ଜାତୀୟ |

ମୋଦିଙ୍କ ଉପରେ ରାହୁଳଙ୍କ ଟୁଇଟର୍‌ ଆଟାକ୍‌

ମୋଦିଙ୍କ ଉପରେ ରାହୁଳଙ୍କ ଟୁଇଟର୍‌ ଆଟାକ୍‌

ନୂଆଦିଲ୍ଲୀ,୨୯।୧୧: କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଟୁଇଟର୍‌ ଆଟାକ୍‌ ଆରମ୍ଭ କରିଛନ୍ତି। ବୁଧବାର ରାହୁଳ ଟୁଇଟ୍‌ କରି ମୋଦିଙ୍କୁ ଗୁଜରାଟ ଜନସାଧାରଣଙ୍କୁ ଭାଜପା ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ୫୦ ଲକ୍ଷ ବାସଗୃହ ଯୋଜନା କେତେ ଦୂର ଆଗେଇଛି ତାହା ପଚାରିଛନ୍ତି। ଇତିମଧ୍ୟରେ ମାତ୍ର ୪.୭୨ ଲକ୍ଷ ବାସଗୃହ ନିର୍ମାଣ କରାଯାଇଛି। ଅବଶିଷ୍ଟ ବାସଗୃହ ନିର୍ମାଣ ପାଇଁ ଭାଜପା ସରକାରଙ୍କୁ ୪୫ ବର୍ଷ ଲାଗିବ ବୋଲି ରାହୁଳ ଟୁଇଟ୍‌ କରିଛନ୍ତି। ରାଜ୍ୟ ଜନତାଙ୍କୁ ଭାଜପା କେବଳ ଠକି ଚାଲିଛି ବୋଲି ରାହୁଳ ଅଭିଯୋଗ କରିଛନ୍ତି।

All Right Reserved By

Model This Week

Model This Week

ଜାତୀୟ |

ମାନବ ବିହୀନ ରେଳ ଫାଟକ ଯୋଗୁ ଘଟୁଛି ୪୦ ପ୍ରତିଶତ ରେଳ ଦୁର୍ଘଟଣା

ମାନବ ବିହୀନ ରେଳ ଫାଟକ ଯୋଗୁ ଘଟୁଛି ୪୦ ପ୍ରତିଶତ ରେଳ ଦୁର୍ଘଟଣା

ନୂଆଦିଲ୍ଲୀ, ୨୬।୪ : ଦେଶରେ ଥିବା ମାନବ ବିହୀନ ରେଳ ପାଟକ ଯୋଗୁ ୪୦ ପ୍ରତିଶତରୁ ଅଧିକ ଦୁର୍ଘଟଣା ଘଟୁଛି। ସମ୍ପ୍ରତି ଦେଶରେ ୧୦ ହଜାର ମାନବ ବିହୀନ ରେଳ ଫାଟକ ରହିଛି। ୨୦୧୮ ବଜେଟରେ ୪ ହଜାର ମାନବ ବିହୀନ ରେଳଫାଟକ ବନ୍ଦ କରାଯିବା ନେଇ ଘୋଷଣା କରାଯାଇଥିଲା। ମାତ୍ର ପ୍ରଶାସନିକ କ୍ଷେତ୍ରରେ ସମନ୍ବୟ ଅଭାବ ଯୋଗୁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ।

ପୁରୁଷ ନିର୍ଯ୍ୟାତନା: ଥାନାରେ ପହଞ୍ଚିଲେ ସ୍ବାମୀ

ପୁରୁଷ ନିର୍ଯ୍ୟାତନା: ଥାନାରେ ପହଞ୍ଚିଲେ ସ୍ବାମୀ

ନୂଆଦିଲ୍ଲୀ, ୨୬।୪ : ଭାରତୀୟ ସମାଜରେ ନାରୀ ନିର୍ଯ୍ୟାତନା ନେଇ ଅନେକ ଆଇନ ବ୍ୟବସ୍ଥା ରହିଛି। ତେବେ ଅନେକ ସମୟରେ ନିର୍ଯ୍ୟାତନାର ଶିକାର ହେଉଥିବା ପୁରୁଷଙ୍କୁ ନ୍ୟାୟ ମିଳିବା ନେଇ ଆଶଙ୍କ ଦେଖାଦେଉଛି। ସାଧାରଣତଃ ପୁରୁଷ ନାରୀକୁ ନିର୍ଯ୍ୟାତିତ କରୁଥିବା କୁହାଯାଇଥାଏ। ଅନେକ କ୍ଷେତ୍ରରେ ନାରୀମାନଙ୍କ ଦ୍ୱାରା ପୁରୁଷ ମଧ୍ୟ ନିର୍ଯ୍ୟାତନାର ଶିକାର ହୋଇଥାନ୍ତି। ଏଭଳି ଏକ ଘଟଣା ଦିଲ୍ଲୀର ଗ୍ରେଟର ନୋଏଡ଼ା ଦନକୌର ଥାନା ଅଞ୍ଚଳରେ ଘଟିଛି।

ଫେସବୁକ୍‌ ସମ୍ପର୍କରୁ ଅପରାଧ: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଫେସବୁକ୍‌ ସମ୍ପର୍କରୁ ଅପରାଧ: ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ନୂଆଦିଲ୍ଲୀ, ୨୬।୪ : ଏବେ ଯୁବବର୍ଗଙ୍କ ମଧ୍ୟରେ ଚାଲିଛି ଫେସବୁକ୍‌ ମାନିଆ। ଫେସବୁକ୍‌ ମାଧ୍ୟମରେ ଅନେକ ଯୁବକ ଯୁବତୀ କେହି କାହାକୁ ନ ଦେଖି ନ ଜାଣି ମଧ୍ୟ ପ୍ରେମ କରି ବସୁଛନ୍ତି। ଏଭଳି ଏକ ଫେସବୁକ୍‌ ସମ୍ପର୍କରୁ ଯୁବକ-ଯୁବତୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ଉଭୟଙ୍କ ମଧ୍ୟରେ ଦେଖା ସାକ୍ଷାତ ଏବଂ ପରେ ହୋଇଛି ଅପରାଧ। ଯୁବକ ଜଣକ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ଏବେ ଗିରଫ ହୋଇଛନ୍ତି।

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ନୂଆଦିଲ୍ଲୀ/ଲଣ୍ଡନ, ୨୬।୪ : ଭାରତରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଆଶା ରହିଛି ବୋଲି ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ ଆଇଏଲ୍‌ୟୁକେ ମତ ଦେଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ପଠାଯାଇଛି।

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୪ : ଭାରତରେ ସହିଷ୍ଣୁତା ନେଇ ଅନେକ ଦିନଧରି ନାନା ଚର୍ଚ୍ଚା ଜାରି ରହିଛି। ଅନେକ ବୁଦ୍ଧିଜୀବି ସାମ୍ପ୍ରତିକ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ମତ ମଧ୍ୟ ଦେଇଛନ୍ତି। ମାତ୍ର ଇସ୍ପୋସ୍‌ ମୋରୀ ନାମକ ଏକ ସଂସ୍ଥାଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପୃଥିବୀର ସହିଷ୍ଣୁ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

ଅବସରପ୍ରାପ୍ତ ପ୍ରଫେସରଙ୍କ ହୋମ୍‌ମେଡ୍‌ ଲିଫ୍ଟ

କୋଏମ୍ବାଟୁର,୨୬।୪: କୋଏମ୍ବାଟୁରର ଜଣେ ଅବସରପ୍ରାପ୍ତ ପ୍ରଫେସର କମ୍ପ୍ରେସର ବ୍ୟବହାର କରି ଏକ ହୋମ୍‌ମେଡ୍‌ ଲିଫ୍ଟ ନିର୍ମାଣ କରିଛନ୍ତି। ଯାହା ୨ ମହଲା ପର୍ଯ୍ୟନ୍ତ ୨ଶହ କିଲୋଗ୍ରାମ ଓଜନ ଉଠାଇ ଯାଇପାରିବ।

ପ୍ରଥମ ମହିଳା ଓକିଲ ହେବେ ସୁପ୍ରିମକୋର୍ଟର ବିଚାରପତି

ପ୍ରଥମ ମହିଳା ଓକିଲ ହେବେ ସୁପ୍ରିମକୋର୍ଟର ବିଚାରପତି

ନୂଆଦିଲ୍ଲୀ,୨୬।୪: କେନ୍ଦ୍ର ସରକାର ସୁପ୍ରିମକୋର୍ଟ କଲେଜିୟମର ସୁପାରିସ ଅନୁଯାୟୀ ସିନିୟର ଆଡଭୋକେଟ ଇନ୍ଦୁ ମାଲହୋତ୍ରାଙ୍କୁ ବିଚାରପତି ହେବାର ମାନ୍ୟତା ପ୍ରଦାନ କରିଛନ୍ତି।

ବହି, ଖାତା ଉପରେ ଲାଗିବ ନାହିଁ ପ୍ଲାଷ୍ଟିକ କଭର

ବହି, ଖାତା ଉପରେ ଲାଗିବ ନାହିଁ ପ୍ଲାଷ୍ଟିକ କଭର

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ସ୍କୁଲର ଛାତ୍ରୀଛାତ୍ରମାନେ ଏବେ ସେମାନଙ୍କ ବହି ଓ ଖାତାରେ ପ୍ଲାଷ୍ଟିକ କଭର ଲଗାଇ ପାରିବେ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୨୪ ଆହତ

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ: ୨୪ ଆହତ

ଲୁଧିଆନା, ୨୬।୪ : ପଞ୍ଜାବ ଲୁଧିଆନା ନିକଟସ୍ଥ ଗିଆସପୁରା ଲେବର କଲୋନୀରେ ଗୁରୁବାର ସକାଳେ ଏକ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ୨୪ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

୬ ବର୍ଷ ବାଳକକୁ କାମୁଡ଼ି ମାରିଲେ ବୁଲା କୁକୁର

୬ ବର୍ଷ ବାଳକକୁ କାମୁଡ଼ି ମାରିଲେ ବୁଲା କୁକୁର

ମୁଜାଫରନଗର, ୨୬।୪ : ଉତ୍ତରପ୍ରଦେଶ ମୁଜାଫରନଗର ନିକଟସ୍ଥ କୁତେସ୍ରା ଗାଁରେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୬ ବର୍ଷ ବାଳକଙ୍କର ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଆକ୍ରାମ୍‌। ସେ ଘର ପାଖ ପଡ଼ିଆକୁ ଯାଇଥିବାବେଳେ ବୁଲା କୁକୁର ତାଙ୍କୁ ଗୋଡ଼ାଇଥିଲେ। ଆକ୍ରାମ୍‌ ଭୟରେ ଦୌଡ଼ିଥିଲେ। କୁକୁର ଦଳ ତାଙ୍କର ପିଛା କରିଥିଲେ। ପରେ ତାଙ୍କୁ କାମୁଡ଼ି କାମୁଡ଼ି ରକ୍ତାକ୍ତ କରିଦେଇଥିଲେ।

ଜଳ ସଙ୍କଟ: ପାଣି ପାଇଁ ଯିବାକୁ ପଡୁଛି ୫ କିମି

ଜଳ ସଙ୍କଟ: ପାଣି ପାଇଁ ଯିବାକୁ ପଡୁଛି ୫ କିମି

ଭୋପାଳ, ୨୬।୪ : ମଧ୍ୟପ୍ରଦେଶ ଟିକାମଗଡ଼ରେ ଗତ ୩ ବର୍ଷ ଧରି ଲାଗି ରହିଛି ଉତ୍କଟ ଜଳ ସଙ୍କଟ। ପାଣିପାଇଁ ସ୍ଥାନୀୟ ଲୋକଙ୍କୁ ପ୍ରତିଦିନ ୫ କିଲୋମିଟର ଯିବାକୁ ପଡୁଛି। ଏହି ଅଞ୍ଚଳର ଜନସଂଖ୍ୟା ୩ ହଜାର ରହିଛି। ମୁନ୍ଦିଏ ପାଣି ପାଇଁ ଖରାଦିନେ ଏଠାରେ ଲୋକମାନେ ଡ଼ହଳବିକଳ ହୋଇଥାନ୍ତି।

ଲଶ୍କର-ଇ-ତୋଏବାର ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ଆଇଏସ୍‌ଆଇ ଓ ହାଫିଜ୍‌ଙ୍କ ଟ୍ୟାଲେଣ୍ଟ୍‌ ହଣ୍ଟ୍‌

ଲଶ୍କର-ଇ-ତୋଏବାର ଷଡ଼ଯନ୍ତ୍ର: ଜମ୍ମୁ-କଶ୍ମୀରରେ ଆଇଏସ୍‌ଆଇ ଓ ହାଫିଜ୍‌ଙ୍କ ଟ୍ୟାଲେଣ୍ଟ୍‌ ହଣ୍ଟ୍‌

ଶ୍ରୀନଗର, ୨୬।୪ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଲଶ୍କଲ-ଇ-ତୋଏବା ନିର୍ଦ୍ଦେଶରେ ଟ୍ୟାଲେଣ୍ଟ୍‌ ହଣ୍ଟ୍‌ କାର୍ଯ୍ୟକ୍ରମ ଜାରି ରହିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଡିକୋଡ୍‌ କରାଯାଇଛି। ଆଇଏସ୍‌ଆଇ ସହିତ ମିଳିତ ହୋଇ ହାଫିଜ ସଇଦ୍‌ ଜମ୍ମୁ-କଶ୍ମୀର ଯୁବବର୍ଗଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଆତଙ୍କବାଦୀ ସଂଗଠନରେ ସାମିଲ୍‌ କରାଉଛନ୍ତି।