ମେଟ୍ରୋ |

କମିଶନରେଟ ପୋଲିସର ଯୋଜନା ଭେଳିକି: ଖାକି କାର୍ଯ୍ୟଧାରାରେ ରହୁନି ଲଗାମ

କମିଶନରେଟ ପୋଲିସର ଯୋଜନା ଭେଳିକି: ଖାକି କାର୍ଯ୍ୟଧାରାରେ ରହୁନି ଲଗାମ
ଭୁବନେଶ୍ୱର,୨୯।୧୧ (ବ୍ୟୁରୋ)- କମିଶନରେଟ୍‌ ପୋଲିସରେ ଅନେକ ଯୋଜନା କରାଯାଉଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ଗୋଟିକ ପରେ ଗୋଟିଏ ଯୋଜନା କରି ବାହାଃବା ନେଉଛନ୍ତି। ଏବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ମଧ୍ୟ ହେଉଛି। କ’ଣ ବିନିଯୋଗ ହେଉଛି, ଆଉ କେତେ ଖାକି ଖାଉଛି ତାହାର ହିସାବ ନାହିଁ। ସମୀକ୍ଷା ନାହିଁ କି, ନଜର ନାହିଁ। ଯୋଜନାଗୁଡ଼ିକ ଆରମ୍ଭ ହେବାର ମାତ୍ର ଅଳ୍ପ କେଇମାସ ଭିତରେ ଫେଲ୍‌ ମାରୁଛି। ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ପରିବର୍ତ୍ତେ ପୁଣି ନୂଆ ଯୋଜନା କରାଯାଉଛି। ଫଳରେ ପିଙ୍କ୍‌ ଅଟୋ ଠାରୁ ‘ମୋ ସାଥି ଆପ’ ପର୍ଯ୍ୟନ୍ତ ଅନେକ ଯୋଜନା ବାଟବଣା ହୋଇଯାଇଛି। ଏପରି ଏକ ଯୋଜନା ‘ରୋଲ୍‌ କଲ’ର ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ପୋଲିସ କର୍ମଚାରୀ ଯେପରି ଠକି ନ ପାରିବେ, ନିଜ କାର୍ଯ୍ୟକୁ ଠିକ୍‌ ଭାବେ ସମ୍ପାଦନ କରିବେ ସେଥିପାଇଁ ଦିଲ୍ଲୀ, ବମ୍ବେ ଆଦି ବଡ ବଡ ସହରରେ କମିଶନରେଟ୍‌ ପୋଲିସରେ ‘ରୋଲ୍‌ କଲ’ ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାକୁ ମଧ୍ୟ ଦୈତନଗରୀ କମିଶନରେଟ ପୋଲିସ ମଧ୍ୟ କାର୍ଯ୍ୟକାରୀ କରିଛି। ଏହାକୁ କଡାକଡି ଭାବେ ପାଳନ କରିବାକୁ ପୋଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ନିର୍ଦ୍ଦେଶ ଦେଇଥିଲେ। ହେଲେ ଅନ୍ୟ ଯୋଜନା ଭଳି ଏହା ମଧ୍ୟ ଦୁଇ ମାସ ମଧ୍ୟରେ ଫେଲ୍‌ ମାରିଲା। ନିର୍ଦ୍ଦେଶ ଓ ବ୍ୟବସ୍ଥା ଅନୁସାରେ, ସବୁଦିନ ସକାଳ ୯ଟା ସମୟରେ ଏହି ‘ରୋଲ୍‌ କଲ୍‌’ କରାଯିବ। ଏହାର ନେତୃତ୍ୱ ନେବେ ଥାନା ଅଧିକାରୀ। ଏହି ରୋଲ୍‌ କଲ୍‌ରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିବେ। ଏହି ସମୟର ଏକ ଫଟୋ ଉଠାଯାଇ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ପଠାଇବାର ନିର୍ଦ୍ଦେଶ ଥିଲା। ରୋଲ୍‌ କଲ ସମୟରେ କିଏ କେଉଁଠିକୁ ଡିୟୁଟି ପାଇଁ ଯିବେ, କିଏ କ’ଣ କରିବେ ତାହା ଆଲୋଚନା କରାଯାଇ କାର୍ଯ୍ୟ ବଣ୍ଟା ଯାଉଥିଲା। ଏହାସହ ବିଭିନ୍ନ କେସ୍‌କୁ ନେଇ ଏଠାରେ ଆଲୋଚନା କରାଯାଇ ବର୍ତ୍ତମାନର ସ୍ଥିତି ଓ ପରବର୍ତ୍ତୀ ପଦକ୍ଷେପ ନିର୍ଦ୍ଧାରଣ କରାଯିବାର ନିର୍ଦ୍ଦେଶ ରହିଥିଲା। ସେହିପରି ପୋଲିସ ୟୁନିଫର୍ମ ଓ ସରଞ୍ଜାମ କାହା ପାଖରେ କ’ଣ ରହୁଛି, ନୂଆ ଆଇନ, ନୀତି ଓ ନିର୍ଦ୍ଦେଶ ସଂକ୍ରାନ୍ତରେ କର୍ମଚାରୀଙ୍କୁ ଅବଗତ କରାଯିବାର ବ୍ୟବସ୍ଥା ଥିଲା। କିନ୍ତୁ ଏହି ‘ରୋଲ୍‌ କଲ୍‌’ କିଛି ଦିନ ଠିକ୍‌ ଢ଼ଙ୍ଗରେ ଚାଲିବା ପରେ ପ୍ରହସନ ପାଲଟିଗଲା। ଯଦି କେତେବେଳେ କରାଯାଉଛି ହାତ ଗଣତି ଦୁଇ ତିନିଜଣ ପୋଲିସ କର୍ମଚାରୀ ଉପସ୍ଥିତ ରହୁଛନ୍ତି। ପୁଣି ଏଥିରେ ଥାନାଧିକାରୀ ଭାଗ ନେଉନାହାନ୍ତି। ରାଜଧାନୀର ସହିଦନଗର, ମଞ୍ଚେଶ୍ୱର ଓ ନୟାପଲ୍ଲୀ ଭଳି ପ୍ରାୟ ଅଧିକାଂଶ ଥାନାରେ ଏହା ଆଉ ଏହା ଦେଖିବାକୁ ମିଳୁନି। ଏନେଇ ଜଣେ ପୋଲିସ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ, ଏବେ ପୋଲିସ ବିଭିନ୍ନ ଆଇନ୍‌ ଶୃଙ୍ଖଳା ପରିସ୍ଥିତିକୁ ନେଇ ବ୍ୟସ୍ତତା ଭିତରେ ରହୁଥିବାରୁ ରୋଲ୍‌ କଲ୍‌ ଠିକ୍‌ ଭାବେ ହୋଇପାରୁନି। ଆଉ କେତେଜଣ ଥାନା ଅଫିସରଙ୍କ କହିବା କଥା, ରାତି ଅନିଦ୍ରା ହୋଇ ଡିିୟୁଟି କରୁଛୁ, ସକାଳୁ ସମସ୍ତେ ଆସି ରୋଲ୍‌ କଲ କରିବା ସମ୍ଭବ ହେଉନାହିଁ। ମୁଖ୍ୟତଃ ଥାନାଧିକାରୀ ଏତେ ସକାଳୁ ଆସିପାରୁ ନାହାନ୍ତି। ରୋଲ୍‌ କଲ ବନ୍ଦ ହେବା ଦ୍ୱାରା ପୋଲିସ ବାବୁମାନେ ମନ ମୁତାବକ ଥାନାକୁ ଆସୁଛନ୍ତି ଆଉ ଯାଉଛନ୍ତି। ଏପରିକି ଅନେକ ପୋଲିସ ଥାନାରେ ହାଜିରା ପକାଇ ଘରକୁ ପଳାଉଛନ୍ତି। ସମସ୍ତେ ସମାନ ଭାବେ ଠକୁଥିବାରୁ ଥାନା ଅଧିକାରୀ କିମ୍ବା ଅନ୍ୟ ପୋଲିସ ଅଧିକାରୀ ତଳିଆ କର୍ମଚାରୀଙ୍କୁ କିଛି କହୁ ନ ଥିବା ଦେଖିବାକୁ ମିଳୁଛି। ଏହି ରୋଲ୍‌ କଲ୍‌ ବ୍ୟବସ୍ଥାକୁ କଡାକଡି କରାଯିବାକୁ ବିଭିନ୍ନ ଥାନାଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରି ଆସୁଛନ୍ତି। ଏ ସଂକ୍ରାନ୍ତରେ ଡିସିପି ସତ୍ୟବ୍ରତ ଭୋଇ କୁହନ୍ତି, ରୋଲ୍‌ କଲ୍‌ ନିୟମିତ ଭାବେ କରାଯାଉଛି। ଯଦି କେଉଁଠି ହେଉନି ଆମେ ତାହାକୁ ଅନୁଧ୍ୟାନ କରୁଛୁ।
All Right Reserved By

ମେଟ୍ରୋ |

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧାରେ ପାର୍ବଣର ମହକ: ଶୋଭା ପାଉଛି ୯ ମେଢ

ଖୋର୍ଦ୍ଧା ଅଫିସ,୧୬।୧୦: ପାର୍ବଣର ମହକରେ ମହକି ଉଠିଛି ଖୋର୍ଦ୍ଧା ସହର। ସହରର କଣ୍ଟାବଜାର ଦୁର୍ଗା ପୂଜା କମିଟି, ଦୁର୍ଗାମାଧବ ପୂଜା କମିଟି, ପୁରୁଣା ଫାୟାର ଷ୍ଟେଶନ, ଇଗଲ କ୍ଲବ ପୂଜା କମିଟି, ଗୁରୁଜଙ୍ଗ  ଦୁର୍ଗାପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କୁ ପୂଜା କରାଯାଉଛି। ସହରର ବାକି ୪ ଟି ମଣ୍ଡପ ଖୋର୍ଦ୍ଧା ଦୁଲଣାଛକ, ମାଛ ମାର୍କେଟ, ଟାଉନ ହଲ ନିକଟ ଓ ରାଜସ୍ବ ଡାକ ବଙ୍ଗଳା ରାସ୍ତାର ୪୦୭ ଟ୍ରକ ପାର୍କିଂ ଛକରେ ହର ପାର୍ବତୀଙ୍କ ପୂଜା ଅନୁଷ୍ଠିତ ହେଉଛି। 

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡାର ୩୧ ମଣ୍ଡପରେ ପୂଜା ପାଉଛନ୍ତି ହରପାର୍ବତୀ, ମା’ଦୁର୍ଗା

କଣ୍ଟାପଡା,୧୬।୧୦(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକରେ ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ୩୧ ମଣ୍ଡପରେ ହରପାର୍ବତୀ ଓ ମା’ଦୁର୍ଗାଙ୍କ ମୃଣୟୀ ମୂର୍ତ୍ତି ପୂଜା ପାଉଛନ୍ତି। 

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

ମା’ ମଙ୍ଗଳାଙ୍କ ମନ୍ଦିରରେ ମହାଷ୍ଟମୀ ପୂଜା ପାଳିତ

କାକଟପୁର, ୧୬।୧୦(ଡି.ଏନ.ଏ.): ଶାରଦୀୟ ପାର୍ବଣ ପୂଜା ପାଇଁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ଉତ୍ସବମୁଖର ହୋଇପଡିଛି। 

ଆଜି ମହାମାୟାଙ୍କ ମହାସପ୍ତମୀ

ଆଜି ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଧରାବତରଣ କରିଛନ୍ତି ମା’ ମହିଷାମର୍ଦ୍ଦିନୀ। ନବରାତ୍ରୀ ପୂଜା ସବୁଠାରେ ଆରମ୍ଭ ହୋଇସାରିଛି। ରୀତି ମୁତାବକ ମଙ୍ଗଳବାର ପୀଠରେ ଦେବୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା ହେଉଥିବା ବେଳେ ମଣ୍ଡପରେ ସପ୍ତମୀ ପୂଜା ପାଳନ କରାଯାଉଛି। 

୭୩ ବର୍ଷରେ ନବୀନ ପଟ୍ଟନାୟକ

୭୩ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ମଙ୍ଗଳବାର ୭୩ତମ ଜନ୍ମଦିନ। ହେଲେ ବାତ୍ୟା ତିତ୍‌ଲି ଓ ଏହା ପରେ ହୋଇଥିବା ବନ୍ୟାରେ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ନବୀନ ଜନ୍ମଦିନ ପାଳିବେ ନାହିଁ ବୋଲି ଜଣାପଡ଼ିଛି। 

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଚଢାଉ ବେଳେ ପୋଲିସ-ଜୁଆଡି ଧସ୍ତାଧସ୍ତି, ୧୮ ଗିରଫ:୫୦ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଓ ତାସ ଜବତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- କ୍ୟାପିଟଲ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ଜୁଆ ଆଡ୍ଡା ଉପରେ ସୋମବାର ଚଢାଉବେଳେ ପୋଲିସ ଓ ଜୁଆଡିଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରୁ ୧୮ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବାବେଳେ  ସେମାନଙ୍କ ନିକଟରୁ ୫୧ ହଜାର ୬୩୦ଟଙ୍କା, ୩ ସେଟ୍‌ ତାସ ଓ କାଲକୁଲେଟର ଜବତ କରାଯାଇଛି। 

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ମରଣଜନ୍ତା ପାଲଟିଛି ରାଜଧାନୀ ରାସ୍ତା:ଖାଲ ପାଇଁ ଗଲା ୨ ଜୀବନ, ୩ ଆହତ

ଭୁବନେଶ୍ୱର,୧୬-୧୦(ବ୍ୟୁରୋ)- ଭୁବନେଶ୍ୱରରେ ଏବେ ଅଣ୍ଡରଗ୍ରାଉଣ୍ଡ୍‌ କେବୁଲ ବିଛା ଚାଲିଛି। ଏଥିପାଇଁ ରାଜଧାନୀର ବିଭିନ୍ନ ରାସ୍ତାକୁ ଖୋଲି ଦିଆଯିବା ପରେ ଭଲ ଭାବେ ପୋତା ଯାଉନି। କାମ ସରିଯିବା ପରେ ଠିକାଦାର ମରାମତିର ନାଁ ଗନ୍ଧ ଧରୁନି। ଫଳରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। 

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ସେବା

ଭୁବନେଶ୍ୱର, ୧୬-୧୦(ବ୍ୟୁରୋ)- ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସିଧାସଳଖ ଦୁବାଇକୁ ବିମାନ ସେବା ଆରମ୍ଭ ହେବ। ବିମାନ ଉଡ଼ାଣକାରୀ ସଂସ୍ଥା ଇଣ୍ଡିଗୋ ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ଆସନ୍ତା ନଭେମ୍ବର ୧ରୁ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି।

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଗର୍ଭବତୀ, ନବଜାତ ଶିଶୁଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ କରିବେ କିନ୍ନର

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ)- କିନ୍ନରଙ୍କୁ ସମାଜରେ ଅଧିକ ଗ୍ରହଣୀୟ କରାଇବା ଏବଂ ସମାଜସେବାରେ ସେମାନଙ୍କୁ ସାମିଲ କରାଇବା ପାଇଁ କିସ୍‌, ଅଜିମ୍‌ ପ୍ରେମଜୀ ଫିଲାନ୍‌ଥ୍ରୋପିକ ଇନିସିଏଟିଭ୍‌ ଓ ସଖା ମିଳିତ ଭାବେ ପ୍ରୟାସ ଆରମ୍ଭ କରିଛି। 

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭିଡ଼ ଅସମ୍ଭାଳ ଷଷ୍ଠୀରୁ ପରିସ୍ଥିତି ଅଣାୟତ୍ତ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ରାଜଧାନୀରେ ଅସମ୍ଭାଳ ହୋଇପଡ଼ିଛି ଟ୍ରାଫିକ୍‌ ଜାମ୍‌। ପୂଜା ଆରମ୍ଭରୁ  ଭୁବନେଶ୍ୱରରେ ରାସ୍ତା ଜାମ୍‌ ମୁଣ୍ଡବ୍ୟଥା ସୃଷ୍ଟି କରିଛି। ୫ ମିନିଟ୍‌ର ରାସ୍ତା ଅତିକ୍ରମ କରିବାକୁ ଲାଗିଯାଉଛି ଅଧଘଣ୍ଟା। ସୋମବାର ମହାଷଷ୍ଠୀରୁ ପରିସ୍ଥିତି ସମ୍ପୂର୍ଣ୍ଣ ଅଣାୟତ୍ତ ହୋଇପଡ଼ିଛି। 

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ସରିଲା ଷଷ୍ଠୀ ପୂଜା ଆଜିଠୁ ମଣ୍ଡପରେ ମା’ଙ୍କ ଦର୍ଶନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଧରାବତରଣ କରିଛନ୍ତି ମା’ ମହିଷମର୍ଦ୍ଦିନୀ। ସମସ୍ତ ମଣ୍ଡପରେ ଆରମ୍ଭ ହୋଇଯାଇଛି ମା’ଙ୍କ ପୂଜା। ସୋମବାର ରୀତିନୀତିରେ ଷଷ୍ଠୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା ବିଲ୍ବାଧିବାସ। ଅପରାହ୍ନରେ ଷଷ୍ଠାଦି କର୍ମ କରାଯାଇଥିଲା।

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଓଡ଼ିଶାରେ ଚଳଚ୍ଚିତ୍ର ଅଭିଲେଖାଗାର ପାଇଁ ପ୍ରସ୍ତାବ - ସଂରକ୍ଷଣ ହୋଇପାରୁନି ୯୦ ପ୍ରତିଶତ ଫିଲ୍ମ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ)-
ଭାରତରେ ଫିଲ୍ମକୁ ଏକ କଳା ଭାବେ ପରିଗଣିତ କରାଯାଉନି। ଫିଲ୍ମ କହିଲେ ଲୋକେ କେବଳ ବଲିଉଡ୍‌କୁ ବୁଝୁଛନ୍ତି। ଦେଶରେ ୧୦ ବଡ଼ ବଡ଼ ଫିଲ୍ମ ଇଣ୍ଡଷ୍ଟ୍ରି ରହିଛି ଓ ବର୍ଷକୁ ହଜାର ହଜାର ଫିଲ୍ମ ତିଆରି ହେଉଛି।