ଖେଳ |

ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ

ଅଷ୍ଟ୍ରେଲିଆ ୧୦ ଉଇକେଟରେ ବିଜୟୀ
ବ୍ରିସ୍‌ବେନ, ୨୭।୧୧ (ଏଏଫ୍‌ପି)- ଗାବାଠାରେ ଆଶେସ ସିରିଜର ଓପନିଂ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଦଳର ପ୍ରଦର୍ଶନକୁ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ଉଚ୍ଚ ପ୍ରଶଂସା କରିଛନ୍ତି। ଓପନର ଡେଭିଡ ଓ୍ବାର୍ନର ଓ କାମେରନ ବ୍ୟାଙ୍କ୍ରଫ୍ଟଙ୍କ ପ୍ରଭାବୀ ବ୍ୟାଟିଂ ଇଂଲଣ୍ଡ ପାଇଁ ଚିନ୍ତାର କାରଣ ହୋଇଥିଲା। ସୋମବାର ଅନ୍ତିମ ଦିବସରେ ଉଭୟେ ବିନା କୌଣସି କ୍ଷତିରେ ମଧ୍ୟାହ୍ନଭୋଜନ ପୂର୍ବରୁ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲେ। ଓ୍ବାର୍ନର ୧୧୯ ବଲ୍‌ରୁ ୮୭ ରନ କରି ଅପରାଜିତ ରହିଥିବାବେଳେ ନବାଗତ ଖେଳାଳି ବ୍ୟାଙ୍କ୍ରଫ୍ଟ ୧୮୨ବଲ୍‌ ସାମ୍ନା କରି ୮୨ରନ ସହ ଅପରାଜିତ ରହିଥିଲେ। ଅଷ୍ଟ୍ରେଲିଆ ଏହାର ଦ୍ୱିତୀୟ ଇନିଂସରେ କୌଣସି ଉଇକେଟ ନ ହରାଇ ୧୭୩ ରନ କରିଥିଲା। ଏହାଦ୍ୱାରା ଅଷ୍ଟ୍ରେଲିଆ ଏକ ଟେଷ୍ଟ ମ୍ୟାଚରେ ଅପରାଜିତ ଓପନିଂ ପାର୍ଟନରଶିପ୍‌ରେ ରନ ଚେଜ୍‌ରେ ସଫଳ ହୋଇ ୮୭ ବର୍ଷର ପୁରୁଣା ସର୍ବକାଳୀନ ରେକର୍ଡକୁ ଭଙ୍ଗ କରିଦେଇଛି। ରବିବାର ଦ୍ୱିତୀୟ ଇନିଂସରେ ବିନା କୌଣସି ଉଇକେଟରେ ୧୧୪ ରନ କରିଥିବା ଘରୋଇ ଦଳ ସୋମବାର ଅନ୍ତିମ ଦିବସରେ ବିଜୟ ପାଇଁ ଆଉ ମାତ୍ର ୫୬ ରନ ଆବଶ୍ୟକ କରୁଥିଲା। ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ କହିଛନ୍ତି, ଏହି ମ୍ୟାଚରେ ଆମେ ଟସ୍‌ ହାରିବା ପରେ ଉଇକେଟକୁ ଆମେ ଯେତିକି ଭାବିଥିଲୁ ସେ ତୁଳନାରେ ଅଧିକ ମନ୍ଥର ଥିଲା। ଏଥିପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ମ୍ୟାଚ ଜିତିବା ଲାଗି ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା। ଆମେ ଯେପରି ଖେଳିଲୁ ସେଥିରେ ମୁଁ ବେଶ୍‌ ଆନନ୍ଦିତ। ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ କହିଛନ୍ତି, ଏହି ଫଳାଫଳ ନେଇ ଆମେ ଉଦ୍‌ବିଘ୍ନ ନୋହୁଁ। ସିରିଜ ଆରମ୍ଭ ହୋଇଛି ମାତ୍ର। ପ୍ରଥମ ୩ ଦିନ ଆମେ ଭଲସ୍ଥିତିରେ ଥିଲୁ। ଆମର କିଛି ତ୍ରୁଟି ଯୋଗୁ ମ୍ୟାଚ ହାତଛଡ଼ା ହୋଇଗଲା। ଆଡିଲେଡ୍‌ଠାରେ କିନ୍ତୁ ଆମେ ଏହି ଭୁଲ କରିବୁ ନାହିଁ। ସୋମବାର ଏହି ବିଜୟ ଦ୍ୱାରା ଗାବାରେ ଅଷ୍ଟ୍ରେଲିଆ ୨୯ ବର୍ଷ ହେଲା ଅପରାଜେୟ ରହିଛି। ଦଳ ଏଠାରେ ଶେଷଥର ପାଇଁ ୧୯୮୮ରେ ଭିଭିଆନ ରିଚାଡର୍‌ସଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜଠାରୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଏଠାରେ ୩୧ ବର୍ଷ ହେଲା ଅଷ୍ଟ୍ରେଲିଆକୁ ଜିତି ପାରି ନାହିଁ। ଦୁଇ ଦଳ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଆଡିଲେଡ୍‌ ଓଭାଲଠାରେ ହେବ। ଏହା ଦିବାରାତ୍ର ଭିତ୍ତିରେ ଖେଳାଯିବ।
All Right Reserved By

ଖେଳ |

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଦିନିକିଆରେ ପଦାର୍ପଣ କରିବେ ପନ୍ତ

ଗୁଆହାଟି,୨୦।୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ଲାଗି ଶନିବାର ୧୨ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ୨୦ ବର୍ଷୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶଭ ପନ୍ତ ଏଥିରେ ସ୍ଥାନ ମିଳିଛି। 

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ମହିଳା କରନୀ ସେନା ମୁଖ୍ୟ ଜାଡେଜାଙ୍କ ପତ୍ନୀ

ରାଜକୋଟ,୨୦।୧୦- କ୍ଷେତ୍ରୀୟ ରାଜପୁତ ସମୁଦାୟ କରନି ସେନା ନିର୍ଦ୍ଧିଷ୍ଟ ଭାବେ ଗୁଜରାଟ ଓ ରାଜସ୍ଥାନରେ ସକ୍ରିୟ ଅଛନ୍ତି। ଏହି ଗ୍ରୁପ ଗତବର୍ଷ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ’କୁ ସର୍ବଭାରତୀୟ ସ୍ତରରେ କଡ଼ା ବିରୋଧ କରିଥିଲେ। 

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଡେନମାର୍କ ଓପନ: ସେମିରେ ସାଇନା, କିଡାମ୍ବି

ଓଡେନ୍‌ସେ(ଡେନମାର୍କ),୨୦।୧୦(ପି.ଟି.)- ଭାରତୀୟ ଷ୍ଟାର ଶଟଲର ସାଇନା ନେହ୍ବାଲ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଡେନମାର୍କ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ସେମିଫାଇନାଲରେ ପ୍ରବେଶ କରିଛନ୍ତି। 

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,୨୦।୧୦- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର (ଆର୍‌ସିବି) ଦଳ ୨.୮ କୋଟି ଟଙ୍କାର କିଣିଥିଲା।

ପ୍ରବୀଣ କୁମାରଙ୍କ ଅବସର

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି ଟେଷ୍ଟ ଜିତିଲା ପାକିସ୍ତାନ

ଆବୁଧାବି,୧୯।୧୦- ପେସର ମହମ୍ମଦ ଆବାସଙ୍କ ଘାତକ ବୋଲିଂ ଆଗରେ ଅଷ୍ଟ୍ରେଲିଆ ବ୍ୟାଟିଂ ଲାଇନ୍‌ ଅଫ୍‌ ଛତ୍ରଭଙ୍ଗ ଦେଇଛି। ଆବାସ ଏହି ମ୍ୟାଚ୍‌ର ଉଭୟ ଇନିଂସ୍‌ରେ ୫ ଉଇକେଟ ପାଇଛନ୍ତି। 

ସଚିନଙ୍କୁ ଚକିତ କଲେ ଲାରା

ସଚିନଙ୍କୁ ଚକିତ କଲେ ଲାରା

ମୁମ୍ବାଇ,୧୯।୧୦- କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଓ୍ବେଷ୍ଟଇଣ୍ଡିଜ୍‌ ପୂର୍ବତନ ଅଧିନାୟକ ବ୍ରାୟନ ଲାରା ଚକିତ କରି ଦେଇଛନ୍ତି। ଲାରା ଶୁକ୍ରବାର ହଠାତ ମୁମ୍ବାଇ ଗସ୍ତ କରିବା ସହ ସଚିନଙ୍କୁ ଭେଟିଛନ୍ତି। 

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ଅନ୍ତର୍ଜାତୀୟ କ୍ରିକେଟର ବୁକି ପ୍ରାୟତଃ ଭାରତୀୟ

ନୂଆଦିଲ୍ଲୀ,୧୯।୧୦- ଅନ୍ତର୍ଜାତୀୟ କ୍ରିକେଟର ବୁକିମାନେ ପ୍ରାୟତଃ ଭାରତୀୟ ବୋଲି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି)ର ଜଣେ ବରିଷ୍ଠ କର୍ମକର୍ତ୍ତା କହିଛନ୍ତି। 

ମେଡିକାଲରେ ସର୍ଫରାଜ

ମେଡିକାଲରେ ସର୍ଫରାଜ

ଆବୁଧାବି,୧୯।୧୦- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା। 

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ଲିଓନଙ୍କ ନାମରେ ବିରଳ ରେକର୍ଡ

ଲିଓନଙ୍କ ନାମରେ ବିରଳ ରେକର୍ଡ

ଆବୁଧାବି,୧୯।୧୦- ଅଷ୍ଟ୍ରେଲିଆ ସ୍ପିନର ନାଥନ ଲିଓନ ଶୁକ୍ରବାର ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସ୍ଥାନୀୟ ଶେଖ ଜାୟେଦ ଷ୍ଟାଡିୟମଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟରେ ସେ ବିନା ନୋ ବଲ ପକାଇ ୨୦ ହଜାର ବଲ ପକାଇଛନ୍ତି। 

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଦେଓଧର ଟ୍ରଫିରେ ଖେଳିବେ ପପୁ ରୟ

ଭୁବନେଶ୍ୱର,୧୯।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଗାମୀ ଦେଓଧର ଟ୍ରଫି ଲାଗି ବିସିସିଆଇ ପକ୍ଷରୁ ଗୁରୁବାର ଭାରତ ଏ, ବି ଓ ସି’ ଦଳ ଘୋଷିତ ହୋଇଯାଇଛି। ଓଡ଼ିଆ ସ୍ପିନର ପପୁ ରୟ ଭାରତ ସି’ ଦଳରେ ସ୍ଥାନ ପାଇଛନ୍ତି।