Dharitri News
ଖେଳ |

ଦ୍ୱିତୀୟ ଟେଷ୍ଟ: ଭାରତର ବୃହତ୍‌ ବିଜୟ

ଦ୍ୱିତୀୟ ଟେଷ୍ଟ: ଭାରତର ବୃହତ୍‌ ବିଜୟ ନାଗପୁର, ୨୭।୧୧(ପି.ଟି) ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଆଉ ଏକ ଚମତ୍କାର ବିଜୟ ହାସଲ କରିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତ ପାଖାପାଖି ଦେଢ ଦିନ ବାକି ଥାଇ ଭ୍ରମଣକାରୀ ଶ୍ରୀଲଙ୍କାକୁ ଏକ ଇନିଂସ ଓ ୨୩୯ ରନରେ ପରାସ୍ତ କରିଛି। ବୋଲିଂ ଓ ବ୍ୟାଟିଂରେ ଭାରତର ଦମ୍‌ଦାର ପ୍ରଦର୍ଶନ ଆଗରେ ଶ୍ରୀଲଙ୍କା ଏକ ପ୍ରକାର ଆତ୍ମସମର୍ପଣ କରିଛି। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି। ଏଥି ସହିତ ଭାରତ ତା’ର ସର୍ବ ବୃହତ ଟେଷ୍ଟ ବିଜୟ ପ୍ରଦର୍ଶନକୁ ପୁଣି ଥରେ ଦୋହରାଇଛି। ପୂର୍ବରୁ ୨୦୦୭ରେ ଭାରତ ରାହୁଲ ଡ୍ରାଭିଡଙ୍କ ନେତୃତ୍ୱରେ ବାଂଲାଦେଶକୁ ମଧ୍ୟ ସମାନ ଢଙ୍ଗରେ ଏକ ଇନିଂସ ଓ ୨୩୯ ରନରେ ପରାସ୍ତ କରିଥିଲା। ବର୍ଷା ବାଧାପ୍ରାପ୍ତ ପ୍ରଥମ ଟେଷ୍ଟରେ ଅଳ୍ପକେ ବିଜୟ ହାତଛଡ଼ା କରିଥିଲେ ମଧ୍ୟ ଏହି ମ୍ୟାଚରେ କିନ୍ତୁ ଭାରତ ଶ୍ରୀଲଙ୍କାକୁ କୌଣସି ସୁଯୋଗ ଦେଇ ନ ଥିଲା। ପ୍ରଥମ ଇନିଂସରେ ୨୧୩ରରନ ଦ୍ୱିଶତକୀୟ ପାଳି ଖେଳିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଡିସେମ୍ବର ୨ ତାରିଖରେ ଦିଲ୍ଲୀରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ପ୍ରଥମ ଇନିଂସରେ ନିହାତି ମାମୁଲି ପ୍ରଦର୍ଶନ କରି ଶ୍ରୀଲଙ୍କା ମାତ୍ର୨୦୫ ରନରେ ଅଲଆଉଟ ହୋଇଥିଲା। ଜବାବରେ ଭାରତ କୋହଲିଙ୍କ ଦ୍ୱିଶତକ, ମୂରଲୀ ବିଜୟ, ଚେତେଶ୍ୱର ପୂଜାରା ଓ ରୋହିତ ଶର୍ମାଙ୍କ ଶତକ ସହାୟତାରେ ୬ ଉଇକେଟ ହରାଇ ୬୧୦ ରନରେ ପାଳି ଘୋଷଣା କରିଥିଲା। ଫଳରେ ଭାରତ ୪୦୫ ରନରେ ଅଗ୍ରଣୀ ହାସଲ କରିଥିଲା। ଜବାବରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ଆହୁରି ଖରାପ ପ୍ରଦର୍ଶନ କରି ୪୯.୩ ଓଭରରେ ମାତ୍ର ୧୬୬ ରନ କରି ଅଲଆଉଟ ହୋଇଥିଲା। ଫଳରେ ଶ୍ରୀଲଙ୍କା ଇନିଂସ ପରାଜୟ ବରଣ କରିଥିଲା। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୨୧/୧ରୁ ଖେଳ ଆରମ୍ଭ କରି ଶ୍ରୀଲଙ୍କା ଲଞ୍ଚ ସୁଦ୍ଧା ୮ ଉଇକେଟ ହରାଇଥିଲା। ଦୁଇ ଓଭରନାଇଟ ବ୍ୟାଟ୍ସମ୍ୟାନ ଦିମୁଥ କରୁଣାରତ୍ନେ ୧୧ ଓ ଲାହିରୁ ଥିରିମାନି ୯ ରନରୁ ଖେଳ ଆରମ୍ଭ କରି ଯାଥାକ୍ରମେ୧୮ ଓ ୨୩ ରନ କରି ଆଉଟ ହୋଇଥିଲେ। କେବଳ ଅଧିନାୟକ ଦୀନେଶ ଚାଣ୍ଡିମାଲଙ୍କୁ ବାଦ ଦେଲେ ଆଉ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ପାରି ନ ଥିଲେ। ଚାଣ୍ଡିମଲ ୬୧ ରନ କରି ଆଉଟ ହୋଇଥିଲେ। ସେ ମଧ୍ୟ ପ୍ରଥମ ଇନିଂସରେ ୫୭ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଜେଲୋ ମାଥ୍ୟୁସ ୧୦, ଉଇକେଟ କିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକଓ୍ବେଲା ୪, ଦସୁନ ସନକା ୧୭ରନ କରି ଆଉଟ ହୋଇଥିବା ବେଳେ ସୁରଙ୍ଗା ଲାକମଲ ୩୧ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ୪ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ। ଓପନର ସାଦିରା ସମରବିକ୍ରମା,ଦିଲରୁଓ୍ବାନ ପେରୋରା, ରଙ୍ଗନା ହେରାଥ ଓ ଲାହିରୁ ଗାମାଗେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ବୋଲିଂରେ ଭାରତ ତରଫରୁ ଅଭିଜ୍ଞ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୁଣି ଥରେ କମାଲ କରି ୪ ଉଇକେଟ ହାସଲ କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା, ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଦୁଇଟି ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଅଶ୍ୱିନ ପ୍ରଥମ ଇନିଂସରେ ମଧ୍ୟ ୪ ଟି ଉଇକେଟ ହାସଲ କରିଥିଲେ। ଏହି ମ୍ୟାଚରେ ମୋଟ ଉପରେ ସେ ୮ ଉଇକେଟ ହାସଲ କରି ସଫଳତମ ବୋଲର ସାବ୍ୟସ୍ତ ହୋଇଛନ୍ତି।

ଖେଳ |

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ବ୍ରିସ୍‌ବେନ ଦିନିକିଆରୁ ହାଜେଲଉଡ୍‌ ବାଦ୍‌

ସିଡ୍‌ନୀ, ୧୮।୧-ଅଷ୍ଟ୍ରେଲିଆ ଦଳ ଦ୍ରୁତ ବୋଲର ଜୋଶ ହାଜେଲଉଡ୍‌ ଭ୍ରମଣକାରୀ ଇଂଲଣ୍ଡ ବିପକ୍ଷ ୨ୟ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଅସୁସ୍ଥତା କାରଣରୁ ବ୍ରିସ୍‌ବେନ ଦିନିକିଆରେ ସେ ଖେଳିବେ ନାହିଁ। ଏ ନେଇ ଅଷ୍ଟ୍ରେଲିଆ ଦଳୀୟ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି। ତାଙ୍କ ବଦଳରେ ଝେ ରିଚାର୍ଡସନଙ୍କୁ ପଦାର୍ପଣ କରିବାର ସୁଯୋଗ ମିଳିପାରେ।

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ଅଷ୍ଟ୍ରେଲିଆନ୍‌ ଓପନ୍‌: ୩ୟ ରାଉଣ୍ଡରେ ଶାରାପୋଭା-କର୍ବର

ମେଲବୋର୍ନ, ୧୮।୧- ଚଳିତ ସିଜନ୍‌ର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ର ମହିଳା ସିଙ୍ଗଲ୍ସ ବର୍ଗରେ ମାରିଆ ଶାରାପୋଭା ଓ ଆଞ୍ଜେଲିକ କର୍ବର ୩ୟ ରାଉଣ୍ଡ ମୁକାବିଲାରେ ପରସ୍ପରକୁ ଭେଟିବେ। ଗୁରୁବାର ଖେଳାଯାଇଥିବା ୨ୟ ରାଉଣ୍ଡ ମୁକାବିଲାକୁ ପୂର୍ବତନ ଚାମ୍ପିୟନ୍‌ ଶାରାପୋଭା ସିଧାସଳଖ ସେଟ୍‌ରେ ଜିତି ନିଜର ଅଭିଯାନ ଜାରି ରଖିଛନ୍ତି।

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ପେସ, ବୋପନ୍ନାଙ୍କ ବିଜୟୀ ଅଭିଯାନ

ମେଲବୋର୍ନ, ୧୮।୧- ଭେଟେରାନ ଟେନିସ୍‌ ଖେଳାଳି ଲିଆଣ୍ଡର ପେସ୍‌ ଓ ରୋହନ ବୋପନ୍ନା ଚଳିତ ଅଷ୍ଟ୍ରେଲିଆନ୍‌ ଓପନ୍‌ର ପୁରୁଷ ଡବଲ୍ସ ବର୍ଗରେ ନିଜ ଯୋଡ଼ିଦାରଙ୍କ ସହ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି।

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ- ପାକିସ୍ତାନ ଫାଇନାଲ

ଅଜମାନ,୧୮ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌ର ପଞ୍ଚମ ସଂସ୍କରଣରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି।

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ନାଡାଲ, ଓଜ୍‌ନିଆକି

ମେଲବୋର୍ନ,୧୭ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ତୃତୀୟ ଦିନରେ ପହଞ୍ଚିଛି। ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି।

ସୁପର୍‌ ଓଭରରେ ଓଡ଼ିଶାକୁ ଜିତାଇଲେ ପ୍ରିୟଙ୍କା

କଟକ ଅଫିସ,୧୭ା୧- ରୋମାଞ୍ଚକ ମ୍ୟାଚ୍‌ରେ ବିଜୟୀ ହୋଇ ଓଡ଼ିଶା ସିନିୟର ମହିଳା ଟି୨୦ ଟୁର୍ନାମେଣ୍ଟର ନକ୍‌ଆଉଟ୍‌ ରାଉଣ୍ଡକୁ ପ୍ରବେଶ କରିଛି। ପ୍ରଥମଥର ପାଇଁ ଓଡ଼ିଶା ଉକ୍ତ ପ୍ରତିଯୋଗିତାରେ ଗ୍ରୁପ୍‌ ଚାମ୍ପିୟନ ମଧ୍ୟ ହୋଇଛି।