ଜାତୀୟ |

ବଳାତ୍କାର କଲେ ମିଳିବ ଫାଶୀଦଣ୍ଡ: ମଧ୍ୟପ୍ରଦେଶ ସରକାର

ବଳାତ୍କାର କଲେ ମିଳିବ ଫାଶୀଦଣ୍ଡ: ମଧ୍ୟପ୍ରଦେଶ ସରକାର
ଭୋପାଳ,୨୭।୧୧: ମଧ୍ୟପ୍ରଦେଶ ସରକାର ରାଜ୍ୟରେ ଏକ ବଡ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ୧୨ ବର୍ଷ କିମ୍ବା ତା’ଠାରୁ କମ୍‌ ବୟସର ବାଳିକାଙ୍କୁ ବଳାତ୍କାର କରୁଥିବା ଅପରାଧୀଙ୍କୁ ଫାଶୀ ଦଣ୍ଡ ଦେବା ଲାଗି ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଆଇନରେ ସଂଶୋଧନ କରାଯିବ ବୋଲି ସୂଚନା ମିଳିଛି। ରବିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳର ଏକ ବୈଠକରେ ଏହି ପ୍ରସ୍ତାବ ଦିଆଯାଇଛି। ଏହାଛଡା ଯେ କୌଣସି ବୟସର ମହିଳାଙ୍କୁ ଗଣ ବଳାତ୍କାର କଲେ ଅପରାଧୀଙ୍କୁ ଫାଶୀ ଦଣ୍ଡ ପ୍ରସ୍ତାବକୁ ମଧ୍ୟ ବୈଠକରେ ସ୍ବୀକୃତି ମିଳିଛି। ଶୀତକାଳୀନ ଅଧିବେଶନରେ ଏହାକୁ ଉପସ୍ଥାପନ କରାଯିବ। ଏହା ବିଧାନସଭାରେ ପାସ୍‌ ହେବା ପରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯିବ। ଏଥିପାଇଁ କିଛି ସମୟ ଲାଗିବ ବୋଲି ସୂଚନା ମିଳିଛି।
All Right Reserved By

ଜାତୀୟ |

ଶିମଲା ହେବ ‘ଶ୍ୟାମଳା’

ଶିମଲା ହେବ ‘ଶ୍ୟାମଳା’

ଶିମଲା,୨୧।୧୦: ହିମାଚଳପ୍ରଦେଶର ରାଜଧାନୀ ଶିମଲାର ନାମ ପରିବର୍ତ୍ତନ କରାଯାଇ ‘ଶ୍ୟାମଳା’ କରାଯିବ।

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ରୋଗୀଙ୍କ କଷ୍ଟ ଜାଣିବା ପାଇଁ ଡାକ୍ତର କଲେ ନିଜର ଏଣ୍ଡୋସ୍କୋପି

ପୁଣେ,୨୧।୧୦: ମହାରାଷ୍ଟ୍ର ନାଦେଣ୍ଡର ଜଣେ ଡାକ୍ତର ରୋଗୀଙ୍କ କଷ୍ଟ ଜାଣିବା ପାଇଁ ନିଜର ଏଣ୍ଡୋସ୍କୋପି କରିଛନ୍ତି।

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

୧୪ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଗାଜିଆବାଦ,୨୧।୧୦: ରାଜଧାନୀ ଦିଲ୍ଲୀର ଗାଜିଆବାଦ ରାଜନଗରରୁ ଆସିଛି ଏକ ଦୁଃଖଦ ଖବର। ଏଠାରେ ଥିବା ରଭିର ହାଇଟ୍ସ ଆପାର୍ଟମେଣ୍ଟର ୧୪ ମହଲାରୁ ଜଣେ ଯୁବତୀ ଓ ଯୁବକ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି।

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ଛତିଶଗଡ଼ ନିର୍ବାଚନ: ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ରାୟପୁର,୨୧।୧୦: ଛତିଶଗଡ଼ରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ ସାମାଜବାଦୀ ପାର୍ଟି ଏହାର ପ୍ରାର୍ଥୀ ଘୋଷଣା କରିଛି। 

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

ଟୁରିଷ୍ଟ ବସ୍‌ରେ ଅଗ୍ନିକାଣ୍ଡ

କରନାଲ, ୨୧।୧୦: ହରିୟାଣା ସରକାରୀ ପରିବହନ କର୍ମଚାରୀଙ୍କ ଧର୍ମଘଟ ଜାରି ରହିଛି। ଟୁରିଷ୍ଟଙ୍କ ଯିବା ଆସିବା ପାଇଁ ସରକାରଙ୍କ ପକ୍ଷରୁ ଲୋକାଲ ଟୁରିଷ୍ଟ ବସ୍‌ ବ୍ୟବହାର କରାଯାଇଥିଲା। 

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

୫୬ ବର୍ଷ ପରେ ମିଳିଲା କ୍ଷତି ପୂରଣ

ବୋମଡିଲା,୨୧।୧୦: ଅରୁଣାଚଳପ୍ରଦେଶର ବୋମଡିଲା ଗ୍ରାମବାସୀଙ୍କୁ ଭାରତ-ଚାଇନା ଯୁଦ୍ଧର ୫୬ ବର୍ଷ ପରେ ମିଳିଛି କ୍ଷତିପୂରଣ।

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ଇଣ୍ଡିଆନ୍‌ ଆଇଡଲ୍‌ରେ ବିଚାରକ ହେବେନି ଅନୁ ମଲିକ

ମୁମ୍ବାଇ,୨୧।୧୦: ଏକ ଘରୋଇ ଟେଲିଭିଜନ୍‌ ଚ୍ୟାନେଲରେ ପ୍ରସାରିତ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ରେ ଏଥର ବିଚାରକ ଭାବେ ଆସିବେନି ବଲିଉଡ କଣ୍ଠଶିଳ୍ପୀ ଅନୁ ମଲିକ। 

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ମଦ ବୋତଲରେ ଭୋଟର ସଚେତନତା ବାର୍ତ୍ତା

ଭୋପାଳ,୨୧।୧୦: ମଧ୍ୟପ୍ରଦେଶ ଝାବୁଆ ଜିଲାରେ ଭୋଟରଙ୍କୁ ସଚେତନ କରାଇବା ପାଇଁ ମଦବୋତଲରେ ପ୍ରଚାର ଷ୍ଟିକର ଲଗାଯାଇଛି।

ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ହେଲା ଗଣଦାହ

ଟ୍ରେନ୍‌ ଦୁର୍ଘଟଣା ମୃତକଙ୍କ ହେଲା ଗଣଦାହ

ଅମୃତସର,୨୧।୧୦: ପଞ୍ଜାବର ଅମୃତସରରେ ଟ୍ରେନ୍‌ ଦୁର୍ଘଟଣାରେ  ମୃତ ବ୍ୟକ୍ତିଙ୍କର ଗଣଦାହ କରାଯାଇଛି। ଶନିବାର ୬୧ ଜଣଙ୍କର ମୃତଦେହକୁ ଆଣି ସାମୂହିକ ଭାବେ ଦାହ କରାଯାଇଥିବା ଖବର ମିଳିଛି। 

ସୁରକ୍ଷାକର୍ମୀଙ୍କ କଥା ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ଉଠାଇଲେ ବିପଦପୂର୍ଣ୍ଣ ସେଲ୍‌ଫି

ସୁରକ୍ଷାକର୍ମୀଙ୍କ କଥା ଶୁଣିଲେନି ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ: ଉଠାଇଲେ ବିପଦପୂର୍ଣ୍ଣ ସେଲ୍‌ଫି

ନୂଆଦିଲ୍ଲୀ,୨୧।୧୦: ବିପଦପୂର୍ଣ୍ଣ ସେଲ୍‌ଫି ନେବାକୁ ବାରଣ କରାଯିବା ସହ ଏହାକୁ ନେଇ ଅନେକ ଥର ପୋଲିସ ପକ୍ଷରୁ ସଚେତନତା ଜାରି କରାଯାଇଛି। ହେଲେ ଏହାକୁ ଏବେ ଖୋଲାଖୋଲି ଭାବେ ଉଲ୍ଲଂଘନ କରିଛନ୍ତି ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ। 

ଦୁର୍ଘଟଣା ନେଇଛି ୩୯ ଲକ୍ଷ ଜୀବନ

ଦୁର୍ଘଟଣା ନେଇଛି ୩୯ ଲକ୍ଷ ଜୀବନ

ନୂଆଦିଲ୍ଲୀ,୨୧।୧୦: ବିଭିନ୍ନ ଦୁର୍ଘଟଣାରେ ୧୨ବର୍ଷ ମଧ୍ୟରେ ୩୯ ଲକ୍ଷ ଲୋକଙ୍କ ଜୀବନ ଯାଇଛି। ଏନେଇ ନ୍ୟାସନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। 

ତେଲୁଗୁ ଅଭିନେତା ଭାଇଜାଗ ପ୍ରସାଦଙ୍କ ପରଲୋକ

ତେଲୁଗୁ ଅଭିନେତା ଭାଇଜାଗ ପ୍ରସାଦଙ୍କ ପରଲୋକ

ହାଇଦ୍ରାବାଦ,୨୧।୧୦: ତେଲୁଗୁ ଚଳଚ୍ଚିତ୍ର ଦୁନିଆର ବରିଷ୍ଠ ଚରିତ୍ର ଅଭିନେତା ଭାଇଜାଗ ପ୍ରସାଦଙ୍କର ରବିବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।