Dharitri News
ଜାତୀୟ |

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୭ମୃତ ବମ୍ବେ, ୨୮।୧୧: ମହାରାଷ୍ଟ୍ର ଲାଟୁର-ନାନ୍ଦେଦ୍‌ ରୋଡ୍‌ରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୪ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। କାର୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କାଯୋଗୁ ଏହା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ନଭେମ୍ବର ୨୬ରେ ଏକ ସଡ଼କ ଦୁର୍ଘଟଣାରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜାତୀୟ |

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ଜମ୍ମୁ-କଶ୍ମୀର,୨୦।୧: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଗୁଳିମାଡରେ ଏପର୍ଯ୍ୟନ୍ତ ୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ନୂଆଦିଲ୍ଲୀ,୨୦।୧: ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ମଧ୍ୟ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଗୁଜରାଟରେ ରିଲିଜ୍‌ ହେବନାହିଁ।

ବହିଷ୍କୃତ ଛାତ୍ରଙ୍କ ଗୁଳିରେ ପ୍ରିନ୍ସିପାଲ ମୃତ

ବହିଷ୍କୃତ ଛାତ୍ରଙ୍କ ଗୁଳିରେ ପ୍ରିନ୍ସିପାଲ ମୃତ

ଚଣ୍ଡିଗଡ,୨୦।୧: ସ୍କୁଲ ପରିସରରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି। ହରିୟାଣାର ଏମିତି ଏକ ଘଟଣା ଏବେ ସାମ୍‌ନାକୁ ଆସିଛି। ସ୍କୁଲରୁ ବହିଷ୍କାର ହେବା ପରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ର ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା କରିଛନ୍ତି।

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ହାଇଦ୍ରାବାଦ,୨୦।୧: ହାଇଦ୍ରାବାଦର ଜଣେ ସ୍କୁଲବସ୍‌ ଡ୍ରାଇଭର ଶବିବାର ସକାଳେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

କଲିକତା,୨୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଏକ ଚିଠି ଲେଖିଛନ୍ତି।

ଥରିଲା ଆସାମ

ଥରିଲା ଆସାମ

କୋକ୍ରାଝର,୨୦।୧: ଆସାମର କୋକ୍ରାଝର ଜିଲାରେ ଶନିବାର ସକାଳେ ୫.୨ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୬ଟା ୪୪ମି.ରେ ଏହି ଭୂକମ୍ପ ହୋଇଥିଲା। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

୧୨୦ ପିଲାଙ୍କୁ ୨ ଶିକ୍ଷକ

୧୨୦ ପିଲାଙ୍କୁ ୨ ଶିକ୍ଷକ

କୋଏମ୍ବାଟୁର,୨୦।୧: ତାମିଲନାଡୁ କୋଏମ୍ବାଟୁରର ଅନୁପରପଲୟମ ଠାରେ ଥିବା ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଲାଙ୍କ ତୁଳନାରେ ଶିକ୍ଷକଙ୍କ ସଂଖ୍ୟା କମ୍‌ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବେଲାନ୍ଦୁର ହ୍ରଦରେ ନିଆଁ: ଲିଭାଇବା ପ୍ରକ୍ରିୟା ଜାରି

ବାଙ୍ଗାଲୋର,୨୦।୧: ବାଙ୍ଗାଲୋରର ବେଲାନ୍ଦୁର ହ୍ରଦ ନିକଟରେ ଥିବା ଶୁଖିଲା ଘାସରେ ଶୁକ୍ରବାର ଲୋକମାନେ ନିଆଁ ଲଗାଇ ଦେଇଥିଲେ।

ରାସ୍ତା ତଳକୁ ଖସିଲା ବସ୍‌: ୭ ମୃତ, ୨୦ ଆହତ

ରାସ୍ତା ତଳକୁ ଖସିଲା ବସ୍‌: ୭ ମୃତ, ୨୦ ଆହତ

ବେଲଦଙ୍ଗା,୨୦।୧: ପଶ୍ଚିମବଙ୍ଗର ବେଲଦଙ୍ଗା ଜିଲାରେ ଶନିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ରାସ୍ତା ତଳକୁ ଖସି ପଡିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ଅତିକମ୍‌ରେ ୨୦ ଜଣ ଆହତ ହୋଇଛନ୍ତି।

ମହାବୋଧି ମନ୍ଦିର ନିକଟରୁ ମିଳିଲା ଜୀବନ୍ତ ବୋମା

ମହାବୋଧି ମନ୍ଦିର ନିକଟରୁ ମିଳିଲା ଜୀବନ୍ତ ବୋମା

ବୋଧଗ୍ରାମ,୨୦।୧: ବିହାରର ମହାବୋଧି ମନ୍ଦିର ନିକଟରୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ସୁରକ୍ଷାକର୍ମୀମାନେ ୩ଟି ଜୀବନ୍ତ ବୋମା ଉଦ୍ଧାର କରିଛନ୍ତି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୧ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୧ ମୃତ

ଶ୍ରୀନଗର,୨୦।୧: ଜମ୍ମୁ-କଶ୍ମୀରର ଆର୍‌ଏସ୍‌ ପୁରା ଓ ଆଖନୁର ସେକ୍ଟରରେ ପାକିସ୍ତାନ ଶନିବାର ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଆନନ୍ଦିବେନ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ

ଆନନ୍ଦିବେନ ପଟେଲ ମଧ୍ୟପ୍ରଦେଶ ରାଜ୍ୟପାଳ

ନୂଆଦିଲ୍ଲୀ,୨୦।୧(ପି.ଟି.): ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କୁ ଶୁକ୍ରବାର ମଧ୍ୟପ୍ରଦେଶ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି।