Dharitri News
ଜାତୀୟ |

ଛାତ୍ରାବାସରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ

ଛାତ୍ରାବାସରେ ଜାତୀୟ ସଙ୍ଗୀତ ବାଧ୍ୟତାମୂଳକ ଜୟପୁର,୨୮।୧୧: ଜୟପୁର ନଗର ନିଗମ ପରେ ଏବେ ରାଜସ୍ଥାନ ସମାଜ କଲ୍ୟାଣ ବିଭାଗର ସମସ୍ତ ଛାତ୍ରାବାସରେ ସକାଳୁ ଜାତୀୟ ସଙ୍ଗୀତ ଗାନ କରିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟର ସମାଜ କଲ୍ୟାଣ ବିଭାଗ ଦ୍ୱାରା ଜାରି ଆଦେଶ ଅନୁଯାୟୀ ବିଭାଗର ସମସ୍ତ ୭୮୯ ଛାତ୍ରାବାସରେ ସକାଳ ୭ଟାରେ ଜାତୀୟ ସଙ୍ଗୀତ ଗାନ କରାଯିବ। ପିଲାମାନଙ୍କ ଭିତରେ ଦେଶଭକ୍ତି ଆଣିବା ପାଇଁ ଏହା ଏକ ଅଭିନବ ପ୍ରସାସ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ସମାଜ କଲ୍ୟାଣ ବିଭାଗ ରାଜ୍ୟରେ ଓବିସି, ଏସି ଓ ଏସ୍‌ଟି ଛାତ୍ରାବାସ ଚଳାଉଛି।

ଜାତୀୟ |

ଭାରତୀୟ ବଂଶୋଦ୍ଭବ ବିଶ୍ୱ ଆତଙ୍କବାଦୀ

ଭାରତୀୟ ବଂଶୋଦ୍ଭବ ବିଶ୍ୱ ଆତଙ୍କବାଦୀ

ନୂଆଦିଲ୍ଲୀ, ୨୪।୧: ଇସ୍‌ଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ରେ ସାମିଲ ହୋଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ସିଦ୍ଧାର୍ଥ ଧର୍‌ଙ୍କୁ ଆମେରିକା ଗ୍ଲୋବାଲ ଟେରରିଷ୍ଟ (ବିଶ୍ୱ ଆତଙ୍କବାଦୀ) ଘୋଷଣା କରିଛି। ଏହାଛଡା ବେଲ୍‌ଜିୟମ-ମେସ୍କିକୋର ନାଗରିକ ଅବ୍‌ଦୁଲ ଲତିଫଙ୍କୁ ମଧ୍ୟ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି।

ଲାଲୁ ପୁଣି ଦୋଷୀ ସାବ୍ୟସ୍ତ

ଲାଲୁ ପୁଣି ଦୋଷୀ ସାବ୍ୟସ୍ତ

ରାଞ୍ଚି, ୨୪।୧: ଗୋଖାଦ୍ୟ ଦୁର୍ନୀତି ସଂକ୍ରାନ୍ତ ତୃତୀୟ ମାମଲାରେ ପୁଣି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଚାଇବାସା କୋଷାଗାରରୁ ଅର୍ଥ ହଡ଼ପ ମାମଲାରେ ଲାଲୁଙ୍କ ସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ବୁଧବାର ରାଞ୍ଚିର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅନ୍ୟ ୬ଜଣ ନିର୍ଦ୍ଦୋଷ ହୋଇଛନ୍ତି।

‘ପଦ୍ମାବତ୍‌’: ପୁନଃ ଆବେଦନ ଖାରଜ

‘ପଦ୍ମାବତ୍‌’: ପୁନଃ ଆବେଦନ ଖାରଜ

ନୂଆଦିଲ୍ଲୀ,୨୪।୧: ଦେଶର ସମସ୍ତ ରାଜ୍ୟରେ ଚଳଚ୍ଚିତ୍ର ‘ପଦ୍ମାବତ୍‌’ ମୁକ୍ତିଲାଭ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଓକିଲ ମନୋହର ଲାଲ୍‌ ଶର୍ମା ଚଳଚ୍ଚିତ୍ରର ଆଉ କିଛି ଦୃଶ୍ୟ କାଟିବାକୁ ନେଇ ଶୀଘ୍ର ଶୁଣାଣି କରିବାକୁ କୋର୍ଟକୁ ଏକ ଆବେଦନ କରିଥିଲେ। ବୁଧବାର ଏହାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

‘ଆଣ୍ଟି ରୋମିଓ ସ୍କ୍ବାଡ୍‌’ ଫଳପ୍ରଦ

‘ଆଣ୍ଟି ରୋମିଓ ସ୍କ୍ବାଡ୍‌’ ଫଳପ୍ରଦ

ଲକ୍ଷ୍ନୌ, ୨୪।୧: ଉତ୍ତରପ୍ରଦେଶରେ ଆଦିତ୍ୟନାଥ ଯୋଗୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ‘ଆଣ୍ଟି ରୋମିଓ ସ୍କ୍ବାଡ୍‌’ ନାମକ ଏକ ଯୋଜନା ଆରମ୍ଭ କରିଥିଲେ। ମହିଳାମାନଙ୍କୁ କମେଣ୍ଟ ମାରିବା, ଅଶ୍ଳୀଳ ଭାଷା ପ୍ରୟୋଗ କରିବା, ପିଛା କରିବା ଆଦି ବିଭିନ୍ନ ବିଷୟ ଉପରେ ଦୃଷ୍ଟି ରଖିବା ପାଇଁ ଏହି ସ୍କ୍ବାଡ୍‌କୁ ଦାୟିତ୍ୱ ଦିଆଯାଇଥିଲା।

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ମୃତଦେହ ସହ ଶୋଉଛନ୍ତି ହସ୍ପିଟାଲ କର୍ମଚାରୀ

ହରଦୋଇ,୨୩।୧: ଉତ୍ତରପ୍ରଦେଶର ହରଦୋଇ ସହରରେ କିଛି ମେଡିକାଲ କର୍ମଚାରୀ ଶବଗୃହରେ ମୃତଦେହ ସହ ଶୋଉଥିବା ଖବର ସାମ୍ନାକୁ ଆସିଛି।

 ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ରାଜନୈତିକ ଦଳଙ୍କୁ ଦେଇହେବନି ୨ ହଜାର ଟଙ୍କାରୁ ଅଧିକ ଦାନ

ନୂଆଦିଲ୍ଲୀ, ୨୩।୧: ରାଜନୈତିକ ଦଳଙ୍କୁ ୨ ହଜାର ଟଙ୍କାରୁ ଅଧିକ ଦାନ ଦେଇହେବନି। ଏ ସମ୍ପର୍କରେ ଆୟକର ବିଭାଗ ପକ୍ଷରୁ ବାରଣ କରାଯାଇଛି। ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ପକ୍ଷରୁ ଏକ ସୂଚନାପତ୍ର ଜାରି କରାଯାଇଛି।

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ଜାନୁୟାରୀରେ ୧୩୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୩।୧: ଭାରତ-ପାକିସ୍ତାନ ସୀମାରେ ଗତ କିଛିଦିନ ଧରି ଉତ୍ତେଜନା ଲାଗି ରହିଛି। ଫଳରେ କ୍ଷୟକ୍ଷତି ପରିମାଣ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ଜାନୁୟାରୀ ୨୧ ତାରିଖ ସୁଦ୍ଧା ପାକିସ୍ତାନ ୧୩୪ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ଏକାସଙ୍ଗେ ହୋଇପାରିବନି ବିଧାନସଭା ଓ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ,୨୩।୧: ବର୍ତ୍ତମାନ ସୁଦ୍ଧା ବିଧାନସଭା ଓ ଲୋକ ସଭା ନିର୍ବାଚନକୁ ଏକସଙ୍ଗେ କରିବା ସମ୍ଭବ ନୁହେଁ। ଏଥିପାଇଁ ସମ୍ବିଧାନକୁ ବଦଳାଇବାକୁ ପଡିବ। ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସହ ବିଧାନସଭା ନିର୍ବାଚନକୁ ଏକାଠି କରିବାକୁ ନେଇ ମଙ୍ଗଳବାର ଏକ ସଂସଦୀୟ କମିଟି ବୈଠକ ବସିଥିଲା।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ଜମ୍ମୁ-କଶ୍ମୀର ବିଧାନସଭା ସରଗରମ

ଶ୍ରୀନଗର,୨୩।୧: ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ମଙ୍ଗଳବାର ଜମ୍ମୁ-କଶ୍ମୀର ବିଧାନସଭା ସରଗରମ ହୋଇଛି। ବିରୋଧୀ ଜାତୀୟ କଂଗ୍ରେସ ଓ କଂଗ୍ରେସ ଏହି ବିଷୟକୁ ନେଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି।

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଜେଲ୍‌ରେ ପ୍ରବଚନ ଦେବାକୁ ଚାହୁଁଛନ୍ତି ଗୁରମିତ ରାମ ରହିମ୍‌

ଚଣ୍ଡିଗଡ,୨୩।୧: ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ୍‌ ରହିମ୍‌ ଜେଲ ମଧ୍ୟରେ ପ୍ରବଚନ ଦେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି।

 ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

୨ ହଜାର ଧୀବରଙ୍କୁ ମାଛ ଧରିବାକୁ ବାରଣକଲା ଶ୍ରୀଲଙ୍କା ନୌସେନା

ରାମେଶ୍ୱରମ୍‌, ୨୩।୧: ତାମିଲ୍‌ନାଡୁର ୨ ହଜାର ଧୀବରଙ୍କୁ ମାଛ ଧରିବାକୁ ଶ୍ରୀଲଙ୍କା ନୌସେନା ବାରଣ କରିଛି। ୫୦ଟି ବୋଟ୍‌ର ମାଛଧରା ଜାଲ ଶ୍ରୀଲଙ୍କା ନୌସେନା ଛଡାଇ ନେଇଥିବା ରାମେଶ୍ୱରମ୍‌ ମତ୍ସଜୀବୀ ସଂଘର ସଭାପତି ପି.ସେସୁରାଜା ସୂଚିତ କରିଛନ୍ତି।

 ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ଶେଷ ହେବ ଶତାବ୍ଦୀ, ରାଜଧାନୀର ଯୁଗ: ଆସିବ ନୂଆ ଟ୍ରେନ୍‌

ନୂଆଦିଲ୍ଲୀ, ୨୩।୧: ଖୁବ୍‌ଶୀଘ୍ର ଶତାବ୍ଦୀ ଓ ରାଜଧାନୀ ଏକ୍ସପ୍ରେସ୍‌ର ଯୁଗ ଶେଷ ହେବ। ଚଳିତ ବର୍ଷ ଜୁନ୍‌ ସୁଦ୍ଧା ଟ୍ରେନ୍‌-୧୮ ଆସିବ। ଏହା ଶତାବ୍ଦୀ ଓ ରାଜଧାନୀଠାରୁ ଦ୍ରୁତ ଗତିରେ ଯିବା ସହିତ ଏହାର ଯାତ୍ରା ସମୟ ୨୦ ପ୍ରତିଶତ କମ୍‌ ରହିବ।