ଖେଳ |

ଆଡ୍‌ଭାନୀଙ୍କୁ ୧୮ତମ ବିଶ୍ୱ ଚାମ୍ପିୟନ୍‌ ଟାଇଟଲ

ଆଡ୍‌ଭାନୀଙ୍କୁ ୧୮ତମ ବିଶ୍ୱ ଚାମ୍ପିୟନ୍‌ ଟାଇଟଲ
ଦୋହା, ୨୭।୧୧(ପି.ଟି.)- ଭାରତୀୟ ଟପ୍‌ ସ୍ନୁକର ପଙ୍କଜ ଆଡ୍‌ଭାନୀ ସୋମବାର ନିଜ କ୍ୟାରିୟରର ୧୮ତମ ବିଶ୍ୱ ଚାମ୍ପିୟନ୍‌ ଟାଇଟଲ ଅର୍ଜନ କରିଛନ୍ତି। ଏଠାରେ ଚାଲିଥିବା ଆଇବିଏସ୍‌ଏଫ୍‌ ବିଶ୍ୱ ସ୍ନୁକର ଚାମ୍ପିୟନ୍‌ଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। ସେ ଫାଇନାଲରେ ଇରାନର ଆମିର ସର୍କହୋଶଙ୍କୁ ୮-୨ ଫ୍ରେମରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି। ଚଳିତ ମାସରେ ଏହା ତାଙ୍କର ୨ୟ ସ୍ବର୍ଣ୍ଣ ପଦକ। ଏଥିପୂର୍ବରୁ ସେ ବିଶ୍ୱ ବିଲିୟାର୍ଡସ ଶର୍ଟ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ। ସେହିଭଳି ଚଳିତ ବର୍ଷରେ ଏହା ତାଙ୍କର ୩ୟ ପଦକ। ବିଶ୍ୱ ବିଲିୟାର୍ଡସ ଲଙ୍ଗ ଇଭେଣ୍ଟରେ ତାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ମୁକାବିଲା ଆରମ୍ଭରୁ ପ୍ରତିପକ୍ଷ ଖେଳାଳି ଆଡ୍‌ଭାନୀ ଚକମା ଦେଇ ପ୍ରଥମ ଫ୍ରେମ(୧୯-୭୧)କୁ ଜିତିନେଇଥିଲେ। ଏହିଠାରୁ ପଙ୍କଜ ବିପକ୍ଷ ଖେଳାଳିଙ୍କୁ କୌଣସି ସୁଯୋଗ ନ ଦେଇ କ୍ରମାଗତ ୪ଟି (୭୯-୫୩, ୯୮-୨୩, ୬୯-୬୨, ୬୦-୫ ଓ ୬୦-୫) ଫ୍ରେମକୁ ହାତେଇ ନେଇଥିଲେ। ପରବର୍ତ୍ତୀ ତଥା ୬ଷ୍ଠ ଫ୍ରେମରେ ଆଡ୍‌ଭାନୀଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିିବାକୁ ପଡ଼ିଥିଲା। ଏହାସତ୍ତ୍ୱେ ମୁକାବିଲାକୁ ୮-୨ ବ୍ୟବଧାନରେ ଜିତିନେଇଥିଲେ।
All Right Reserved By

ଖେଳ |

ଡିଫେଣ୍ଡିଂ ଚାମ୍ପିୟନ ଓ୍ବଜନିଆକିଙ୍କୁ ହରାଇଲେ ପ୍ଲିସ୍କୋଭା

ଡିଫେଣ୍ଡିଂ ଚାମ୍ପିୟନ ଓ୍ବଜନିଆକିଙ୍କୁ ହରାଇଲେ ପ୍ଲିସ୍କୋଭା

କାଲାଙ୍ଗ(ସିଙ୍ଗାପୁର), ୨୨।୧୦- ଏଠାରେ ଆରମ୍ଭ ହୋଇଥିବା ଡବ୍ଲ୍ୟୁଟିଏ ଫାଇନାଲ୍ସର ଉଦ୍‌ଘାଟନୀ ଦିବସରେ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ତଥା ଡେନମାର୍କର ତାରକା ମହିଳା ଟେନିସ ଖେଳାଳି କାରୋଲିନ ଓ୍ବଜନିଆକି ପରାଜୟର ସାମ୍ନା କରିଛନ୍ତି। 

ଅବସର ନେବେ ହେରାଥ୍‌

ଅବସର ନେବେ ହେରାଥ୍‌

କଲମ୍ବୋ, ୨୨।୧୦- ଭେଟେରାନ ଶ୍ରୀଲଙ୍କା ବାମହାତୀ ସ୍ପିନର ରଙ୍ଗନା ହେରାଥ୍‌ ତାଙ୍କ ସ୍ବର୍ଣ୍ଣିମ କ୍ରିକେଟ କ୍ୟାରିୟରରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ନଭେମ୍ବର ୬ରୁ ଗାଲେରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ପରେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ହେରାଥ୍‌ ଘୋଷଣା କରିଛନ୍ତି। 

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ପ୍ରଥମ ଦିନିକିଆରେ ବାଂଲାଦେଶ ବିଜୟୀ

ଢାକା, ୨୨।୧୦- ଓପନର୍‌ ଇମ୍ରୁଲ କାଏସ୍‌ଙ୍କ ଶତକ ବଳରେ ଘରୋଇ ବାଂଲାଦେଶ ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଜିମ୍ବାଓ୍ବେକୁ ୨୮ ରନରେ ପରାସ୍ତ କରିଦେଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୨୭୨ ରନର ଟାର୍ଗେଟ୍‌କୁ ପିଛା କରି ଭ୍ରମଣକାରୀ ଜିମ୍ବାଓ୍ବେ ଦଳ ନିର୍ଦ୍ଧାରିତ ଓଭରରେ ୯ ଉଇକେଟ୍‌ ହରାଇ ୨୪୩ ରନ କରିବାକୁ ସକ୍ଷମ ହୋଇଥିଲା। 

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ଅଷ୍ଟିନ୍‌, ୨୨ା୧୦- ଫେରାରିର କିମି ରାଇକୋନେନ ୟୁଏସ୍‌ ଓପନ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଫର୍ମୁଲା ଓ୍ବାନ ମୋଟର ରେସ୍‌ରେ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ ଦ୍ୱିତୀୟ ହୋଇଥିବାବେଳେ ମର୍ସିଡିଜର ଲୁଇସ୍‌ ହାମିଲଟନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

ଦବଙ୍ଗ ଦିଲ୍ଲୀ ବିଜୟୀ

ଦବଙ୍ଗ ଦିଲ୍ଲୀ ବିଜୟୀ

ପୁଣେ, ୨୨ା୧୦ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି  ସିଜନ -୬ ଇଣ୍ଟର ଜୋନାଲ ଚ୍ୟାଲେଞ୍ଜର ପ୍ରଥମ ମ୍ୟାଚରେ ଦବଙ୍ଗ ଦିଲ୍ଲୀ ୩୯-୩୦ରେ ବେଙ୍ଗଲ  ଓ୍ବାରିୟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ତରଫରୁ ନବୀନ କୁମାର ୧୧ ରେଡ୍‌ ପଏଣ୍ଟ ସ୍କୋର କରିଥିବାବେଳେ ରବିନ୍ଦର ପାହାଲଙ୍କ ୪ ଟାକଲ ପଏଣ୍ଟ ଅବଦାନ ରହିଥିଲା।

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ନୂଆଦିଲ୍ଲୀ, ୨୨|୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ସ୍ପଟ୍‌ ଫିକ୍ସିଂ ନେଇ ରବିବାର ରିଲିଜ କରାଯାଇଥିବା ଏକ ଡକୁମେଣ୍ଟାରୀ କ୍ରିକେଟ ମହଲରେ ଚହଳ ସୃଷ୍ଟି କରିଛି। ପ୍ରସାରଣକାରୀ ସଂସ୍ଥା ପ୍ରାମାଣିକ  ଫୁଟେଜ ଦେବାକୁ ରାଜି ହେଉ  ନାହିଁ।  

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

କଟକ ଅଫିସ,୨୨ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଘରୋଇ କ୍ରିକେଟର ଶ୍ରେଷ୍ଠ ପ୍ରତିଯୋଗିତା ରଣ୍‌ଜୀଟ୍ରଫି ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ।

ଜାପାନକୁ ୯-୦ରେ ହରାଇଲା ଭାରତ

ଜାପାନକୁ ୯-୦ରେ ହରାଇଲା ଭାରତ

ମସ୍କଟ, ୨୨।୧୦- ମନଦୀପ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ରବିବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଜାପାନକୁ ୯-୦ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହାଥିଲା କ୍ରମାଗତ ତୃତୀୟ ବିଜୟ। 

ବିରାଟ, ରୋହିତ ରାଜ

ବିରାଟ, ରୋହିତ ରାଜ

ଗୁଆହାଟୀ, ୨୨।୧୦- ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି। 

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ଭାପୁର,୨୨ା୧୦(ଡି.ଏନ୍‌.ଏ.)- ଖଣ୍ଡପଡ଼ା ବ୍ଲକ ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୩୧ତମ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କଣ୍ଟିଲୋର ବରୁଣେଇ କ୍ରିକେଟ୍‌ କ୍ଲବକୁ ୩୩ ରନରେ ହରାଇ ଖୋର୍ଦ୍ଧା ସାରୁଅର ଇଲେଭେନ ଷ୍ଟାର ସ୍ପୋର୍ଟସ କ୍ଲବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୨୨ା୧୦: ଆସନ୍ତା ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁର ଠାରେ ୨୩ତମ ସବ୍‌ଜୁନିୟର୍‌ ଟେନିସ୍‌ ବଲ୍‌ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଟିମ ଭାଗନେବ । ଓଡ଼ିଶା ଟିମରେ ଗଞ୍ଜାମ ଜିଲାର ୬ଜଣ ଖେଳାଳି ଅଛନ୍ତି । ସେମାନେ ହେଲେ ଆସିକାର ଏମ୍‌.ସନ୍ତୋଷ କୁମାର ରାଓ ଏବଂ କୁମାର ହଂସରାଜ୍‌, ବ୍ରହ୍ମପୁରର ସତ୍ୟଶୁଭମ୍‌ ସାହୁ, ଏମ୍‌.ରାଧେଶ୍ୟାମ ପାତ୍ର ଏବଂ ଆହ୍ବାନ ପଟ୍ଟନାୟକ ଓ ସୋରଡ଼ାର ଦୀପକ ଦାସ। ଏହି ଖେଳାଳିମାନେ ଗଞ୍ଜାମ ଜିଲା ଟେନିସବଲ୍‌ କ୍ରିକେଟ ସଂଘ ଅଧିନରେ ତାଲିମ୍‌ ନେଉଥିଲେ। ଖେଳାଳିଙ୍କୁ ସଂଘର ସଭାପତି ଡା. ସମରେନ୍ଦ୍ର ସାହୁ, ଉପସଭାପତି ଦୁଷ୍ମନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ସଞ୍ଜୟ ବିଷୋୟୀ, ଅଧ୍ୟକ୍ଷ ରବି ମିଶ୍ର ଏବଂ ପ୍ରଶାନ୍ତ ମୁନି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

ଗୁଆହାଟୀ, ୨୧।୧୦-
ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି।