ଜାତୀୟ |

ପିଓକେ ପୂର୍ବରୁ ଲାଲ୍‌ଚୌକରେ ତ୍ରିରଙ୍ଗା ଉଡ଼ାଉ କେନ୍ଦ୍ର: ଫାରୁକ୍‌

ପିଓକେ ପୂର୍ବରୁ ଲାଲ୍‌ଚୌକରେ ତ୍ରିରଙ୍ଗା ଉଡ଼ାଉ କେନ୍ଦ୍ର: ଫାରୁକ୍‌
ଜମ୍ମୁ,୨୭। ୧୧(ପି.ଟି.)- ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ୍‌ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲ୍ଲାଙ୍କ ପାକିସ୍ତାନ ପ୍ରେମ ପୁଣିଥରେ ସାମ୍ନାକୁ ଆସିଛି। ଦେଶ ବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହୁଥିବା ଶ୍ରୀନଗର ଏମ୍‌ପି ଫାରୁକ୍‌ ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, କେନ୍ଦ୍ର ସରକାର ଏବଂ ଭାଜପା ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ତ୍ରିରଙ୍ଗା ଉଡ଼ାଇବା କଥା କହୁଛନ୍ତି। ସରକାର ପିଓକେ ପୂର୍ବରୁ ଶ୍ରୀନଗରର କେନ୍ଦ୍ରସ୍ଥଳରେ ଥିବା ଲାଲ୍‌ଚୌକରେ ଥରେ ଜାତୀୟ ପତାକା ଉଡ଼ାଇ ଦେଖାନ୍ତୁ। ସେମାନେ ଏଭଳି କରିପାରିବେ ନାହିଁ। ଏହାସତ୍ତ୍ୱେ ସେମାନେ ପିଓକେ ପ୍ରସଙ୍ଗ ଉଠାଉଛନ୍ତି। ପିଓକେ ଭାରତର ନୁହେଁ, ବରଂ ପାକିସ୍ତାନର ଅଂଶ। ପାକିସ୍ତାନ ସହ ଯେତେ ଯୁଦ୍ଧ କଲେ ବି ଭାରତ ଏହାକୁ କେବେହେଲେ ଦଖଲ କରିପାରିବ ନାହିଁ। ଫାରୁକ୍‌ଙ୍କ ଏହି ବିବାଦୀୟ ମନ୍ତବ୍ୟକୁ ନେଇ ପୁଣିଥରେ ଝଡ଼ ସୃଷ୍ଟି ହୋଇଛି। ଜମ୍ମୁ-କଶ୍ମୀର ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ନିର୍ମଳ ସିଂ କହିଛନ୍ତି, ଫାରୁକ୍‌ ଏଭଳି ମନ୍ତବ୍ୟ ଦେଇ ବିଚ୍ଛିନ୍ନତାବାଦୀ ଓ ଆତଙ୍କବାଦୀଙ୍କୁ ଶକ୍ତିଶାଳୀ କରୁଛନ୍ତି। ଲାଲ୍‌ଚୌକ ସମେତ ରାଜ୍ୟର ସମସ୍ତ ଭାଗରେ ତ୍ରିରଙ୍ଗା ଉଡାଯାଉଥିବା ବିଷୟ ସେ ବୋଧହୁଏ ଭୁଲିଯାଇଛନ୍ତି।
All Right Reserved By

ଜାତୀୟ |

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ହସ୍ପିଟାଲରୁ ଗର୍ଭବତୀଙ୍କୁ ବାହାର କଲେ କର୍ମଚାରୀ: ରାସ୍ତାରେ ଜନ୍ମ ହେଲା ଶିଶୁ କନ୍ୟା

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଜାଲୌନ ଜିଲାର ବାବଇ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରସବ ପାଇଁ ସିରସାରୁ ଆସିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ କର୍ମଚାରୀ ଜୋର୍‌ ଜବରଦସ୍ତ ବାହାରକୁ ତଡ଼ି ଦେଇଥିଲେ। 

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ଏଥର କିଏ ହେବେ ସାଧାରଣତନ୍ତ୍ର ଦିବସର ଅତିଥି

ନୂଆଦିଲ୍ଲୀ,୨୪।୧: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ବା ୨୬ ଜାନୁୟାରୀକୁ ସାରାଦେଶ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରି ସାରିଛି। ରାଜଧାନୀ ଦିଲ୍ଲୀରେ ଆୟୋଜିତ ପରେଡ ୯୦ ମିନିଟ୍‌ ଅବଧିର ହେବ ବୋଲି ସୂଚନା ମିଳିଛି।

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

୨ ରୁଷିଆ ଜାହାଜରେ ଅଗ୍ନିକାଣ୍ଡ ଘଟଣା: ୬ ମୃତ ଭାରତୀୟଙ୍କ ମଧ୍ୟରେ ସମ୍ବଲପୁରର ଓଡ଼ିଆ ପୁଅ ସିଦ୍ଧାର୍ଥ

ନୂଆଦିଲ୍ଲୀ/ମସ୍କୋ,୨୪।୧: ରୁଷିଆର ୨ ଜାହାଜରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ମୃତକଙ୍କ ମଧ୍ୟରେ ୬ ଭାରତୀୟ ଥିଲେ। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଅଛନ୍ତି।

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

କୁମ୍ଭମେଳାରେ ସନାତନ ଧର୍ମ ଗ୍ରହଣ କଲେ ବିଦେଶୀ ପର୍ଯ୍ୟଟକ

ପ୍ରୟାଗରାଜ,୨୪।୧: ବିଶ୍ୱର ସର୍ବବୃହତ୍ତ ଧାର୍ମିକ କୁମ୍ଭମେଳା ପରିଦର୍ଶନ କରିବାକୁ ଆସିଥିବା ଅନେକ ପର୍ଯ୍ୟଟକ ସନାତନ ଧର୍ମ ଗ୍ରହଣ କରିଥିବା ଜଣାପଡିଛି। ମୋକ୍ଷ ପ୍ରାପ୍ତି ପାଇଁ ଏମାନେ ଏହି ଧର୍ମ ଗ୍ରହଣ କରିଥିବା କୁହାଯାଉଛି। 

୧୪ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମିଳିଛି ୮ ହଜାର ୭ ଶହ ୨୧ କୋଟି ଗୁପ୍ତଚାନ୍ଦା

୧୪ ବର୍ଷରେ ରାଜନୈତିକ ଦଳଗୁଡ଼ିକୁ ମିଳିଛି ୮ ହଜାର ୭ ଶହ ୨୧ କୋଟି ଗୁପ୍ତଚାନ୍ଦା

ନୂଆଦିଲ୍ଲୀ, ୨୪।୧: ଗତ ୧୪ ବର୍ଷ ମଧ୍ୟରେ ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକୁ ୮,୭୨୧.୧୪ କୋଟି ଟଙ୍କା ଗୁପ୍ତଚାନ୍ଦା ମିଳିଛି। ୨୦୧୭-୧୮ରେ ଏଭଳି ୬୮୯.୪୪ କୋଟି ଟଙ୍କା ଚାନ୍ଦା ମିଳିଛି। ଏହାମଧ୍ୟରୁ ଭାଜପା ଖାତାକୁ ୮୦ ପ୍ରତିଶତ ଚାନ୍ଦା ଯାଇଛି। 

ରାଷ୍ଟ୍ରୀୟ ବାଳିକା ଦିବସ

ରାଷ୍ଟ୍ରୀୟ ବାଳିକା ଦିବସ

ନୂଆଦିଲ୍ଲୀ,୨୪।୧: ପ୍ରତିବର୍ଷ ଜାନୁୟାରୀ ୨୪କୁ ରାଷ୍ଟ୍ରୀୟ ବାଳିକା ଦିବସ ବା ‘ନ୍ୟାଶନାଲ ଗର୍ଲ ଚାଇଲ୍ଡ ଡେ’ ଭାବେ ପାଳନ କରାଯାଇଥାଏ। ସମାଜରେ ଦିନକୁ ଦିନ ବାଳିକାଙ୍କ ହାର କମିଯାଉଥିବାରୁ ଏହାର ସମାନତା ଉଦ୍ଦେଶ୍ୟରେ ପ୍ରଥମେ ୨୦୦୮ରେ ଏହି ଦିବସ ପାଳନ କରାଯାଇଥିଲା।

ଜେଟଲୀଙ୍କର ହେଲା ଅପରେଶନ

ଜେଟଲୀଙ୍କର ହେଲା ଅପରେଶନ

ନ୍ୟୁୟର୍କ/ନୂଆଦିଲ୍ଲୀ,୨୪।୧: କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ମଙ୍ଗଳବାର ଆମେରିକାର ନ୍ୟୁୟର୍କରେ ଅପରେଶନ ହୋଇଛି। ଏହାପରେ ତାଙ୍କୁ ୨ ସପ୍ତାହ ଆରମ ନେବାକୁ ଡାକ୍ତମାନେ ପରାମର୍ଶ ଦେଇଛନ୍ତି। 

ବାବା ରାମଦେବଙ୍କ ବିବାଦୀୟ ବୟାନ

ବାବା ରାମଦେବଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୪।୧: ଯୋଗଗୁରୁ ବାବା ରାମଦେବ ଦେଶର ଜନସଂଖ୍ୟାକୁ ନେଇ ବେଶ୍‌ ଚିନ୍ତିତ। ବୁଧବାର ଉତ୍ତର ପ୍ରଦେଶର ଆଲିଗଡ଼ରେ ଥିବା ସମୟରେ ସେ ଏକ ବୟାନ ଦେଇଛନ୍ତି। ଯାହା ଏବେ ବିବାଦୀୟ ହୋଇପଡିଛି। 

ଭୁଶୁଡ଼ିଲା ନିର୍ମାଣଧୀନ ୪ ମହଲା ବିଲ୍ଡିଂ: ମାଟିତଳେ ଦବିଗଲେ ୮ ଜଣ

ଭୁଶୁଡ଼ିଲା ନିର୍ମାଣଧୀନ ୪ ମହଲା ବିଲ୍ଡିଂ: ମାଟିତଳେ ଦବିଗଲେ ୮ ଜଣ

ଗୁରୁଗ୍ରାମ୍‌,୨୪।୧: ହରିୟାଣ ଗୁରୁଗ୍ରାମ୍‌ରେ ଗୁରୁବାର ଭୋର୍‌ ୫ଟାରେ ଘଟିିଛି ଏକ ଅଭାବନୀୟ ଘଟଣା। ଏଠାରେ ଏକ ନିର୍ମାଣଧୀନ ୪ ମହଲା ବିଲ୍ଡିଂ ଭୁଶୁଡି ପଡ଼ିଛି। 

ଗୋୟଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ଗୋୟଲଙ୍କୁ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ,୨୪ା୧(ପି.ଟି.): ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ବୁଧବାର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। 

ଭାଜପା, ଶିବସେନାକୁ ଏକାଠି କରିବ ‘ଠାକ୍‌ରେ’

ଭାଜପା, ଶିବସେନାକୁ ଏକାଠି କରିବ ‘ଠାକ୍‌ରେ’

ମୁମ୍ବାଇ,୨୪ା୧ :ଭାଜପା ଓ ଏହାର ସହଯୋଗୀ ଦଳ ଶିବସେନା ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ୨୦୧୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ କ୍ଷମତାକୁ ଆସିବା ପରଠାରୁ ଉଭୟ ଦଳ ମଧ୍ୟରେ ରାଜନୈତିକ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। 

ଅଭିନେତା ହେବା ପାଇଁ ଆସି ସୁଭାଷ ଘାଇ ପାଲଟି ଗଲେ ନିର୍ଦ୍ଦେଶକ

ଅଭିନେତା ହେବା ପାଇଁ ଆସି ସୁଭାଷ ଘାଇ ପାଲଟି ଗଲେ ନିର୍ଦ୍ଦେଶକ

ମୁମ୍ବାଇ,୨୪।୧: ବଲିଉଡ୍‌କୁ ଅଭିନେତା ହେବା ପାଇଁ ଆସି ଶେଷରେ ସୁଭାଷ ଘାଇ ପାଲଟି ଥିଲେ ନିର୍ଦ୍ଦେଶକ। ଗୁରୁବାର ସେ ୭୪ତମ ଜନ୍ମ ଦିନ ପାଳନ କରୁଛନ୍ତି। ୧୯୪୫ ଜାନୁୟାରୀ ୨୪ରେ ନାଗପୁରଠାରେ ତାଙ୍କର ଜନ୍ମ ହୋଇଥିଲା।