ଅନ୍ତର୍ଜାତୀୟ |

ମିସ୍‌ ୟୁନିଭର୍ସ ନେଲ-ପିଟର୍ସ

ମିସ୍‌ ୟୁନିଭର୍ସ ନେଲ-ପିଟର୍ସ
ନୂଆଦିଲ୍ଲୀ,୨୭।୧୧(ପି.ଟି.)-ମିସ୍‌ ୟୁନିଭର୍ସ ୨୦୧୭ ମୁକୁଟ ପିନ୍ଧିଛନ୍ତି ଦକ୍ଷିଣ ଆଫ୍ରିକାର ୨୨ ବର୍ଷୀୟା ଡେମୀ-ଲେଗ୍‌ ନେଲ୍‌-ପିଟର୍ସ। ବିଶ୍ୱବ୍ୟାପୀ ୯୨ ପ୍ରତିଯୋଗୀଙ୍କୁ ପରାଜିତ କରି ବ୍ରହ୍ମାଣ୍ଡ ସୁନ୍ଦରୀ କ୍ରାଉନ୍‌ ହାସଲ କରିଛନ୍ତି ମିସ୍‌ ଦକ୍ଷିଣ ଆଫ୍ରିକା ନେଲ୍‌-ପିଟର୍ସ। ଆମେରିକାର ଲାସ୍‌ ଭେଗସ୍‌ସ୍ଥିତ ପ୍ଲାନେଟ୍‌ ହଲିଉଡ୍‌ କସିନୋ ରିସର୍ଟଠାରେ ରବିବାର ସନ୍ଧ୍ୟା(ସ୍ଥାନୀୟ ସମୟ)ରେ ଆୟୋଜିତ ଭବ୍ୟ ସମାରୋହରେ ଏହି ପ୍ରତିଯୋଗିତା ଶେଷ ହୋଇଛି। ବିଜୟିନୀଙ୍କ ନାମ ଘୋଷଣା ପରେ ନେଲ୍‌-ପିଟର୍ସଙ୍କୁ ମିସ୍‌ ୟୁନିଭର୍ସ ୨୦୧୬ ଫ୍ରାନ୍ସର ଇରିସ୍‌ ମିତ୍ତେନାଇରି ବିଜୟ ମୁକୁଟ ପିନ୍ଧାଇଥିଲେ। ଏହି ସୁନ୍ଦରୀ ପ୍ରତିଯୋଗିତାରେ କଲମ୍ବିଆର ଲୌରା ଗଞ୍ଜାରଲେଜ୍‌ ପ୍ରଥର୍ମ ରନର୍ସ ଅପ୍‌ ହୋଇଥିବାବେଳେ ଦ୍ୱିତୀୟ ରନର୍ସ ଅପ୍‌ ବିବେଚିତ ହୋଇଛନ୍ତି ଜାମାଇକା ସୁନ୍ଦରୀ ଡାଭିନା ବେନ୍ନେଟି। ଏହି ତିନି ସୁନ୍ଦରୀଙ୍କ ବ୍ୟତୀତ ଶ୍ରେଷ୍ଠ ୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ମିସ୍‌ ଭେନେଜୁଏଲା ଏବଂ ମିସ୍‌ ଥାଇଲାଣ୍ଡ। ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିଥିବା ଶ୍ରଦ୍ଧା ଶଶିଧରନ୍‌ କିଛି ଖାସ୍‌ ଚମକ ଦେଖାଇ ପାରି ନ ଥିଲେ। ଶ୍ରେଷ୍ଠ ୧୬ ଜଣଙ୍କ ମଧ୍ୟରେ ବି ସେ ସ୍ଥାନ ପାଇପାରି ନ ଥିଲେ। ହରିୟାଣାର ମାନୁଷୀ ଛିଲ୍ଲର ମିସ୍‌ ଓ୍ବାଲର୍‌ଡ ୨୦୧୭ ମୁକୁଟ ଭାରତ ଘେନି ଆସିବା ପରେ ବିଶ୍ୱର ଆଉ ଏକ ପ୍ରମୁଖ ସୁନ୍ଦରୀ ପ୍ରତିଯୋଗିତା ଉପରେ ଦେଶବାସୀଙ୍କ ନଜର ରହିଥିଲା। କିନ୍ତୁ ନିରାଶ ହେବାକୁ ପଡ଼ିଛି। ନିଜ ଭିତରେ ଥିବା କେଉଁ ଦକ୍ଷତାକୁ ନେଇ ଆପଣ ଗର୍ବ ଅନୁଭବ କରନ୍ତି ଏବଂ ମିସ୍‌ ୟୁନିଭର୍ସ ବିଜୟୀ ଅବଧି ସମୟରେ ଏହାର କିଭଳି ଭାବେ ବ୍ୟବହାର କରିବାକୁ ଚାହାନ୍ତି ବୋଲି ନେଲ୍‌-ପିଟର୍ସଙ୍କୁ ବିଚାରକମଣ୍ଡଳୀ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସେ କହିଥିଲେ ଯେ, ମିସ୍‌ ୟୁନିଭର୍ସ ହେଲେ ମଧ୍ୟ ଜଣେ ନିଜ ଉପରେ ପ୍ରଥମେ ବିଶ୍ୱାସ ରଖିବା ଉଚିତ। ବ୍ୟକ୍ତିଗତ ଭାବେ ସେ କ’ଣ ତାହା ଅନୁଭବ କରିବା ଉଚିତ। ମିସ୍‌ ୟୁନିଭର୍ସ ହେଉଛନ୍ତି ଜଣେ ମହିଳା ଏବଂ ଜୀବନରେ ସବୁକିଛି ଭୟରୁ ସେ ବାହାରି ଆଜି ଏଠାରେ ପହଞ୍ଚିଛନ୍ତି। ଏଣୁ ଏହି ଦକ୍ଷତା ବଳରେ ସେ ଅନ୍ୟ ମହିଳାମାନଙ୍କୁ ସେମାନଙ୍କ ଭୟରୁ ମୁକ୍ତି ପାଇବାରୁ ସାହାଯ୍ୟ କରିବାକୁ ଚାହାନ୍ତି। ସୂଚନାଯୋଗ୍ୟ ଯେ, ନେଲ୍‌-ପିଟର୍ସ ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟ ଡିଗ୍ରୀ ହାସଲ କରିବା ସହ ମହିଳାଙ୍କୁ ଆତ୍ମରକ୍ଷା ଲାଗି ପ୍ରଶିକ୍ଷଣ ଦେଇଥାନ୍ତି। ମିସ୍‌ ଦକ୍ଷିଣ ଆଫ୍ରିକା କ୍ରାଉନ୍‌ ହାସଲ କରିବାର କିଛିଦିନ ପୂର୍ବେ ଜୋହାନ୍ସବର୍ଗଠାରେ ତାଙ୍କୁ ବନ୍ଧୁକ ମୁନରେ ବନ୍ଧକ ରଖାଯାଇଥିଲା। ଏହାର ମାସକ ପରେ ମିସ୍‌ ୟୁନିଭର୍ସ ଟାଇଟଲ ହାସଲ କରିଛନ୍ତି।
All Right Reserved By

ଅନ୍ତର୍ଜାତୀୟ |

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଲେ ୧୨ ମହିଳା

ବ୍ରାସିଲିଆ,୧୦।୧୨: ବ୍ରାଜିଲର ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଉପରେ ୧୨ ଜଣ ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି। ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଏହି ମହିଳାମାନେ ଏହି ସମସ୍ୟାରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ଆଧ୍ୟାତ୍ମିକ ଗୁରୁ ଜୋଆଓ ଟେକ୍ଜିରିଆ ଡି ଫାରିଆଙ୍କ ଶରଣ ନେଇଥିଲେ। 

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଆତଙ୍କବାଦୀ ସୃଷ୍ଟି କରୁଛି ପାକିସ୍ତାନ: ନିକ୍କି ହେଲି

ଓ୍ବାଶିଂଟନ,୧୦।୧୨: ପାକିସ୍ତାନ ସବୁବେଳେ ଆତଙ୍କବାଦୀ ସୃଷ୍ଟି କରୁଛି ଆଉ ସେହି ଆତଙ୍କବାଦୀ ଆସି ଆମେରିକା ସେନାଙ୍କୁ ହତ୍ୟା କରୁଛନ୍ତି ବୋଲି କହିଛନ୍ତି ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ନିକ୍କି ହେଲି।

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଆମେରିକାରେ ରାଜନୈତିକ ସଙ୍କଟ: ଟ୍ରମ୍ଫଙ୍କ ମୁଣ୍ଡରେ ଶଟ୍‌ ଡାଉନ୍‌ ଚଡ଼କ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ରାଜନୈତିକ ସଙ୍କଟ ଧୀରେ ଧୀରେ ଘନୀଭୁତ ହେବାରେ ଲାଗିଛି। ଫଳରେ ଦେଖାଦେଇଥିବା ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ଆଣ୍ଟି ଡେଫିସିଏନ୍ସି ଆକ୍ଟ ଅନ୍ତର୍ଗତ ସଙ୍ଘୀୟ କର୍ମଚାରୀଙ୍କୁ ବିନା ଦରମାରେ ଛୁଟିରେ ପଠାଯିବା ଭଳି ଅବସ୍ଥା ସୃଷ୍ଟି ହୋଇଛି। 

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ଭାରତ-ଚାଇନା ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ

ନୂଆଦିଲ୍ଲୀ/ବେଜିଂ,୧୦।୧୨: ଭାରତ ଚାଇନା ମଧ୍ୟରେ ୧୩ ଦିନିଆ ମିଳିତ ସମରାଭ୍ୟାସ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ।

ଜୋହାନ୍ସବର୍ଗରେ କବର ପାଇଁ ଜମି ଅଭାବ

ଜୋହାନ୍ସବର୍ଗରେ କବର ପାଇଁ ଜମି ଅଭାବ

ଜୋହାନ୍ସବର୍ଗ, ୧୦।୧୨: ଦକ୍ଷିଣ ଆଫ୍ରିକାର ଆର୍ଥିକ ସହର ହୋଜାନ୍ସବର୍ଗରେ ମୃତ ଦେହକୁ କବର ପାଇଁ ଜମିର ଅଭାବ ଦେଖାଦେଇଛି। 

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

୧୪୧ ଟଙ୍କାର ଦହି ଚୋରି: ଅପରାଧୀଙ୍କୁ ଧରିବା ପାଇଁ ଖର୍ଚ୍ଚ ହେଲା ୪୧ ହଜାର ୫ଶହ

ତାଇଓ୍ବେ,୯।୧୨: ତାଇଓ୍ବାନରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୧୪୧ ଟଙ୍କା ଦହି ଚୋରି ମାମଲାରେ ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ବିବାଗ ପକ୍ଷରୁ ଖର୍ଚ୍ଚ ହୋଇଛି ୪୧ ହଜାର ୫ଶହ ଟଙ୍କା। 

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

କଥା ରଖିଲେ ଇମ୍ରାନ୍‌: ଖୋଲିଲା ରାଷ୍ଟ୍ରପତି ଭବନ

ଇସ୍‌ଲାମାବାଦ,୯।୧୨: ପାକିସ୍ତାନ ସରକାର କଡା ସୁରକ୍ଷା ମଧ୍ୟରେ ଶନିବାର ଆଲିସାନ୍‌ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତାଙ୍କ ପାଇଁ ଖୋଲିଦେଇଛନ୍ତି। ରାଜଧାନୀର ଅତ୍ୟନ୍ତ ସୁରକ୍ଷା ବଳୟ ବା ରେଡ୍‌ ଜୋନ୍‌ କନଷ୍ଟିଚ୍ୟୁଏଶନ ଏଭେନ୍ୟୁରେ ଥିବା ମାରଗଲ୍ଲା ହିଲ୍ସଠାରେ ଏହା ଅବସ୍ଥିତ।

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ନିର୍ବାଚନ ଲଢି ପାରିବେନି ଖାଲିଦା ଜିଆ

ଢାକା,୯।୧୨: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବରରେ ହେବାକୁ ଥିବା ନିର୍ବାଚନରେ ଲଢିବା ଲାଗି ଜିଆ ଯେଉଁ ଆବେଦନ କରିଥିଲେ ତାକୁ ନିର୍ବାଚନ କମିଶନ ଖାରଜ କରି ଦେଇଛନ୍ତି।

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଭଣ୍ଡବାବା କରୁଥିଲେ ବଳାତ୍କାର

ରିଓ ଡି ଜିନେରୋ,୯।୧୨: ମାନସିକ ଚାପରୁ ମୁକ୍ତି ଦେବା ଆଳରେ ଜଣେ ଭଣ୍ଡବାବା ୧୨ରୁ ଅଧିକ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। 

ମଙ୍ଗଳରେ ଶୁଭୁଛି ପବନର ଆବାଜ

ମଙ୍ଗଳରେ ଶୁଭୁଛି ପବନର ଆବାଜ

ଲସ୍‌ ଏଞ୍ଜେଲସ୍‌, ୯।୧୨: ନଭେମ୍ବର ୨୬ରେ ଲୋହିତ ଗ୍ରହ ମଙ୍ଗଳ ମାଟିରେ ଅବତରଣ କରିଥିବା ନାସାର ‘ଇନ୍‌ସାଇଟ୍‌ ଲ୍ୟାଣ୍ଡର’ ପ୍ରଥମକରି ଉକ୍ତ ଗ୍ରହରେ ପବନର ଆବାଜ୍‌ ଶୁଭୁଥିବା ସୂଚନା ଦେଇଛି। ଇନ୍‌ସାଇଟ୍‌ରେ ଖଞ୍ଜାଯାଇଥିବା ସେନ୍‌ସର ଦ୍ୱାରା ପବନ ବହିବାର ଶବ୍ଦକୁ ଧରି ରଖାଯାଇ ପାରିଛି। 

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

ନାଇଟ୍‌ କ୍ଲବରେ ଦଳାଚକଟା : ୬ ମୃତ

କୋରିନାଲ୍‌ଡୋ (ଇଟାଲୀ),୯।୧୨: ଇଟାଲୀର ଏକ ନାଇଟ୍‌ କ୍ଲବ୍‌ରେ ଶନିବାର ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣଙ୍କ ବୟସ ୧୮ ବର୍ଷରୁ କମ୍‌ ଓ ଜଣେ ବୟସ୍କ ମହିଳା ରହିଛନ୍ତି।  

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ଗିରଫ

ୟେରେଭାନ୍‌,୯।୧୨(ପି.ଟି.): ଆର୍ମେନିଆର ପୂର୍ବତନ ରାଷ୍ଟ୍ରପତି ରବର୍ଟ କୋଚାରିଆନ୍‌ଙ୍କୁ ଜେଲ୍‌ ପଠାଇବାକୁ ସ୍ଥାନୀୟ ଏକ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ଗିରଫ କରାଯାଇଛି।