ସମ୍ପାଦକୀୟ |

ଅଦୂରଦର୍ଶୀ ପଦକ୍ଷେପ

ଅଦୂରଦର୍ଶୀ ପଦକ୍ଷେପ
ଦେବ ପ୍ରସାଦ ପରିଜା ନିକଟରେ ଏକ ଇଂଲିଶ ଖବରକାଗଜର ଜଣେ ବରିଷ୍ଠ ଖବରଦାତା କହିଲେ, ମାତ୍ର ୬୨% ବ୍ୟବସାୟୀ ଜିଏସ୍‌ଟିରେ ପଞ୍ଜୀକରଣ କରି ସରକାରଙ୍କୁ ପ୍ରଚୁର ଟିକସ ମିଳିଲାଣି। ଯଦି ସମସ୍ତେ ପଞ୍ଜୀକରଣ କରିଦେବେ, ତେବେ ସରକାରଙ୍କ ଆୟ କେତେ ବଢିବ ଅନୁମାନ କରୁଛନ୍ତି! ମୁଁ କହିଲି, ଏହା ପରା ଗବର ସିଂ ଟିକସ! ଗବର ସିଂର ରୋଜଗାର କ’ଣ କମ୍‌ ଥିଲା କି? ସେ ଟିକେ ବିରକ୍ତ ହୋଇ କହିଲେ, ଆପଣ ରାଜନୀତି ସହ ଅର୍ଥନୀତିକୁ କାହିଁକି ମିଶାଉଛନ୍ତି? ମୁଁ କହିଲି ଯେ, ଜିଏସ୍‌ଟି ବା ବିମୁଦ୍ରୀକରଣ ଭଳି ନିଷ୍ପତ୍ତି ଅର୍ଥନୀତିଜ୍ଞମାନେ ନେଉଛନ୍ତି ନା ରାଜନେତାମାନେ? ବିମୁଦ୍ରୀକରଣ ନିଷ୍ପତ୍ତି ସମ୍ପର୍କରେ ରଘୁରାମ ରାଜନ କ’ଣ କହିଥିଲେ? ସେ କହିଲେ, ଯଦି ଲୋକେ ଟିକସ ଦେବେନି ତେବେ ସରକାର ଚାଲିବ କେମିତି, ଆଉ ଜନହିତକର ଯୋଜନା ପାଇଁ ସରକାର ଅର୍ଥ ଆଣିବେ କେଉଁଠୁ? ସେତିକି ନୁହେଁ, ସେ ମଧ୍ୟ ଆୟକର ବିଭାଗର କିଛି ତଥ୍ୟ ସହ ଗଭୀର ଉଦ୍‌ବେଗ ପ୍ରକାଶ କରି କହିଲେ ଯେ ଆମ ଦେଶରେ ପ୍ରଚୁର ଟିକସ ଫାଙ୍କି ହେଉଛି। ଅଧିକାଂଶ ବ୍ୟବସାୟୀ, ଓକିଲ ଓ ଡାକ୍ତର ନାମକୁମାତ୍ର ଆୟକର ଦେଉଛନ୍ତି ବା ସ୍ବଳ୍ପ ଆୟ ଦେଖାଇ ଶୂନ୍ୟ ଟିକସ ଆୟକର ରିଟର୍ନ ଦାଖଲ କରୁଛନ୍ତି। ସେମାନଙ୍କୁ ସାବାଡ଼ କରିବା ପାଇଁ ବିମୁଦ୍ରୀକରଣ ଏକ ସାହସିକ ପଦକ୍ଷେପ। ଯଦିଓ ସାମୟିକ ଭାବେ ଜନସାଧାରଣ ଅସୁବିଧା ଭୋଗିଲେ, ଦେଶର ଭବିଷ୍ୟତ ପାଇଁ ଏହା ଆବଶ୍ୟକ ଥିଲା। ଜିଏସ୍‌ଟି କ୍ଷେତ୍ରରେ ମଧ୍ୟ ସମାନ ଯୁକ୍ତି ଦର୍ଶାଇ ସେ କହିଲେ ଯେ, ଯେକୌଣସି ବ୍ୟବସ୍ଥା ଆରମ୍ଭ ହେଲେ ପ୍ରାରମ୍ଭରୁ କିଛି ଅସୁବିଧା ହୁଏ, ପରେ ତାହା ସୁଧୁରିଯାଏ। ଆମେ ଅବ୍ୟବସ୍ଥାକୁ ଡରିଲେ ଦେଶ ପାଇଁ କିଛି ଭଲ କରିହେବନି। ଏହି ସମସ୍ତ ବିଷୟକୁ ଦିନେ ଦୁଇଦିନ ପରେ ଏକ ବଡ଼ ଖବରକାଗଜରେ ସ୍ତମ୍ଭ ଭାବରେ ସେ ଲେଖିଲେ। ତାଙ୍କର ଦେଶ ହିତ ପାଇଁ ଚିନ୍ତା କିଛି ମନ୍ଦ ନ ଥିଲା। ମାତ୍ର ଚିନ୍ତା ଠିକ୍‌ ଥିଲେ ବି ପନ୍ଥା ଠିକ୍‌ ନୁହେଁ, ତାହା ଯେକେହି କହିପାରିବ, ବିଶେଷକରି ଏ ସବୁର ପରିଣାମକୁ ଅଙ୍ଗେ ନିଭାଇବା ପରେ। ଯଦି ପନ୍ଥା ଠିକ୍‌ ଥାଆନ୍ତା, ତେବେ ଜୟ ଶାହ ଓ ଶୌର୍ଯ୍ୟ ଡୋଭାଲଙ୍କୁ ନେଇ ଚର୍ଚ୍ଚା ଚାଲି ନ ଥାନ୍ତା କି ରାଜନୀତିଠାରୁ ଦୂରରେ ଥିବା ରଘୁରାମ ରାଜନଙ୍କ ଭଳି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ବିମୁଦ୍ରୀକରଣକୁ ବିରୋଧ କରୁ ନ ଥାନ୍ତେ। ଯଦି ବିମୁଦ୍ରୀକରଣ ଦୁର୍ନୀତିକୁ ରୋକିବାରେ ସମର୍ଥ, ତେବେ ବିମୁଦ୍ରୀକରଣ ପରେ ଜଣେ ବ୍ୟକ୍ତିର ଦେବାଳିଆ କମ୍ପାନୀର ସମ୍ପତ୍ତି କିଭଳି ୧୬ହଜାର ଗୁଣ ବୃଦ୍ଧି ପାଇଲା? ଅନ୍ୟପଟେ ବହୁ ଲାଭଜନକ କମ୍ପାନୀ କାହିଁକି ଦେବାଳିଆ ହେଉଛନ୍ତି! ଆତଙ୍କବାଦ କେତେ କମିଲା କି ବଢିଲା ଓ ଆତଙ୍କବାଦୀ ଓ ମାଓବାଦୀ ହିଂସାର ହ୍ରାସ କେତେ ସତ କେତେ ମିଛ ତାହା କଶ୍ମୀର ଓ ମାଓବାଦୀ ଉପଦ୍ରୁତ ଅଞ୍ଚଳର ଘଟଣାବଳୀରୁ ଆମେ ଜିଣିପାରୁଛେ। ନକଲି ୨୦୦୦ ଟଙ୍କିଆ ନୋଟ୍‌ ଧରାପଡ଼ିବା ଦର୍ଶାଉଛି ଯେ ଏହା ନକଲି ନୋଟ୍‌କୁ କେତେ ରୋକିଲା। ସେହିଭଳି ୯୯%ରୁ ଅଧିକ ଅଚଳ ନୋଟ୍‌ ରିଜର୍ଭ ବ୍ୟାଙ୍କକୁ ଫେରିବା ପରେ କଳା ଟଙ୍କା ଅକାମୀ ହେଲା କି ଧଳା ହେଲା ତାହା ତ ଯେକେହି କହିପାରିବ। ହଁ, ଏହା ମଧ୍ୟ ସତ୍ୟ ଯେ ବ୍ୟାଙ୍କରେ ଜମା କିଛି ଅଚଳ ଟଙ୍କାର ଜମାକାରୀଙ୍କୁ ଆୟ ପନ୍ଥା ଦର୍ଶାଇବା ପାଇଁ ଆୟକର ବିଭାଗ ନୋଟିସ ଦେଇଛନ୍ତି। ହୁଏତ କିଛି ବ୍ୟକ୍ତି ଆୟର ଉତ୍ସ ଦର୍ଶାଇ ନ ପାରି ଜେଲ-ଜରିମାନାର ସମ୍ମୁଖୀନ ହେବେ ଓ ତାଙ୍କର ଅର୍ଥ ବାଜ୍ୟାପ୍ତି ହେବ। ମାତ୍ର ସେ ସଂଖ୍ୟା କେତେ? କୌଣସି କଳାଟଙ୍କା ନ ଥାଇ ବିମୁଦ୍ରୀକରଣ ପାଇଁ ବାହାଘର ଓ ଶୁଦ୍ଧିକ୍ରିୟାଠାରୁ ଔଷଧ କିଣି ନ ପାରି ହୀନସ୍ତା ହୋଇଥିବା ଲୋକଙ୍କ ସଂଖ୍ୟା କେତେ? ଏହିଭଳି ବିମୁଦ୍ରୀକରଣ କେତେ ବର୍ଷରେ ଥରେ ଲେଖାଏଁ କରି ଏହିଭଳି ବ୍ୟକ୍ତିଙ୍କୁ ଧରିବା? ପେଟ୍ରୋଲିୟମ୍‌ ସାମଗ୍ରୀ ଉପରେ ଆଖିବୁଜା ଟିକସ ଆଦାୟ କରି ଆମ ସରକାର କୋଷାଗାର ଭରିବା ଭଳି ଜିଏସ୍‌ଟି ଜରିଆରେ ପ୍ରଚୁର ରାଜସ୍ବ ଆଦାୟ କରି ହେବ। ତାରକା ହୋଟେଲ ଉପରେ ଚଢ଼ା ଦରରେ ଜିଏସ୍‌ଟି ଦେଇ କେତେ ଦେଶୀ ଓ ବିଦେଶୀ ପର୍ଯ୍ୟଟକ ଭ୍ରମଣ ପାଇଁ ଆମ ଦେଶକୁ ବାଛିବେ? ଯଦି ପର୍ଯ୍ୟଟକ ଆସିବା କମିଯାଏ, ତେବେ କେବଳ ହୋଟେଲ ଶିଳ୍ପ ନୁହେଁ ବରଂ ଟୁର୍‌ ଓ ଟ୍ରାଭେଲ କ୍ଷେତ୍ର, ଦେଶର ଶପିଂ କ୍ଷେତ୍ର, ପର୍ଯ୍ୟଟନ ଅଞ୍ଚଳମାନଙ୍କରେ ଛୋଟ ଚା ଦୋକାନୀଠାରୁ ପର୍ଯ୍ୟଟନ ଗାଇଡ୍‌ଙ୍କ ପର୍ଯ୍ୟନ୍ତ ସଭିଏଁ ପ୍ରଭାବିତ ହେବେ। ସମ ଭାବେ ଦେଶର ବୟନ ଶିଳ୍ପ ଓ ହସ୍ତଶିଳ୍ପଠାରୁ ଆରମ୍ଭ କରି ମୁଦ୍ରଣ ଶିଳ୍ପ ପର୍ଯ୍ୟନ୍ତ ୧୮% ଜିଏସ୍‌ଟିରେ ଶଢୁଛନ୍ତି। ଆଜିର ଶସ୍ତା ମନୋରଞ୍ଜନ ଯୁଗରେ ୧୮% ଜିଏସ୍‌ଟି ଦେଇ ପ୍ରକାଶ ପାଇବାକୁ ଥିବା ପୁସ୍ତକ କିଣିବାକୁ ପାଠକ ଥିବେ ତ? ରିୟଲ ଇଷ୍ଟେଟ୍‌ ପୂର୍ବରୁ ରେରା (ରିଅଲ ଇଷ୍ଟେଟ୍‌ ରେଗୁଲେଟୋରୀ ଅଥରିଟି) ମାଡ଼ର ଶିକାର। ଏହି ମାଡ଼ରେ ଅବସ୍ଥା ଏପରି ହେଲାଣି ଯେ ସେମାନଙ୍କ ନୂଆ ପ୍ରକଳ୍ପ ପାଇଁ ଗ୍ରାହକ ଆସୁନାହାନ୍ତି। ନିର୍ମାଣାଧୀନ ପ୍ରକଳ୍ପଗୁଡିକୁ ରିୟଲ ଇଷ୍ଟେଟ୍‌ ମାଲିକମାନେ ରିସୋର୍ଟରେ ପରିଣତ କରିବାକୁ ଲାଗିଲେଣି। ଯଦି ରିୟଲ୍‌ ଇଷ୍ଟେଟ୍‌ କାମ ବନ୍ଦ ହୋଇଯାଏ ତେବେ କେତେ ଲକ୍ଷ ନିର୍ମାଣ ଶ୍ରମିକ ବେକାର ହେବେ, ସେମାନଙ୍କୁ ଅନ୍ୟତ୍ର କେଉଁ କ୍ଷେତ୍ରରେ ନିଯୁକ୍ତି ମିଳିପାରିବ ତାହା ଯୋଜନା କରିବା ତ ଦୂରର କଥା, ଅନୁମାନ ସରକାର କଲେଣି ତ! ଦେଶରେ କଳାଟଙ୍କାକୁ ରୋକିବା ଯେଉଁଭଳି ଆବଶ୍ୟକ ସେହିଭଳି ସରକାରୀ ଯୋଜନାଠାରୁ ଆରମ୍ଭ କରି ସୁରକ୍ଷା ଓ ସୁଶାସନ ପାଇଁ ରାଜସ୍ବ ଦରକାର। କିନ୍ତୁ ଏହି ଉଦ୍ଦେଶ୍ୟରେ ନେବାକୁ ଥିବା ପଦକ୍ଷେପ ପାଇଁ ପୂର୍ବପ୍ରସ୍ତୁତି ଓ ଦୂରଦର୍ଶିତା ମଧ୍ୟ ତତୋଽଧିକ ଜରୁରୀ। ଉପରୋକ୍ତ ପଦକ୍ଷେପ ଦୁଇଟି ହଟଚମଟ ସୃଷ୍ଟି କରି କିଛି କ୍ଷଣ ଜନତାଙ୍କୁ ମୋହିତ କରିବାରେ ନିଶ୍ଚିତ ସମର୍ଥ। ମାତ୍ର ଏହି ହଟଚମଟ ବେଶି କାଳ ସ୍ଥାୟୀ ହୋଇ ରହି ନ ପାରେ। ଏହାର ପ୍ରମାଣ ଗୁଜରାଟ ନିର୍ବାଚନ ପ୍ରସଙ୍ଗରେ ଆମେ ଦେଖୁଛେ, ଯେଉଁଥିପାଇଁ ଅନେକ ପଦାର୍ଥରେ ଜିଏସ୍‌ଟି ହାର କମାଇବାକୁ ସରକାର ବାଧ୍ୟ ହେଲେ। ନିର୍ବାଚନ ଆସିବ ଆଉ ଯିବ। କିନ୍ତୁ ଭୁଲ ନିଷ୍ପତ୍ତି ପାଇଁ ଅର୍ଥନୀତିର କ୍ଷତି ଭରିବା ଲାଗି ସମୟ ଅବଶ୍ୟ ଲାଗିବ। ମୋ-୯୪୩୭୧୬୪୪୬୧, ଇମେଲ- debaparija1@gmail.com
All Right Reserved By

ସମ୍ପାଦକୀୟ |

 ସମ୍ପାଦକୀୟ/ ଅହମିକାର ଲଢ଼େଇ

ସମ୍ପାଦକୀୟ/ ଅହମିକାର ଲଢ଼େଇ

ଭାରତରେ ନିରପେକ୍ଷ ତଦନ୍ତ ପ୍ରସଙ୍ଗ ଉଠିଲେ ଲୋକେ ଟିକେ କଥାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନାମ ଉଠାଇଥାଆନ୍ତି। ଏହାର ଅର୍ଥ ହେଲା ସିବିଆଇ ଏକ ଭରସାଯୋଗ୍ୟ ସଂସ୍ଥା ବୋଲି ଧରାଯାଇଥାଏ। କିନ୍ତୁ ବିଗତ କିଛିବର୍ଷ ହେବ ଏହାର କାର୍ଯ୍ୟକଳାପ ...

ଦାୟିତ୍ୱବୋଧର ବିସର୍ଜନ

ଦାୟିତ୍ୱବୋଧର ବିସର୍ଜନ

ସହଦେବ ସାହୁ

ନିର୍ବାଚନ କ’ଣ ଦାୟିତ୍ୱବୋଧର ଜଳାଞ୍ଜଳି ପର୍ବ? ଦଳ ଲୁଟ୍‌ କରୁଥିବାବେଳେ ଦଳର ସଭ୍ୟ ହିସାବରେ ବ୍ୟକ୍ତିର ଦାୟିତ୍ୱ ବଢ଼ିଯିବା କଥା। କିନ୍ତୁ ଦଳ ତିଷ୍ଠିଲେ ସେମାନେ ଲାଭାନ୍ବିତ ହେବେ ଭାବି ଦଳର ଲୋକେ ତ ଦାୟିତ୍ୱବୋଧ ହରାନ୍ତି, ଭୋଟରମାନଙ୍କ ଦାୟିତ୍ୱବୋଧକୁ ବି ଜଳାଞ୍ଜଳି ଦିଅନ୍ତି। ସାଧାରଣ ନାଗରିକ ବୁଝୁ ନ ବୁଝୁ, ଆମେ ବୁଦ୍ଧିଜୀବୀମାନେ ଚୁପ୍‌ ରହି ଶାସକ ଦଳକୁ ଏ ଦିଗରେ ଉତ୍ସାହିତ କରୁଛୁ, ଭବିଷ୍ୟତ ପିଢିକୁ ଧ୍ୱଂସମୁହାଁ କରୁଛୁ। ଚୁପ୍‌ ରହିବା ଯେ ସମର୍ଥନ (ପିଙ୍ଗଳ ସଂହିତାର ଭାଷାରେ ‘ଆବେଟ୍‌’) କରିବା ଆମେ ତାହା ...

ସାମ୍ୟବାଦୀ ଚିନ୍ତାନାୟକ

ସାମ୍ୟବାଦୀ ଚିନ୍ତାନାୟକ


ବିଜୟ କୁମାର ପଢ଼ିହାରୀ

ଓଡ଼ିଶାର ରାଜନୈତିକ ଇତିହାସକୁ ପର୍ଯ୍ୟାଲୋଚନା କଲେ ଦୃଷ୍ଟିଗୋଚର ହୁଅନ୍ତି ତିନିଜଣ ମହାମନୀଷୀ- ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଜନନେତା ଭଗବତୀ ଚରଣ ପାଣିଗ୍ରାହୀ। ପ୍ରତ୍ୟେକେ ଓଡ଼ିଶାର ଇତିହାସରେ ଜଣେ ଜଣେ ଯୁଗସ୍ରଷ୍ଟା। ଭାଷାଭିତ୍ତିକ ପ୍ରଦେଶ ନିର୍ମାଣ ପାଇଁ ସ୍ବତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନର ଜନନାୟକ ମଧୁବାବୁ ଓଡ଼ିଆ ଭାଷାଭାଷୀଙ୍କୁ ଏକତ୍ରିତ କରି ଓଡ଼ିଆ ସ୍ବାଭିମାନ ଜାଗ୍ରତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେ ଥିଲେ ଓଡ଼ିଆ ଜାତିର ସ୍ବାଭିମାନର ପ୍ରତୀକ। ସେହିପରି ପଣ୍ଡିତ ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଜାତୀୟତାର ମହାମନ୍ତ୍ରରେ ଦୀକ୍ଷିତ କରି ସ୍ବାଧୀନତା ସଂଗ୍ରାମର ଜାତୀୟ ସ୍ରୋତରେ ସାମିଲ କରିଥିଲେ। ସେ ଥିଲେ ଜାତୀୟତାବାଦୀ ଚେତନା ଓ ଜାତୀୟତାବାଦୀ ସାହିତ୍ୟର ପ୍ରମୁଖ ଉଦ୍‌ଗାତା।...

ଏଇ ଭାରତରେ

ଏଇ ଭାରତରେ

ଇଚ୍ଛା ଥିଲେ ଉପାୟ ବଳେବଳେ ଆସେ। କୌଣସି କାର୍ଯ୍ୟ କରିବାକୁ ହେଲେ ଆନ୍ତରିକ ନିଷ୍ଠା ଏକାନ୍ତ ଆବଶ୍ୟକ। ସମର୍ଥ ବ୍ୟକ୍ତିମାନେ ଯେଉଁ କାମ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି, ସେଭଳି କାର୍ଯ୍ୟକୁ ଭିନ୍ନକ୍ଷମ ବ୍ୟକ୍ତିମାନେ ବି ବେଳେବେଳେ ଅନାୟାସରେ କରିଥାଆନ୍ତି। ସେଭଳି ଜଣେ ତରୁଣୀ ହେଉଛନ୍ତି ହରିୟାଣାର ନିଷ୍ଠା ଡୁଡେଜା। ସଫଳତା ବାଟରେ ଅକ୍ଷମତା କୌଣସି ପ୍ରତିବନ୍ଧକ ସୃଷ୍ଟି କରିପାରେ ନାହିଁ ବୋଲି...

ଦୋଷ ଲଦାଲଦି

ଦୋଷ ଲଦାଲଦି

ଭାରତ ଏଭଳି ଏକ ଦେଶ ହୋଇଗଲାଣି, ଯେଉଁଠାରେ ଅଧିକାଂଶ ନିଜ ଦୋଷ ସ୍ବୀକାର କରିବାକୁ ରାଜି ହେଉନାହାନ୍ତି। ଦୋଷ ମୁଣ୍ଡ ଉପରେ ପଡ଼ିଲେ ତାହାକୁ ଅନ୍ୟ ଉପରକୁ କିଭଳି ଥୋଇଦେଇ ହେବ ସେ ଦିଗରେ ଲାଗିପଡ଼ନ୍ତି। 

ପାଇଖାନା ବିପଦ ଓ ତା’ର ପ୍ରତିକାର

ପାଇଖାନା ବିପଦ ଓ ତା’ର ପ୍ରତିକାର

ଆଜିକାଲି ଖବରକାଗଜ ଦେଖିଲେ ବହୁ ସମୟରେ ନଜରକୁ ଆସୁଛି ଶ୍ରମିକମାନେ ନୂଆ କିମ୍ବା ପୁରୁଣା ପାଇଖାନା କାମ କଲାବେଳେ ଅଜ୍ଞତାବଶତଃ ଏକାଧିକ ଲୋକଙ୍କର ମୃତ୍ୟୁ ହେଉଛି।

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...