ଖେଳ |

ଫାଇନାଲରେ ହାରିଲେ ସିନ୍ଧୁ

ଫାଇନାଲରେ ହାରିଲେ ସିନ୍ଧୁ

କାଉଲୁନ୍‌,୨୭।୧୧(ପି.ଟି)

ଭାରତୀୟ ବ୍ୟାଡମିଣ୍ଟନ ସେନସେସନ ପି.ଭି ସିନ୍ଧୁ ହଂକଂ ଓପନ ସୁପର ସିରିଜ ଫାଇନାଲରେ ପୁଣି ଥରେ ପରାସ୍ତ ହୋଇ ଟାଇଟଲରୁ ବଞ୍ଚିତ ହୋଇଛନ୍ତି। ରବିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମୁକାବିଲାରେ ସିନ୍ଧୁ ପ୍ରତିପକ୍ଷ ଚାଇନିଜ ତାଇପେ ଖେଳାଳି ତାଇ ଜୁ ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏହି ଟୁର୍ନାମେଣ୍ଟର ଫାଇନାଲରେ ସିନ୍ଧୁ ୧୮-୨୧, ୧୮-୨୧ରେ ପରାସ୍ତ ହୋଇଛନ୍ତି। ମାତ୍ର ୪୪ ମିନିଟରେ ଗତଥରର ଚାମ୍ପିୟନ ତାଇ ସିନ୍ଧୁଙ୍କୁ ପରାସ୍ତ କରିଥିଲେ। ଏଥିସହିତ ସିନ୍ଧୁ କ୍ରମାଗତ ଦ୍ୱିତୀୟଥର ପାଇଁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ଫାଇନାଲରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥିସହିତ ସିନ୍ଧୁ ଚଳିତ ସିଜନରେ ୪ଥର ଫାଇନାଲ ଖେଳିଥିଲେ ମଧ୍ୟ ଦ୍ୱିତୀୟଥର ପାଇଁ ହାରିଛନ୍ତି। ଏହା ପୂର୍ବରୁ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ସେ ଜାପାନର ନୋଜୋମି ଓକୁହାରାଙ୍କଠାରୁ ପରାସ୍ତ ହୋଇଥିଲେ। ତେବେ ଭାରତ ଓ କୋରିଆରେ ସେ ଦୁଇଟି ଟାଇଟଲ ଜିତିବାରେ ସକ୍ଷମ ହୋଇଥିଲେ।

All Right Reserved By

ଖେଳ |

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୮।୭- ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା କ୍ୟାରିୟରରେ ଆଉ ଏକ ସଫଳତା ପାଇଛନ୍ତି। ଫ୍ରାନ୍ସଠାରେ ଚାଲିଥିବା ସୋଟ୍ଟେଭିଲେ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୋପ୍ରା ଫାଇନାଲରେ ୮୫.୧୭ ମିଟର ଦୂରତା ଜାଭେଲିନ ଫିଙ୍ଗି ପୋଡିୟମ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର, ୧୮।୭(ପି.ଟି.)- ପ୍ରାକ୍ତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତ ଏଠାରେ ଚାଲିଥିବା ୩ ଲକ୍ଷ ୫୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ସିଙ୍ଗାପୁର ଓପନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ଗୁୁରୁସାଇଦତ୍ତ ୨୧-୧୮, ୨୧-୧୮ ସିଧାସଳଖ ଗେମ୍‌ରେ ମାଲେସିଆର ଲିଅଙ୍ଗ ଜୁନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ଓପନିଂ ରାଉଣ୍ଡରେ ଗୁରୁସାଇଦତ୍ତ ୨୧-୭, ୨୧-୧୦ ଗେମ୍‌ରେ ଇଟାଲୀର ରୋସାରିଓ ମାଡାଲୋନିଙ୍କୁ ହରାଇଥିଲେ। ମୁଖ୍ୟ ପର୍ଯ୍ୟାୟରେ ସେ ଚାଇନାର କ୍ୱିଆଓ ବିନ୍‌ଙ୍କୁ ବୁଧବାର ଭେଟିବେ। ମିକ୍ସଡ ଡବଲ୍ସରେ ସାତ୍ତ୍ୱିସାଇରାଜ ରାନକିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୯ରେ ଇଣ୍ଡୋନେସିଆର ରାମାଡିନସ୍ୟା ଓ ମାସେଲ କ୍ରିଷ୍ଟେନଙ୍କୁ ହରାଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ:ଭାରତର ସାନ୍ତ୍ୱନାମୂଳକ ବିଜୟ

କଲମ୍ବୋ, ୧୮ା୭-ସ୍ଥାନୀୟ ବିଆର୍‌ସି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦୃଷ୍ଟିହୀନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୬୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କା ଆଗୁଆ ସିରିଜ କବ୍‌ଜା କରିନେଇ ସାରିଛି। ତେଣୁ ଭ୍ରମଣକାରୀ ଦଳ ପାଇଁ ଏହା ଥିଲା ସାନ୍ତ୍ୱନାମୂଳକ ବିଜୟ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୪୦ଓଭରରେ ୮ ଉଇକେଟ ବିନିମୟରେ ୩୨୩ ରନ କରିଥିଲା।

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ରଥମ ଅନ୍ତର୍ଜାତୀୟ ଉଇକେଟ

କଲମ୍ବୋ, ୧୮ା୭ (ପି.ଟି.)-ବ୍ୟାଟିଂ ଆଇକନ୍‌ ସଚିନ ତେନ୍ଦୁଲକରଙ୍କ ୧୮ ବର୍ଷୀୟ ପୁଅ ଅର୍ଜୁନ ତେନ୍ଦୁଲକର ମଙ୍ଗଳବାର ତାଙ୍କ କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳିଛନ୍ତି। ସ୍ଥାନୀୟ ନନ୍‌ ଡେସ୍‌କ୍ରିପ୍ଟସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା ୧୯ବର୍ଷରୁ କମ୍‌ ଦଳ ବିପକ୍ଷ ପ୍ରଥମ ୟୁଥ୍‌ ଟେଷ୍ଟ ମ୍ୟାଚରେ ସେ ଭାରତୀୟ ୧୯ବର୍ଷରୁ କମ୍‌ ଦଳ ତରଫରୁ ପ୍ରତିନିଧିତ୍ୱ କରିଥିଲେ। ଏହି ମ୍ୟାଚରେ ଭାରତୀୟ ଦଳ ଶ୍ରୀଲଙ୍କା ଦଳକୁ ୨୪୪ରନରେ ଅଲଆଉଟ କରିଦେବା ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୧ଉଇକେଟ ବିନିମୟରେ ୯୨ ରନ କରିଛି।

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଏସୀୟ ସ୍କୁଲ ଚେସ୍‌ ପଦକ ବିଜୟିନୀ ଆରୁଷିଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୮।୭(ସ୍ପୋଟର୍‌ସ ବ୍ୟୁରୋ)- ଶ୍ରୀଲଙ୍କାରେ ଅନୁଷ୍ଠିତ ଏସୀୟ ସ୍କୁଲ ଚେସ୍‌ରେ ୯ ବର୍ଷରୁ କମ୍‌ ବାଳିକା ବିଭାଗରେ ବ୍ୟକ୍ତିଗତ ୨ଟି ବ୍ରୋଞ୍ଜ୍‌, ଦଳଗତ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିଣି ଭାରତକୁ ଗୌରବାନ୍ବିତ କରିଥିବା ଓଡ଼ିଶାର ଆରୁଷି ଶ୍ରୀଚନ୍ଦନଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଉଚ୍ଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଭୁବନେଶ୍ୱର ଦାରୁଠେଙ୍ଗର ଆରୁଷିଙ୍କୁ ଏସ୍‌.ଆର. ଚେସ୍‌ ସେଣ୍ଟ ତରଫରୁ ସ୍ବାଗତ କରାଯାଇଥିଲା।

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ରୁଟ୍‌ଙ୍କ ଶତକ: ଦିନିକିଆ ସିରିଜ ଜିତିଲା ଇଂଲଣ୍ଡ

ଲିଡ୍ସ,୧୮।୭(ପି.ଟି.)- ଟିମ୍‌ ଇଣ୍ଡିଆର ଦିନିକିଆ ସିରିଜ ବିଜୟ ରଥ ଶେଷରେ ଅଟକିଛି। କ୍ରମାଗତ ୯ଟି ସିରିଜରେ ବିଜୟ ହାସଲ କରିବା ପରେ ଭାରତ ପ୍ରଥମଥର ପରାଜୟ ବରଣ କରିଛି। ସ୍ଥାନୀୟ ହେଡିଙ୍ଗଲେ ଗ୍ରାଉଣ୍ଡରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ୩୩ ବଲ ବାକିଥାଇ ୮ ଉଇକେଟରେ ଅତି ସହଜରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ ଓ ପରେ ବୋଲିଂ ବିଫଳତା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଫଳରେ ୩ ମ୍ୟାଚ ବିଶିଷ୍ଟ ଏହି ସିରିଜକୁ ଇଂଲଣ୍ଡ ୨-୧ରେ ହାତେଇ ନେଇଛି।

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ପଦ ଛାଡ଼ିଲେ ଆଇସ୍‌ଲାଣ୍ଡ କୋଚ୍‌

ରେକଜାଭିକ (ଆଇସ୍‌ଲାଣ୍ଡ), ୧୭।୭(ଏପି)- ଆଇସ୍‌ଲାଣ୍ଡକୁ ପ୍ରଥମଥର ଲାଗି ଫିଫା ବିଶ୍ୱକପ୍‌କୁ ଯୋଗ୍ୟତା ଅର୍ଜନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଐତିହାସିକ ସଫଳତା ଦେଇଥିବା କୋଚ୍‌ ହେଉମିର ହଲ୍‌ଗ୍ରିମସନ ପଦ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ଧରି ପ୍ରଶିକ୍ଷକ ପଦରେ ରହିବା ପରେ ନିଜଆଡ଼ୁ କୋଚ୍‌ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଆଇସ୍‌ଲାଣ୍ଡ ଫୁଟ୍‌ବଲ ଆସୋସିଏଶନ ପକ୍ଷରୁ ମଙ୍ଗଳବାର କୁହାଯାଇଛି।

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ଆର୍ଜେଣ୍ଟିନା-ଭାରତ ୨୦ ବର୍ଷରୁ କମ୍‌ ଟିମ୍‌ ମଧ୍ୟରେ ମ୍ୟାଚ୍‌ ୫ରେ

ନୂଆଦିଲ୍ଲୀ, ୧୭।୭(ପି.ଟି.)- ଚଳିତ ମାସ ୨୯ରେ ସ୍ପେନରେ ଅନୁଷ୍ଠିତ ହେବାକୁ ଥିବା ମିନି ମୁନ୍‌ଡିଆଲ୍‌ (୨୦ ବର୍ଷରୁ କମ୍‌) ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଓ ଆର୍ଜେଣ୍ଟିନା ୨୦ ବର୍ଷରୁ କମ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଆର୍ଜେଣ୍ଟିନା ବ୍ୟତୀତ ଭେନେଜୁଏଲ ଓ ମରିସସ୍‌ର ୨୦ ବର୍ଷରୁ କମ୍‌ ଦଳ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ଫାରୁକ ଅବଦୁଲାଙ୍କ ଫ୍ରଡ ମାମଲା: ଚାର୍ଜସିଟ୍‌ ଦାଖଲା କଲା ସିବିଆଇ

ନୂଆଦିଲ୍ଲୀ,୧୭।୭- ଜମ୍ମୁ ଓ କଶ୍ମୀର କ୍ରିକେଟ ଆସୋସିଏଶନ(ଜେକେସିଏ)ରୁ ୨୦୦୨ରୁ ୨୦୧୨ ମଧ୍ୟରେ ୪୩ କୋଟି ଟଙ୍କାର ଫ୍ରଡ ଘଟଣାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲା ଓ ଅନ୍ୟ ତିନିଜଣଙ୍କ ନାମରେ କେନ୍ଦୀୟ କ୍ରାଇମ ବ୍ରାଞ୍ଚ (ସିବିଆଇ) ଚାର୍ଜସିଟ ଦାଖଲ କରିଛି।

ଅନ୍ତିମ ଦିନିକିଆ: ପ୍ରଥମେ ବ୍ୟାଟିଂ କରିବ ଭାରତ

ଲିଡ୍ସ,୧୭।୭- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ୩ଟି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଇଂଲଣ୍ଡ ଅଧିନାୟକ ଇୟାନ ମୋର୍ଗାନ ଟସ୍‌ ଜିଣି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି।

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା କ୍ଲବର ରେକର୍ଡ ଆୟ

ବାର୍ସିଲୋନା,୧୭।୭- ବିଶ୍ୱର ଅନ୍ୟତମ ଲୋକପ୍ରିୟ ଫୁଟ୍‌ବଲ କ୍ଲବ ଏଫ୍‌ସି ବାର୍ସିଲୋନା ୨୦୧୭-୧୮ ସିଜନରେ ୯୧୪ ନିୟୁତ ୟୁରୋ ଆୟ କରିଛି। ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୬,୨୫୧ କୋଟିରୁ ଊର୍ଦ୍ଧ୍ୱ।

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ: ୫ମକୁ ଉଠିଲା ଭାରତ

ନୂଆଦିଲ୍ଲୀ,୧୭।୭(ପି.ଟି.)- ପୁରୁଷ ହକି ଓ୍ବାଲର୍‌ଡ ର଼୍ୟାଙ୍କିଙ୍ଗ୍‌ (ଏଫ୍‌ଆଇଏଚ୍‌)ରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ସଦ୍ୟ ପ୍ରକାଶିତ ଏଫ୍‌ଆଇଏଚ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଦଳ ୫ମ ସ୍ଥାନ ଅଧିକାର କରିଛି।

Model This Week

ରୂପେଶ