ଖେଳ |

ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପେରେରା

ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପେରେରା

ନୂଆଦିଲ୍ଲୀ, ୨୯।୧୧- ଅଲରାଉଣ୍ଡର ଥିସାରା ପେରେରାଙ୍କୁ ଶ୍ରୀଲଙ୍କା ଦିନିକିଆ ଦଳର ଅଧିନାୟକ ପଦ ପ୍ରଦାନ କରାଯାଇଛି। ଆଗାମୀ ଭାରତ ବିପକ୍ଷ ୩ଟିକିଆ ଦିନିକଆ ସିରିଜ୍‌ରେ ସେ ଶ୍ରୀଲଙ୍କା ଦଳର ନେତୃତ୍ୱ ନେବେ। ସେହିଭଳି ୩ଟିକିଆ ଟି୨୦ ସିରିଜ୍‌ର ମଧ୍ୟ ତାଙ୍କୁ ନେତୃତ୍ୱ ଦାୟିତ୍ୱ ଦିଆଯାଇଛି। ତାଙ୍କ ପୂର୍ବରୁ ଏହି ଦାୟିତ୍ୱରେ ଦଳର ବରିଷ୍ଠ ତଥା ଓପନିଂ ବ୍ୟାଟ୍ସମ୍ୟାନ ଉପୁଲ ଥରଙ୍ଗା ଥିଲେ। ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନଠାରୁ ଶ୍ରୀଲଙ୍କା ୫-୦ରେ ସିରିଜ୍‌ ହାରିଥିଲା। କେବଳ ପାକିସ୍ତାନ ନୁହେଁ, ଭାରତ ଓ ଦକ୍ଷିଣ ଆଫ୍ରିକାଠାରୁ ମଧ୍ୟ ଶୋଚନୀୟ ପରାଜୟବରଣ କରିଥିଲା। ଏଥିଯୋଗୁ ଦଳ ୨୦୧୯ ବିଶ୍ୱକପ୍‌ରେ ସିଧାସଳଖ ଯୋଗ୍ୟତାରୁ ବଞ୍ଚତ୍ତ ହେବା ସମ୍ଭାବନା ସୃଷ୍ଟି ହୋଇଥିଲା। କିନ୍ତୁ ଏହି ସମୟ ମଧ୍ୟରେ ଥରଙ୍ଗା ୨୨ଟି ଦିନିକିଆରେ ୪୭ ହାରରେ ୮୦୦ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ରହିଛି ୨ଟି ଶତକ ଓ ୫ଟି ଅର୍ଦ୍ଧଶତକୀୟ ପାଳି। ତାଙ୍କର ସଂରକ୍ଷଣ ନେତୃତ୍ୱ ଶୈଳୀ ଯୋଗୁ ଚୟନ କମିଟି ମୁଖ୍ୟ ସନତ ଜୟସୁରିୟା ଦଳର ଅଧିନାୟକତ୍ୱରେ ପରିବର୍ତ୍ତନ କରିଛନ୍ତି। ଏଥିପୂର୍ବରୁ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟି୨୦ ସିରିଜ୍‌ରେ ପେରେରା ଦଳ ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଭାର ନେଇଥିଲା। ଅବଶ୍ୟ ଏହି ସିରିଜ୍‌ରେ ମଧ୍ୟ ଶ୍ରୀଲଙ୍କାକୁ କ୍ଲିନ୍‌ସୁଇପ୍‌ର ସାମ୍‌ନା କରିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ଚୟନ କମିଟି ନିକଟରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ପେରେରାଙ୍କୁ ନେତୃତ୍ୱ ଦିଆଯାଇଥିବା ଜଣାପଡ଼ୁଛି। କାରଣ ପୂର୍ବରୁ ଦଳର ବରିଷ୍ଠ ଖେଳାଳି ଆଞ୍ଜେଲୋ ମାଥ୍ୟୁସ ନିଜ ପକ୍ଷରୁ ଅଧିନାୟକ ପଦ ଛାଡ଼ିଥିଲେ। ଆହତ ସମସ୍ୟାରୁ ଫେରିବା ପରେ ସେ ଏବେବି ସଂଘର୍ଷ କରୁଛନ୍ତି। ତାଙ୍କ ବାଦ୍‌ ଟେଷ୍ଟ ଦଳର ଅଧିନାୟକ ଦୀନେଶ ଚଣ୍ଡିମାଲଙ୍କ ସମ୍ପର୍କରେ ଆଲୋଚନା କରାଯାଇଥିଲା। କିନ୍ତୁ ମାଥ୍ୟୁସଙ୍କ ଭଳି ତାଙ୍କ ଫର୍ମ ମଧ୍ୟ ଭଲ ନାହିଁ। ଏଣୁ ଚୟନ କମିଟିକୁ ପେରେରାଙ୍କ ଉପରେ ଭରସା କରିବାକୁ ପଡ଼ିଛି।

All Right Reserved By

ଖେଳ |

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଓପନ ର଼୍ୟାପିଡ୍‌ ଚେସ୍‌: ମାନସ ଚାମ୍ପିୟନ

ଭୁବନେଶ୍ୱର, ୧୮।୬(କ୍ରୀଡ଼ା ପ୍ରତିନିଧି)- ବାଣପୁରସ୍ଥିତ ଗାୟତ୍ରୀ ଶକ୍ତି ପୀଠରେ ସୋମବାର ଏନ.ସି.ମିଶ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଭୁବନେଶ୍ୱରର ମାନସ ପରିଡ଼ା ଓ ଦାଣ୍ଡମୁକୁନ୍ଦପୁରର ପ୍ରକାଶ ଚନ୍ଦ୍ର ସାହୁ ୬.୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଛନ୍ତି।

ଇଂଲଣ୍ଡ ଟୁର ପାଇଁ ଧୋନୀଙ୍କ ଅଭ୍ୟାସ

ଇଂଲଣ୍ଡ ଟୁର ପାଇଁ ଧୋନୀଙ୍କ ଅଭ୍ୟାସ

ବେଙ୍ଗାଲୁରୁ,୧୮।୬(ପି.ଟି.)- ଭାରତୀୟ କ୍ରିକେଟ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଂଲଣ୍ଡ ଟୁର ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ସେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ଠାରେ ଅଭ୍ୟାସ କରୁଛନ୍ତି। କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ନିଜ କ୍ୟାରିୟରର ଅନ୍ତିମ ଭାଗରେ ବମ୍ବେସ୍ଥିତ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସଠାରେ ଅଭ୍ୟାସ କରୁଥିଲେ। ତାଙ୍କ ଭଳି ଧୋନୀ ଏବେ ନିଜ ଅଭ୍ୟାସ କରୁଛନ୍ତି। ସେ ସୋମବାର ୧୦୦ରୁ ଊର୍ଦ୍ଧ୍ୱ ବଲର ସାମ୍ନା କରିଥିଲେ।

ଏଫ୍‌ସି ଗୋଆ ସହ ଲେନ୍ନି ରୋଡ୍ରିଗୁଏଜ ଅନୁବନ୍ଧିତ

ଏଫ୍‌ସି ଗୋଆ ସହ ଲେନ୍ନି ରୋଡ୍ରିଗୁଏଜ ଅନୁବନ୍ଧିତ

ମାର୍ଗାଓ,୧୮।୬(ପି.ଟି.)- ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) କ୍ଲବ ଏଫ୍‌ସି ଗୋଆ ଆଗାମୀ ସଂସ୍କରଣ ପାଇଁ ମିଡ୍‌ଫିଲ୍ଡର ଲେନ୍ନି ରୋଡ୍ରିଗୁଏଜଙ୍କ ସହ ଚୁକ୍ତି କରିଛି।

ବମ୍ବେ ଦଳର କୋଚ୍‌ ପଦ ପାଇଁ ଆଗ୍ରହୀ ପାଓ୍ବାର

ବମ୍ବେ ଦଳର କୋଚ୍‌ ପଦ ପାଇଁ ଆଗ୍ରହୀ ପାଓ୍ବାର

ବମ୍ବେ,୧୮।୬- ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍‌ସିଏ)ର ସ୍ପିନ କୋଚ୍‌ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ଭାରତୀୟ ସ୍ପିନର ରମେଶ ପାଓ୍ବାର ବମ୍ବେ ରଣଜୀ ଦଳର କୋଚ୍‌ ପଦ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି।

ଏସିଆନ୍‌ ଗେମ୍ସ ପାଇଁ ଆନ୍ତଃ କୋରିଆ ଆଲୋଚନା

ସେଉଲ,୧୮।୬(ଏପି)- ଇଣ୍ଡୋନେସିଆର ଜାକର୍ତ୍ତାଠାରେ ହେବାକୁ ଥିବା ଆଗାମୀ ଏସିଆନ୍‌ ଗେମ୍ସ ପାଇଁ ଉତ୍ତର ଓ ଦକ୍ଷିଣ କୋରିଆର କ୍ରୀଡ଼ା ପ୍ରତିନିଧି ସୀମାନ୍ତରେ ଆଲୋଚନା କରିଛନ୍ତି। ଏସିଆନ୍‌ ଗେମ୍ସ ପାଇଁ ମିଳିତ ଦଳ ପଠାଇବା ଓ କେଉଁ ଇଭେଣ୍ଟରେ ମିଳିତ ଦଳ ଖେଳିପାରିବେ ସେ ସମ୍ପର୍କରେ ଆଲୋଚନ ହେବ ବୋଲି ଦକ୍ଷିଣ କୋରିଆ କ୍ରୀଡ଼ାମନ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଅଷ୍ଟ୍ରେଲିଆ ଦଳର ନିମ୍ନତମ ଦିନିକିଆ ର଼୍ୟାଙ୍କିଙ୍ଗ୍‌

ଲଣ୍ଡନ,୧୮।୬- କ୍ରିକେଟର ଦିନିକିଆ ଓ ଟେଷ୍ଟ ଫର୍ମାଟରେ ଅଷ୍ଟ୍ରେଲିଆ ଦଳ ସର୍ବଦା ପ୍ରଭାବୀ ପ୍ରଦର୍ଶନ କରେ। କିନ୍ତୁ ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ କାରଣରୁ ଷ୍ଟିଭ୍‌ ସ୍ମିଥ ଓ ଡେଭିଡ ଓ୍ବାର୍ନର ଦଳରୁ ବାଦ୍‌ ପଡ଼ିବା ପରେ ଦଳୀୟ ପ୍ରଦର୍ଶନ ଓ ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ଦଳ ୬ଷ୍ଠ ସ୍ଥାନରେ ରହିଛି। ଗତ ୩୪ ବର୍ଷ ମଧ୍ୟରେ ଏହା ଅଷ୍ଟ୍ରେଲିଆ ଦଳର ନିମ୍ନତମ ମାନ୍ୟତା।

ଭାରତୀୟ ଏ’ ଦଳର ବୃହତ ବିଜୟ

ଭାରତୀୟ ଏ’ ଦଳର ବୃହତ ବିଜୟ

ଲିଡ୍ସ,୧୮।୬(ପି.ଟି.)- ଭାରତୀୟ ଏ’ ଦଳ ବୃହତ ବିଜୟ ସହ ଇଂଲଣ୍ଡ ଗସ୍ତ ଆରମ୍ଭ କରିଛି। ରବିବାର ଖେଳାଯାଇଥିବା ଇଂଲଣ୍ଡ କ୍ରିକେଟ ବୋର୍ଡ(ଇସିବି) ଏକାଦଶ ବିପକ୍ଷ ମ୍ୟାଚ୍‌କୁ ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଭାରତୀୟ ଏ’ ଦଳ ୧୨୫ ରନ୍‌ ବ୍ୟବଧାନରେ ଜିତି ନେଇଛି।

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ବ୍ରାଜିଲ- ସୁଇଜରଲାଣ୍ଡ ମ୍ୟାଚ୍‌ ଡ୍ର

ରୋଷ୍ଟୋଭ-ଅନ- ଡନ, ୧୮।୬(ଏ.ଏଫ୍‌.ପି.)- ଚଳିତ ବିଶ୍ୱକପ୍‌ରେ ଆଉ ଏକ ଶକ୍ତିଶାଳୀ ଦଳ ମାମୁଲି ପ୍ରଦର୍ଶନ କରିଛି। ସର୍ବାଧିକ ୫ଥର ବିଶ୍ୱକପ୍‌ ଟାଇଟଲ ଜିତିଥିବା ନେମାରଙ୍କ ନେତୃତ୍ୱାଧୀନ ବ୍ରାଜିଲ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିବାରେ ବିଫଳ ହୋଇଛି।

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ବିପର୍ଯ୍ୟୟ ଘଟାଇଲା ମେକ୍ସିକୋ

ମସ୍କୋ, ୧୮।୬ (ଏ.ଏଫ୍‌.ପି.) ଗତଥରର ଚାମ୍ପିୟନ ଜର୍ମାନୀ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସ୍ଥାନୀୟ ଐତିହାସିକ ଲୁଝନିକି ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଗ୍ରୁପ୍‌ ଏଫ୍‌ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ କେନ୍ଦ୍ରୀୟ ଆମେରିକୀୟ ଦେଶ ମେକ୍ସିକୋ ୧-୦ ଗୋଲରେ ଜର୍ମାନୀକୁ ହରାଇ ବାଜି ମାରିଛି।

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟର ଗତି ନେଇ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ଭୁବନେଶ୍ୱର, ୧୮।୬(ସ୍ପୋର୍ଟ ବ୍ୟୁରୋ)- ଆସନ୍ତା ନଭେମ୍ବର- ଡିସେମ୍ବର ମାସରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ପୁନର୍ଗଠନ କାର୍ଯ୍ୟ ଜୋରସୋରରେ ଚାଲିଛି।

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଜାତୀୟ ଜୁନିୟର ଟେନିସ କ୍ରିକେଟ

ଭୁବନେଶ୍ୱର, ୧୮ା୬ (ସ୍ପୋଟର୍‌ସ ବ୍ୟୁରୋ)-ମଧ୍ୟପ୍ରଦେଶ ଟେନିସ କ୍ରିକେଟ ଆସୋସିଏଶନ ଅନୁକୁଲ୍ୟରେ ତୃତୀୟ ଜାତୀୟ ଜୁନିୟର ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଛି। ଏଥିରେ ୨୪ଟି ରାଜ୍ୟର ବାଳିକା ଓ ବାଳକ ଦଳ ଅଂଶଗ୍ରହଣ କରିବେ। ଚାମ୍ପିୟନଶିପ୍‌ ପାଇଁ ୧୫ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି।

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

କୋଲାରୋଭଙ୍କ କିକ୍‌ରେ ସର୍ବିୟା ବିଜୟୀ

ସମରା, ୧୭।୬(ଏ.ଏଫ.ପି)- ଫିଫା ବିଶ୍ୱକପ୍‌ର ଚତୁର୍ଥ ଦିନରେ ପହଞ୍ଚିଛି। ସ୍ଥାନୀୟ ସମରା ଏରିନାରେ ରବିବାର ଅନୁଷ୍ଠିତ କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚ୍‌ରେ ସର୍ବିଆ ୧-୦ ଗୋଲରେ କୋଷ୍ଟାରିକାକୁ ପରସ୍ତ କରିଛି। ଗ୍ରୁପ୍‌- ଇ’ରେ ଅନୁଷ୍ଠିତ ଏହି ମ୍ୟାଚରେ ବିଜୟ ହାସଲ କରିବା ସହ ସର୍ବିଆ ୩ ପଏଣ୍ଟ ହାସଲ କରିଛି।

Model This Week

ପ୍ରଭାତ