ମେଟ୍ରୋ |

୮ ମଠ ସ୍ଥିତି ଦେଖିଲେ ଦେବୋତ୍ତର କମିଶନର

୮ ମଠ ସ୍ଥିତି ଦେଖିଲେ ଦେବୋତ୍ତର କମିଶନର

ପୁରୀ ଅଫିସ, ୨୯।୧୧: ଦେବୋତ୍ତର କମିଶନର ବିରଜା ପ୍ରସାଦ ଦତ୍ତ ବୁଧବାର ପୁରୀ ଗସ୍ତରେ ଆସି ୮ଟି ମଠର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋପାଳତୀର୍ଥ ମଠ, ସାନଛତା ମଠ, ନନ୍ଦିନୀ ମଠ, ବଡସନ୍ଥ ମଠ, ଉତ୍ତରପାର୍ଶ୍ୱ ମଠ, ଶଙ୍କରାନନ୍ଦ ମଠ, ଜିଅରସ୍ବାମୀ ଏବଂ ବଡ ଆଖଡ଼ା ମଠକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ମଠାଧୀଶମାନଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନେଇଥିବା ଗୋପାଳତୀର୍ଥ ମଠର ସ୍ଥିତିକୁ ଦେଖି ଦେବୋତ୍ତର କମିଶନର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପୁରୀ କିଛି ମଠର ମଠାଧୀଶ ନ ଥିବାବେଳେ ଦୁର୍ଦ୍ଦିନ ଚାଲୁଥିବା ନେଇ ତାଙ୍କ ଦୃଷ୍ଟିକୁ ଆସିଥିଲା। ତେଣୁ ପୁରୀ ସହରରେ ଥିବା ମଠଗୁଡିକ ସ୍ଥିତି ଅନୁଧ୍ୟାନ ଲାଗି ଆସିଥିଲେ। ଅନୁଧ୍ୟାନ କରିଥିବା ମଠଗୁଡିକ ମଧ୍ୟରେ ଗୋଟିଏ ଦୁଇଟିକୁ ଛାଡିଦେଲେ ଅନ୍ୟ ମଠଗୁଡିକ ଦୁର୍ଦ୍ଦିନରେ ରହିଛି। ମଠଗୁଡିକର ଆୟପନ୍ଥା କିଛି ନାହିଁ। ପୂଜକମାନେ ଦୀର୍ଘ ବର୍ଷ ଧରି ଦରମା ପାଉନାହାନ୍ତି। ଗୋଟିଏ ପରେ ଗୋଟିଏ ମଠକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ହାତକୁ ନେଉଥିବା ସମ୍ପର୍କରେ କେତେଜଣ ମଠାଧୀଶ ତାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ମଠଗୁଡିକ ଦେବୋତ୍ତର ବିଭାଗ ଅଧୀନରେ ରହିଛି। ବାଉଳି ମଠ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଥିଲେ ହେଁ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିନାହିଁ। ତେଣୁ ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ କିଭଳି ସ୍ଥିତିରେ ବାଉଳି ମଠକୁ ହାତକୁ ନେଲା ତାହାକୁ ତର୍ଜମା କରାଯିବ। ଏ ସମ୍ପର୍କରେ ଆଇନ ବିଭାଗ ସହ ମଧ୍ୟ ଆଲୋଚନା କରାଯିବ। ପୁରୀ ଥିବା ମଠ ମହନ୍ତମାନଙ୍କୁ ନେଇ ଏକ ବୈଠକ ଡାକିବା ଲାଗି ମଠାଧୀଶମାନେ ଅନୁରୋଧ କରିଛନ୍ତି। ତେଣୁ ଖୁବଶୀଘ୍ର ପୁରୀର ସମସ୍ତ ମଠାଧୀଶଙ୍କୁ ନେଇ ଏକ ବୈଠକ ଡାକି ସେମାନଙ୍କ ସମସ୍ୟା ଏବଂ ମଠ ସଂସ୍କୃତି କିଭଳି ଉଜ୍ଜୀବିତ ରହିପାରିବ ସେ ସମ୍ପର୍କରେ ଆଲୋଚନା କରାଯିବ ବୋଲି କମିଶନର କହିଛନ୍ତି। କମିଶନରଙ୍କ ଏହି ଗସ୍ତ ବେଳେ ଦେବୋତ୍ତର ନିରୀକ୍ଷକ ଶିବ ନାରାୟଣ ପଣ୍ଡା ଉପସ୍ଥିତ ଥିଲେ।
ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତିକରି ବାଉଳି ମଠକୁ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେଇଛି। ମଠାଧୀଶ ନ ଥିବା ଆଉ ୪ଟି ମଠ ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସରଜମିନ୍‌ ତଦନ୍ତ ଆରମ୍ଭ ହୋଇଛି। ମଠର ଓଇଏ ଫଇସଲା କାହା ସପକ୍ଷରେ ରହିଛି, ମଠର କାଗଜପତ୍ର କାହା ନାମରେ ରହିଛି ଏସବୁର ଯାଞ୍ଚ ଚାଲିଛି। ଉକ୍ତ ୪ଟି ମଠକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ହାତକୁ ନେବାର ଯୋଜନା ରହିଛି। ଶ୍ରୀକ୍ଷେତ୍ରରେ ଶତାଧିକ ମଠ ରହିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର ପଦକ୍ଷେପ ପରେ ମଠାଧୀଶମାନଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି ହୋଇଛି।

All Right Reserved By

Model This Week

Model This Week

ମେଟ୍ରୋ |

ଉଦ୍‌ବେଗ ପ୍ରକାଶ କଲେ ଓଏଚ୍‌ଆରସି:ତଦନ୍ତ କରି ସମସ୍ୟାର ସମାଧାନ ପାଇଁ ବ୍ୟକ୍ତିଗତ ସଚିବଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୫।୪(ବ୍ୟୁରୋ)- ଗତ ୭ତାରିଖରୁ କେନ୍ଦ୍ରାଞ୍ଚଳ ଆରଡିସି ଡି. ଭି. ସ୍ବାମୀ ଛୁଟିରେ ଅଛନ୍ତି। ହେଲେ ତାଙ୍କର ଏହି ଛୁଟି ଏବେ ଏସ୍‌ସିବିରେ ଚିକିତ୍ସିତ ହେଉଥିବା ୯ଜଣ ଗୁରୁତର ରୋଗୀଙ୍କ ପାଇଁ କାଳସାବ୍ୟସ୍ତ ହୋଇଛି। ଏ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ଓଏଚ୍‌ଆରସି(ରାଜ୍ୟ ମାନବାଧିକାର କମିଶନ)ଙ୍କ ନିକଟରେ ସାମାଜିକ କର୍ମୀ ପ୍ରଦୀପ ନାୟକ ଏକ ପିଟିସନ୍‌ ଦାୟର କରିଥିଲେ। ଏହି ଘଟଣାରେ କମିଶନ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି। କମିଶନ୍‌ ଘଟଣାର ତଦନ୍ତ ପାଇଁ ତାଙ୍କ ବ୍ୟକ୍ତିଗତ ସଚିବଙ୍କୁ କଟକ ବଡ ମେଡିକାଲକୁ ପଠାଇବା ସହିତ ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ପାଠ ପାଇଁ ମା’କୁ ଥାନାକୁ ଟାଣିଲେ ନାବାଳିକା

ପାଠ ପାଇଁ ମା’କୁ ଥାନାକୁ ଟାଣିଲେ ନାବାଳିକା

ଭୁବନେଶ୍ୱର, ୨୫।୪(ବ୍ୟୁରୋ)- ପାଠପଢ଼ାକୁ ଅନେକ ପିଲା ବହୁ ଗୁରୁତ୍ୱ ମନେକରନ୍ତି। ସେଥିରେ ଅବହେଳା, ଅଭାବ ଓ ବାଧାବିଘ୍ନକୁ ସହ୍ୟ କରିପାରନ୍ତି ନାହିଁ। ହେଲେ ଜଣେ ନାବାଳିକା ପାଠ ପଢ଼ାରୁ ବଞ୍ଚତ୍ତ ହେବାରୁ ନିଜ ମା’ଙ୍କୁ ଥାନାକୁ ଟାଣିନେବା ଘଟଣା ରାଜଧାନୀ ଭୁବନେଶ୍ୱରରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କର ପାଠ ପଢ଼ିବାର ଇଚ୍ଛାଶକ୍ତି ଆଗରେ ମା’ଙ୍କ ପ୍ରତିବନ୍ଧକକୁ ସେ ସହ୍ୟ କରିପାରି ନାହାନ୍ତି। ନାବାଳିକାଙ୍କ ବୟସ ୧୪ ବର୍ଷ ହୋଇଥିବାବେଳେ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଛନ୍ତି। ଘର ତାଙ୍କର ସାଲିଆସାହି ଅଞ୍ଚଳରେ। ପଢ଼ନ୍ତି ନିକଟସ୍ଥ ଏକ ସରକାରୀ ସ୍କୁଲରେ। କିନ୍ତୁ ଘରର ଅଭାବ ଅନଟନ ତାଙ୍କ ପାଠପଢ଼ା ଆଗ୍ରହକୁ ଛାରଖାର କରିଦେଉଛି।

ରଥକାଠରେ ମୁଣ୍ଡିଆମାରି ଟଳିପଡ଼ିଲେ ବୃଦ୍ଧ

ରଥକାଠରେ ମୁଣ୍ଡିଆମାରି ଟଳିପଡ଼ିଲେ ବୃଦ୍ଧ

ପୁରୀ ଅଫିସ,୨୫।୪ : ବଡ଼ଦାଣ୍ଡର ମରିଚିକୋଟ ଛକ ଶ୍ରୀନଅର ସମ୍ମୁଖ ରଥଖଳା ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ବୃଦ୍ଧ ଭକ୍ତ ରଥକାଠରେ ମୁଣ୍ଡିଆ ମାରୁଥିବାବେଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ବୃଦ୍ଧ ଭକ୍ତ ଜଣକ ବହୁ ସମୟ ଧରି ରଥଖଳା ନିକଟରେ ବସି ରଥ କାମ ଦେଖୁଥିଲେ। ମଝିରେ ମଝିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମ ଗାନ କରୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ବୃଦ୍ଧ ଜଣକ ହଠାତ୍‌ ରଥକାଠରେ ମୁଣ୍ଡିଆ ମାରିବା ପରେ ତା’ ଉପରେ ଶୋଇପଡିଥିଲେ। ହେଲେ ସେ ଆଉ ନ ଉଠିବାରୁ ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ଟାଉନ ଥାନା ପୋଲିସ ପହଞ୍ଚତ୍ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତାଙ୍କର ପରିଚୟ ମିଳିପାରି ନାହିଁ। ତାଙ୍କ ନିକଟରୁ ମିଳିଥିବା ବ୍ୟାଗ୍‌ରୁ ପୋଲିସ କିଛି କାଗଜପତ୍ର, ଟେପ୍‌ ରେକର୍ଡର ଓ ମୋବାଇଲ୍‌ ଫୋନ୍‌ ପାଇଛି। ଏହି ଆଧାରରେ ମୃତକଙ୍କ ପରିଚୟ ଖୋଜିବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

୭ ପରିବାରକୁ ଗାଁରୁ ତଡ଼ିଦେଲେ:୪ଦିନ ହେଲା ଜଙ୍ଗଲରେ ଆଶ୍ରୟ ନେଇଛନ୍ତି

ପୁରୀ ଅଫିସ,୨୫।୪: ବ୍ରହ୍ମଗିରି ବ୍ଲକ୍‌ ଗଡ଼ରୋଡ଼ଙ୍ଗ ଗାଁରେ ଜଙ୍ଗଲ ଜମିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ତୀବ୍ର ହେବାରେ ଲାଗିଛି। ଗ୍ରାମର ୭ ପରିବାରଙ୍କୁ ରାତି ଅଧରେ ଗ୍ରାମବାସୀ ତଡି ଦେଇଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ ସମ୍ପୃକ୍ତ ପରିବାର ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। ଏଥିସହ ମଙ୍ଗଳବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି।

ରଥ ନିର୍ମାଣ କମିଟି ଗଠିତ

ରଥ ନିର୍ମାଣ କମିଟି ଗଠିତ

ପୁରୀ ଅଫିସ,୨୫।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହେବାପରେ ରଥଖଳାରେ ଚାଲିଛି ତିନିରଥ ନିର୍ମାଣ। ପ୍ରାରମ୍ଭିକ ପର୍ଯ୍ୟାୟରେ ତୁମ୍ବ ତିଆରି ଚାଲିଛି। ତେବେ ରଥ ନିର୍ମାଣ ଓ ମରାମତି ତଦାରଖ କରିବା ପାଇଁ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଗଠନ କରିଛି ରଥ ନିର୍ମାଣ କମିଟି। ଏଥିରେ ୧୧ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ, ରାସ୍ତା ଓ ଗୃହ ନିର୍ମାଣ ବିଭାଜନ ନିର୍ବାହୀଯନ୍ତ୍ରୀ ପୁରୀ, ବନଖଣ୍ଡ ଅଧିକାରୀ (ପୁରୀ ବନ୍ୟପ୍ରାଣୀ ବିଭାଜନ), ଶ୍ରୀଜଗନ୍ନାଥ ମନ୍ଦିର ଅଧୀକ୍ଷଣଯନ୍ତ୍ରୀ, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଧର୍ମପ୍ରସାଦ ମିଶ୍ର, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଆର୍ତ୍ତତ୍ରାଣ ରଥ, ମୁଖ୍ୟ ମହାରଣା ବିଜୟ କୁମାର ମହାପାତ୍ର, ନାରାୟଣ ମହାରଣା ଓ ନରସିଂହ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ ଓ ୱାର୍କ ସରକାର କାର୍ତ୍ତିକ ଭୋଇ।

ଅନିଶ୍ଚିତତା ମଧ୍ୟରେ ପୁରୀ କ୍ଲବ ନିର୍ବାଚନ:ଆଜି ହେବାର ଥିଲା ନିର୍ବାଚନ

ଅନିଶ୍ଚିତତା ମଧ୍ୟରେ ପୁରୀ କ୍ଲବ ନିର୍ବାଚନ:ଆଜି ହେବାର ଥିଲା ନିର୍ବାଚନ

ପୁରୀ ଅଫିସ,୨୫।୪: ପୁରୀ କ୍ଲବ ନିର୍ବାଚନକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପ୍ରିଲ ୨୫ରେ ପୁରୀ କ୍ଲବର ୯ଟି ପଦବୀ ନିମନ୍ତେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଏହି ନିର୍ବାଚନ ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯାଇଛି। ଆସନ୍ତା ମେ ୬ରେ କ୍ଲବର ବାର୍ଷିକ ସାଧାରଣ ବୈଠକ ଡକାଯାଇଛି। ଉକ୍ତ ବୈଠକରେ ସଂଶୋଧିତ ବାଇଲ’କୁ ଅନୁମୋଦନ ମିଳିବା ପରେ ନିର୍ବାଚନ ତାରିଖ ଘୋଷଣା କରାଯାଇ ନିର୍ବାଚନ ଅନୁଷ୍ଠିତ ହେବ। ବାଇଲ’କୁ ଅନୁମୋଦନ ମିଳିବା ଲାଗି ବୈଠକରେ କ୍ଲବର ଦୁଇ ତୃତୀୟାଂଶ ସଭ୍ୟଙ୍କ ଉପସ୍ଥିତି ଆବଶ୍ୟକ। ତେଣୁ ସହର ଏହି ପ୍ରତିଷ୍ଠିତ କ୍ଲବର ନିର୍ବାଚନକୁ ନେଇ ଶଙ୍କା ବଢ଼ିବାରେ ଲାଗିଛି।

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ମେ ୨୫ରେ ଘରୋଇ ହସ୍ପିଟାଲ ବନ୍ଦ ଚେତାବନୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ)- ରାଜ୍ୟ ସରକାର ଘରୋଇ ହସ୍ପିଟାଲଗୁଡିକ ପାଇଁ ନୂତନ କ୍ଲିନିକାଲ ଏଷ୍ଟାବ୍ଲିଶମେଣ୍ଟ ଆଇନ ଆଣିବାକୁ ନିଖିଳ ଓଡ଼ିଶା ବେସରକାରୀ ମେଡିକାଲ ଫୋରମ୍‌ ପକ୍ଷରୁ ଦାବି କରାଯାଇଛି। ଏଥିପାଇଁ ଫୋରମ୍‌ ସରକାରଙ୍କୁ ଏକମାସ ସମୟ ଦେଇଛି। ଏହି ସମୟ ଭିତରେ ଆଇନ ନ ଆଣିଲେ ଆସନ୍ତା ମେ ୨୫ ତାରିଖରେ ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲଗୁଡିକୁ ବନ୍ଦ କରିଦିଆଯିବ।

ଡାକ୍ତରଙ୍କୁ ଅସଦାଚରଣ ପ୍ରତିବାଦରେ ଡାକ୍ତରଖାନାରେ ତାଲା ପକାଇଲେ ଗ୍ରାମବାସୀ

କଣ୍ଟାପଡ଼ା,୨୪।୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ଅସଦାଚରଣ କରାଯିବା ପ୍ରତିବାଦରେ ମଙ୍ଗଳବାର ଅଡ଼ଶପୁର ଗ୍ରାମବାସୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଛନ୍ତି।

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ନାବାଳିକା ବଳାତ୍କାର ପ୍ରସଙ୍ଗ: ଗୃହରେ ବିବୃତି ରଖିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ନାବାଳିକା ବଳାତ୍କାର ପ୍ରସଙ୍ଗରେ ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଙ୍ଗଳବାର ଗୃହରେ ବିବୃତି ରଖିଛନ୍ତି। ସେ କହିଛନ୍ତି ଯେ, ସରକାର ମହିଳା, ଶିଶୁ ଏବଂ ଅନ୍ୟ ସମ୍ବେଦନଶୀଳ ସମସ୍ତ ବର୍ଗଙ୍କୁ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଆସିଛନ୍ତି।

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ସ୍ବେଚ୍ଛାକୃତ ରକ୍ତଦାନ ଓ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

ବାଲିଅନ୍ତା, ୨୪।୪(ଡି.ଏନ୍‌.ଏ.): କମିଶନରେଟ ପୋଲିସର ବାଲିଅନ୍ତା ଥାନା ଓ ବାଲିଅନ୍ତା ୟୁଥ କ୍ଲବ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଓ ବାଲିଅନ୍ତା ପଞ୍ଚାୟତ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଲିଅନ୍ତା ନିକୁଞ୍ଜବିହାରୀ କଲ୍ୟାଣମଣ୍ଡପ ପରିସରରେ ଚାଲିଥିବା ଏହି ଶିବିରକୁ କ୍ଲବର କର୍ମକର୍ତ୍ତାମାନେ ପରିଚାଳନା କରୁଛନ୍ତି।

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ପ୍ରତି ପରିବାର ପାଖରେ ପହଞ୍ଚିବ ପାଇପ ପାଣି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ମାର୍ଚ୍ଚ ୨୦୧୯ ସୁଦ୍ଧା ରାଜ୍ୟର ସହରାଞ୍ଚଳର ପ୍ରତି ପରିବାରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ସଚିବାଳୟରେ ସହରାଞ୍ଚଳର ପାନୀୟ ଜଳ ଯୋଗାଣ ସଂକ୍ରାନ୍ତୀୟ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ସଂଖ୍ୟା କମିବ ମାତ୍ର ବିଜେଡି ସରକାର ଗଢିବ: ଦାମ

ଭୁବନେଶ୍ୱର, ୨୪।୪(ବ୍ୟୁରୋ): ବିଜେଡିର କ୍ଷତି ହେବାର ନାହିଁ। ବିଜେଡିର ସଂଖ୍ୟା ଟିକେ କମିଯାଇପାରେ ମାତ୍ର ବିଜେଡି ସରକାର ନିଶ୍ଚୟ ଗଢିବ ବୋଲି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ କହିଛନ୍ତି।