ମେଟ୍ରୋ |

ଓଡ଼ିଶାରେ ଅନ୍ତର୍ଜାତୀୟ ବିମାନ ସେବା: ସୁଯୋଗ ଦେଲା ଏୟାର ଏସିଆ

ଓଡ଼ିଶାରେ ଅନ୍ତର୍ଜାତୀୟ ବିମାନ ସେବା: ସୁଯୋଗ ଦେଲା ଏୟାର ଏସିଆ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ)- ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମାଲେସିଆକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାପରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ଘଟିଛି। ଏୟାର ଏସିଆ ପକ୍ଷରୁ ସେବା ଆରମ୍ଭ ହେବା ସମୟରେ ମାସକୁ ମାତ୍ର ୪୦୦ ପର୍ଯ୍ୟଟକ ଆସୁଥିବାବେଳେ ଏହି ସଂଖ୍ୟା ଦୁଇଗୁଣାରୁ ଅଧିକ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗର ସୂଚନା ଅନୁଯାୟୀ, କେବଳ ଏୟାର ଏସିଆରେ ମାଲେସିଆରୁ ପ୍ରତି ମାସକୁ ଏବେ ୯୦୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସୁଛନ୍ତି।
ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି କରିବାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦେଶ ବାହାରକୁ ବିମାନ ଉଡାଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିବାର ପ୍ରାୟ ୨ବର୍ଷ ପରେ ବହୁ ବାଦବିବାଦ ମଧ୍ୟରେ ଅନ୍ତର୍ଜାତୀୟ ସେବା ଆରମ୍ଭ ହୋଇଥିଲା। ଚଳିତବର୍ଷ ପ୍ରଥମାର୍ଦ୍ଧରେ ମାଲେସିଆକୁ ସିଧାସଳଖ ବିମାନ ଉଠିଲା। ଏୟାର ଏସିଆ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବା ପରେ ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବା ସହ ସିଙ୍ଗାପୁର, ଶ୍ରୀଲଙ୍କା, ଥାଇଲାଣ୍ଡରୁ ବୌଦ୍ଧ ପର୍ଯ୍ୟଟକ ଓଡିଶା ଆସିବେ ବୋଲି ପର୍ଯ୍ୟଟନ ବିଭାଗ ଆକଳନ କରିଥିଲା। ପୂର୍ବରୁ ବୌଦ୍ଧ ଧର୍ମାବଲମ୍ବୀ ଥିବା ଦେଶରେ ବିଭାଗ ପକ୍ଷରୁ କରାଯାଉଥିବା ରୋଡ୍‌ ଶୋ’ରେ ଉଦୟଗିରି, ଲଳିତଗିରି, ଧଉଳିଗିରି, ରନତ୍ଗିରି, ଲାଙ୍ଗୁଡି ଆଦି ସ୍ଥାନକୁ ପ୍ରଦର୍ଶିତ କରାଯାଉଥିଲା। ହେଲେ ଏହିସବୁ ଦେଶରୁ ଓଡିଶାକୁ ସିଧାସଳଖ ବିମାନ ସେବା ନ ଥିବାରୁ ଦୁଇ/ତିନୋଟି ବିମାନ ପରିବର୍ତ୍ତନ କରି ଓଡିଶା ଆସିବାକୁ ପର୍ଯ୍ୟଟକ ଅମଙ୍ଗ ହେଉଥିଲେ। ବାରାଣାସୀ ସମେତ ଦେଶର ଅନ୍ୟ ବୌଦ୍ଧ ପର୍ଯ୍ୟଟନସ୍ଥଳୀ ବୁଲି ସେମାନେ ଫେରିଯାଉଥିଲେ, ଯାହାକି ରାଜ୍ୟରେ ବିଦେଶୀ ପର୍ଯ୍ୟଟକ କମିବାର ପ୍ରମୁଖ କାରଣ ଥିଲା। ହେଲେ ଏବେ ସ୍ଥିତିରେ କିଛିଟା ସୁଧାର ଆସିଛି। ସିଧାସଳଖ ବିମାନ ସେବା ଆରମ୍ଭ ହେବାପରେ ମାଲେସିଆ, ସିଙ୍ଗାପୁର, ଥାଇଲ୍ୟାଣ୍ଡ ଭଳି ରାଷ୍ଟ୍ରରୁ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆମଗନ ବୃଦ୍ଧିପାଇଛି।
ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବା ଯୋଗୁ ଗତବର୍ଷଠାରୁ ଏବର୍ଷ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଏୟାର ଏସିଆରେ ପ୍ରଥମେ ଯେତିକି ପର୍ଯ୍ୟଟକ ଆସୁଥିଲେ ଏବେ ତାହା ଦୁଇଗୁଣା ହୋଇଛି। କୋଣାର୍କ ମହୋତ୍ସବରେ ମଧ୍ୟ ଚଳିତବର୍ଷ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧିପାଇବ ବୋଲି ଆଶା କରାଯାଉଛି। ମାଲେସିଆରେ ଓଡ଼ିଶା ପର୍ଯ୍ୟଟନର ଆହୁରି ପ୍ରଚାର ପ୍ରସାର କରିବାକୁ ସେଠାକାର କିଛି ଗଣମାଧ୍ୟମକୁ ଫ୍ୟାମ୍‌ ଟ୍ରିପ୍‌ ପାଇଁ ଓଡ଼ିଶା ଡକାଯାଇଛି। କୋଣାର୍କ ମହୋତ୍ସବ ସହ ସେମାନେ ରାଜ୍ୟର ଆଉକେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ କୋଣାର୍କ ମହୋତ୍ସବ ସମୟରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବିଶ୍ୱ ହକି ଲିଗ୍‌ ଆୟୋଜିତ ହେବାକୁ ଥିବାରୁ ପର୍ଯ୍ୟଟକ ଆଗମନ ବୃଦ୍ଧିରେ ଏହା ମଧ୍ୟ ସହାୟକ ହେବ। ୧୦ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ହକି ମହାକୁମ୍ଭରେ ୮ଟି ଦେଶ ଅଂଶଗ୍ରହଣ କରୁଥିବା ବେଳେ ସମ୍ପୃକ୍ତ ଦେଶରୁ ଆସିବାକୁ ଥିବା ଦେଖଣାହାରୀ କୋଣାର୍କ ମହୋତ୍ସବ ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିଦେଖିବେ ବୋଲି ଆଶା କରାଯାଉଛି। ସେହିଭଳି ଆଗକୁ ବ୍ୟାଙ୍ଗ୍‌କକ୍‌କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ବିଶେଷକରି ବୌଦ୍ଧ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

All Right Reserved By

ମେଟ୍ରୋ |

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ୬ ଜିଲାର ୨୬୨ ବିଦ୍ୟାଳୟକୁ ସାମିଲ କରାଯାଇଛି।

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓଡିଶା ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଖାରବେଳନଗର ଥାନରେ ଏତଲା ଦିଆଯାଇଛି।

ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଖାରବେଳନଗର ଥାନା ଅଧୀନ ରେଡ୍‌କ୍ରସ ଛକରେ ଡ୍ୟୁଟିରେ ଥିବା ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।

ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ନିବେଦନ: କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଭୁବନେଶ୍ୱରରୁ ବ୍ୟାଙ୍କକ ଏବଂ ବାଙ୍ଗାଲୋରକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

୨୯ରେ ପୁରୀ କ୍ଲବର ଏଜିଏମ୍‌

ପୁରୀ ଅଫିସ, ୨୦।୭: ବହୁ ବାଦବିବାଦ ପରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୀ କ୍ଲବର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)।

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବୋଲଗଡ଼, ୨୦।୭(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ବାଙ୍କୋଇ ଆର୍‌ଆଇ କାର୍ଯ୍ୟାଳୟ ଅଞ୍ଚଳର ମାଣିକପୁର ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବଜ୍ରପାତରେ ମୃତ୍ୟୁ ଘଟିଛି।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୭: ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ଆଲୋଚନା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡ଼ି) ଓ୍ବାକ୍‌ଆଉଟ୍‌ କରିଛି।

Model This Week

ରୂପେଶ