ଜାତୀୟ |

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଡିସେମ୍ବର ୪ରେ ନାମାଙ୍କନ ପତ୍ର ଦାଖଲ କରିବେ ରାହୁଳ

 କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଡିସେମ୍ବର ୪ରେ ନାମାଙ୍କନ ପତ୍ର ଦାଖଲ କରିବେ ରାହୁଳ
ନୂଆଦିଲ୍ଲୀ,୨୯।୧୧: କଂଗ୍ରେସ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଜୋର୍‌ସୋର୍‌ ଯୋଜନା ଆରମ୍ଭ ହୋଇଛି। ଏନେଇ ଉପାଧ୍ୟକ୍ଷ ରାହୁଳ ଗାନ୍ଧି ଡିସେମ୍ବର ୪ରେ ନାମାଙ୍କନ ପତ୍ର ଦାଖଲ କରିବେ। ଏବେ ସେ ଗୁଜରାଟ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଡିସେମ୍ବର ୧ ଓ ୨ରେ ରାହୁଳ କେରଳ ଗସ୍ତରେ ଯିବେ। ଅଧ୍ୟକ୍ଷ ଭାବେ ରାହୁଳ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବାର ସମ୍ଭାବନା ଶତପ୍ରତିଶତ ରହିଛି। ଡିସେମ୍ବର ୩୧ ପୂର୍ବରୁ ଦଳରେ ନୂଆ ଅଧ୍ୟକ୍ଷଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି।
All Right Reserved By

ଜାତୀୟ |

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଲୁଟେରା ସାଜିଛନ୍ତି ନବବଧୂ: ୩ମାସରେ ୨୭ ଘରୁ ଲୁଟ୍‌

ଗାଜିଆବାଦ,୨୪।୯: ଉତ୍ତର ପ୍ରଦେଶ ଗାଜିଆବାଦରେ କିଛିଦିନ ହେବ ନବବଧୂମାନେ ଲୁଟ୍‌ କରି ଫେରାର ହୋଇଯାଉଥିବା ଘଟଣା ସାମ୍ନାକୁ ଆସୁଛି। ଦିନକୁ ଦିନ ଏହା ବଢିବାରେ ଲାଗିଛି। 

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ପାଣିପାଗ ବିଭାଗ ପକ୍ଷରୁ ଜାରି ହେଲା ସତର୍କ ସୂଚନା

ଚଣ୍ଡିଗଡ,୨୪।୯: ଗତ ୪୮ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଞ୍ଜାବରେ ହେଉଥିବା ଲଗାଣ ବର୍ଷାକୁ ଦେଖି ସୋମବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ଉଦ୍ଧାର ହେଲେ କମାଣ୍ଡର ଅଭିଳାଷ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ସୋମବାର ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। 

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

୪୦ ଫୁଟ ଗଭୀର ସମୁଦ୍ର ତଳୁ ମିଳିଲା ୪ ଶହ ବର୍ଷ ତଳର ଭାରତୀୟ ପାଣି ଜାହାଜ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ପର୍ତ୍ତୁଗାଲ ଉପକୂଳ ଲିସବନ୍‌ ନିକଟରୁ ମିଳିଛି ୪ ଶହ ବର୍ଷ ତଳର ଭାରତୀୟ ଜାହାଜ। ଏହା ୪୦ ଫୁଟ ଗଭୀର ପାଣିତଳେ ରହିଛି। ଜାହାଜଟି ୧୫୭୫ରୁ ୧୬୨୫ ମଧ୍ୟରେ ବୁଡ଼ି ଯାଇଥିବା ଗବେଷକ ସୂଚିତ କରିଛନ୍ତି।

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ

ନୂଆଦିଲ୍ଲୀ,୨୪।୯: ନୂଆଦିଲ୍ଲୀରେ ଏକ ସରୋଗେସୀ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ୪ ବର୍ଷ ଦିଲ୍ଲୀ-ଏନସିଆର୍‌ ଅଞ୍ଚଳରେ ଏହି ର଼୍ୟାକେଟ ସକ୍ରିୟ ଥିବା ପୋଲିସ ସୂଚନା ଦେଇଛି। 

ବଢିଲା ଭାଜପା ଚିନ୍ତା

ବଢିଲା ଭାଜପା ଚିନ୍ତା

ପଣଜୀ,୨୪।୯: ଗୋଆ ମନ୍ତ୍ରିମଣ୍ଡଳ ଏବେ ଏକ ପ୍ରକାର ଆଇସିୟୁକୁ ଚାଲିଯାଇଛି ବୋଲି ଆଲୋଚନା ହେଉଛି। କାରଣ କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥତା କାରଣରୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିବା ବେଳେ ଏବେ ଆଉ ୨ ଜଣ ଭାଜପା ନେତାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା ହେବାକୁ ପଡିଛି। 

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

୫ ରାଜ୍ୟରେ ‘ଆୟୁଷ୍ମାନ ଭାରତ ଯୋଜନା’ ହେବନି ଲାଗୁ

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଶ୍ୱର ସର୍ବବୃହତ ସ୍ବାସ୍ଥ୍ୟସେବା ଯୋଜନା ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ କରିବା ପରେ ପରେ ଏହାକୁ ଅଣ ଭାଜପା ଶାସିତ ୫ ରାଜ୍ୟ ଲାଗୁ କରିବ ନାହିଁ ବୋଲି ଜଣାପଡିଛି।

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ସିକ୍କିମକୁ ମିଳିଲା ପ୍ରଥମ ବିମାନବନ୍ଦର

ନୂଆଦିଲ୍ଲୀ,୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସିକ୍କିମ ପାକୟୋଙ୍ଗ ବିମାନବନ୍ଦରର ଭଦ୍‌ଘାଟନ କରିଛନ୍ତି।  ଏହା ସିକ୍କିମର ପ୍ରଥମ ବିମାନ ବନ୍ଦର। ୨୦୦୯ରେ ଏହାର ଶିଳାନ୍ୟାସ କରାଯାଇଥିଲା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ସୀମାରେ ବଢୁଛି ମାନବ ତସ୍କରୀ: ଟାର୍ଗେଟରେ ନାବାଳିକା

ନୈନିତାଲ,୨୪।୯: ଉତ୍ତରାଞ୍ଚଳ ଭାରତ-ନେପାଳ ସୀମାରେ ମାନବ ତସ୍କରୀ ବଢ଼ିବାରେ ଲାଗିଛି। ଏଠାରେ ନାବାଳିକାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ କରାଯାଉଛି ଅପହରଣ। 

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ମହିଳାଙ୍କୁ ବଳାତ୍କାର ଉଦ୍ୟମ, ବିରୋଧ କରିବାରୁ ନାଳକୁ ଠେଲିଲେ ଯୁବକ

ଚଣ୍ଡିଗଡ଼,୨୪।୯: ପଞ୍ଜାବ ମୋଗାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ମହିଳାଙ୍କୁ ଯୁବକ ବଳାତ୍କାର ଉଦ୍ୟମ କରିଥିଲେ। ତେବେ ମହିଳା ଜଣକ ବିରୋଧ କରିବାରୁ ଯୁବକ ତାଙ୍କୁ ସ୍ଥାନୀୟ ନାଳେରେ ଠେଲି ଦେଇଥିଲେ। 

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ମଝି ସମୁଦ୍ରରେ ଭାରତୀୟ ନାବିକ: ଉଦ୍ଧାର କରିବାକୁ ଆସିଲେ ଅନ୍ତଃରାଷ୍ଟ୍ରୀୟ ଉଦ୍ଧାରକାରୀ ଦଳ

ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନାର କମାଣ୍ଡର ତଥା ‘ଗୋଲ୍‌ଡେନ୍‌ ଗ୍ଲୋବ ରେସ୍‌’ର ଅଧିନାୟକ ଅଭିଲାଷ ଟମି ସମୁଦ୍ର ମଝିରେ ଫଶି ରହିଥିବା ବେଳେ ତାଙ୍କୁ ଉଦ୍ଧାର କରିବା ପାଇଁ କିଛି ଦେଶ ସହାୟତା କରିବାକୁ ଆଗେଇ ଆସିଛନ୍ତି। 

ପୁଣି ମାଡି ଆସୁଛି ବିପଦ

ପୁଣି ମାଡି ଆସୁଛି ବିପଦ

ଥିରୁଭାନନ୍ତପୁରମ,୨୪।୯: ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବାକୁ ଚେଷ୍ଟା କରୁଛି।