
ଗୋପ,୨୯।୧୧(ଡି.ଏନ୍.ଏ.): ପୁରୀ ଜିଲା ଗୋପ ବ୍ଲକ ଅଧୀନ ବିରତୁଙ୍ଗ ଓ ବଉଳାଙ୍ଗ ପଞ୍ଚାୟତରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଇନ୍ଦିରା ଆବାସ ଓ ଶୌଚାଳୟ ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ଏସ୍ପିଙ୍କ ନିକଟରେ ଅଭିଯୋଗ ହେବାପରେ ଏହି ଚଢ଼ାଉ କରାଯାଇଛି। ପୁରୀ ଭିଜିଲାନ୍ସ ଡିଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗୋପ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନଥିପତ୍ର ଜବତ କରିବା ସହ ଉକ୍ତ ଗ୍ରାମ ପଞ୍ଚାୟତକୁ ଯାଇ ଚଢ଼ାଉ କରିଥିବା ଜଣାପଡ଼ିଛି।