ଖେଳ |

ପୋଦ୍ଦାରଙ୍କୁ ୭ ଉଇକେଟ

ପୋଦ୍ଦାରଙ୍କୁ ୭ ଉଇକେଟ
ଭୁବନେଶ୍ୱର, ୨୭।୧୧(କ୍ରୀଡ଼ା ପ୍ରତିନିଧି)- ଇନ୍ଦୋରର ହୋଲକାର ଷ୍ଟାଡିୟମରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ମ୍ୟାଚର ଦ୍ୱିତୀୟ ଦିନ ସମ୍ମାନ ଭାଗ କରିଛନ୍ତି ଓଡ଼ିଶା ଅଧିନାୟକ ଗୋବିନ୍ଦ ପୋଦ୍ଦାର ଓ ମଧ୍ୟପ୍ରଦେଶ ଓପନିଂ ବ୍ୟାଟ୍ସମ୍ୟାନ ରଜତ ପଟିଦାର। ରଜତ ଶତକ ହାସଲ କରି ନିଜ ଦଳକୁ ଏକ ସମ୍ମାନଜନକ ସ୍କୋର ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାବେଳେ ପୋଦ୍ଦାର କ୍ୟାରିୟରରେ ପ୍ରଥମଥର ପାଇଁ ୭ ଉଇକେଟ ସଫଳତା ପାଇଛନ୍ତି। ମଧ୍ୟପ୍ରଦେଶ ପ୍ରଥମ ଇନିଂସରେ ୩୮୮ ରନ କରିଥିବାବେଳେ ଓଡ଼ିଶା ଦ୍ୱିତୀୟ ଇନିଂସ ଆରମ୍ଭ କରି ରବିବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା କୌଣସି ଉଇକେଟ ନ ହରାଇ ୧୮ ରନ ସଂଗ୍ରହ କରିଛି। ଓପନର ରାଜେଶ ଧୂପର ୧୧ ଓ ରଣଜିତ ସିଂ ୭ ରନରେ ଅପରାଜିତ ରହିଛନ୍ତି। କୌଣସି ଉଇକେଟ ନ ହରାଇଥିଲେ ହେଁ ଓଡ଼ିଶା ଏବେ ମଧ୍ୟ ମଧ୍ୟପ୍ରଦେଶର ପ୍ରଥମ ଇନିଂସଠାରୁ ୨୨୩ ରନ ପଛରେ ରହିଛି। ପ୍ରଥମ ଇନିଂସରେ ଓଡ଼ିଶା ମାତ୍ର ୧୪୭ ରନ କରି ଅଲଆଉଟ ହୋଇଥିଲା। ପ୍ରଥମ ଦିବସର ଅସମାପ୍ତ ସ୍କୋର ୯୬/୧ରୁ ଖେଳ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ଦ୍ୱିତୀୟ ଦିବସରେ ରଜତଙ୍କ ଶତକ ଏବଂ ଅଧିନାୟକ ଦେବେନ୍ଦୁ ବୁନ୍ଦେଲା ଓ ପୁନୀତ ଦାତେଙ୍କ ଅର୍ଦ୍ଧଶତକ ସହାୟତାରେ ୩୮୮ ରନର ସମ୍ମାନଜନକ ସ୍କୋର କରିଥିଲା। ୨୦ତମ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳୁଥିବା ରଜତ ୧୯୯ଟି ବଲ୍‌ର ସମ୍ମୁଖୀନ ହୋଇ ୧୨ ଚୌକା ସହାୟତାରେ ୧୨୩ ରନ କରିଥିଲେ। ଏହାଥିଲା ରଜତଙ୍କ ପାଇଁ ଚଳିତ ସିଜନରେ ପ୍ରଥମ ଏବଂ ମୋଟ ୫ମ ଶତକ। ବୁନ୍ଦେଲା ୧୦୫ ବଲ୍‌ରୁ ୬୨(୭ ଚୌକା, ୧ ଛକା) ଓ ପୁନୀତ ୫୬(୧୧୦ ବଲ, ୭ ଚୌକା, ୨ ଛକା) ରନ କରିଥିବାବେଳେ ମିହିର ହିରଓ୍ବାନୀ ୪୯ ଓ ହରପ୍ରୀତ ସିଂ ୩୬ ରନର ଉପଯୋଗୀ ଇନିଂସ ଖେଳିଥିଲେ। ଓଡ଼ିଶା ପକ୍ଷରୁ ପୋଦ୍ଦାର ଶ୍ରେଷ୍ଠ ସଫଳତା ପାଇଥିଲେ। ସେ ନିଜ ୨୭ ଓଭର ସ୍ପେଲରେ ୩ଟି ମେଡେନ ନେବାସହ ୧୦୨ ରନ ଦେଇ ୭ଟି ଉଇକେଟ ନେଇଥିଲେ। ଏହା ପୂର୍ବରୁ ଗୋଟିଏ ଇନିଂସରେ ତାଙ୍କର ଶ୍ରେଷ୍ଠ ବୋଲିଂ ଥିଲା ୩/୫୯। ଏଠାରେ ସେ ଟପ୍‌ ଅର୍ଡରର ପ୍ରଥମ ୫ ଜଣ ଏବଂ ଲୋୟର ଅର୍ଡରର ୨ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିଥିଲେ। ଦୀପକ ବେହେରା ୨ଟି ଉଇକେଟ ନେଇଥିବାବେଳେ ମିହିର ହିରଓ୍ବାନୀ ରନଆଉଟ ହୋଇଥିଲେ। ସ୍ପେଶାଲିଷ୍ଟ ବୋଲରଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ ଓ ଶୁଭମ୍‌ ନାୟକ ମହଙ୍ଗା ସାବ୍ୟସ୍ତ ହୋଇଥିବାବେଳେ ଗୋଟିଏ ହେଲେ ଉଇକେଟ ପାଇ ନ ଥିଲେ।
All Right Reserved By

ଖେଳ |

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ଜନ୍ମଦିନରେ କୁମ୍ବଲେଙ୍କୁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ ସ୍ପିନ ଲିଜେଣ୍ଡ ଅନିଲ କୁମ୍ବଲେ ବୁଧବାର ନିଜର ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଲେଗ୍‌-ସ୍ପିନର ଭାବେ ବେଶ୍‌ ଖ୍ୟାତି ଅର୍ଜନ କରିଥିବା କୁମ୍ବଲେଙ୍କୁ ଏହି ଅବସରରେ କ୍ରିକେଟ ଜଗତ ସମେତ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ଚହରଙ୍କ ଘରୁ ଚୋରି ଉଦ୍ୟମ କରି ୬ ଗିରଫ

ନୂଆଦିଲ୍ଲୀ, ୧୭।୧୦- ଭାରତୀୟ କ୍ରିକେଟ ଦଳର ଯୁବ ଅଲ୍‌ରାଉଣ୍ଡର ଦୀପକ ଚହରଙ୍କ ଘରୁ ଚୋରି ଉଦ୍ୟମ କରିବା ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ୬ ଜଣଙ୍କୁ ଗିରଫ କରିଛି। ଚହରଙ୍କ ଆଗ୍ରା ମାନସରୋବରସ୍ଥିତ ଘରୁ ଗତ ସପ୍ତାହରେ ଏହି ୬ଜଣ ବ୍ୟକ୍ତି ଚୋରି କରିବାକୁ ଉଦ୍ୟମ କରିଥିଲେ। 

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

କଂଗ୍ରେସରେ ଯୋଗଦେଲେ ସାମିଙ୍କ ପତ୍ନୀ ହସିନା

ବମ୍ବେ, ୧୭।୧୦- ପାରିବାରିକ ସମସ୍ୟାକୁ ନେଇ ବିବାଦରେ ରହିଥିବା କ୍ରିକେଟର ମହମ୍ମଦ ସାମିଙ୍କ ପତ୍ନୀ ହସିନା ଜହାନ ରାଜନୀତିରେ ପ୍ରବେଶ କରିଛନ୍ତି। ମୁମ୍ବାଇ କଂଗ୍ରେସ ପାର୍ଟିରେ ସେ ବିଧିବଦ୍ଧ ଭାବେ ଯୋଗ ଦେଇ ସଦସ୍ୟତା ଗ୍ରହଣ କରିଛନ୍ତି। 

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଇଞ୍ଜୁରୀ ଟାଇମ୍‌ରେ ଜିତିଲା ବ୍ରାଜିଲ

ଜେଦ୍ଦା (ସୌଦୀ ଆରବ)୧୭।୧୦, (ଏଏଫ୍‌ପି)- ଏଠାରେ ଅନୁଷ୍ଠିତ ଚାରି-ଦଳୀୟ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ ପ୍ରତିଯୋଗିତାର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବ୍ରାଜିଲ ୧-୦ ଗୋଲରେ ସାଉଥ୍‌ ଆମେରିକାର ଅନ୍ୟତମ ଶକ୍ତିଶାଳୀ ଦଳ ଆର୍ଜେଣ୍ଟିନାକୁ ପରାସ୍ତ କରିଛି।

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ୟୁଥ୍‌ ଅଲିମ୍ପିକ୍ସ: ଟ୍ରିପଲ୍‌ ଜମ୍ପର୍‌ ପ୍ରବୀଣଙ୍କୁ ବ୍ରୋଞ୍ଜ

ବୁଏନ୍ସ ଏରିଜ୍‌, ୧୭।୧୦(ପି.ଟି.)- ଟ୍ରିପଲ ଜମ୍ପର ପ୍ରବୀଣ ଚିତ୍ରଭେଲ ଚଳିତ ୟୁଥ୍‌ ଅଲିମ୍ପିକ୍ସର ଆଥ୍‌ଲେଟିକ୍ସରେ ଭାରତକୁ ୨ୟ ପଦକ ଦେଇଛନ୍ତି। ବୁଧବାର ଅନୁଷ୍ଠିତ ପୁରୁଷ ଟ୍ରିପଲ ଜମ୍ପରରେ ପ୍ରବୀଣ ବ୍ରୋଞ୍ଜ ପଦକ ସଫଳତା ହାସଲ କରିଛନ୍ତି।

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଡେନମାର୍କ ଓପନ୍‌ ଦ୍ୱିତୀୟ ରାଉଣ୍ଡରେ ସାଇନା

ଓଡେନସେ (ଡେନମାର୍କ), ୧୭।୧୦(ପି.ଟି.)- ଏଠାରେ ଅନୁଷ୍ଠିତ ଡେନମାର୍କ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରେ ଭାରତୀୟ ସଟ୍‌ଲରଙ୍କୁ ମିଶ୍ରିତ ସଫଳତା ମିଳିଛି। ମହିଳା ସିଙ୍ଗଲ୍ସରେ ସାଇନା ନେହ୍ବାଲ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ପି.ଭି. ସିନ୍ଧୁ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି। ସାଇନା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୦-୨୨, ୨୧-୧୭, ୨୪-୨୨ ଗେମ୍‌ରେ ହଂକଂର ୟିଚେଉଙ୍ଗ୍‌ଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ୍‌ର ପ୍ରଥମ ଗେମ୍‌କୁ ସାଇନା ହାରିଯାଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇ ଗେମ୍‌କୁ ଜିତି ୨ୟ ରାଉଣ୍ଡରେ ସ୍ଥାନ ପକ୍କା କରିନେଇଛନ୍ତି। 

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ବେଙ୍ଗଲ ଓ୍ବାରିୟର୍ସ, ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ସୋନେପତ୍‌, ୧୭ା୧୦(ପି.ଟି.)- ଭିଭୋ ପ୍ରୋ-କବାଡ଼ି ଲିଗ୍‌ ସିଜନ-୬ରେ ବେଙ୍ଗଲ ଓ୍ବାରିୟର୍ସ  କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଦଳ ଜୋନ୍‌ ବି’ର ଏକ ମ୍ୟାଚରେ ତେଲୁଗୁ ଟାଇଟାନ୍ସକୁ  ୩୦-୨୫ ପଏଣ୍ଟରେ ପରାସ୍ତ କରିଛି।  ଟୁର୍ନାମେଣ୍ଟରେ ତେଲୁଗୁ ଟାଇଟାନ୍ସର ଏହା ହେଉଛି ପ୍ରଥମ ପରାଜୟ। ମଙ୍ଗଳବାର  ଏହି ପରାଜୟ ସତ୍ତ୍ୱେ ତେଲୁଗୁ ଟାଇଟାନ୍ସ  ଜୋନ୍‌  ବି’ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।  ସେହିପରି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ୩୬-୩୩ରେ ହରିୟାଣା ଷ୍ଟିଲର୍ସକୁ ହରାଇ ଦେଇଛି। ବୁଧବାର ଗୋଟିଏ ମ୍ୟାଚରେ ବେଙ୍ଗାଲୁରୁ ବୁଲ୍ସ ତାମିଲ ଥଲାଇଭାସକୁ ଭେଟିବାକୁ ଥିବା ବେଳେ ଅନ୍ୟଟିରେ ୟୁ ମୁମ୍ବା ହରିୟାଣା ଷ୍ଟିଲର୍ସ ସହିତ ମୁକାବିଲା କରିବ।

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

କୋଚ୍‌ଙ୍କୁ ଛାଡ଼ିଲେ କର୍ବର

ବର୍ଲିନ, ୧୭ା୧୦ (ଏ.ଏଫ୍‌.ପି.)- ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବରଙ୍କର ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ଙ୍କ ସହ ବିଚ୍ଛେଦ ଘଟିଛି। ଖେଳାଳିଙ୍କ ନିକଟତମ ମହଲରୁ ଏହା ଜଣାପଡ଼ିଛି। ଫିସେଟଙ୍କ ତତ୍ତ୍ୱାବଧାନରେ କର୍ବର ସିଜନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସିଛନ୍ତି। ମାତ୍ର ଭବିଷ୍ୟତକୁ ନେଇ ମତପାର୍ଥକ୍ୟ ଯୋଗୁ ତାଙ୍କୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। କିମ୍‌ କ୍ଲାଇଷ୍ଟର୍ସ (୨୦୦୯-୧୧), ବର୍ତ୍ତମାନ ବିଶ୍ୱର ନମ୍ବର ଓ୍ବାନ୍‌ ସିମୋନା ହାଲେପ (୨୦୧୪) ଏବଂ ଭିକ୍ଟୋରିଆ ଆଜାରେଙ୍କା (୨୦୧୫-୧୬)ଙ୍କ କୋଚ ଭାବେ କାର୍ଯ୍ୟ କରିଥିବା ଫିସେଟ୍‌ ୨୦୧୭ ନଭେମ୍ବରରେ କର୍ବରଙ୍କ ସହିତ ଯୋଗଦାନ କରିଥିଲେ। ଏହି ବେଲିଜିଆନଙ୍କ ସହିତ ୩୦ ବର୍ଷୀୟ କର୍ବର ୨୦୧୬ରେ ନମ୍ବର ଓ୍ବାନ୍‌ ର଼୍ୟାଙ୍କିଙ୍ଗ ହାସଲ କରିପାରିଥିଲେ। ବର୍ତ୍ତମାନ କିନ୍ତୁ ସେ ୩ନମ୍ବର ସ୍ଥାନରେ ଅଛନ୍ତି। ଓ୍ବିମ୍ବେଲଡନ ଜିତିବା ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ସେମିଫାଇନାଲରେ ପ୍ରବେଶ କରିଥିଲେ।

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭିନୁ ମଙ୍କଡ ଟ୍ରଫି: ବିହାର, ଉତ୍ତରାଖଣ୍ଡ, ନାଗାଲାଣ୍ଡ ବିଜୟୀ

ଭୁବନେଶ୍ୱର, ୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ୧୯ ବର୍ଷରୁ କମ୍‌ ଭିନୁ ମଙ୍କଡ ଟ୍ରଫିରେ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ବିହାର, ଉତ୍ତରାଖଣ୍ଡ ଓ ନାଗାଲାଣ୍ଡ ବିଜୟ ହାସଲ କରିଛନ୍ତି। କିଟ୍‌ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ବିହାର ୨୭୭ ରନରେ ସିକ୍କିମ୍‌କୁ ହରାଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂକରି ବିହାର ପୀୟୂଷ କୁମାରଙ୍କ ୧୪୫ ରନର ଶତକୀୟ ପାଳି ବଳରେ ୫୦ ଓଭରରେ ୨ ଉଇକେଟ ହରାଇ ୩୫୪ ରନ ସଂଗ୍ରହ କରିଥିଲା। ଜବାବରେ ସିକ୍କିମ ୮ ଉଇକେଟ ହରାଇ ୭୭ ରନରେ ସୀମିତ ରହି ପରାସ୍ତ ହୋଇଥିଲା। 

୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକି ବିଶ୍ୱକପ୍‌ ଟ୍ରଫି ପ୍ରତିକୃତି ଉନ୍ମୋଚିତ

୮ ଫୁଟ୍‌ ଉଚ୍ଚତା ବିଶିଷ୍ଟ ହକି ବିଶ୍ୱକପ୍‌ ଟ୍ରଫି ପ୍ରତିକୃତି ଉନ୍ମୋଚିତ

ଭୁବନେଶ୍ୱର, ୧୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ହକି ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ମାତ୍ର କେତେ ସପ୍ତାହ ବାକିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ହକିକୁ ନେଇ କ୍ରେଜ୍‌ ବଢିବାରେ ଲାଗିଛି। ମଙ୍ଗଳବାର ସ୍ଥାନୀୟ ୟୁନିଟ-୨ ମାର୍କେଟ ବିଲ୍ଡିଂରେ ୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶ୍ୱକପ୍‌ ଟ୍ରଫି ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଏହି ବିଶାଳକାୟ ଟ୍ରଫିକୁ ଉନ୍ମୋଚିତ କରିଥିଲେ। ବିଶ୍ୱକପ୍‌ ଆରମ୍ଭ ହେବା ପର୍ଯ୍ୟନ୍ତ ଅର୍ଥାତ୍‌ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ପ୍ରଶଂସକମାନେ ଏହି ଟ୍ରଫିକୁ ପାଖରୁ ଦେଖିବାର ସୁଯୋଗ ହାସଲ କରିବେ। 

ଆଇ ଲିଗ୍‌: ଇଣ୍ଡିଆନ ଆରୋଜର ନୂଆ ଘରୋଇ ସହର ଭୁବନେଶ୍ୱର

ଆଇ ଲିଗ୍‌: ଇଣ୍ଡିଆନ ଆରୋଜର ନୂଆ ଘରୋଇ ସହର ଭୁବନେଶ୍ୱର

ଭୁବନେଶ୍ୱର,୧୭।୧୦(ସ୍ପୋଟର୍‌ସ ବ୍ୟୁରୋ)- ଆଇ ଲିଗ୍‌ର ଆଗାମୀ ୨୦୧୮-୧୯ ସିଜନ ପାଇଁ ଜଣାଶୁଣା କ୍ଳବ୍‌ ଇଣ୍ଡିଆନ ଆରୋଜ୍‌ ଭୁବନେଶ୍ୱରକୁ ତା’ର ଘରୋଇ ସହର ରୂପେ ବାଛିଛି। ମଙ୍ଗଳବାର ଦଳ ତା’ର ପ୍ରଥମ କ୍ୟାମ୍ପ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି। ୨୦୧୭ରେ ଖେଳାଯାଇଥିବା ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ଭାରତୀୟ ଦଳ ପାଇଁ ପ୍ରତିନିଧିତ୍ୱ କରିଥିବା ଫୁଟବଲରମାନଙ୍କ ସମେତ ଅନ୍ୟ ଖେଳାଳିମାନେ ମଧ୍ୟ ଆରୋଜ ଦଳରେ ସାମିଲ ରହିଛନ୍ତି। ଏହି ଖେଳାଳିମାନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଏକାଡେମୀର ଗ୍ରାଜୁଏଶନ କରିଛନ୍ତି। ଏହି ଦଳ ଆଗାମୀ ହିରୋ ଆଇ ଲିଗ୍‌ରେ ଇଣ୍ଡିଆନ ଆରୋଜ ହିସାବରେ ଅଂଶଗ୍ରହଣ କରିବ। 

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ଓ୍ବେଷ୍ଟଇଣ୍ଡିଜ କୋଚ୍‌ ଷ୍ଟୁଆର୍ଟ ଲ ଦୁଇଟି ଦିନିକିଆରୁ ବାସନ୍ଦ

ହାଇଦ୍ରାବାଦ, ୧୭।୧୦(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଓ୍ବେଷ୍ଟଇଣ୍ଡିଜ୍‌ କୋଚ୍‌ ଷ୍ଟୁଆର୍ଟ ଲଙ୍କୁ ମଙ୍ଗଳବାର ଦୁଇଟି ଦିନିକିଆରୁ ବାସନ୍ଦ କରିଛି। ଫଳରେ ସେ ଭାରତ ବିପକ୍ଷ ଆଗାମୀ ଦୁଇଟି ଦିନିକିଆ ମ୍ୟାଚ୍‌ରେ ଦାୟିତ୍ୱରେ ରହିବେ ନାହିଁ। ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଲଜ୍ଜାଜନକ ଭାବେ ପରାସ୍ତ ହେବା ପରେ ସେ ମ୍ୟାଚ୍‌ ଅଫିସିଆଲଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଆଇସିସି ଆଚରଣବିଧୀ ଉଲ୍ଲଂଘନ କରିବା ସହ ବାସନ୍ଦାଦେଶର ସମ୍ମୁଖୀନ ହୋଇଛନ୍ତି। ଷ୍ଟୁଆର୍ଟଙ୍କ ଉପରେ ମ୍ୟାଚ୍‌ ଫି’ର ଶତପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଛି।