୀତି ଏବଂ ପ୍ରୋତ୍ସାହନ ବିଭାଗ (ଡିଆଇପିିପି) ସହାୟତା କରିବ। 

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ବ୍ରଡବ୍ୟାଣ୍ଡ ସେବା ପାଇଁ ପ୍ରସ୍ତୁତ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତ

ନୂଆଦିଲ୍ଲୀ,୧୩-୧୨: ଦେଶରେ ୧.୧୬ ଲକ୍ଷ ଗ୍ରାମ ପଞ୍ଚାୟତରେ ବ୍ରଡ ବ୍ୟାଣ୍ଡ ସେବା ସଂଯୋଗ ଲାଗି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଛି। ମୋଟ ୧.୨୧ ଲକ୍ଷ ଗ୍ରାମ ପଞ୍ଚାୟତରେ ଭାରତ ନେଟ ପ୍ରକଳ୍ପ ଦ୍ୱାରା ଅପ୍ଟିକାଲ ଫାଇବର ସଂଯୋଗ କରାଯାଇଥିବା ଜଣା ପଡିଛି। 

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୮.୧%

ନୂଆଦିଲ୍ଲୀ ,୧୩-୧୨ : ଚଳିତ ବର୍ଷ ଅକ୍ଟୋବରରେ ଦେଶର ଔଦ୍ୟୋଗିକ ଉତ୍ପାଦନ ଅଭିବୃଦ୍ଧି ୧୧ ମାସର ସର୍ବୋଚ୍ଚ ସ୍ତରରେ ରହି ୮.୧% ଛୁଇଁଛି। ଖଣି, ଶକ୍ତି, ମାନୁଫାକଚରିଂ ଭଳି କ୍ଷେତ୍ରରେ ଭଲ ପ୍ରଦର୍ଶନ ରହିବାରୁ ଉକ୍ତ ଅଭିବୃଦ୍ଧି ନଜରକୁ ଆସିଛି। 

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ସର୍ବନିମ୍ନ ସ୍ତରରେ ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ ,୧୩-୧୨: ନଭେମ୍ବର ମାସରେ ଖୁଚୁରା ମୁଦ୍ରାସ୍ପୀତି ୧୭ ମାସର ସର୍ବନିମ୍ନ ସ୍ତରରେ ରହି ୨.୩୩%କୁ ଖସି ଆସିଛି। ବିଶେଷ କରି ପନିପରିବା, ଅଣ୍ଡା ଏବଂ ଡାଲିଦର ନିମ୍ନରେ ରହିବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। 

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ଦାୟିତ୍ୱ ନେଲେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ।

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ଆର୍‌ବିଆଇ ନୀତି ଉପରେ ଚାପର ପ୍ରତିଫଳନ: ଫିଚ୍‌

ନୂଆଦିଲ୍ଲୀ ,୧୩-୧୨: ଗଭର୍ନର ଉର୍ଜିିତ ପଟେଲଙ୍କ ଇସ୍ତଫା କେନ୍ଦ୍ରୀୟ ବ୍ୟାଙ୍କ ନୀତି ଉପରେ ଚାପର ପ୍ରତିଫଳନ ବୋଲି ଫିଚ୍‌ ରେଟିଂ ବୁଧବାର କହିଛି। ସେହିଭଳି ଆର୍‌ବିଆଇ ଉପରେ କେନ୍ଦ୍ରୀୟ ବ୍ୟାଙ୍କର ଚାପ ବଢୁଥିବା ଏହା ପ୍ରକାଶ କରିଛି। 

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ଆର୍‌ବିଆଇ ସ୍ବାୟତ୍ତତା ବଜାୟ ରହୁ: ସୁବ୍ରମଣ୍ୟନ

ନୂଆଦିଲ୍ଲୀ ,୧୩-୧୨:ଭାରତୀୟ ରିଜର୍ଭ ବ୍ୟାଙ୍କର ସ୍ବାୟତ୍ତତା ପବିତ୍ର। ଏଥିରେ କୌଣସି ହସ୍ତକ୍ଷେପ ନ ହେବା ଆବଶ୍ୟକ। ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ ବୁଧବାର ଏହା କହିଛନ୍ତି।

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ଆର୍‌ବିଆଇ ସ୍ବାୟତ୍ତତାକୁ ପ୍ରାଥମିକତା ଦେବେ ଶକ୍ତିକାନ୍ତ

ନୂଆଦିଲ୍ଲୀ ,୧୩-୧୨: ପୂର୍ବତନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସରକାର-ଆର୍‌ବିଆଇ ମଧ୍ୟରେ ଚାଲିଥିବା ବିବାଦ ଚାପରେ ଗଭର୍ନର ଉର୍ଜିତ ପଟେଲ ହଠାତ ଇସ୍ତଫା ଦେବାର ଗୋଟିଏ ଦିନ ପରେ ସରକାର ଶକ୍ତିକାନ୍ତଙ୍କୁ କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ନର ପଦବୀରେ ନିଯୁକ୍ତି ଘୋଷଣା କରିଥିଲେ। 

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ଋଣ ପ୍ରଦାନ ଧାରା ସୁଗମ କରିବାକୁ କହିଲା ଏଫଆଇଇଓ

ନୂଆଦିଲ୍ଲୀ ,୧୩-୧୨: ଋଣ ଯୋଗାଣ ଧାରାକୁ ସୁଗମ କରିବାକୁ ରପ୍ତାନିକାରୀ ସଂଘ ଏଫ୍‌ଆଇଇଓ ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା  ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ଅନୁରୋଧ କରିଛନ୍ତି। 

୬୩୦ ପଏଣ୍ଟ ବଢିଲା ସେନସେକ୍ସ

୬୩୦ ପଏଣ୍ଟ ବଢିଲା ସେନସେକ୍ସ

ବମ୍ବେ ,୧୩-୧୨: କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ସୂଚକାଙ୍କ ଉର୍ଦ୍ଧ୍ୱମୂଖୀ ରହିଛି। ସରକାର ଶକ୍ତିକାନ୍ତ ଦାସଙ୍କୁ ନୂଆ ଗଭର୍ନର ଭାବେ ନିଯୁକ୍ତ କରିବା ପରେ ବୁଧବାର ଶେୟାର ବଜାରେ ନିବେଶକଙ୍କ ଉତ୍ସାହ ପରିଲକ୍ଷିତ ହୋଇଛି। 

ଅଭିବୃଦ୍ଧି ୭.୩% ରହିବ: ଏଡିବି

ଅଭିବୃଦ୍ଧି ୭.୩% ରହିବ: ଏଡିବି

ନୂଆଦିଲ୍ଲୀ ,୧୩-୧୨: ଏସିଆନ୍‌ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ୨୦୧୮-୧୯ ଆର୍ଥତ୍କ ବର୍ଷ ଲାଗି ଘରୋଇ ବଜାରର ଅଭିବୃଦ୍ଧି ଆକଳନକୁ ୭.୩%ରେ ସ୍ଥିର ରଖିଛି। ସେହିଭଳି ୨୦୧୯-୨୦ ଆର୍ଥତ୍କ ବର୍ଷରେ ଅଭିବୃଦ୍ଧି ୭.୫% ହେବ ବୋଲି ଏହା କହିଛି।