ଫୁରସତ |

ଚର୍ଚ୍ଚାରେ କାଲିମାସୀ

ଚର୍ଚ୍ଚାରେ କାଲିମାସୀ

ଛତିଶଗଡ଼ରେ ଏବେ କାଲିମାସୀ କୁକୁଡାର ଚାହିଦା ଖୁବ୍‌ ଅଧିକ। ଏହା ଏକ ଦେଶୀ ପ୍ରଜାତିର କୁକୁଡ଼ା। ନକ୍ସଲ ପ୍ରଭାବିତ ଅଞ୍ଚଳ ଦନ୍ତଓ୍ବୋଡାରେ ‘କଡ଼କନାଥ’ ଯାହାକୁ ଆଞ୍ଚଳିକ ଭାଷାରେ କାଲିମାସୀ ବୋଲି କୁହାଯାଏ, ଏହାର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏହି କୁକୁଡ଼ା ଦେଖିବାକୁ କଳା ରଙ୍ଗର। ସାଧାରଣ କୁକୁଡ଼ା ମାଂସଠାରୁ ଏହାର ଦାମ ଯଥେଷ୍ଟ ଅଧିକ। ବର୍ତ୍ତମାନ ଏହାର କିଲୋ ପିଛା ଦର ରହିଛି ୫୦୦ରୁ ୬୦୦ଟଙ୍କା। ଯାହା ସାଧାରଣ କୁକୁଡ଼ା ମାଂସଠାରୁ ବହୁତ ଅଧିକ। ଦନ୍ତଓ୍ବୋଡାରେ ଏବେ ଏହି କାଲିମାସୀ କୁକୁଡ଼ା ବ୍ୟବସାୟ ମଧ୍ୟ ଦ୍ରୁତ ଗତିରେ ବଢିବାରେ ଲାଗିଛି। ୬ମାସରେ ଏଠାକାର କୁକୁଡ଼ା ଚାଷୀ ପ୍ରାୟ ୨ରୁ ଅଢେଲ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଯେଉଁଠି ସାଧାରଣ ବ୍ରଏଲରର ଦାମ ୧୮୦-୨୦୦ଟଙ୍କା ମଧ୍ୟରେ ଥାଏ ସେଠି କାଲିମାସୀର ଦାମ ରହିଛି ୫୦୦-୬୦୦ଟଙ୍କା। ତେବେ ୧୦୦୦ କାଲିମାସୀ କୁକୁଡ଼ା ପାଳନରେ ପାଖାପାଖି ୫.୨୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହା ଉପରେ ସରକାର ୯୦ ପ୍ରତିଶତ ଛାଡ ବ୍ୟବସ୍ଥା ଘୋଷଣା କରିଛନ୍ତି। ୨୦୧୮ ସୁଦ୍ଧା ଏମାନଙ୍କ ବଂଶ ବୃଦ୍ଧି କରି ୭୬,୦୦୦ରୁ ୧.୫ ଲକ୍ଷରେ ପହଞ୍ଚାଇବାକୁ ସରକାର ଯୋଜନା ରଖିଛନ୍ତି। ସେଥିପାଇଁ ସରକାର ପ୍ରଥମ ପର୍ଯ୍ୟାୟରେ ଏହା ଉପରେ ୯୦ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦ ପ୍ରତିଶତ ଋଣ ଛାଡ ବ୍ୟବସ୍ଥା ରଖିଛନ୍ତି।

All Right Reserved By

Model This Week

ନିକିତା

ଫୁରସତ |

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।

ମାର୍ଟିନା ମୁନ୍‌ ମିଶନ

ମାର୍ଟିନା ମୁନ୍‌ ମିଶନ

ମହାକାଶବିଜ୍ଞାନ କ୍ଷେତ୍ରରେ ନୂଆ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ଚେଷ୍ଟା ଚଳାଇଛନ୍ତି। ବିଶେଷଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ରୋଚକ ତଥ୍ୟ ଜାଣିବାକୁ ଅନେକ ଦେଶ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଜୀବସତ୍ତା ଥିଲା କି ନାହିଁ ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜାପାନର ମହାକାଶବିଜ୍ଞାନୀମାନେ ଆରମ୍ଭ କରିବାକୁ ଯାଉଛନ୍ତି ‘ମାର୍ଟିନା ମୁନ୍‌ ମିଶନ’।

ଫର୍ନିଚର ଡିଜାଇନର ରୋବୋ

ଫର୍ନିଚର ଡିଜାଇନର ରୋବୋ

ରୋବୋର କାର୍ଯ୍ୟ ତାଲିକାରେ ଆଉ ଏକ କଥାକୁ ନିକଟରେ ସାମିଲ କରାଯାଇଛି। ବେଶ୍‌ କିଛି ବର୍ଷ ପ୍ରୟାସ କରିବା ପରେ ଏଥିରେ ସଫଳ ହୋଇଛନ୍ତି ସିଙ୍ଗାପୁରର ବୈଜ୍ଞାନିକମାନେ। ସିଙ୍ଗାପୁରସ୍ଥିତ କଣ୍ଟ୍ରୋଲ ରୋବୋଟିକ୍‌ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ସିଆରଆଇଜି)ର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା କେତେକ ଫର୍ନିଚର୍‌ର ଡିଜାଇନ କରିପାରିବ।

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ବିଳାସମୟ ହୋଟେଲ

ମହାକାଶରେ ଏକ ବିଳାସମୟ ହୋଟେଲ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ। ପ୍ରଶ୍ନ ଉଠେ ଯେ ମହାକାଶରେ କାହିଁକି ହୋଟେଲ ନିର୍ମାଣ ହେବ ଏବଂ ସେଠାରେ କିଏ ରହିବେ?

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ମୃତ୍ୟୁର ୫ ଘଣ୍ଟା ପରେ ଫେରିଲା ଜୀବନ

ଅଲ୍ଲୀଗଡ଼, ୨୩।୪ : ଆଜିକାର ଆଧୁନିକ ଯୁଗରେ ମଧ୍ୟ ଅନେକ ସମୟରେ ବିଭିନ୍ନ ବିଚିତ୍ର ତଥା ଅଲୌକିକ ଘଟଣା ଘଟିଥାଏ, ଯାହାର ଉତ୍ତର ଦେବାକୁ ବିଜ୍ଞାନଶାସ୍ତ୍ର ସମର୍ଥ ହୋଇ ନ ଥାଏ। ଏଭଳି ଏକ ଘଟଣା ଉତ୍ତରପ୍ରଦେଶ ଅଲ୍ଲୀଗଡ଼ ଅତରୌଲିସ୍ଥିତ କିରଥଲ ଗାଁରେ ଘଟିଛି।

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଚିରନିଦ୍ରାରେ ପୃଥିବୀର ବୟସ୍କା ମହିଳା

ଟୋକିଓ, ୨୨।୪ : ଦକ୍ଷିଣ ଜାପାନର କିକାଇ ସହରରେ ବାସ କରୁଥିବା ପୃଥିବୀର ବୟସ୍କା ମହିଳା ନାବି ତାଜିମାଙ୍କର ୧୧୭ ବର୍ଷ ବୟସ ପରଲୋକ ହୋଇଛି। ଗତ ଜାନୁୟାରୀଠାରୁ ସେ ହସ୍ପିଟାଲ ଭର୍ତ୍ତି ହୋଇଥିଲେ। ସେ ୧୯୦୦ ମସିହା ଅଗଷ୍ଟମାସରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କ ପରିବାରରେ ୧୬୦ ଜଣ ସଦସ୍ୟ ଅଛନ୍ତି।

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ମହିଳାଙ୍କ ଶରୀର ଉପରେ ପରସା ଯାଏ ସୁସ୍ବାଦୁ ଖାଦ୍ୟ

ଟୋକିଓ, ୨୨।୪ : ବ୍ୟବସାୟ ବଢ଼ାଇବା ପାଇଁ ବର୍ତ୍ତମାନର ପ୍ରତିଦ୍ୱନ୍ଦ୍ୱିତା ମୂଳକ ବଜାରରେ କମ୍ପାନୀମାନେ ଅନେକ ସମୟରେ ବିଭିନ୍ନ ରୋଚକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହାକି ଗ୍ରାହକଙ୍କୁ ବିଶେଷ ଆକର୍ଷିତ କରିବାକୁ ସକ୍ଷମ ହେଉଛି। ସମ୍ପ୍ରତି ଜାପାନର ନ୍ୟୋଟିମୋରୀ ଏକ୍ସପେରିଏନ୍ସ୍‌ ନାମକ ଏକ ହୋଟେଲରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଅନନ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପ୍ରଥମ ଦରମାରେ ପରିବାର ଲୋକଙ୍କ ପାଇଁ ଗିଫ୍ଟ କିଣିଥିଲି

ଶିକ୍ଷାବିତ୍‌ ଡ. ଭାଗ୍ୟବତୀ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ବାଲେଶ୍ୱରର ଶୂନହଟରେ ମୋର ଜନ୍ମ। ସ୍ଥାନୀୟ ବାରବାଟି ବାଳିକା ଉଚ୍ଚ ବିଦ୍ୟାଳୟରୁ ୧୯୭୦ରେ ଏକାଦଶ ପାସ୍‌ କରିବା ପରେ ଫକୀରମୋହନ ମହାବିଦ୍ୟାଳୟରେ ପିୟୁ ସାଇନ୍ସ ଓ ପ୍ରି ପ୍ରଫେଶନାଲ୍‌ ପଢିଥିଲି। ତା’ପରେ ମୋର ବାହାଘର ହୋଇଗଲା। ଶାଶୁଘର ବି ସେଇ ବାଲେଶ୍ୱରରେ। ଆଗକୁ ଆହୁରି ପଢିବାକୁ ମୋର ଇଚ୍ଛା ଥାଏ।