ସମ୍ପାଦକୀୟ |

ଇତିଶ୍ରୀ: ଅପାରଗ ସିବିଆଇ

ଇତିଶ୍ରୀ: ଅପାରଗ ସିବିଆଇ
ପ୍ରମାଣ ଅଭାବରୁ ରାୟଗଡ଼ା ଟିକିରି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା ସୁପ୍ରିମକୋର୍ଟରେ ବନ୍ଦ ହୋଇଯିବା ଖବର ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟ ପୋଲିସର କ୍ରାଇମ୍‌ବ୍ରାଞ୍ଚ ବିଭାଗ ବିଫଳ ହେଲା। ଯେତେବେଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଗଲା ସେତେବେଳେ ଆଶା କରାଯାଉଥିଲା ଯେ ଏକ ଗୁଣାତ୍ମକ ତଦନ୍ତ କରାଯାଇ ସତ୍ୟ ପ୍ରକାଶ ପାଇବ। ଭାତହାଣ୍ଡିରୁ ଗୋଟିଏ ଚିପିଲେ ଯେମିତି ଜଣାପଡ଼େ, ସେହିଭଳି ଓଡ଼ିଶାର ଇତିଶ୍ରୀ, ଉତ୍ତରପ୍ରଦେଶର ଆରୁଷି ଏବଂ ଦେଶର ବିଭିନ୍ନ ରାଜ୍ୟର ଏହିଭଳି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ସିବିଆଇର ବିଫଳତା ଆଖି ଖୋଲି ଦେଉଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରୁ ଜଣାପଡ଼ୁଛି ଯେ ଇତିଶ୍ରୀ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋର ତଦନ୍ତ ଦାୟିତ୍ୱରେ ଥିବା ପୋଲିସ ଅଫିସର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୨୦୧୭ ନଭେମ୍ବର ୨୪ରେ ଇତିଶ୍ରୀ ମାମଲାକୁ ଇତି କରିଦିଆଯିବା ପରେ ତାଙ୍କ ପରିବାର ଓ ବନ୍ଧୁବର୍ଗ ହତାଶ ହୋଇପଡ଼ିଛନ୍ତି। ଝିଅର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଥିବା ତାଙ୍କ ମା’ କହିଛନ୍ତି ଆଇନ ଆଖିରୁ ଦୋଷୀ ମୁକୁଳି ଯାଇପାରେ, କିନ୍ତୁ ବିଶ୍ୱର ବଡ଼ ବିଚାରପତି ଜଗନ୍ନାଥ ଏହାର ବିଚାର କରିବେ। ୨୦୧୩ ଅକ୍ଟୋବର ୨୭ରେ ଦୁର୍ବୃତ୍ତମାନେ ଇତିଶ୍ରୀଙ୍କୁ କିରୋସିନ ଢାଳି ପୋଡ଼ି ଦେବା ପରେ ନଭେମ୍ବର ୧ରେ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଏହି ଘଟଣାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ନେତ୍ରାନନ୍ଦ ଦଣ୍ଡସେନାଙ୍କଠାରୁ ଆରମ୍ଭକରି ସ୍ଥାନୀୟ ନେତା, ପୋଲିସ ଓ ପ୍ରଶାସନର କାର୍ଯ୍ୟକଳାପ ସନ୍ଦେହ ବଳୟକୁ ଆସିଥିଲା। ଜଣେ କର୍ମଜୀବୀ ମହିଳା ବାରମ୍ବାର ଉପରିସ୍ଥ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଶୋଷଣ ଓ ନିର୍ଯାତନାର ଶିକାର ହୋଇଥିବା ବିଷୟ ଜିଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ତାହାର ସୁଫଳ ମିଳି ନ ଥିଲା। ଇତିଶ୍ରୀଙ୍କ ହତ୍ୟା ଲୋମହର୍ଷଣକାରୀ ଥିଲା ବୋଲି ଜଣାପଡ଼ିବା ପରେ ସମସ୍ତେ ଆଶା କରିଥିଲେ ଯେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ। ମାତ୍ର ଦଣ୍ଡସେନାଙ୍କୁ ରାୟଗଡ଼ା ଜିଲା ଦୌରାଜଜ୍‌ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଓ ସେ ଏବେ ଜେଲରେ ଅଛନ୍ତି। ବିଦ୍ୟାଳୟ ପରିସର ଭିତରେ ଶୋଇଥିବା ବେଳେ ଇତିଶ୍ରୀଙ୍କ ଉପରକୁ ଜଣେ ଜିନ୍‌ପିନ୍ଧା ଲୋକ କିରୋସିନ ଢାଳି ନିଆଁ ଲଗାଇଥିଲେ ବୋଲି ପୀଡ଼ିତା ସେତେବେଳେ ନିଜ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଧରା ନ ଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇତିଶ୍ରୀଙ୍କ ମୃତ୍ୟୁ ପରେ ସମଗ୍ର ରାଜ୍ୟରେ ପ୍ରତିବାଦର ସ୍ବର ଉଠିଥିଲା। ୨୦୧୪ ଜାନୁୟାରୀ ୨୦ରେ ଦିଲ୍ଲୀରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍‌ ରାୟଗଡ଼ା ଆସି ତଦନ୍ତ ଆରମ୍ଭ କରିଥିଲେ। ଦୀର୍ଘ ୩ ବର୍ଷ ୧୦ ମାସ ମଧ୍ୟରେ ଏହି କେନ୍ଦ୍ରୀୟ ଟିମ୍‌ ପ୍ରାୟ ୨୫ ଥର ରାୟଗଡ଼ା ଗସ୍ତ କରିବା ସହ ୧୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଜେରା କରିଥିଲା। ୨୦୧୭ ନଭେମ୍ବର ୧୭ରେ ସୁପ୍ରିମକୋର୍ଟରେ ସିବିଆଇ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଥିଲା। ସମ୍ଭବତଃ ହତ୍ୟାକାରୀଙ୍କ ବିଷୟରେ କୌଣସି ସୁରାକ୍‌ ନ ପାଇବା ରିପୋର୍ଟରେ ଉଲ୍ଲେଖ କରିବା ପରେ ସର୍ବୋଚ୍ଚ ଅଦାଲତ ଘଟଣାକୁ ବନ୍ଦ କରିଦେବାକୁ କହିଥିବା ଆଲୋଚନା ହେଉଛି। ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ହତ୍ୟାକାଣ୍ଡର ଗମ୍ଭୀର ଘଟଣାକ୍ରମ ବିଷୟ ଜାଣିବା ସତ୍ତ୍ୱେ କେଉଁଭଳି ରିପୋର୍ଟ ପ୍ରସ୍ତୁତ କରିଛନ୍ତି ବୁଝିବା କଷ୍ଟକର ନୁହେଁ। ଏକାଧିକ ରାଜନୈତିକ ବ୍ୟକ୍ତି, ପୋଲିସ, ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ ଉଠିଥିବାରୁ ଏହି ତଦନ୍ତକାରୀ ସଂସ୍ଥା ତଦନ୍ତର ମୋଡ଼ ବଦଳାଇଛି ବୋଲି ସମାଲୋଚନା ହେଲାଣି। ଏମିତି ଦେଖିଲେ ସିବିଆଇର କାର୍ଯ୍ୟଶୈଳୀ ଅଧିକାଂଶ ସମୟରେ ସନ୍ଦେହରେ ରହିଆସିଛି। କେନ୍ଦ୍ରରେ ଯେଉଁ ଦଳ କ୍ଷମତାସୀନ ହୋଇଥାଏ ସିବିଆଇ ତା’ର ହାତବାରିସ ପାଲଟିଥିବା ବାରମ୍ବାର ଅଭିଯୋଗ ହୁଏ। ଏପରିକି ସର୍ବୋଚ୍ଚ ନ୍ୟାୟାଳୟ ୨୦୧୩ରେ ଏକ ଘଟଣାରେ ସିବିଆଇକୁ ଭର୍ତ୍ସନା କରି ତାକୁ ‘ପଞ୍ଜୁରି ଭିତିରେ ଶୁଆ’ ଆଖ୍ୟା ଦେଇଥିଲେ। ସାମ୍ପ୍ରତିକ ପରିସ୍ଥିତିକୁ ଦେଖିଲେ ଆରୁଷି ହତ୍ୟାଠାରୁ ଆରମ୍ଭକରି ଟିକିରି ଶିକ୍ଷୟିତ୍ରୀଙ୍କୁ ପୋଡ଼ି ମାରି ଦିଆଯିବା ଯାଏ ଯେଉଁ ଘଟଣା ବାରମ୍ବାର ଲୋକଲୋଚନକୁ ଆସିଛି ତା’ର ଦୋଷୀ ପ୍ରମାଣ ଅଭାବରୁ ମୁକ୍ତ ହୋଇଛନ୍ତି ବା ମୁକୁଳିବାକୁ ଯାଉଥିବା ଦେଖିବାକୁ ମିଳୁଛି। ଗଣତାନ୍ତ୍ରିକ ରାଷ୍ଟ୍ରରେ ତଦନ୍ତକାରୀ ସଂସ୍ଥାଗୁଡ଼ିକର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବା ଅର୍ଥ ଏ ଦେଶରେ ଦକ୍ଷତାର ଗଭୀର ଅଭାବ ରହିଛି। ଏବକାର ପରିସ୍ଥିତି ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ସିବିଆଇ, ଆୟକର ବିଭାଗ, ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍‌ (ଇଡି) ସବୁଥିରେ ଏହିଭଳି ଅପାରଗତା ଚେର ବାନ୍ଧି ସାରିଲାଣି। ଅନେକ ସ୍ତରର ପୋଲିସ ସଂସ୍ଥା ଗଢ଼ିବାର ଉଦ୍ୟମ ହେଉଛି। ଆୟକର ବିଭାଗ ସିଧାସଳଖ ପୋଲିସ ସଂସ୍ଥା ହୋଇ ନ ଥିଲେ ମଧ୍ୟ ତା’ର କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭଳି ମନେହୁଏ। ଆମ ଦେଶରେ କ୍ଷମତାକୁ ଆସୁଥିବା ବ୍ୟକ୍ତିମାନେ ନିଜର କ୍ଷଣକ ସୁବିଧା ପାଇଁ ଅନେକ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ କରିଯାଉଛନ୍ତି, ଯଦ୍ଦ୍ବାରା ଦେଶର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇପଡ଼ୁଛନ୍ତି କିମ୍ବା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଉଛନ୍ତି। ଆଜି ଯେମିତି ଥାନାରେ ଥିବା ପୋଲିସର ଦୁର୍ନୀତି ଯୋଗୁ ସାମାଜିକ ସ୍ତରରେ ଓଡ଼ିଶା ପୋଲିସ ଉପରେ ଜନସାଧାରଣଙ୍କ ବିଶ୍ୱାସ ନାହିଁ, ଅନୁରୂପ ଭାବେ ଜାତୀୟ ସ୍ତରରେ ମଧ୍ୟ ସିବିଆଇ, ଆୟକର ବିଭାଗ ଏବଂ ଇଡି ଉପରେ ଜନସାଧାରଣଙ୍କ ବିଶ୍ୱାସ ତୁଟି ସାରିଲାଣି।
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ସମ୍ପାଦକୀୟ/ #ମିଟୂ ସପକ୍ଷରେ

ଆମେରିକୀୟ ଅଭିନେତ୍ରୀ ଆଲିସା ମିଲାନୋ ୨୦୧୭ ଅକ୍ଟୋବରରେ  ସୋସିଆଲ ମିଡିଆରେ #ମିଟୂ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା ଏବେ ଆନ୍ଦୋଳନର ରୂପ ନେଇଛି। କର୍ମସ୍ଥଳୀ ବା ଅତୀତରେ ଯେକୌଣସି ସ୍ଥାନରେ ଯଦି ଜଣେ ମହିଳା ଯୌନ ଶୋଷଣର ଶିକାର ହୋଇଥିବେ, ସେଥିରେ ନିର୍ଯାତନା ଦେଇଥିବା ପୁରୁଷଙ୍କ ମୁଖା ଖୋଲିଦେବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ। ଇତିମଧ୍ୟରେ ଶହ ଶହ ଭାରତୀୟ ମହିଳା ସେମାନଙ୍କ ପ୍ରତି ହୋଇଥିବା ଦୁର୍ବ୍ୟବହାରକୁ ସାଧାରଣରେ ପ୍ରକାଶ କରି ରାଜନୀତି, ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ  ବିଶିଷ୍ଟ ବ୍ୟକ୍ତିଙ୍କ ଅସଲ ଚେହେରା ଖୋଲିଦେଲେଣି। ସେମାନଙ୍କ ମଧ୍ୟରେ ସାମ୍ବାଦିକରୁ ରାଜନେତା ପାଲଟିଥିବା ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ. ଆକବର, ସିନେମା ଦୁନିଆର ନାମକରା ବ୍ୟକ୍ତିତ୍ୱ ନାନା ପାଟେକର, ଆଲୋକ ନାଥଙ୍କ...

ନବୀନ ଆହ୍ବାନ

ନବୀନ ଆହ୍ବାନ

ଜିତେନ୍ଦ୍ର କୁମାର ନାୟକ

ନବୀନ ଏକ ଆହ୍ବାନ। ତାଙ୍କୁ ମାପିବା କଷ୍ଟକର। ଅଳ୍ପ କହୁଥିବାରୁ ଭୁଲ ବାଛି ହେଉନି। ସରଳ ଜୀବନ ବିତାଉଥିବାରୁ ବିବାଦରୁ ଦୂରରେ ଅଛନ୍ତି। ରାଜନୀତିରେ ନବୀନ ଭାବେ ପ୍ରବେଶ କରିଥିଲେ ମଧ୍ୟ ଏକନିଷ୍ଠ କର୍ମ ତାଙ୍କୁ କରିଦେଇଛି ପ୍ରବୀଣ। ପୋଖତ ଓ ପୁରୁଖା ରାଜନେତା ତାଙ୍କ ସଫଳତା ଦେଖି ତଟସ୍ଥ। ପିତା ବିଜୁ ପଟ୍ଟନାୟକଙ୍କଠାରୁ ରାଜନୀତି ଶିକ୍ଷା ପାଇବାର ସୁଯୋଗ ପାଇ ନ ଥିଲେ। ତଥାପି କେମିତି ବିରୋଧୀଙ୍କ ଆଖିରୁ ନିଦ ହଜେଇ ଦେଇପାରୁଛନ୍ତି, ତାହା ଏବେ ଓଡ଼ିଶାବାସୀଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି। ଦିନେ ଓଡ଼ିଆ ଓ ଓଡ଼ିଶାର ଲୋକଙ୍କୁ ଜାତୀୟ ଗଣମାଧ୍ୟମରେ ସେଭଳି ଦେଖିବାକୁ ମିଳୁ ନ ଥିଲା। ଆଜି ଅଧିକାଂଶ ସର୍ଭେରେ ସଫଳ ରାଜନେତା, ଶ୍ରେଷ୍ଠ ପ୍ରଶାସ...

ଓଡ଼ିଶାରେ ଶକ୍ତିପୂଜା

ଓଡ଼ିଶାରେ ଶକ୍ତିପୂଜା

ଡ. କିଶୋର ମହାନ୍ତି

ଓଡ଼ିଶା ସର୍ବଧର୍ମ ଓ ସଂସ୍କୃତିର ମହାମିଳନ ପୀଠ।  କିନ୍ତୁ ନିଜସ୍ବ ସଂସ୍କୃତି ଓ ପରମ୍ପରାକୁ ଓଡ଼ିଆ ଜାତି କେବେ ଭୁଲି ଯାଇନାହିଁ। ଓଡ଼ିଶାର ଶାକ୍ତ ପରମ୍ପରା ସୁପ୍ରାଚୀନ। ଓଡ଼ିଶାରେ ରହିଥିବା ଶକ୍ତିପୀଠଗୁଡିକ ତା’ର ଜ୍ୱଳନ୍ତ ପ୍ରମାଣ। ମାତୃକା ପୂଜା ମାନବ ସମାଜ ଯୁଗେ ଯୁଗେ କରିଆସିଛି। ‘ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ’କୁ ମୂଳମନ୍ତ୍ର କରି ନିଜ ଜୀବନଧାରାରେ ମା’ର ଅମାପ ସ୍ନେହ ଓ ଶ୍ରଦ୍ଧାଳୁ ...

ଏଇ ଭାରତରେ

ଏଇ ଭାରତରେ

ପକେଟମାରଙ୍କର ବି ପରୋପକାରୀ ଗୁଣ ରହିଛି। ଟଙ୍କାପଇସା ହାତେଇବା ପରେ ଅନ୍ୟ ସାମଗ୍ରୀରେ କୌଣସି ଆବଶ୍ୟକତା ନ ଥିବାରୁ କେତେକେ ସମ୍ପୃକ୍ତ ଲୋକଙ୍କୁ ଏ ସବୁ ଫେରାଇ ଦିଅନ୍ତି। ଏଥିପାଇଁ ସେମାନେ ସିଧାସଳଖ ଯୋଗାଯୋଗ କରନ୍ତି ନାହିଁ। ବରଂ ବିଭିନ୍ନ ମାଧ୍ୟମ ଖୋଜିଥାଆନ୍ତି। ଆଉ ସବୁ ଅପେକ୍ଷା ଡାକବାକ୍ସ ହେଉଛି ସହଜ ଓ ସରଳ ମାଧ୍ୟମ। ଚେନ୍ନାଇର ପକେଟମାରମାନେ ଏହି ସହଜ ମାଧ୍ୟମକୁ...

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...