ଖେଳ |

ସ୍ପାନିଶ ଓପନ୍‌ ଟିଟି: ସାଥିୟାନଙ୍କୁ ସ୍ବର୍ଣ୍ଣ

ସ୍ପାନିଶ ଓପନ୍‌ ଟିଟି: ସାଥିୟାନଙ୍କୁ ସ୍ବର୍ଣ୍ଣ
ନୂଆଦିଲ୍ଲୀ, ୨୭।୧୧(ପି.ଟି.)- ଭାରତୀୟ ଟେବୁଲ ଟେନିସ୍‌ (ଟିଟି) ଖେଳାଳି ଜି. ସାଥିୟାନ ସ୍ପେନର ଆଲ୍ମେରିଆଠାରେ ଚାଲିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜ ସ୍ପାନିଶ୍‌ ଓପନ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ଫାଇନାଲରେ ଜାପାନର କାଜୁହିରୋ ୟୋଶିମୁରାଙ୍କୁ ୪-୨ ବ୍ୟବଧାନରେ ହରାଇ ଏହି ସଫଳତା ପାଇଛନ୍ତି। ଏହି ମୁକାବିଲାକୁ ୯ମ ସିଡ୍‌ଧାରୀ ସାଥିୟାନ ୧୧-୭, ୩-୧୧, ୧୧-୬, ୬-୧୧, ୧୩-୧୧, ୧୧-୭ ଗେମ୍‌ରେ ଜିତିନେଇଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୨ୟ ଆଇଟିଟିଏଫ୍‌ ଟାଇଟଲ। ସେ ୨ ବର୍ଷ ପୂର୍ବେ ବେଲଜିୟମ ଓପନ ଜିତିଥିଲେ। ସେହିଭଳି ଚଳିତ ବର୍ଷ ଭାରତୀୟ ଖେଳାଳିଙ୍କ ପାଇଁ ଏହା ୨ୟ ଆଇଟିଟିଏଫ୍‌ ଚ୍ୟାଲେଞ୍ଜ ଟାଇଟଲ। ଗତ କିଛି ମାସ ତଳେ ସୌମ୍ୟଜିତ ଘୋଷ ଚିଲି ଓପନ୍‌ ଟାଇଟଲ ଜିିଣିଥିଲେ। ସ୍ପାନିଶ୍‌ ଲିଗ୍‌ ମିହିଳା ଡବଲ୍ସ ବର୍ଗରେ ଅଂଶଗ୍ରହଣ କରିଥିବା ମନିକା ବାତ୍ରା ଓ ମୌମା ଦାସଙ୍କ ଯୋଡ଼ି ଫାଇନାଲରେ ପରାସ୍ତ ହୋଇ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏହି ୨ୟ ସିଡ୍‌ଧାରୀ ଯୋଡ଼ିକୁ ୧୧-୯, ୬-୧୧, ୧୧-୯, ୯-୧୧, ୯-୧୧ ଗେମ୍‌ରେ ଟପ୍‌ ସିଡ୍‌ କୋରିଆର ଜିହି ଜେଓନ ହାଏଉନ ୟାଙ୍ଗ ପରାସ୍ତ କରିଛନ୍ତି।
All Right Reserved By

ଖେଳ |

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବ୍ଲକସ୍ତରୀୟ ଭଲିବଲ ପ୍ରତିଯୋଗିତା: ନଗ୍ରମ ଟିମ୍‌ ଜିଲାସ୍ତରକୁ ଉନ୍ନୀତ

ବାଲେଶ୍ୱର ଅଫିସ,୧୨।୧୨- ବାଲେଶ୍ୱର ଖ୍ରୀଷ୍ଟିଆନ୍‌ ପଡ଼ିଆରେ ବିଜୁ ଯୁବ ବାହିନୀର ବ୍ଲକସ୍ତରୀୟ କ୍ରୀଡ଼ା ପ୍ରତିଯୋଗୀତା ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ଅନୁଷ୍ଠିତ ହୋଇଥିଲା। ଦୁଇଦିନ ବ୍ୟାପୀ ହେବାକୁ ଥିବା ଏହି କ୍ରୀଡ଼ା ଉତ୍ସବରେ ପ୍ରଥମ ଦିନରେ ଭଲିବଲ୍‌ ପ୍ରତିଯୋଗିତା ହୋଇଥିବା ବେଳେ ଗୁରୁବାର ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି। 

‘ଖାଲି ହାତରେ ଫେରିବୁ ନାହିଁ’

‘ଖାଲି ହାତରେ ଫେରିବୁ ନାହିଁ’

ଭୁବନେଶ୍ୱର,୧୨।୧୨- ହମ୍‌ ଖାଲି ହାତ ନାହି ଜାୟେଙ୍ଗେ। ଅର୍ଥାଥ ଆମେ ଖାଲି ହାତରେ ଫେରିବୁ ନାହିଁ। ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ ହକି ଦଳର ଷ୍ଟ୍ରାଇକର ମନଦୀପ ସିଂ

ଭାରତୀୟଙ୍କ ମଧ୍ୟରେ ଉନାଡ୍‌କଟଙ୍କୁ ସର୍ବାଧିକ ଦାମ୍‌

ଭାରତୀୟଙ୍କ ମଧ୍ୟରେ ଉନାଡ୍‌କଟଙ୍କୁ ସର୍ବାଧିକ ଦାମ୍‌

ନୂଆଦିଲ୍ଲୀ,୧୨।୧୨- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୨ତମ ସଂସ୍କରଣ ଲାଗି ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଭାରତୀୟଙ୍କ ମଧ୍ୟରେ ଜୟଦେବ ଉନାଡ୍‌କଟଙ୍କ ବେସ୍‌ ଫ୍ରାଇସ ସର୍ବାଧିକ। ଆସନ୍ତା

ଟେଷ୍ଟ ଦଳରେ ସ୍ଥାନ ପାଇଁ ଆଇପିଏଲରୁ ଓହରିଛି- ମ୍ୟାକ୍ସଓ୍ବେଲ

ଟେଷ୍ଟ ଦଳରେ ସ୍ଥାନ ପାଇଁ ଆଇପିଏଲରୁ ଓହରିଛି- ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୨।୧୨- ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବିତ୍ତଶାଳୀ କ୍ରିକେଟ ଟୁର୍ନାମେଣ୍ଟ ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣରେ ଖେଳିବେ ନାହିଁ। ଏହା ବଦଳରେ ସେ ଆଗାମୀ ଇଂଲିଶ କାଉଣ୍ଟି କ୍ରିକେଟର ସମ୍ପୂର୍ଣ୍ଣ ସିଜନ ଖେଳିବେ। 

କୋଚ୍‌ ପଦ ଲାଗି ପାଓ୍ବାରଙ୍କ ଆବେଦନ

କୋଚ୍‌ ପଦ ଲାଗି ପାଓ୍ବାରଙ୍କ ଆବେଦନ

ମୁମ୍ବାଇ,୧୨।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ନେଇ ଦୁଇ ସପ୍ତାହ ଧରି ଅନିଶ୍ଚିତତା ଲାଗି ରହିବା ପରେ ରମେଶ ପାଓ୍ବାର ପୁନଃ ଆବେଦନ କରିଛନ୍ତି। 

ଇନିଂସ୍‌ରେ ୧୦ ଉଇକେଟ ନେଲେ ଭାରତୀୟ ବୋଲର

ଇନିଂସ୍‌ରେ ୧୦ ଉଇକେଟ ନେଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୧୨।୧୨- ମଣିପୁରର ୧୮ ବର୍ଷୀୟ ବୋଲର ରେକ୍ସ ରାଜକୁମାର ସିଂ ଇନିଂସ୍‌ରେ ସମସ୍ତ ୧୦ ଉଇକେଟ ନେବାର କୃତିତ୍ୱ ହାସଲ କରିଛନ୍ତି। 

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ୟାମାଗୁଚିଙ୍କୁ ହରାଇଲେ ସିନ୍ଧୁ

ଗୁଆଙ୍ଗଝୋ,୧୨।୧୨- ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ପି. ଭି. ସିନ୍ଧୁ ସିଜନର ଅନ୍ତିମ ଟୁର୍ନାମେଣ୍ଟ ଓ୍ବାଲର୍‌ଡ ଟୁର ଫାଇନାଲ୍ସରେ ବିଜୟ ସହ ଅଭିଯାନ ଆରମ୍ଭ କରିଛନ୍ତି। 

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ କନ୍ଦାଇ ଦେଇଥିଲେ ଯୁବରାଜ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ବୁଧବାର ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। 

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ସିରିଜ ବରାବର୍‌ କଲା ଓ୍ବେଷ୍ଟଇଣ୍ଡିଜ

ଢାକା, ୧୨।୧୨(ଏଏଫ୍‌ପି)- ଓପନିଂ ବ୍ୟାଟ୍ସ୍‌ମ୍ୟାନ ସାଇ ହୋପ୍‌ଙ୍କ ଦମ୍‌ଦାର ଅପରାଜିତ ଶତକ ବଳରେ ଓ୍ବେଷ୍ଟଇଣ୍ଡିଜ ଦଳ ମଙ୍ଗଳବାର ଏଠାରେ ଅନୁଷ୍ଠିତ ୨ୟ ଦିନିକିଆ କ୍ରିକେଟ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ୪ ଉଇକେଟ୍‌ରେ ପରାସ୍ତ କରିଛି। 

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ କୋହଲି ସ୍ଥିର, ଟପ୍‌-୫ରେ ପୂଜାରା

ଦୁବାଇ, ୧୨।୧୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ସଦ୍ୟ ସମାପ୍ତ ଆଡିଲେଡ୍‌ ଟେଷ୍ଟର ଉଭୟ ଇନିଂସରେ ଯଥାକ୍ରମେ ୧୨୩ ଓ ୭୧ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଚେତେଶ୍ୱର ପୂଜାରା ଟପ୍‌-୫କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। 

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

୨୩ ବର୍ଷରୁ କମ୍‌ ସିକେ ନାଇଡୁ ଟ୍ରଫି: ରେଲ୍‌ୱେ- ଓଡିଶା ମ୍ୟାଚ ଡ୍ର

ସମ୍ବଲପୁର,୧୨।୧୨ (ବ୍ୟୁରୋ)- ସମ୍ବଲପୁର ବୀରସୁରେନ୍ଦ୍ର ସାଏ ଷ୍ଟାଡିୟମରେ ଚାଲିଥିବା ୨୩ ବର୍ଷରୁ କମ୍‌ କର୍ନେଲ ସିକେ ନାଇଡୁ ରେଲ୍‌ୱେ ବନାମ ଓଡିଶା କ୍ରିକେଟ ମ୍ୟାଚ ମଙ୍ଗଳବାର ଡ୍ର’ ହୋଇଛି। ଫଳରେ ପ୍ରଥମ ଇନିଂସ ରନ ଅଗ୍ରଣୀ ହେତୁ ଓଡିଶା ୩ ପଏଣ୍ଟ ହାସଲ କରିଥିବା ବେଳେ  ରେଲ୍‌ୱେ ଗୋଟିଏ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି। ରେଳୱେ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ୧୧୩ ରନ କରିଥିଲା ।

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ସ୍ବଦେଶ ଫେରିଲେ ଚାଇନା, ସ୍ପେନ

ଭୁବନେଶ୍ୱର, ୧୨।୧୨(କ୍ରୀଡ଼ା ପ୍ରତିନିଧି)-ଭୁବନେଶ୍ୱରରେ ଚାଲିଥିବା ହକିି ବିଶ୍ୱକପରେ ଭାଗ ନେଇଥିବା ୧୬ ଦଳ ମଧ୍ୟରୁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ସ୍ବଦେଶ ଫେରିଛନ୍ତି ସ୍ପେନ ଓ ଚାଇନା। ସ୍ପେନ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ନ ପାରି ପୁଲ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା।