ଖେଳ |

ଲିଲିଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ଲିଲିଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ନାଗପୁର, ୨୭।୧୧(ପି.ଟି.)- ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ସୋମବାର ଅଷ୍ଟ୍ରେଲିଆର ଲିଜେଣ୍ଡ ଦ୍ରୁତ ବୋଲର ଡେନିସ୍‌ ଲିଲିଙ୍କ ରେକର୍ଡ ଭଙ୍ଗ କରିଛନ୍ତି। ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ୨ୟ ଟେଷ୍ଟରେ ସେ ନିଜ ଟେଷ୍ଟ କ୍ୟାରିୟରର ୩୦୦ତମ ଉଇକେଟ ନେଇଛନ୍ତି। ସେ ଦ୍ରୁତତମ ବୋଲର ଭାବେ ମାତ୍ର ୫୪ଟି ଟେଷ୍ଟରେ ଏହି ମାଇଲଷ୍ଟୋନକୁ ସ୍ପର୍ଶ କରିଛନ୍ତି। ପୂର୍ବରୁ ଏହି ରେକର୍ଡ ଲିଲିଙ୍କ ନାମରେ ଥିଲା। ଲିଲି ନିଜ କ୍ୟାରିୟରର ୫୬ତମ ଟେଷ୍ଟରେ ଏହି ସଫଳତା ପାଇଥିଲେ। ସେହିଭଳି ଶ୍ରୀଲଙ୍କା କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲୀଧରନ ୫୮ତମ ଟେଷ୍ଟରେ ଏହି ସଫଳତା ପାଇଥିବା ବେଳେ ରିଚାର୍ଡ ହାଡଲି, ମାଲକୋଲ୍ମ ମାର୍ଶଲ ଓ ଡେଲ ଷ୍ଟେନଙ୍କୁ ୬୧ତମ ଟେଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ଅଶ୍ୱିନ ୫ମ ଭାରତୀୟ ବୋଲର ଭାବେ ୩୦୦ ଉଇକେଟ ପୂରଣ କରିଛନ୍ତି। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ (୬୧୯), କପିଳ ଦେବ (୪୩୪), ହରଭଜନ ସିଂ (୪୧୭) ଓ ଜାହିର ଖାନ (୩୧୧) ଏହି ସଫଳତା ପାଇଥିଲେ। ”ଆହୁରି ୩୦୦ ଉଇକେଟ ନେବା ପାଇଁ ଆଶା ରଖିଛି। ଏବେ ପର୍ଯ୍ୟନ୍ତ ମୁଁ ମାତ୍ର ୫୦ଟି ଟେଷ୍ଟ ଖେଳିଛି। ସ୍ପିନ ବୋଲିଂ କରିବା ସହଜ ନୁହେଁ। କାରଣ ସ୍ପିନ ବୋଲରଙ୍କୁ ପେସରଙ୍କ ଅପେକ୍ଷା ଅଧିକ ଓଭର ବୋଲିଂ କରିବାକୁ ପଡ଼ିଥାଏ। ନିକଟରେ ମୋତେ ଆବଶ୍ୟକ ଥିବା ବିଶ୍ରାମ ମିଳିଛି। ଏଥିଯୋଗୁ ମୁଁ ପୂର୍ବପେକ୍ଷା ଆହୁରି ଫିଟ୍‌ ଅଛି। ଏବେ ମୁଁ ଆହୁରି ବିକଳ୍ପ ବୋଲିଂ କରିବା ପାଇଁ ଅଭ୍ୟାସ କରୁଛି“ ବୋଲି ଅଶ୍ୱିନ କହିଛନ୍ତି। ଉଲ୍ଲେଖଥାଉ କି, ଶ୍ରୀଲଙ୍କା ଦଳର ୨ୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ ବେଳେ ଅଶ୍ୱିନ ୩୦୦ ଉଇକେଟ ପୂରଣ କରିବା ପାଇଁ ୪ଟି ଉଇକେଟର ଆବଶ୍ୟକତା ଥିଲା। ସେ ଲାହିରୁ ଗାମେଜଙ୍କୁ ଆଉଟ୍‌ କରି ଏହି ମାଇଲଖୁୂଣ୍ଟ ସ୍ପର୍ଶ କରିଛନ୍ତି।

All Right Reserved By

Model This Week

ନିକିତା

ଖେଳ |

ଏଆଇଟିଏ- ଓଟିଏ ଟେନିସ୍‌:  ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଏଆଇଟିଏ- ଓଟିଏ ଟେନିସ୍‌: ଅର୍ଜୁନ ଚାମ୍ପିୟନ, ଚିନ୍ମୟ ରନର୍ସଅପ୍‌

ଭୁବନେଶ୍ୱର, ୨୦।୪ (ସ୍ପୋଟର୍‌ସ ବ୍ୟୁରୋ)- ଭୁବନେଶ୍ୱର ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ୍‌ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ହୋଇଥିବା ଏଆଇଟିଏ ପୁରୁଷ ୫୦କେ ଟୁର୍ନାମେଣ୍ଟରେ ତାମିଲନାଡୁର ଅର୍ଜୁନ ମହାଦେବନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ଅପରପକ୍ଷରେ ପୁରୁଷ ଡବଲ୍ସ ଇଭେଣ୍ଟରେ କର୍ନାଟକର ନିକଶେପ୍‌ ବି. ରବିକୁମାର ଓ ଆସାମର ସେକ ମହମ୍ମଦ ଇଫତିଖାର ଟାଇଟଲ ଜିତିଛନ୍ତି।

ବେଙ୍ଗାଲୁରୁ ଜିତିଲା ସୁପର କପ୍‌

ବେଙ୍ଗାଲୁରୁ ଜିତିଲା ସୁପର କପ୍‌

ଭୁବନେଶ୍ୱର, ୨୦।୪(କ୍ରୀଡ଼ା ପ୍ରତିନିଧି)- ସର୍ବପ୍ରଥମ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ରୋମାଞ୍ଚକ ପରିସମାପ୍ତି ଘଟିଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଡବଲ ଗୋଲ ବଳରେ ବେଙ୍ଗାଲୁରୁ ଏଫ୍‌ସି ୪-୧ ଗୋଲରେ ଇଷ୍ଟ ବେଙ୍ଗଲକୁ ହରାଇ ପିନ୍ଧିଛି ବିଜୟ ମୁକୁଟ। ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ୍‌)ର ଫାଇନାଲରେ ଚେନ୍ନାଇନ୍‌ ଏଫସି ନିକଟରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିବା ବେଙ୍ଗାଲୁରୁ ଏଥର କିନ୍ତୁ ହୋଇଛି ନୂଆ ଚାମ୍ପିୟନ। ୨୧ ଦିନିଆ ଟୁର୍ନାମେଣ୍ଟରେ ପ୍ରଥମଥର ପାଇଁ ଖଚାଖଚ ଭରା ଷ୍ଟାଡିୟମ ଦର୍ଶକ ବେଙ୍ଗାଲୁରୁ ଖୁସିରେ ହୋଇଛନ୍ତି ଉତ୍‌୍‌ଫୁଲ୍ଲିତ। ଇଷ୍ଟ ବେଙ୍ଗଲ ପକ୍ଷରୁ ୨୮ତମ ମିନିଟରେ ଘାନେଫୋ ଅନ୍‌ସୁମାନା କ୍ରୋମାହ ପ୍ରଥମ ଗୋଲଟି ସ୍କୋର କରିଥିବାବେଳେ ବେଙ୍ଗାଲୁରୁ ପକ୍ଷରୁ ଅଧିନାୟକ ସୁନୀଲ ଛେତ୍ରୀ ୬୯ ଓ ୯୦ ମିନିଟରେ ୨ଟି ଏବଂ ୩୯ତମ ମିନିଟରେ ରାହୁଲ ଭିକେ ଏବଂ ୭୨ତମ ମିନିଟରେ ନିକୋଲାସ ଲାଡିସ୍ଲାଓ ଫେଡର(ମିକୁ) ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସର୍ବଭାରତୀୟ ଫୁଟବଲ ଫେଡେରେଶନ(ଏଆଇଏଫଏଫ) ଉପସଭାପତି ସୁବ୍ରତ ଦତ୍ତ, ଫୁଟବଲ ଆସୋସିଏଶନ ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ, କ୍ରୀଡ଼ା ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ। ସୁନୀଲ ଛେତ୍ରୀ ହିରୋ ଅଫ୍‌ ଦି ମ୍ୟାଚ ଓ ମିକୁ ହିରୋ ଅଫ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଥିଲେ। ଚାମ୍ପିୟନ ବେଙ୍ଗାଲୁରୁ ଏଫସିକୁ ଟ୍ରଫି ସହ ୨୫ ଲକ୍ଷ ଓ ରନର୍ସଅପ୍‌ ଇଷ୍ଟ ବେଙ୍ଗଲକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।

ସେମିରେ ଦିମିତ୍ରୋଭ-ନାଡାଲ

ସେମିରେ ଦିମିତ୍ରୋଭ-ନାଡାଲ

ମଣ୍ଟେ କାର୍ଲୋ(ମୋନାକୋ), ୨୦।୪ (ଏଏଫ୍‌ପି)- ବୁଲଗେରିଆନ ଟେନିସ୍‌ ଖେଳାଳି ଗ୍ରିଗୋର ଦିମିତ୍ରୋଭ ଚଳିତ ମେଣ୍ଟ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ୬ଷ୍ଠ ସିଡ୍‌ ଡେଭିଡ୍‌ ଗଫିନଙ୍କୁ ୬-୪, ୭-୬ ସେଟ୍‌ରେ ହରାଇଛନ୍ତି।

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌: ଦ. ଆଫ୍ରିକା, ନ୍ୟୁଜିଲାଣ୍ଡ, ତାଇପେ ସହ ଖେଳିବ ଭାରତ

ନୂଆଦିଲ୍ଲୀ,୨୦।୪(ପି.ଟି.)- ଆସନ୍ତା ଜୁନ ୧ରୁ ୧୦ ପର୍ଯ୍ୟନ୍ତ ମୁମ୍ବାଇ ଫୁଟ୍‌ବଲ ଏରିନାଠାରେ ପ୍ରଥମ ଚତୁଃ ରାଷ୍ଟ୍ର ବିଶିଷ୍ଟ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ, ଚାଇନିଜ୍‌ ତାଇପେ ସହ ଭାରତୀୟ ଫୁଟ୍‌ବଲ ଦଳ ଖେଳିବ।

ଅର୍ଜୁନ ସମ୍ମାନ ପାଇଁ ମନିକାଙ୍କ ନାମ ସୁପାରିସ

ଅର୍ଜୁନ ସମ୍ମାନ ପାଇଁ ମନିକାଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୨୦।୪(ପି.ଟି.)- ଭାରତୀୟ ଟେବୁଲ ଟେନିସ୍‌ ମହାସଂଘ (ଟିଟିଏଫ୍‌ଆଇ) ଶୁକ୍ରବାର ମନିକା ବାତ୍ରାଙ୍କ ନାମକୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିଛି। ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏକମାତ୍ର ଭାରତୀୟ ଆଥ୍‌ଲେଟ୍‌ ଭାବେ ୪ଟି ପଦକ ଜିତିଥିଲେ। ”ଆମେ ତାଙ୍କ ନାମକୁ ଶୁକ୍ରବାର ସୁପାରିସ କରିଛୁ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ ଯୋଗୁ କମିଟିକୁ ତାଙ୍କ ନାମକୁ ଉପେକ୍ଷା କରିବା କାଠିକର ହେବ“ ବୋଲି ଟିଟିଏଫ୍‌ଆଇ ପକ୍ଷରୁ କୁହାଯାଇଛି।

ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଖ୍ୟ କୋଚ୍‌ ଘୋଷଣା: ସିଏ

ଇଂଲଣ୍ଡ ଗସ୍ତ ପୂର୍ବରୁ ମୁଖ୍ୟ କୋଚ୍‌ ଘୋଷଣା: ସିଏ

ମେଲବର୍ନ, ୨୦।୪(ଏଏଫ୍‌ପି)- ଆସନ୍ତ ଜୁନ୍‌ରେ ଆଗାମୀ ଇଂଲଣ୍ଡ ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ ଦଳର ନୂତନ ମୁଖ୍ୟ କୋଚ୍‌ଙ୍କ ନାମ ଘୋଷଣା କରାଯିବ ବୋଲି ଅଷ୍ଟ୍ରେଲିଆ କ୍ରିକେଟ୍‌ (ସିଏ) ପକ୍ଷରୁ କୁହାଯାଇଛି। ଏ ନେଇ ନିକଟରେ ଏକ ବୈଠକ ଡକାଯାଇଥିଲା। ଏଥିରେ ଦଳୀୟ ମୁଖ୍ୟକୋଚ୍‌ଙ୍କ ବ୍ୟତୀତ ଅଧିନାୟକ ଓ ଉପ ଅଧିନାୟକଙ୍କ ଚୟନ ସମ୍ପର୍କରେ ଆଲୋଚନା କରାଯାଇଛି।

ପାରା -ଆଥ୍‌ଲେଟ୍‌ ଶ୍ରୀମନ୍ତଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୨୦।୪- ଭାରତୀୟ ଆର୍ମରେସଲର ଶ୍ରୀମନ୍ତ ଝା ଚଳିତ ଏସିଆନ୍‌ ଆର୍ମରେସଲିଂ ଚାମ୍ପିୟନ୍‌ଶିପ୍‌ ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। କାଜାକସ୍ତାନଠାରେ ରବିବାର ଉଦ୍‌ଯାପିତ ହେବାକୁ ଥିବା ପ୍ରତିଯୋଗିତାରେ ୨୫ ବର୍ଷୀୟା କୁସ୍ତିଯୋଦ୍ଧା ସିନିୟର ବିଭାଗର ୮୦ କିଗ୍ରା ବର୍ଗରେ ଏହି ସଫଳତା ପାଇଛନ୍ତି।

୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଓହରିବ ନାହିଁ ଭାରତ

ନୂଆଦିଲ୍ଲୀ,୨୦।୪- ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରୁ ଭାରତ ଓହରିବା ନେଇ ଚାଲିଥିବା ଆଲୋଚନାର ଅନ୍ତ ଘଟାଇଛନ୍ତି ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶୁଟିଂ ଇଭେଣ୍ଟକୁ ବାଦ୍‌ ଦିଆଯାଉଥିବାରୁ ନ୍ୟାଶନାଲ ରାଇଫଲ ଆସୋସିଏଶନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସଭାପତି ରନିନ୍ଦର ସିଂ ଭାରତ ଅଂଶଗ୍ରହଣ ନ କରିବା ପାଇଁ ଯୁକ୍ତି କରିଥିଲେ।

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେରେ ପହଞ୍ଚତ୍ଲା ହ୍ବିସିଲ ପୋଡୁ ଏକ୍ସପ୍ରେସ

ପୁଣେ,୨୦।୪- ସ୍ଥାନୀୟ ଏମ୍‌ସିଏ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳର ସମର୍ଥନ ପାଇଁ ପ୍ରଶଂସକଙ୍କ ଟ୍ରେନ ତଥା ହ୍ବିସିଲ ପୋଡୁ ଏକ୍ସପ୍ରେସ ଏଠାରେ ଶୁକ୍ରବାର ପହଞ୍ଚତ୍ ଯାଇଛି। ଏହି ଟ୍ରେନ ମାଡ୍ରାସରୁ ଗୁରୁବାର ବାହାରିଥିଲା। ପୁଣେ ଷ୍ଟେଶନରେ ପହଞ୍ଚତ୍ବା ପରେ ଦଳର ପ୍ରଶଂସକଙ୍କୁ ୨୦ଟି ବସ ଜରିଆରେ ଷ୍ଟାଡିୟମ୍‌କୁ ନିକଟକୁ ନିଆଯାଇଛି।

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ହରମିତଙ୍କ ଅଭିଯୋଗ ପୁରସ୍କାର ରାଶିରେ କାଟ୍‌ କରାଯାଇଛି

ଅହମ୍ମଦାବାଦ୍‌,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ଟେବୁଲ ଟେନିସ୍‌ (ଟିଟି) ଖେଳାଳି ହରମିତ ଦେଶାଇ ଘୋଷିତ ପୁରସ୍କାର ରାଶିର କେବଳ ଏକ ତୃତୀୟାଂଶ ମିଳିଥିବା ନେଇ ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଶୁକ୍ରବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କୁ ପତ୍ର ଲେଖିଛନ୍ତି। ରାଜ୍ୟର ସ୍ପୋଟର୍‌ସ, ୟୁଥ ଓ କଲଚରାଲ ଆକ୍ଟିଭିଟିଜ୍‌ ଡିପାର୍ଟମେଣ୍ଟ ପକ୍ଷରୁ ଓ୍ବେବସାଇଟ୍‌ରେ ଦର୍ଶାଯାଇଛି ଯେ, ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ଏକ କୋଟି ପ୍ରଦାନ କରାଯିବାକୁ ଥିବାବେଳେ ରୌପ୍ୟ ଓ ବ୍ରୋଞ୍ଜ ପଦକଧାରୀଙ୍କୁ ଯଥାକ୍ରମେ ୫୦ ଓ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ରଣଜୀ ଡିଭିଜନ ବି’ ପ୍ରତିଯୋଗିତା

ନୂଆଦିଲ୍ଲୀ,୨୦।୪- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ରଣଜୀ ଡିଭିଜନ ବି’ ପ୍ରତିଯୋଗିତା ଆୟୋଜନ କରିବା ନେଇ ଯୋଜନା କରୁଛି। ଏ ସମ୍ପର୍କରେ ଗତ ଶନିବାର କଲିକତାଠାରେ ଅନୁଷ୍ଠିତ ଟେକନିକାଲ କମିଟି ବୈଠକରେ ଆଲୋଚନା କରାଯାଇଥିଲା। ଯଦି ଏହି ପ୍ରସ୍ତାବକୁ ଆସନ୍ତା ସାଧାରଣ ବୈଠକରେ ଅନୁମତି ମିଳେ, ତେବେ ବିହାର ସମେତ ୫ଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ପୁଡୁଚେରୀ ଏହି ପ୍ରତିଯୋଗିତାରେ ଖେଳିବେ।

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ ସମର୍ଥନରେ ବାତ୍ରା

ନୂଆଦିଲ୍ଲୀ,୨୦।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ‘ନୋ ନିଡଲ ପଲିସି’ ଭଙ୍ଗ କରି ଦେଶକୁ ଅପମାନିତ କରିବା ପରେ ଜାତୀୟ ଶିବିରରେ ସମାନ ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି। ଏ ନେଇ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ) ସଭାପତି ନରିନ୍ଦର ବାତ୍ରା ଗୁରୁବାର ନ୍ୟାଶନାଲ ସ୍ପୋଟର୍‌ସ ଫେଡେରେଶନ୍‌ (ଏନ୍‌ଏସ୍‌ଏଫ୍‌)କୁ ସମସ୍ତ ଜାତୀୟ ଶିବିରରେ ନୋ ନିଡଲ ପଲିସି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।