ମେଟ୍ରୋ |

ଅପେକ୍ଷାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ: ସରିଲା ପ୍ରସ୍ତୁତି

ଅପେକ୍ଷାରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ: ସରିଲା ପ୍ରସ୍ତୁତି

ଭୁବନେଶ୍ୱର,୨୯। ୧୧(ବ୍ୟୁରୋ)- ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଥିବା କୋଣାର୍କ ମହୋତ୍ସବ ଓ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ମୁକ୍ତାକାଶ ରଙ୍ଗମଞ୍ଚ ପ୍ରସ୍ତୁତ ହୋଇସାରିଥିବାବେଳେ କଳାକାର ଚୟନ ମଧ୍ୟ ସରିଛି। ୫ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଏଥର ୬ଟି ଶାସ୍ତ୍ରୀୟ ନୃତ୍ୟର ସମାହାର ଦେଖିବାକୁ ମିଳିବ। ଓଡିଶୀ ନୃତ୍ୟ ସର୍ବୋଚ୍ଚରେ ରହିଥିବାବେଳେ କୁଚିପୁଡି, ମୋହିନୀଆଟ୍ଟମ୍‌, ଭାରତନାଟ୍ୟମ୍‌, ମଣିପୁରୀ ଏବଂ କଥକ ନୃତ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ। ଦୀର୍ଘବର୍ଷର ବ୍ୟବଧାନ ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ଚଳିତବର୍ଷ ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରିବାକୁ ବିଦେଶରୁ ଦୁଇଟି ଦଳ ଆସିବେ। ଏଥର କୋଣାର୍କ ମହୋତ୍ସବ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୧ କୋଟି ଟଙ୍କା ଓ ବାଲୁକା କଳା ଉତ୍ସବ ପାଇଁ ୨୦ଲକ୍ଷ ବଜେଟ୍‌ ରହିଛି।
ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜଓ୍ବାଲେଙ୍କ ସୂଚନା ମୁତାବକ, ଚଳିତବର୍ଷ ଭାରତ ଓ ଭାରତ ବାହାରୁ ୧୦ଜଣ ପ୍ରମୁଖ ନୃତ୍ୟଶିଳ୍ପୀ ଅଂଶଗ୍ରହଣ କରିବେ। ମହୋତ୍ସମକୁ ଅନ୍ତର୍ଜାତୀୟସ୍ତରୀୟ କରିବାକୁ ଏଥର ବିଭାଗ ମାଲେସିଆରୁ ଦୁଇଟି ଦଳ ଟେମ୍ପୁଲ ଅଫ୍‌ ଫାଇନ୍‌ ଆର୍ଟ ଏବଂ ସୂତ୍ର ଫାଉଣ୍ଡେଶନକୁ ଆଣିବ। ଉଦ୍‌ଘାଟନୀ ସନ୍ଧ୍ୟାରେ ନୁପୁର ଡ୍ୟାନ୍ସ ଏକାଡେମୀର ଗୁରୁ ନିରଞ୍ଜନ ରାଉତ ଓ ସାଥିଙ୍କ ଦ୍ୱାରା ଓଡ଼ିଶୀ ଏବଂ ମାଲେସିଆର ଦି ଟେମ୍ପୁଲ ଅଫ୍‌ ଫାଇନ୍‌ ଆର୍ଟସ ଦ୍ୱାରା ଭାରତନାଟ୍ୟମ୍‌ ପରିବେଷିତ ହେବ। ଦ୍ୱିତୀୟ ସନ୍ଧ୍ୟାରେ ନିରୁପମା ରାଜେନ୍ଦ୍ର ଓ ସାଥୀଙ୍କ ଦ୍ୱାରା କଥକ, କଲିକତାର ଡୋନା ଗାଙ୍ଗୁଲି ଓ ସାଥିଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ୩ୟ ସନ୍ଧ୍ୟାରେ ସୂତ୍ର ଫାଉଣ୍ଡେଶନ ପକ୍ଷରୁ ରାମଲୀ ଇବ୍ରାହିମ୍‌ ଓ ଗ୍ରୁପ୍‌ ଦ୍ୱାରା ଓଡ଼ିଶୀ, ନୂଆଦିଲ୍ଲୀର ବନଶ୍ରୀ ରାଓ ଓ ସାଥୀଙ୍କ ଦ୍ୱାରା କୁଚିପୁଡ଼ି, ୪ର୍ଥ ସନ୍ଧ୍ୟାରେ କଲିକତାର ବିମ୍ବାମତୀ ଦେବୀ ଓ ସାଥୀଙ୍କ ଦ୍ୱାରା ମଣିପୁରୀ, ବମ୍ବେର ଦକ୍ଷା ମଶ୍ରୁଓ୍ବାଲା ଓ ଗ୍ରୁପ୍‌ ଦ୍ୱାରା ଓଡ଼ିଶୀ ଏବଂ ଶେଷ ସନ୍ଧ୍ୟାରେ ବମ୍ବେର ନାଳନ୍ଦା ଡ୍ୟାନ୍ସ ରିସର୍ଚ୍ଚ ସେଣ୍ଟର ଦ୍ୱାରା ମୋହିନୀଆଟ୍ଟମ୍‌ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ମଞ୍ଚସ୍ଥ ହେବ। ଚଳିତବର୍ଷ କୋଣାର୍କ ମହୋତ୍ସବରେ ଭାରତ ପର୍ଯ୍ୟଟନ, ପ୍ରାଥମିକ ଚିକିତ୍ସା, ଅଗ୍ନିଶମ ସେବା ଏବଂ ପୋଲିସ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର କକ୍ଷ ଖୋଲଯିବ।
ସେହିଭଳି ଚନ୍ଦ୍ରଭାଗା ବାଲୁକା ଶଯ୍ୟାରେ ହେବାକୁ ଥିବା ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବରେ ଦେଶ ଏବଂ ଦେଶ ବାହାରୁ ୬୦ରୁ ଅଧିକ ବାଲୁକାଶିଳ୍ପୀ ଯୋଗଦେବେ। ସିଙ୍ଗାପୁର, ଶ୍ରୀଲଙ୍କା, ଜର୍ମାନୀ, ମେକ୍ସିକୋ, ଘାନା, ଫ୍ରାନ୍ସ, ସ୍ପେନ୍‌ ଏବଂ ଋଷିଆରୁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକାଶିଳ୍ପୀଙ୍କ ସହ ମହିଳା ଓ ଭିନ୍ନକ୍ଷମ ଶିଳ୍ପୀ ମଧ୍ୟ ଉତ୍ସବରେ ଅଂଶଗ୍ରହଣ କରିବେ। ଏଥର ମଧ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ବ୍ରାଣ୍ଡ ଆମ୍ବାସାଡାରଭାବେ ଘୋଷଣା କରାଯାଇଛି। ୫ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ୫ଟି ଥିମ୍‌କୁ ନେଇ ଶିଳ୍ପୀମାନେ ବାଲୁକା କଳା ପ୍ରସ୍ତୁତ କରିବେ। ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ସ୍ବତନ୍ତ୍ର ଭ୍ରମଣ ପ୍ୟାକେଜ୍‌ ଘୋଷଣା କରାଯାଇଛି। ଏହି ପ୍ୟାକେଜ୍‌ ପାଇଁ ସମସ୍ତ ତଥ୍ୟ ପର୍ଯ୍ୟଟନ ବିଭାଗ ୱେବ୍‌ସାଇଟ୍‌ www.odishatourism.gov.in ଏବଂ ଓଟିଡିସି ୱେବ୍‌ସାଇଟ୍‌ www.panthanivas.com ରେ ଉପଲବ୍ଧ ରହିଛି। କୋଣାର୍କ ମହୋତ୍ସବ ଦେଖିବା ଲାଗି ୩ ପ୍ରକାର ଟିକେଟ୍‌ ବ୍ୟବସ୍ଥା ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

All Right Reserved By

Model This Week

ନିକିତା

ମେଟ୍ରୋ |

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ନାବାଳିକା ବଳାତ୍କାର: ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡି ପଡିଛି। ମହିଳା ଓ ଶିଶୁକନ୍ୟା ସୁରକ୍ଷିତ ନୁହନ୍ତି। ଛୋଟ ଝିଅମାନଙ୍କୁ ବଳାତ୍କାର କରାଯାଉଛି। ଦୋଷୀକୁ ପୋଲିସ ଘଣ୍ଟ ଘୋଡାଉଛି। ମାସକୁ ୬ ଜଣ ବଳାତ୍କାରର ଶିକାର ହେଉଥିବା ବେଳେ ବର୍ଷକୁ ମାତ୍ର ୬ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଉଛି। ସ୍କୁଲ ଛାତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା ପୋଲିସ କନଷ୍ଟେବଳ ମଧ୍ୟ ସୁରକ୍ଷିତ ନୁହନ୍ତି। ପୋଲିସ କର୍ମଚାରୀ ମଧ୍ୟ ବଳାତ୍କାରୀ ପାଲଟି ଯାଉଛନ୍ତି। ସେହି କର୍ମଚାରୀଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରାଯାଉଛି। ସରକାରଙ୍କ ମାଆକୁ ସମ୍ମାନ ସ୍ଲୋଗାନ ପ୍ରହସନରେ ପରିଣତ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ଓ ମହିଳାଙ୍କ ସୁରକ୍ଷାକୁ ନେଇ ବିରୋଧୀ କଂଗ୍ରେସ ଓ ଭାଜପା ଶୁକ୍ରବାର ମୁଲତବୀ ଆଲୋଚନା ବେଳେ ସରକାରଙ୍କ ଉପରେ ଏଭଳି କଠୋର ଭାଷାରେ ବର୍ଷିଥିଲେ। ସରକାର ମହିଳା ଓ ଶିଶୁ କନ୍ୟାଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ବ୍ଲକଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ଦାବି ପ୍ରସଙ୍ଗ: ପ୍ରତିଶ୍ରୁତି ଦେଇ ଚିନ୍ତାରେ ସରକାର

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପୂରଣ ପାଇଁ ରାଜ୍ୟ ସରକାର ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ପ୍ରତିଶ୍ରୁତି ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ପୂର୍ବରୁ ଏକ ହଜାରରୁ ଊର୍ଦ୍ଧ୍ୱ ବ୍ଲକଗ୍ରାଣ୍ଟ ଅଧ୍ୟାପକ ସରକାରଙ୍କ ନିୟମକୁ ମାନି ସତ୍ୟପାଠ ଦାଖଲ କରିସାରିଛନ୍ତି।

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାଶ ଖୁବ୍‌ଶୀଘ୍ର: ଡିଜିପି

ଭୁବନେଶ୍ୱର, ୨୦।୪(ବ୍ୟୁରୋ)- ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ହାତରେ ହତ୍ୟାକାରୀଙ୍କ ସମ୍ପର୍କରେ ସୁରାକ ଲାଗିଛି। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଖୁବ୍‌ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ କରିବ ବୋଲି ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। ଶୁକ୍ରବାର କ୍ୟାପିଟାଲ ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଉଦ୍‌ଘାଟନ କରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ହତ୍ୟାକାରୀ ଚତୁରତାର ସହ ଏହି ଘଟଣାକୁ ଘଟାଇଥିଲେ। ଯେଉଁଥିପାଇଁ ତଦନ୍ତରେ କିଛିଟା ବିଳମ୍ବ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାର ତଦନ୍ତ କରୁଛି।

ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ଧାରଣା

ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ ଦାବିରେ ଧାରଣା

ବାଲିଅନ୍ତା,୨୦ା୪(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥର ହଂସପାଳ ଛକରେ ଫ୍ଲାଏ ଓଭର ବ୍ରିଜ୍‌ ନିର୍ମାଣ, କୁଆଖାଇ ନଦୀରେ ଆନିକଟ୍‌ ନିର୍ମାଣ, ମାର୍କେଟ କମ୍ଲେକ୍ସ ନିର୍ମାଣ ପ୍ରମୁଖ ୩ ଦଫା ଦାବିରେ ଉତ୍ତର ଭୁବନେଶ୍ୱର ଉନ୍ନୟନ ପକ୍ଷରୁ ଶୁକ୍ରବାର ଧାରଣା ଦିଆଯାଇଥିଲା।

୨୨ରୁ ନାଟକ ପରିକ୍ରମା

୨୨ରୁ ନାଟକ ପରିକ୍ରମା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ଉତ୍ତରପୁରୁଷର ନାଟ୍ୟ ଉତ୍ସବ ‘ନାଟକ ପରିକ୍ରମା-୨୦୧୮’ ଏପ୍ରିଲ ୨୨ ତାରିଖରୁ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଆରମ୍ଭ ହେବାକୁ ଯାଉଛି। ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।

ରାଉରକେଲା ମହାନଗର ନିଗମରେ ବହୁ ପଦବୀ ଖାଲି

ରାଉରକେଲା ମହାନଗର ନିଗମରେ ବହୁ ପଦବୀ ଖାଲି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ୨୦୧୪, ନଭେମ୍ବରରୁ ରାଉରକେଲା ମହାନଗର ନିଗମ ଗଠିତ ହୋଇଛି। ମାତ୍ର ହାଇକୋର୍ଟଙ୍କ ରହିତାଦେଶ ବଳବତ୍ତର ଥିବାରୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ନ ଥିବା ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉତ୍ତର ରଖିଛନ୍ତି।

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ବନ୍ଦ ହୋଇଛି ୧୫,୩୧୫ ଶିଳ୍ପ

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ରାଜ୍ୟରେ ପଞ୍ଜିକୃତ ୧୫, ୩୧୫ଟି ଶିଳ୍ପ ବିଭିନ୍ନ କାରଣରୁ ବନ୍ଦ ଅଛି। ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରଫୁଲ ସାମଲ ଶୁକ୍ରବାର ଗୃହରେ ଏହି ତଥ୍ୟ ରଖିଛନ୍ତି।

ଯୁବକଙ୍କ ମୃତଦେହ ଉଦ୍ଧାର

ଯୁବକଙ୍କ ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୨୦ା୪(ଡି.ଏନ୍‌.ଏ.): ଓଲଟପୁର ଥାନା ଅନ୍ତର୍ଗତ ଫୁଲନଖରା -ନିଆଳି ରାସ୍ତାର ପିଙ୍ଗାପଡ଼ା ନିକଟରୁ ଗୁରୁବାର ରାତିରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ କଟକସଦର ଥାନା ଅନ୍ତର୍ଗତ ତିରଣପଦା ଗ୍ରାମର ଅର୍ତ୍ତତ୍ରାଣ ଭୋଇ(୨୨)।

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୂ-ତଳ ଜଳ ଲବଣାକ୍ତକୁ ନେଇ ଏନ୍‌ଜିଟି କ୍ଷୁବ୍ଧ: ଜଳ ନମୁନା ଯାଞ୍ଚ ପାଇଁ ନିର୍ଦ୍ଦେଶ

ପୁରୀ ଅଫିସ, ୨୦।୪: ପୁରୀ ସହରର ଭୂ-ତଳ ଜଳସ୍ତର ହ୍ରାସ ପାଇବା ସହିତ ସମୁଦ୍ର ଜଳ ଭୂ-ତଳ ଜଳ ସ୍ତରରେ ମିଶିଛି। କେତେକ ଅଞ୍ଚଳରେ ଜଳସ୍ତର ଲବଣାକ୍ତ ହୋଇଗଲାଣି। ତେଣୁ ଏକ ଉଚ୍ଚସ୍ତରୀୟ କମିଟି ଗଠନକରି ପୁରୀ ସହରର ସମସ୍ତ ଅଞ୍ଚଳର ଭୂତଳ ଜଳସ୍ତରର ମାନ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

ଶିକ୍ଷକଙ୍କୁ ସମୂହ ଅବସରକାଳୀନ ସମ୍ବର୍ଦ୍ଧନା

କୃଷ୍ଣପ୍ରସାଦ, ୨୦।୪(ଡ଼ି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଉଦୟଗିରି ପ୍ରାଥମିକ ବିଦ୍ୟାଳୟରେ ୩ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ଶୁକ୍ରବାର ସମୂହ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ସେମାନେ ହେଲେ ଅନିରୁଦ୍ଧ ମହାରଣା, ପ୍ରକାଶ ଚନ୍ଦ୍ର ରଥ, ବିଜୟ କୁମାର ନନ୍ଦ ଏବଂ ଗୀତାଞ୍ଜଳି ଦାସ।

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଏଟିଏମ୍‌ରୁ ଟଙ୍କା ମିଳୁନି: ଶନିବାର ବିଜେଡିର ୨ ଘଣ୍ଟିଆ ଧାରଣା

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ଭାରତର ବିଭିନ୍ନ ରାଜ୍ୟରେ ଏବେ ନଗଦ ଅଭାବ ଦେଖାଦେଇଛି। ଏଟିଏମ୍‌ ଗୁଡିକରୁ ଟଙ୍କା ମିଳୁନାହିଁ। ଏହି ଅବସ୍ଥା ମଧ୍ୟ ଓଡ଼ିଶାରେ ଦେଖାଦେଲାଣି। ଏହାର ପ୍ରତିବାଦରେ ବିଜୁ ଜନତା ଦଳ(ବିଜେଡି) ଶନିବାର ବିଭିନ୍ନ ରିଜର୍ଭ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ବ୍ୟାଙ୍କ ସମ୍ମୁଖରେ ୨ ଘଣ୍ଟିଆ ଧାରଣା ଦେବ।

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଜାମିନ: ଜେଲରୁ ମୁକୁଳିବେ ରାଜା ଆଚାର୍ଯ୍ୟ

କଟକ ଅଫିସ, ୨୦।୪: ଗ୍ୟାଙ୍ଗଷ୍ଟାର ରାଜା ଓରଫ ସନ୍ଦିପ ଆଚାର୍ଯ୍ୟଙ୍କୁ ଶୁକ୍ରବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ନିମ୍ନ ଅଦାଲତ ତାଙ୍କ ଉପରେ ସର୍ତ୍ତାରୋପ କରିବେ। ପୂର୍ବରୁ ସମସ୍ତ ମାମଲାରେ ରାଜାଙ୍କୁ ଜାମିନ ମିଳିସାରିଛି।