ଫୁରସତ |

ଚାଇନାରେ ବାର୍ଷିକ ୯ ଲକ୍ଷ ଦିବ୍ୟାଙ୍ଗ ଶିଶୁ

ଚାଇନାରେ ବାର୍ଷିକ ୯ ଲକ୍ଷ ଦିବ୍ୟାଙ୍ଗ ଶିଶୁ
ବେଜିଂ:ଚାଇନାରେ ପ୍ରତିବର୍ଷ ୯ ଲକ୍ଷ ଶିଶୁ ଦିବ୍ୟାଙ୍ଗ ଭାବେ ଜନ୍ମ ନେଉଛନ୍ତି। ଏହାକୁ ନେଇ ବର୍ତ୍ତମାନ ଦେଶରେ ଭିନ୍ନ ଭିନ୍ନ ଗବେଷଣା ଆରମ୍ଭ ହୋଇଯାଇଛି। ବିବାହ ପୂର୍ବରୁ ମହିଳା ଏବଂ ପୁରୁଷଙ୍କ ସ୍ବାସ୍ଥ୍ୟଗତ ଯାଞ୍ଚ(ପ୍ରିମାରିଟାଲ୍‌ ଚେକ୍‌ଅପ୍‌) କରିବା ଲାଗି ଦେଶରେ ଦାବି ହେବାରେ ଲାଗିଛି। ଚାଇନା ଦିବ୍ୟାଙ୍ଗ ବ୍ୟକ୍ତି ସଂଘ ରିପୋର୍ଟ ମୁତାବକ ୧୯୯୬ରେ ଦେଶରେ ଜନ୍ମ ନେଇଥିବା ପ୍ରତି ୧୦ ହଜାର ଶିଶୁଙ୍କ ମଧ୍ୟରେ ୮୭.୮ ଥିଲେ ଦିବ୍ୟାଙ୍ଗ। କିନ୍ତୁ ଏହାର ମାତ୍ରା କ୍ରମାଗତ ଭାବେ ବଢ଼ିଚାଲିଛି। ୨୦୧୦ରେ ଏହାର ମାତ୍ରା ଥିଲା ପ୍ରତି ୧୦ ହଜାର ଶିଶୁଙ୍କ ମଧ୍ୟରେ ୧୪୯.୯। ୨୦୦୩ରେ ଏହା ଥିତ୍ଲା ପ୍ରତି ୧୦ ହଜାରରେ ୧୨୦। ସୂଚନାଯୋଗ୍ୟ ଯେ, ଏହି ସମୟରେ ଚାଇନା ପ୍ରିମାରିଟାଲ୍‌ ଚେକ୍‌ଅପ୍‌ ପଲିସି ଉଚ୍ଛେଦ କରିଥିଲା। ତେବେ ଦେଶରେ ଦ୍ରୁତଗତିରେ ବୃଦ୍ଧିପାଉଥିବା ବୃଦ୍ଧ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଚାଇନା ୨୦୧୬ରେ ଦେଶରେ ଦୀର୍ଘ ଦଶନ୍ଧି ଧରି ପ୍ରଚଳିତ ଏକକ ସନ୍ତାନ ଆଇନର ମଧ୍ୟ ଉଚ୍ଛେଦ କରି ବିବାହିତ ଦମ୍ପତିଙ୍କୁ ଦୁଇସନ୍ତାନ ଜନ୍ମ ଲାଗି ଅନୁମତି ପ୍ରଦାନ କରିଥିଲା। ଜାତୀୟ ସ୍ବାସ୍ଥ୍ୟ ଓ ପରିବାର ଯୋଜନା ଆୟୋଗ ରିପୋର୍ଟ ମୁତାବକ ଦ୍ୱିତୀୟ ସନ୍ତାନ ଜନ୍ମ ଦେଉଥିବା ଦେଶର ୬୦% ମହିଳାଙ୍କ ବୟସ ୩୫ବର୍ଷରୁ ଊର୍ଦ୍ଧ୍ୱ। ୨୦୧୭ରୁ ୨୦୨୦ ମଧ୍ୟରେ ପ୍ରତିବର୍ଷ ୩ ନିୟୁତ ମହିଳା ଗର୍ଭବତୀ ହେବା ନେଇ ଆକଳନ କରାଯାଇଛି। ତେବେ ଜନ୍ମ ତ୍ରୁଟି ତଥା ଦିବ୍ୟାଙ୍ଗ ପିଲା ଜନ୍ମ ନେବାରେ ଏହା ପ୍ରମୁଖ କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ଦେଶରେ ୮୫ ନିୟୁତରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ମହିଳା ଅଛନ୍ତି।
All Right Reserved By

ଫୁରସତ |

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ମୃତ୍ୟୁ ଘୋଷଣାର ୧୭ ଘଣ୍ଟା ପରେ ମହିଳା ଜୀବିତ

ରାୟପୁର, ୨୦।୯: ଛତିଶଗଡ଼ର ଭୀମରାଓ ଆମ୍ବେଡକର ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ଜଣେ ମହିଳାଙ୍କୁ ମୃତ ଘୋଷଣା କରିବାର ୧୭ ଘଣ୍ଟା ପରେ ପୁଣି ଥରେ ମହିଳା ଜୀବିତ ଅବସ୍ଥାରେ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

ଲଙ୍କାରେ ହରିଶବ୍ଦ! ପାକିସ୍ତାନରେ ଗଣେଶ ପୂଜା ଧୁନ୍‌

କରାଚୀ, ୨୦।୯: ବିଘ୍ନବିନାଶନ ଗଣେଶଙ୍କ ଆରାଧନା କେବଳ ଭାରତରେ ନୁହେଁ, ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ବେଶ୍‌ ଧୁମଧାମରେ ପାଳନ କରାଯାଏ। 

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

୪୦ ବର୍ଷ ଭିତରେ ୪,୨୪୫ ଆବେଦନ : ମିଳୁନି ନ୍ୟାୟ

ଭୋପାଳ, ୨୦।୯: ୪୦ ବର୍ଷ ଅପେକ୍ଷା କଲେ ମଧ୍ୟ ବୃଦ୍ଧଙ୍କୁ ମିଳୁନି ନ୍ୟାୟ। ମଧ୍ୟପ୍ରଦେଶର ଧଓ୍ବାରୀରେ ରହୁଥିବା ବୃଦ୍ଧ ରାମସ୍ବରୂପ ଲଖେରା ନିଜ ଜମି ଆବଣ୍ଟନକୁ ନେଇ ୧୯୭୨ରେ ପ୍ରଥମେ ଆଇନର ଆଶ୍ରୟ ନେଇଥିଲେ। 

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ଆଖିରେ ଲୁହ ଭରି ଦେଇଥିଲା

ପୁଅର ଅଭିନୟ ମୋ ଆଖିରେ ଲୁହ ଭରି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ବିଜୟ ମହାନ୍ତିଙ୍କ ସହିତ ମୋ ପୁଅ ଅଂଶୁମାନ ‘ଅନ୍ତର୍ଲିନ’ ନାମକ ଏକ ଚଳଚ୍ଚିତ୍ରରେ ଜଣେ ଅଟିଷ୍ଟିକ ଶିଶୁ ଭୂମିକାରେ ଅଭିନୟ କରିଥିଲେ।

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ନାଳରେ ବୁଡ଼ି ଯାଉ ଯାଉ ଅଳ୍ପକେ ବଞ୍ଚତ୍ଥିଲି

ଧାରାବାହିକ ‘ତୁଳସୀ’ରେ କ୍ରିଷ୍ଣା ଚରିତ୍ରରେ ପ୍ରଥମ କରି  ପରଦାକୁ ଓହ୍ଲାଇଥିଲେ ଅଭିନେତା ଶୁଭାଶିଷ୍‌ ଶର୍ମା (ଡାକ ନାମ ମଣ୍ଟୁ)। ପରେ ସେ ‘ଅପା’, ‘ଆଇନା’ ଭଳି ଅନେକ ଧାରାବାହିକରେ ନିଜ ଅଭିନୟର ଯାଦୁ ଦେଖାଇବାର ସୁଯୋଗ ପାଇଥିଲେ।

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

ଶ୍ରୋତାଙ୍କ ସହ ସମ୍ପର୍କ ମୋ ରିଲେଶନ୍‌ଶିପ୍‌ ଗୋଲ୍‌

୮୦ଟି ଫିଲ୍ମ, ୫୦୦ ଆଲବମ୍‌ ଓ ୧୫ଟି ଟେଲି ସିରିଏଲ୍‌ର ଟାଇଟଲ ଟ୍ରାକ୍‌। କେବଳ ଏତିକି ନୁହେଁ, ୮୦୦ରୁ ଊର୍ଦ୍ଧ୍ୱ ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଛନ୍ତି ଅନ୍ତରା ଚକ୍ରବର୍ତ୍ତୀ। 

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ।

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ଲିଭୁଛି ହସ

ଦିନକୁ ଦିନ ଶିଶୁଙ୍କ ମୁହଁରୁ ହସ ଲିଭି ଲିଭି ଯାଉଛି। ଏଥିପାଇଁ ସେମାନଙ୍କ ଉପରେ କରାଯାଉଥିବା ବିଭିନ୍ନ ଅତ୍ୟାଚାର ଦାୟୀ ବୋଲି ଅଷ୍ଟ୍ରିଆର ଭିଏନା ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି।

ସାଙ୍ଗ ସାଜିଲେ ସଇତାନ

ସାଙ୍ଗ ସାଜିଲେ ସଇତାନ

ହରିୟାଣା, ୧୯।୯: ହରିୟାଣାର ରଓ୍ବୋଡିରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଜଣେ ଛାତ୍ରୀଙ୍କୁ ଗଣବଳାତ୍କାର ହେବା ଘଟଣା ମନରୁ ନଲିଭୁଣୁ ପୁଣି ସେଭଳି ଏକ ଘଟଣା ସାମ୍ନାକୁ ଆସିଛି।

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ଛୋଟପିଲା ଝାଡୁ ଧରି ଘର ଓଳାଇଲେ ମିଳେ ଏସବୁ ସୂଚନା...

ବୟସ୍କମାନେ ଝାଡୁଧରି ଘର ଓଳାଇଥାନ୍ତି। ତେବେ ବେଳେବେଳେ ଛୋଟ ଶିଶୁ ହଠାତ୍‌ ଝାଡୁ ଧରି ଘର ଓଳାଇବା ଆରମ୍ଭ କରନ୍ତି। ଏହା ଶୁଭ ସୂଚକ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଘରକୁ ଅତିଥିଙ୍କ ଆଗମନ ସମ୍ପର୍କରେ ଏହା ଦେଇଥାଏ ସୂଚନା। 

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି, କାହିଁକି

ଘର ତୁଳନାରେ ଅଧିକାଂଶ ଦମ୍ପତି ବାହାରେ ଶାରୀରିକ ସମ୍ପର୍କ ରକ୍ଷା କରିବାକୁ ଅଧିକ ପସନ୍ଦ କରନ୍ତି।  ଘରେ ଥିବା ସମୟରେ ଦମ୍ପତିଙ୍କ ମଧ୍ୟରେ ରକ୍ଷଣଶୀଳତା ବୃଦ୍ଧି ପାଇଥାଏ। ମାତ୍ର ବାହାରକୁ ବୁଲି ଯାଇଥିବା ସମୟରେ ସେମାନଙ୍କ ମଧ୍ୟରେ ରୋମାଣ୍ଟିକ୍‌ ଭାବନା ଜାଗି ଉଠେ 

ବିଛା ବିଷର ମୂଲ୍ୟ ୭୬ କୋଟି

ବିଛା ବିଷର ମୂଲ୍ୟ ୭୬ କୋଟି

ଥାଇଲାଣ୍ଡର ବିଶ୍ୱ ପ୍ରସିଦ୍ଧ ଅହିରାଜ ସର୍ପର ବିଷଠାରୁ ବି ଅଧିକ ମୂଲ୍ୟବାନ କଙ୍କଡା ବିଛା ବିଷ। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟା ସତ।