ମେଟ୍ରୋ |

ସ୍ବର୍ଗଦ୍ୱାର ଜମି ଦୁର୍ନୀତି: ଅପିଲ କେସ୍‌ ରୁଜୁ କଲା ଗୋବର୍ଦ୍ଧନ ମଠ

ସ୍ବର୍ଗଦ୍ୱାର ଜମି ଦୁର୍ନୀତି: ଅପିଲ କେସ୍‌ ରୁଜୁ କଲା ଗୋବର୍ଦ୍ଧନ ମଠ

ପୁରୀ ଅଫିସ, ୨୮।୧୧: ସ୍ବର୍ଗଦ୍ୱାର ଜମି ଦୁର୍ନୀତି ଏବେ ନୂଆମୋଡ଼ ନେଇଛି। ଗୋବର୍ଦ୍ଧନ ମଠ ମାର୍ଫତଦାରରେ ଥିବା ଜମି ମଧ୍ୟରୁ ୧୧ଏକର ୧୪୩ ଡେସିମିଲ ଜମି ଇତି ମଧ୍ୟରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ରେକର୍ଡ ହୋଇଛି। ପୁରୀ ତହସିଲଦାର ତଥା ଓଇଏ କଲେକ୍ଟର ଏକ ଓଇଏ କେସ୍‌ର ଫଇସଲା କରି ଏହି ପଦକ୍ଷେପ ନେଇଛନ୍ତି। ଉକ୍ତ ଫଇସଲାକୁ ଚ୍ୟାଲେଞ୍ଜ କରି ଗୋବର୍ଦ୍ଧନ ମଠ ପକ୍ଷରୁ ଅତିରିକ୍ତ ଜିଲାପାଳ କୋର୍ଟରେ ଏକ ଅପିଲ କେସ (ନଂ. ୨/୨୦୧୭) ରୁଜୁ କରାଯାଇଛି। ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ତହସିଲଦାର ତଥା ଓଇଏ କଲେକ୍ଟର ଓଇଏ କେସ୍‌ ପରିଚାଳନା କରିବା କ୍ଷମତା ବାହାରେ ବୋଲି ଗୋବର୍ଦ୍ଧନ ମଠ ପକ୍ଷରୁ ଆବେଦନରେ ଦର୍ଶାଯାଇଛି। ତେଣୁ ତହସିଲଦାର ତଥା ଓଇଏ କଲେକ୍ଟର ଯେଉଁ ଓଇଏ କେସ ଫଇସଲା କରୁଛନ୍ତି ତାହା ଉପରେ ସ୍ଥଗିତାଦେଶ ଦେବାକୁ ଗୋବର୍ଦ୍ଧନ ମଠ ପକ୍ଷରୁ ନିବେଦନ କରାଯାଇଛି। ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ଏହି ଅପିଲ କେସ୍‌ ଗ୍ରହଣୀୟ ହୋଇଛି। ଏହାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪କୁ ଧାର୍ଯ୍ୟ କରାଯାଇଥିବା ଗୋବର୍ଦ୍ଧନ ମଠ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୁଧାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୧୮୯୯ ମସିହା ସାବକ ରେକର୍ଡ ଅନୁଯାୟୀ ବାଲିସାହି ମୌଜର ଖାତା ନଂ. ୩୩ରେ ୫୬ଟି ପ୍ଲଟରେ ସମୁଦାୟ ୩୦ଏକର ୧୧୦ଡେସିମିଲ ଥିଲା। ଜମିର ସ୍ବତ୍ତ୍ବ ଶ୍ରୀଜଗନ୍ନାଥ ମହାପ୍ରଭୁ ମାର୍ଫତ ଶଙ୍କର ମଧୁସୂଦନ ତୀର୍ଥସ୍ବାମୀ ଏବଂ ଗୁରୁ ଦାମୋଦର ତୀର୍ଥସ୍ବାମୀ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୯୯୦ ନଭେମ୍ବର ୫ରେ ପୁରୀ ତହସିଲଦାର ତଥା ଓଇଏ କଲେକ୍ଟରଙ୍କ ନିକଟରେ ଏକ ଓଇଏ କେସ( ନଂ. ୩୪/୧୯୯୦) ରୁଜୁ କରାଯାଇଥିଲା। ଏହାକୁ ତତ୍‌କାଳୀନ ଓଇଏ କଲେକ୍ଟର ଖାରଜ କରି ଦେଇଥିଲେ। ଏହାପରେ ଶ୍ରୀମନ୍ଦିର ପ୍ରଶାସନ ପୁରୀ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ୨୦୦୬ ମସିହାରେ ଏକ ଓଇଏ ଅପିଲ କେସ ଦାଏର କରିଥିଲା। ମୂଳ ଓଇଏ କେସ୍‌ର ଏକ ମାସ ମଧ୍ୟରେ ପୁନର୍ବିଚାର ଲାଗି ତହସିଲଦାର ତଥା ଓଇଏ କଲ୍ଟେକରଙ୍କୁ ୧୧ା୬ା୨୦୧୫ରେ ଅତିରିକ୍ତ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କେସ ତହସିଲଦାରଙ୍କ କୋର୍ଟରେ ପଡି ରହିଥିଲା। ସ୍ବର୍ଗଦ୍ୱାର ଜମି ଦୁର୍ନୀତିର ଖୋଳତାଡ ହେବା ପରେ ଏହି ଫାଇଲ ଖୋଲିଥିଲା। ଏହି ଓଇଏ କେସ୍‌ର ଫଇସଲା ଲାଗି ପୁରୀ ତହସିଲଦାର ଶ୍ରୀମନ୍ଦିର ପ୍ରଶାସନ, ଗୋବର୍ଦ୍ଧନ ମଠକୁ ନୋଟିସ ଜାରି କରିଥିଲେ। ଗତ ଏପ୍ରିଲ ୧୧ରେ ଏହି ଓଇଏ କେସ୍‌ର ଶୁଣାଣି ଆରମ୍ଭ ହୋଇଥିଲା। ଏପ୍ରିଲ ୨୬ରେ ଏହି କେସ୍‌ର ଶୁଣାଣି ଶେଷ ହୋଇଥିଲା। ମେ ୮ତାରିଖରେ ରାୟ ପ୍ରକାଶ ପାଇଥିଲା। ତହସିଲଦାର ଉକ୍ତ ଓଇଏ କେସକୁ ଦୁଇଟି ଭାଗରେ ବିଭକ୍ତ କରି ବିଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ବେବନ୍ଦୋବସ୍ତ ଭାବେ ୧୩ ଏକର ୫୯୧ ଡେସିମିଲର ଫଇସଲା କରିଥିଲେ। ଏଥିରୁ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ନାମରେ ୧୧ ଏକର ୧୪୩ ଡେସିମିଲ ଜମି ରେକର୍ଡ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଇତି ମଧ୍ୟରେ ଉକ୍ତ ଜମିର ପଟ୍ଟା ପାଇସାରିଛି। ଏଥିରେ ଗୋବର୍ଦ୍ଧନ ମଠ, ମଠର ଗୋଶାଳା, ଗୋଟିଏ ଜାଗା ଘର, ଗୋଟିଏ ସ୍କୁଲ ଏବଂ ପ୍ରାୟ ୩୫ଟି ହୋଟେଲ ରହିଛି। ଅନ୍ୟପକ୍ଷରେ ସ୍ବର୍ଗଦ୍ୱାର ଜମିର ୧୦ଏକର ୯୯୦ଡେସିମିଲ ସ୍ଥିତିବାନ ଜମିର ଫଇସଲା ପୁରୀ ତହସିଲଦାର ତଥା ଓଇଏ କଲେକ୍ଟରଙ୍କ କୋର୍ଟରେ ବିଚାରାଧୀନ ରହିଛି।

All Right Reserved By

ମେଟ୍ରୋ |

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

‘ମୋ ସ୍କୁଲ’ ଯୋଜନା: ପ୍ରଥମ ପର୍ଯ୍ୟାୟରେ ୬ ଜିଲାର ୨୬୨ ବିଦ୍ୟାଳୟ ସାମିଲ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାର ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଭିତ୍ତିରେ ୬ ଜିଲାର ୨୬୨ ବିଦ୍ୟାଳୟକୁ ସାମିଲ କରାଯାଇଛି।

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଧର୍ମେନ୍ଦ୍ରଙ୍କ ବିବାଦୀୟ ମନ୍ତବ୍ୟ: ଥାନାରେ ଏତଲା ଦେଲା ଓଡିଶା ବିକାଶ ପରିଷଦ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଓଡିଶା ବିକାଶ ପରିଷଦ ପକ୍ଷରୁ ଶୁକ୍ରବାର ଖାରବେଳନଗର ଥାନରେ ଏତଲା ଦିଆଯାଇଛି।

ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଖାରବେଳନଗର ଥାନା ଅଧୀନ ରେଡ୍‌କ୍ରସ ଛକରେ ଡ୍ୟୁଟିରେ ଥିବା ଜଣେ ମହିଳା ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଶୁକ୍ରବାର ପୋଲିସ ଗିରଫ କରିଛି।

ବ୍ୟାଙ୍କକ୍‌କୁ ବିମାନ ସେବା ଆରମ୍ଭ କରିବାକୁ ନିବେଦନ: କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୭(ବ୍ୟୁରୋ)- ଭୁବନେଶ୍ୱରରୁ ବ୍ୟାଙ୍କକ ଏବଂ ବାଙ୍ଗାଲୋରକୁ ଏୟାର ଇଣ୍ଡିଆ ବିମାନ ସେବା ବନ୍ଦ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି।

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଷ୍ଟେଶନ ଲାଇଟ୍‌ ଗେଟ୍‌ ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ ଅଫିସ,୨୦।୭: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଶୁକ୍ରବାର ପୁରୀ ସହରରେ ଲଗାଣ ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ଯୋଗୁ ପୁରୀ ରେଳ ଷ୍ଟେଶନର ଦୁଇ ପ୍ରବେଶ ପଥରେ ଲାଗିଥିବା ଏକ ଲାଇଟ୍‌ ଗେଟ ଭାଙ୍ଗି ପଡ଼ିଛି।

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

‘ମୋ ସ୍କୁଲ’ କାର୍ଯ୍ୟକ୍ରମ ପାଇଁ ୧୦ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ଥାନୀୟ ୟୁନିଟ-୯ ଉଚ୍ଚ ବାଳକ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଘ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ତେଲେଙ୍ଗାନାର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବିଭୂପ୍ରସାଦ ଆଚାର୍ଯ୍ୟ, ବ୍ୟବସାୟୀ ତାରା ପ୍ରସାଦ ଧଳ, ପୂର୍ବତନ କ୍ରିକେଟ ତାରକା ଦେବାଶିଷ ମହାନ୍ତି ପ୍ରମୁଖ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଉକ୍ତ ବାଳକ ବିଦ୍ୟାଳୟର ଉନ୍ନତି ପାଇଁ ଏହି ଟଙ୍କା ଦାନ କରିଥିବା ଜଣାପଡ଼ିଛି।

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଡିସ୍‌ଚାର୍ଜ ହେବେନି ଜଗା ବଳିଆ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ୫ଜଣିଆ ଡାକ୍ତରୀ ଦଳ ସହିତ ଶୁକ୍ରବାର ଦିଲ୍ଲୀ ଏମ୍ସରେ ପହଞ୍ଚି ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭେଟିଛନ୍ତି। ସେଠାରେ ସେ ଜଗାବଳିଆଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନସେବା ବନ୍ଦ ପ୍ରସଙ୍ଗ: କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦।୭(ବ୍ୟୁରୋ): ନିକଟରେ ଏୟାର ଇଣ୍ଡିଆ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ସେବା ବନ୍ଦ କରିଛି। ଏହି ସେବା ପୁନର୍ବାର ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଶୁକ୍ରବାର ଚିଠି ଲେଖିଛନ୍ତି।

୨୯ରେ ପୁରୀ କ୍ଲବର ଏଜିଏମ୍‌

ପୁରୀ ଅଫିସ, ୨୦।୭: ବହୁ ବାଦବିବାଦ ପରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୀ କ୍ଲବର ବାର୍ଷିକ ସାଧାରଣ ବୈଠକ(ଏଜିଏମ୍‌)।

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବୋଲଗଡ଼, ୨୦।୭(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ବୋଲଗଡ଼ ତହସିଲ ବାଙ୍କୋଇ ଆର୍‌ଆଇ କାର୍ଯ୍ୟାଳୟ ଅଞ୍ଚଳର ମାଣିକପୁର ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବଜ୍ରପାତରେ ମୃତ୍ୟୁ ଘଟିଛି।

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ସଂସଦରେ ଅନାସ୍ଥା ଆଲୋଚନା ପ୍ରସ୍ତାବ: କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୦।୭(ବ୍ୟୁରୋ): ସଂସଦରେ ଅନାସ୍ଥା ପ୍ରସ୍ତାବ ନେଇ ଆଲୋଚନା ପୂର୍ବରୁ ବିଜୁ ଜନତା ଦଳ ଏମ୍‌ପିମାନେ କକ୍ଷତ୍ୟାଗ କରିଛନ୍ତି। ସଂସଦୀୟ ଦଳ ନେତା ଭତ୍ତୃହରି ମହତାବ କହିଲେ ଯେ, ଅତିତର ଉପା ସରକାର ଓ ବର୍ତ୍ତମାନର ଏନ୍‌ଡିଏ ସରକାର ଓଡ଼ିଶାକୁ ଅବହେଳା କରି ଆସିଛନ୍ତି।

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୭: ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ଆଲୋଚନା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡ଼ି) ଓ୍ବାକ୍‌ଆଉଟ୍‌ କରିଛି।

Model This Week

ରୂପେଶ