ମେଟ୍ରୋ |

ପୁରୀ ଉପକୂଳରେ ୫୦ରୁ ଅଧିକ ଟ୍ରଲର

ପୁରୀ ଉପକୂଳରେ ୫୦ରୁ ଅଧିକ ଟ୍ରଲର
ପୁରୀ ଅଫିସ, ୨୮।୧୧: ପ୍ରଜନନ ପାଇଁ ପୁରୀ ଜିଲା ସମୁଦ୍ର ଉପକୂଳରେ ଅଲିଭ୍‌ ରିଡ୍‌ଲେଙ୍କ ସମାଗମ ଆରମ୍ଭ ହୋଇଛି। ଏପରି କି କଇଁଛ ବି ଅଣ୍ଡାଦେବା ଆରମ୍ଭ କଲେଣି। ଏହି ସମୟରେ ସମୁଦ୍ରରେ ଟ୍ରଲର ଚଳାଚଳକୁ ବାରଣ କରାଯାଇଥିବା ବେଳେ ପୁରୀ ବେଳାଭୂମିଠାରୁ ୫ଶହ ମିଟର ସମୁଦ୍ର ଜଳରାଶିରେ ମଙ୍ଗଳବାର ଦିନ ତମାମ ୫୦ରୁ ଅଧିକ ଟ୍ରଲର ଚକ୍କର କାଟି ମାଛ ମାରୁଥିବା ଦେଖିବାକୁ ମିଳିଛି। ଚିଲିକା ମୁହାଣଠାରୁ ଦେବୀ ମୁହାଣ ପ୍ରାୟ ୧୦୦କିମି ବ୍ୟାପ୍ତ ବେଳାଭୂମି। ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଏବଂ ଅଣ୍ଡାଦାନ ଲାଗି ନଭେମ୍ବର ୧ରୁ ଏହି ଇଲାକାରେ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଦେବୀନାସୀ ମୁହାଣ ଇଲାକାରେ ସମୁଦ୍ରରେ ୨୦କିମି ପର୍ଯ୍ୟନ୍ତ ଜଳରାଶିରେ ଟ୍ରଲର ଚଳାଚଳକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅନ୍ୟାନ୍ୟ ଇଲାକାରେ ସମୁଦ୍ର ଉପକୂଳଠାରୁ ୫ କିମି ପର୍ଯ୍ୟନ୍ତ ଜଳରାଶିରେ ଟ୍ରଲର ଚଳାଚଳକୁ ନିଷେଧ କରାଯାଇଛି। ଚଳିତବର୍ଷ ୧୨ଟି ବେଳାଭୂମିରେ (ଅନ୍‌ ସୋର କ୍ୟାମ୍ପ) ଏବଂ ଗୋଟିଏ ସମୁଦ୍ର ମଧ୍ୟରେ (ଅଫ୍‌ ସୋର କ୍ୟାମ୍ପ ) ପାଟ୍ରୋଲିଂ ଲାଗି କ୍ୟାମ୍ପ କରାଯାଇଛି। ପ୍ରତି କ୍ୟାମ୍ପରେ ୨ରୁ ୩ଜଣ ୱାଚର(ଠିକା ଶ୍ରମିକ) ଏବଂ ଜଣେ ଲେଖାଏ ଫରେଷ୍ଟ ଗାର୍ଡଙ୍କୁ ମୁତୟନ କରାଯାଇଛି। କ୍ୟାମ୍ପରେ ମୁତୟନ ହୋଇଥିବା କର୍ମଚାରୀମାନେ ବେଳାଭୂମିରେ ବୁଲି ପ୍ରତ୍ୟହ ମୃତ କଇଁଛଗୁଡିକୁ ଚିହ୍ନଟ କରି ପୋତିବେ। ଏହାସହିତ ସମୁଦ୍ରରେ ନୋ ଫିଶିଙ୍ଗ ଜୋନ ଇଲାକାରେ ଟ୍ରଲର ଚଳାଚଳ ଉପରେ ତୀକ୍ଷ୍ମ ନଜର ରଖିବେ। ଦେବୀନାସୀଠାରେ ଅଫ୍‌ ସୋର କ୍ୟାମ୍ପ କାର୍ଯ୍ୟକ୍ଷମ ହୋଇଛି। ମାସିକ ଲକ୍ଷାଧିକ ଟଙ୍କା ଭଡାରେ ଏକ ଟ୍ରଲର ରଖାଯାଇଛି। ଏସବୁ ପଦକ୍ଷେପ ସତ୍ତ୍ବେ ପୁରୀ ଏବଂ କୋଣାର୍କ ଉପକୂଳରେ ଅବାଧରେ ଟ୍ରଲର ଚଳାଚଳ କରୁଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଟ୍ରଲର ରଖାଯାଇଥିଲେ ହେଁ ଉପଯୁକ୍ତ ପାଟ୍ରୋଲିଂ ହେଉନାହିଁ। ପୁରୀ ବନ୍ୟପ୍ରାଣୀ ବିଭାଗ ଏବଂ ସାମୁଦ୍ରିକ ମତ୍ସ୍ୟ ବିଭାଗ ମଧ୍ୟରେ ସମନ୍ବୟ ରହୁନାହିଁ। କଇଁଛ ସୁରକ୍ଷା ବାବଦରେ ବାର୍ଷିକ ପ୍ରାୟ ୧୫ଲକ୍ଷ ଟଙ୍କା ଖର୍ଚ୍ଚ ବି କରାଯାଉଛି। ଏ ସବୁ ସତ୍ତ୍ବେ ବେଆଇନ ଟ୍ରଲର ଚଳାଚଳକୁ ନିୟନ୍ତ୍ରଣ କରାଯାଇପାରୁ ନାହିଁ। ଦିନକୁ ଦିନ ବେଆଇନ ଟ୍ରଲର ଚଳାଚଳ ବୃଦ୍ଧି ଅଲିଭ୍‌ ରିଡ୍‌ଲେଙ୍କ ପାଇଁ କାଳ ସାଜିଛି।
All Right Reserved By

ମେଟ୍ରୋ |

ମନ କିଣୁଛି ତୋରଣ

ମନ କିଣୁଛି ତୋରଣ

ରଙ୍ଗବେରଙ୍ଗର ଆଲୋକମାଳାରେ ଝଲସୁଛି ପୂଜା ମଣ୍ଡପ। ଆଖି ଝଲସେଇଦେଲା ଭଳି ସୁଉଚ୍ଚ ତୋରଣ ପାଖରେ ଅଟକିଯାଉଛି ଆଖି। ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ।

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୧୮।୧୦:ବିଜୟା ଦଶମୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମ ଓ କୃଷ୍ଣ ବୀରବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଏହିଦିନ ରତ୍ନସିଂହାସନରେ ଠାକୁରମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

ଓଡ଼ିଶା ଦ୍ୱିତୀୟ ଡେଙ୍ଗୁ ପ୍ରବଣ ରାଜ୍ୟ

କଟକ ଅଫିସ, ୧୮।୧୦: ଦେଶରେ ଏବେ ଡେଙ୍ଗୁ ମାଡ଼ି ଚାଲିଛି। ଡେଙ୍ଗୁ ପ୍ରବଣ ରାଜ୍ୟ ମଧ୍ୟରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ମୋଟ ୩୮୮୩ ଜଣ ରୋଗୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି, ଅର୍ଥାତ୍‌ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବାଧିକ ଡେଙ୍ଗୁ ରୋଗୀ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଜାତୀୟ ଭେକ୍ଟର ବର୍ଣ୍ଣ ଡିଜିଜ୍‌ କଣ୍ଟ୍ରୋଲ ପ୍ରୋଗ୍ରାମ ପକ୍ଷରୁ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରସ୍ତୁତ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। 

ଜମୁଛି ରାତିଅଧିଆ ପେଣ୍ଡାଲ ବୁଲା: ପୂଜାମଣ୍ଡପରେ ବୁଲିଲା ‘ଓଲି’

ଜମୁଛି ରାତିଅଧିଆ ପେଣ୍ଡାଲ ବୁଲା: ପୂଜାମଣ୍ଡପରେ ବୁଲିଲା ‘ଓଲି’

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ସହରର ବିଭିନ୍ନ ପୂଜାମଣ୍ଡପରେ ଅପରାହ୍ନ ହେବା ମାତ୍ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଅପରାହ୍ନ ପ୍ରାୟ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ପ୍ରବଳ ଜାମ୍‌ ରହୁଛି, ଯେଉଁଥିପାଇଁ ମନଖୋଲି ବୁଲିହେଉନି କି ପୂଜାକୁ ଉପଭୋଗ କରିହେଉନି।

୨୭ରେ ସ୍ପିକ୍‌ମାକେର ‘ଯାମିନୀ’ ଉତ୍ସବ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ସ୍ପିକ୍‌ମାକେ(ସୋସାଇଟି ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡିଆନ୍‌ କ୍ଲାସିକାଲ ମ୍ୟୁଜିକ୍‌ ଆଣ୍ଡ କଲ୍‌ଚର ଆମଙ୍ଗ୍‌ ୟୁଥ୍‌) ପକ୍ଷରୁ ଆସନ୍ତା ୨୭ ତାରିଖରେ ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତର ବିନିଦ୍ର ରଜନୀ ‘ଯାମିନୀ ୨୦୧୮’ ଅନୁଷ୍ଠିତ ହେବାକୁ ଯାଉଛି। 

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଆଜି ସରିବ ନବରାତ୍ରି: ଚଳଚଞ୍ଚଳ ପୂଜାମଣ୍ଡପ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)- ମା’ଙ୍କୁ ଚକ୍ଷୁଦାନ, ଜୀବନ୍ୟାସ ଏବଂ ପ୍ରାଣ ପ୍ରତିଷ୍ଠା ନୀତି ପରେ ବୁଧବାର ପୂଜାମଣ୍ଡପଗୁଡ଼ିକରେ ମହାଷ୍ଟମୀ ତଥା ଦୁର୍ଗାଷ୍ଟମୀ ପୂଜା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି। ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ପୂଜାରେ ଜମୁଛି ମେଲୋଡି, ଭଜନ ସନ୍ଧ୍ୟା: ଆକୃଷ୍ଟ କରୁଛି ରାମଲୀଳା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ)-ମା’ଙ୍କ ଆରାଧନା ଲାଗି ସହର ଉତ୍ସବମୁଖର ହୋଇପଡ଼ିଥିବା ବେଳେ ସନ୍ଧ୍ୟାର ଆକର୍ଷଣ ସାଜୁଛି ସାଂସ୍କୃତିକ କାର୍ଯ୍ୟକ୍ରମ। ରାଜଧାନୀରେ ଥିବା ବିଭିନ୍ନ ପୂଜାମଣ୍ଡପରେ ସନ୍ଧ୍ୟା ହେବା କ୍ଷଣି ଆରମ୍ଭ ହୋଇଯାଉଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। 

ରାଜ୍ୟପାଳ ଦେଖିବେ କଟକ ଦଶହରା

ରାଜ୍ୟପାଳ ଦେଖିବେ କଟକ ଦଶହରା

କଟକ ଅଫିସ,୧୮।୧୦ - ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଗୁରୁବାର ମହାନବମୀରେ କଟକ ଗସ୍ତ କରି ଦଶହରା ପୂଜା ଦେଖିବେ। ବିଭିନ୍ନ ପୂଜା ମଣ୍ଡପକୁ ଯାଇ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିବେ। 

ପୂଜା ବୁଲିଲେ ଜିଲାପାଳ, ଅଭିନେତା

ପୂଜା ବୁଲିଲେ ଜିଲାପାଳ, ଅଭିନେତା

କଟକ ଅଫିସ,୧୮।୧୦ - ପୂଜା କାହା ପାଇଁ ଖୁସି ଆଣିଛି ତ ଆଉ କାହା ପାଇଁ ଦାୟିତ୍ୱ ବଢ଼ାଇ ଦେଇଛି। ତେବେ ଏହା ଭିତରେ ସମସ୍ତେ ମା’ ଦୁର୍ଗାଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ କାମନା କରୁଛନ୍ତି। 

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

ମିଳିଛି ମୌକା, ପୂଜା ମଣ୍ଡପ ବୁଲିବେ ନେତା

କଟକ ଅଫିସ,୧୮।୧୦ - ଆଗକୁ ଅଛି ସାଧାରଣ ନିର୍ବାଚନ। ଏହାକୁ ନେଇ ଢ଼େର୍‌ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ରହିଛି। ଦଳ ବଦଳ, ବିଦ୍ରୋହୀଙ୍କ ଗର୍ଜନ ଓ ମିଶ୍ରଣ ଭିତରେ ରାଜନୈତିକ ଦଳଗୁଡିକ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। 

ମିଠାରେ ବିଷ

ମିଠାରେ ବିଷ

କଟକ ଅଫିସ,୧୮।୧୦ - ପୂଜା ପାଇଁ ଏବେ ବଜାରର ବିଭିନ୍ନ ମିଠା ଦୋକାନଠାରୁ ଆରମ୍ଭ କରି ଟିଫିନ୍‌ ସେଣ୍ଟରରେ ଭଳିକି ଭଳି ମିଠା ମିଳୁଛି। ଶୋ’ କେସ୍‌ରେ ଚକ୍‌ ଚକ୍‌ ଦିଶୁଥିବା ଓ ପାଟିକୁ ସୁସ୍ବାଦୁ କରୁଥିବା ଏହି ମିଠା ଯେ ଶରୀର ପାଇଁ କ୍ଷତିକାରକ ତାହା ହୁଏତ କେହି ଜାଣି ନ ଥିବେ। କ୍ଷୀର, ଛେନା, ଖୁଆ ସହ ବିଭିନ୍ନ ପୁଷ୍ଟିକର ସାମଗ୍ରୀରେ ତିଆରି ହେଉଥିବା ଏହି ମିଠାରେ ମିଶାଯାଉଛି ବିଷ। ମିଠାକୁ ଅଧିକ ଆକର୍ଷଣୀୟ କରିବା ସହ ତାଜା ରଖିବା ପାଇଁ ହାନିକାରକ କେମିକାଲ ବ୍ୟବହାର କରାଯାଉଛି। ପ୍ରତିଦିନ ଲୋକେ ଏହାକୁ ଖାଇ ଅଜାଣରେ ରୋଗ କିଣୁଛନ୍ତି।

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଗଣବଳାତ୍କାର: ବନ୍ଦ କୋଠରୀରୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

କୋଣାର୍କ, ୧୭।୧୦(ଡି.ଏନ.ଏ.)- ଅର୍କକ୍ଷେତ୍ର କୋଣାର୍କରେ ଘଟିଛି କଳଙ୍କିତ ଘଟଣା। ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ଏକ ବନ୍ଦ କୋଠରୀରେ ରଖି ଗଣବଳାତ୍କାର କରାଯାଇଛି।