ଖେଳ |

କୋହଲିଙ୍କୁ ବିଶ୍ରାମ: ସିଦ୍ଧାର୍ଥ କାଉଲ ନୂଆ ମୁହଁ

କୋହଲିଙ୍କୁ ବିଶ୍ରାମ: ସିଦ୍ଧାର୍ଥ କାଉଲ ନୂଆ ମୁହଁ

ନାଗପୁର, ୨୭।୧୧ (ପି.ଟି.)-

ଭାରତୀୟ କ୍ରିକେଟର ଜାତୀୟ ଚୟନକର୍ତ୍ତାମାନେ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦେଇଛନ୍ତି। ଦଳରେ ପ୍ରଥମ ଥର ପଞ୍ଜାବ ଡାହାଣ ହାତୀ ମିଡିୟମ ପେସ୍‌ ବୋଲର ସିଦ୍ଧାର୍ଥ କାଉଲ ସ୍ଥାନ ପାଇଛନ୍ତି। ଘଟଣାକ୍ରମେ ୨୦୦୮ରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟୀ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ, ଯେଉଁ ଦଳର କୋହଲି ଅଧିନାୟକ ଥିଲେ। କାଉଲ ଭାରତ ଏ’ ଦଳ ପାଇଁ ମଧ୍ୟ ଖେଳିଛନ୍ତି। ସେ ୫୦ଟି ପ୍ରଥମଶ୍ରେଣୀ ଗେମ୍‌ରେ ୧୭୫ ଉଇକେଟ ନେଇଛନ୍ତି। ଏହି ମିଡିୟମ ପେସ୍‌ ବୋଲର ଆହୁରିମଧ୍ୟ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ଓ କୋଲକାତା ନାଇଟ ରାଇଡର୍ସ ତରଫରୁ ଖେଳିଛନ୍ତି। ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ଘୋଷଣା କରାଯାଇଥିବା ଦଳରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜାଙ୍କୁ ସ୍ଥାନ ମିଳି ନାହିଁ। ଡିସେମ୍ବର ୨ରୁ ନୂଆଦିଲ୍ଲୀରେ ଖେଳାଯିବାକୁଥିବା ତୃତୀୟ ଟେଷ୍ଟରେ କୋହଲି ଖେଳିବେ। କିନ୍ତୁ ଡିସେମ୍ବର ୧୦ରୁ ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜରେ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ। ଗତ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଟି୨୦ ପଦାର୍ପଣ କରିଥିବା ଶ୍ରେୟାସ ଆୟାରଙ୍କୁ ପ୍ରଥମଥର ଦିନିକିଆ ଦଳରେ ସ୍ଥାନ ମିଳିଛି। ସେ କୋହଲିଙ୍କ ବଦଳରେ ୩ ନମ୍ବର ସ୍ଥାନରେ ବ୍ୟାଟିଂ କରିବେ। ଦିଲ୍ଲୀରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ପର୍ଯ୍ୟନ୍ତ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଏବଂ ଦକ୍ଷିଣ ଆଫ୍ରିକା ଟେଷ୍ଟ ଟୁର୍‌ ପାଇଁ ଦଳ ଘୋଷଣା ସ୍ଥଗିତ ରଖାଯାଇଛି। ତୃତୀୟ ଟେଷ୍ଟ ପାଇଁ ଦଳ ଅପରିବର୍ତ୍ତିତ ରଖାଯାଇଛି। ଖବର ଅନୁସାରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଟୁର୍‌ ପାଇଁ ବର୍ତ୍ତମାନ ଦଳ ଚୟନ ନ କରିବା ଲାଗି କୋହଲି ସିଲେକ୍ସନ କମିଟିକୁ କୁଆଡେ ଅନୁରୋଧ କରିଥିଲେ। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଓ ତାଙ୍କ ପ୍ୟାନେଲ କୋହଲିଙ୍କ ଅନୁରୋଧକୁ ରକ୍ଷା କରିଥିଲେ।
ତୃତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଏମ୍‌.ବିଜୟ, କେ.ଏଲ୍‌. ରାହୁଲ, ଶିଖର ଧାଓ୍ବନ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ (ଉପଅଧିନାୟକ), ରୋହିତ ଶର୍ମା, ରିଦ୍ଧିମାନ ଶାହା, ଆର. ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲ୍‌ଦୀପ ଯାଦବ, ମହମ୍ମଦ ଶାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ବିଜୟ ଶଙ୍କର।
ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ବନ, ଅଜିଙ୍କ୍ୟ ରାହାନେ, ଶ୍ରେୟାସ ଆୟାର, ମନୀଷ ପାଣ୍ଡେ, କେଦାର ଯାଦବ, ଦିନେଶ କାର୍ତ୍ତିକ, ଏମ୍‌.ଏସ୍‌. ଧୋନୀ (ଉଇକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ୟୁଜେବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା, ଭୁବନେଶ୍ୱର କୁମାର ଓ ସିଦ୍ଧାର୍ଥ କାଉଲ୍‌।

All Right Reserved By

Model This Week

ନିକିତା

ଖେଳ |

କୋହଲିଙ୍କୁ ଟପିଲେ ରାଇନା

କୋହଲିଙ୍କୁ ଟପିଲେ ରାଇନା

ହାଇଦ୍ରାବାଦ, ୨୨।୪- ଟି୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ପୁଣିଥରେ ଆଇପିଏଲ୍‌ ଇତିହାସରେ ସର୍ବକାଳୀନ ଶ୍ରେଷ୍ଠ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ରବିବାର ଏଠାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ରାଇନା ଏହି କୃତିତ୍ୱ ଅର୍ଜନ କରିଥିଲେ।

ଶୀର୍ଷରେ ସୁପର କିଙ୍ଗ୍ସ

ଶୀର୍ଷରେ ସୁପର କିଙ୍ଗ୍ସ

ହାଇଦ୍ରାବାଦ, ୨୨।୪- ଚଳିତ ଆଇପିଏଲ୍‌ରେ ରବିବାର ଅପରାହ୍ନରେ ଅନୁଷ୍ଠିତ ପ୍ରତିଯୋଗିତାର ୨୦ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ସୁପର କିଙ୍ଗ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଏକ କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରିଥିବା କେନ୍‌ ଓ୍ବିଲିୟମସନଙ୍କ ହାଇଦ୍ରାବାଦ ଦଳ ୬ ଉଇକେଟ୍‌ ହରାଇ ୧୭୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ସ୍କୁଲ ଓପନ ଚେସ୍‌: ତନ୍ମୟ ଚାମ୍ପିୟନ

ଭୁବନେଶ୍ୱର, ୨୨।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସସିଏ) ଆନୁକୂଲ୍ୟରେ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୧ସ୍ଥିତ ମଦର୍ସ ପବ୍ଲିକ୍‌ ସ୍କୁଲରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ରାଜ୍ୟର ୧୭ ସ୍କୁଲରୁ ୧୦୮ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତା ଶେଷରେ ମୋଟ ୫ ପ୍ରତିଯୋଗୀ ୬ ପଏଣ୍ଟ ଲେଖାଏ ପାଇଥିଲେ। ବୁକୋଲଜ୍‌ରେ ଭୁବନେଶ୍ୱର ଷ୍ଟୁଆର୍ଟ ସ୍କୁଲର ତନ୍ମୟ କୁମାର ଚାମ୍ପିୟନ ହୋଇଥିଲେ।

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ରାହିଲଙ୍କୁ ପାନାସୋନିକ ଗଲ୍ଫ ଟାଇଟଲ

ଓସାକା(ଜାପାନ), ୨୨।୪ (ପି.ଟି.)- ଭାରତୀୟ ଗଲ୍ଫ ତାରକା ରାହିଲ ଗଙ୍ଗଜୀ ରବିବାର ପାନାସୋନିକ ଓପନ ଟାଇଟଲ ହାସଲ କରିଛନ୍ତି। ଏଥି ସହିତ ସେ ଦୀର୍ଘ ୧୪ ବର୍ଷ ପରେ କୌଣସି ଟାଇଟଲ ଜିତିବାକୁ ସକ୍ଷମ ହୋଇଛନ୍ତି। ୩୯ ବର୍ଷୀୟ ରାହିଲଙ୍କ ସହିତ କୋରିଆର ହ୍ୟୁଙ୍ଗସଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ଏହାପୂର୍ବରୁ ୨୦୦୪ରେ ରାହିଲ ଶେଷଥର ପାଇଁ ଚାଇନାରେ ଏସିଆନ୍‌ ଟୁର ଟାଇଟଲ ଜିତିଥିଲେ। ଏହି ବିଜୟ ସହ ସେ ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍‌ ଲାଭବାନ ହୋଇଛନ୍ତି। ସେ ୨ ଲକ୍ଷ ୮୩ ହଜାର ଆମେରିକୀୟ ଡଲାର ପୁରସ୍କାର ଆର୍ଥିକ ପୁରସ୍କାର ପାଇଛନ୍ତି।

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌:  ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ସାଉଥ୍‌ ଏସିଆନ ଚାମ୍ପିୟନଶିପ୍‌: ଭାରତୀୟ ମହିଳା ଜୁଡୋକାଙ୍କୁ ୪ ସ୍ବର୍ଣ୍ଣ

ଲଳିତ୍‌ପୁର (ନେପାଲ), ୨୨।୪(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ଅଷ୍ଟମ ସାଉଥ ଏସିଆନ୍‌ ଜୁଡୋ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଭାରତୀୟ ପ୍ରତିଯୋଗୀମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଭାରତୀୟ ମହିଳା ଜୁଡୋକାମାନେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତ ଏଲ. ସୁଶୀଳା ଦେବୀ ୪୮ କେ.ଜି ବର୍ଗରେ ପାକିସ୍ତାନର ହୁମାଇରା ଆଶିକ୍‌ଙ୍କୁ ଫାଇନାଲରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିପରି କଳ୍ପନା ଦେବୀ ଥୋଉଡାମ ୫୨ କେ.ଜି. ବର୍ଗରେ ପାକିସ୍ତାନର ମାର଼୍ୟାମ୍‌ଙ୍କୁ ହରାଇ ଦେଶ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ୫୭ କେ.ଜି. ବର୍ଗରେ ଏ. ଅନିତା ଚାନୁ ସ୍ଥାନୀୟ ଖେଳାଳି ଲିଳା ଅଧିକାରୀଙ୍କୁ ଓ ଏଚ୍‌. ସୁନିବାଳା ଦେବୀ ନେପାଳର ଫୁପୁ ଲାମୁ ଖାତ୍ରୀଙ୍କୁ ୬୩ କେ.ଜି ବର୍ଗରେ ପରାସ୍ତ କରି ଯାଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ଡି’ଭିଲର୍ସଙ୍କୁ ଶ୍ରେୟ ଦେଲେ କୋହଲି

ବାଙ୍ଗାଲୋର, ୨୨।୪ (ପି.ଟି.)- ଶନିବାର ଦଲ୍ଲୀ ଡେୟାର ଡେଭିଲ୍ସକୁ ୬ ଉଇକେଟରେ ପରାସ୍ତ କରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଧିନାୟକ ବିରାଟ କୋହଲି ବେଶ୍‌ ହାଲକା ଅନୁଭବ କରିଛନ୍ତି। ୫ଟି ମ୍ୟାଚ ଖେଳି ବାଙ୍ଗାଲୋର ତା’ର ଦ୍ୱିତୀୟ ବିଜୟ ହାସଲ କରି ପ୍ରତ୍ୟାବର୍ତ୍ତନ କରିଛି। ଅଭିଜ୍ଞ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି’ଭିଲର୍ସଙ୍କୁ ସେ ଏହି ବିଜୟର ଶ୍ରେୟ ପ୍ରଦାନ କରିଛନ୍ତି। ଡି’ଭିଲର୍ସ ତାଙ୍କ ପ୍ରଦର୍ଶନ ମାଧ୍ୟମରେ ଆମକୁ ଖୁସି କରାଉଛନ୍ତି ବୋଲି କୋହଲି କହିଛନ୍ତି।

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ଯୁବିଙ୍କ ଭଳି ଖେଳୁଛନ୍ତି ପନ୍ତ: ମନଦୀପ୍‌

ବାଙ୍ଗାଲୋର, ୨୨।୪ (ପି.ଟି.)- ଦିଲ୍ଲୀ ଡେୟାର ଡେଭିଲ୍ସ ଯୁବ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଭିଜ୍ଞ ଯୁବରାଜ ସିଂଙ୍କ ଭଲି ବ୍ୟାଟିଂ କରୁଛନ୍ତି ବୋଲି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟ୍ସମ୍ୟାନ ମନଦୀପ ସିଂ କହିଛନ୍ତି। ଯୁବରାଜଙ୍କ ଭଳି ପନ୍ତ ଛକା ମାରୁଛନ୍ତି। ଶନିବାର ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ପନ୍ତ ୪୮ଟି ବଲ ଖେଳି ୬ ଚୌକା ଓ ୭ ଛକା ସହ ଦ୍ରୁତ ୮୫ ରନ ସଂଗ୍ରହ କରିଥିଲେ ମଧ୍ୟ ଦିଲ୍ଲୀ ଏହି ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍‌ରେ ଏବି ଡି’ଭିଲର୍ସ ୩୯ ବଲରୁ ଦ୍ରୁତ ୯୦ ରନ କରି ବାଙ୍ଗାଲୋରକୁ ୬ ଉଇକେଟରେ ଜିତାଇଥିଲେ। ପନ୍ତ ନିଜ ଦକ୍ଷତା ଅନୁଯାୟୀ ଖେଳିଲେ ସମସ୍ତଙ୍କୁ ପଛରେ ପକାଇ ଆଗକୁ ଯାଇପାରିବେ ବୋଲି ମନଦୀପ ପୂର୍ବନୁମାନ କରିଛନ୍ତି।

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ବାର୍ସିଲୋନା ଜିତିଲା ୩୦ତମ ‘କୋପା ଡେଲ ରେ’ ଟାଇଟଲ

ମାଡ୍ରିଡ, ୨୨।୪ (ଏ.ପି.)- ଦୁଇ ସୁପରଷ୍ଟାର ଲିଓନେଲ ମେସି ଓ ଲୁଇସ୍‌ ସୁଆରେଜଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ବାର୍ସିଲୋନା କ୍ଲବ୍‌ ‘କୋପା ଡେଲ ରେ’ ଟାଇଟଲ ହାସଲ କରିଛି। ଶନିବାର ସେବିଲାକୁ ସମ୍ପୂନ୍ନ ଏକପାଖିଆ ମ୍ୟାଚରେ ୫-୦ ଗୋଲରେ ପରାସ୍ତ କରି ବାର୍ସିଲୋନା ଏହି ଟୁର୍ନାମେଣ୍ଟର ୩୦ତମ ଟାଇଟଲ ହାସଲ କରିଛନ୍ତି। ଏଥିସହିତ ବାର୍ସିଲୋନା ଏହି ଟୁର୍ନାମେଣ୍ଟରେ କ୍ରମାଗତ ଚତୁର୍ଥ ଟାଇଟଲ ହାସଲ କରିଛି ଓ ଗତ ୫ ବର୍ଷ ମଧ୍ୟରେ ବାର୍ସିଲୋନା ସବୁଥର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଛି।

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

୨ ବର୍ଷରେ ପ୍ରଥମ ବିଜୟ ହାସଲ କଲେ ଆମୀର

ଲିଭରପୁଲ, ୨୨।୪ (ଏ.ପି.)- ପୂର୍ବତନ ବିଶ୍ୱଚାମ୍ପିୟନ ବ୍ରିଟେନ ଅଭିଜ୍ଞ ବକ୍ସର ଅମୀର ଖାଁ ଗତ ୨ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଫାଇଟରେ ବିଜୟୀ ହୋଇଛନ୍ତି। ଶନିବାର ଅନୁଷ୍ଠିତ ମୁକାବିଲାରେ ଆମୀର ମାତ୍ର ୩୯ ସେକେଣ୍ଡରେ କାନାଡ଼ାର ପେସାଦନାର ବକ୍ସର ଫିଲ ଲୋ ଗ୍ରିକୋଙ୍କୁ ପରାସ୍ତ କରି ସେ ଏହି ସଫଳତା ହାସଲ କରିଛନ୍ତି। ଘରୋଇ ପରିବେଶ ଆମୀର ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଲଢ଼େଇରେ ଅବତୀର୍ଣ୍ଣ ହୋଇଥିଲେ ଓ ବେଶ୍‌ ଉଚ୍ଚକୋଟୀର ପଦର୍ଶନ କରିଥିଲେ। ଏହାପୂର୍ବରୁ ୨୦୧୬ ମେ’ ମାସରେ ୩୧ ବର୍ଷୀୟ ଆମୀର ସଲ କାନେଲୋ ଆଲଭାରେଜଙ୍କଠାରୁ ପରାସ୍ତ ହୋଇଥିଲେ।

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ପୂର୍ବତନ ବ୍ରାଜିଲ ଗୋଲ କିପର ଜୁଲିଓଙ୍କ ଅବସର

ରିଓ ଡି ଜାନେଇରୋ, ୨୨।୪ (ଏ.ପି.)- ପୂର୍ବତନ ବ୍ରାଜିଲ ଗୋଲ୍‌ କିପର ଜୁଲିଓ ସିଜାର ଫୁଟବଲରୁ ଅବସର ନେଇଛନ୍ତି । ୩୮ ବର୍ଷୀୟ ଜୁଲିଓ ନିଜ ପିଲାବେଳର କ୍ଲବ୍‌ ଫ୍ଲାମେଙ୍ଗୋ ତରଫରୁ ତାଙ୍କର ଶେଷ ମ୍ୟାଚ ଖେଳି ଏ ନେଇ ଘୋଷଣା କରିଛନ୍ତି। ସେ ପୂର୍ବରୁ ଇଣ୍ଟର ମିଲାନ, ବେନଫିକା ତରଫରୁ ଖେଳି ବେଶ୍‌ ସଫଳତା ହାସଲ କରିଥିଲେ। ଐତିହାସିକ ମାରାକାନା ଷ୍ଟାଡିୟମରେ ଶନିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ତାଙ୍କ କ୍ଲବ ୨-୦ ଗୋଲରେ ଆମେରିକାକୁ ପରାସ୍ତ କରିଥିଲା। ବ୍ରାଜିଲିଆନ ଚାମ୍ପିୟନଶିପ୍‌ର ଏହି ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ଜୁଲିଓ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ। ଅବସର କଥା ଘୋଷଣା କରିବା ବେଳେ ଜୁଲିଓ ବେଶ୍‌ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖି ଛଳଛଳ ହୋଇଥିଲା

ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ ବାଳିକା ବର୍ଗର ଫାଇନାଲରେ ବିବିଏ-ଟ୍ରଟର୍ସ

କଟକ ଅଫିସ, ୨୨।୪- ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଓଡ଼ିଶା ବାସ୍କେଟବଲ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ବାସ୍କେଟବଲ ଚାମ୍ପିୟନଶିପ୍‌ର ଶନିବାର ଖେଳ ଶେଷ ହୋଇଛି। ପ୍ରତିଯୋଗିତାର ବାଳିକା ବର୍ଗର ଫାଇନାଲକୁ ବିବିଏ ଓ ଟ୍ରଟର୍ସ ପ୍ରବେଶ କରିଛନ୍ତି।

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌  ଜାତୀୟ ଦଳରେ ୩ ଓଡ଼ିଆ

ବିଶ୍ୱ ଫୁଟ୍‌ଭଲି ଚାମ୍ପିୟନଶିପ୍‌ ଜାତୀୟ ଦଳରେ ୩ ଓଡ଼ିଆ

କଟକ ଅଫିସ,୨୨।୪- ଏପ୍ରିଲ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ବିଶ୍ୱ ଫୁଟଭଲି ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏ ନେଇ କଟକ ସିଟି ଫୁଟ୍‌ଭଲି ଆସୋସିଏଶନ ପକ୍ଷରୁ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ଭାରତୀୟ ଦଳକୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଥିଲା।