
ନୂଆଦିଲ୍ଲୀ,୨୯।୧୧: ପ୍ରତିମାସରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାଠାରେ ଥିବା ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ରୁ ରକେଟ୍ ଉତ୍କ୍ଷେପଣ କରାଯିବ। ଏସମ୍ପର୍କରେ ଇସ୍ରୋ ଅଧ୍ୟକ୍ଷ ଏ.ଏସ୍. କିରଣ କୁମାର ସୂଚନା ଦେଇଛନ୍ତି । ୨୦୧୮ଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ଆବଶ୍ୟକ ପାଣ୍ଠି ଯୋଗାଡ଼ର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ଏଥିପାଇଁ ଇସ୍ରୋକୁ ୯ ହଜାର କୋଟି ଟଙ୍କା ପାଣ୍ଠି ଯୋଗାଇ ଦିଆଯାଇଥିଲା। ଆସନ୍ତା ଜାନୁୟାରୀରେ ଶ୍ରୀହରିକୋଟାରୁ କାଟ୍ରୋସାଟ୍-୨ଇ, ୨୮ ନାନୋ ଓ ମାଇକ୍ରୋ ସାଟେଲାଇଟ୍ର ଉତ୍କ୍ଷେପଣ କରାଯିବ। ଏଗୁଡିକର ଉତ୍କ୍ଷେପଣ ଚଳିତ ଡିସେମ୍ବରରେ ହେବାର ଥିଲା ମାତ୍ର ଏଥିରେ ବିଳମ୍ବ ଦେଖାଦେଇଛି ବୋଲି ସେ ସୂଚିତ କରିଛନ୍ତି।