ସମ୍ପାଦକୀୟ |

ମହିଳାଙ୍କ ପାଇଁ ବତିଘର

ମହିଳାଙ୍କ ପାଇଁ ବତିଘର
ବ୍ୟକ୍ତିତ୍ୱ/ଜିତେନ୍ଦ୍ର ଭାରତୀୟ ମହିଳା ପ୍ରତି କ୍ଷେତ୍ରରେ ନିଜର ସ୍ବାତନ୍ତ୍ର୍ୟ ବଜାୟ ରଖିବା ଲାଗି ସତତ ପ୍ରୟାସରତ। ନାରୀ ସଶକ୍ତୀକରଣ ଦିଗରେ ଏହା ଏକ ଶୁଭ ସଙ୍କେତ ଦେଉଛି। ୨୩ ନଭେମ୍ବର ୨୦୧୭ରେ ଶୁଭାଙ୍ଗି ସ୍ବରୂପ ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇବା ସୁନିଶ୍ଚିତ ହୋଇଛି। ସ୍ବାଧୀନତାର ୭୦ ବର୍ଷ ପରେ ଜଣେ ମହିଳା ଏଭଳି ସଫଳତା ପାଇବା ଭାରତୀୟ ଲଳନାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବା ସ୍ବାଭାବିକ। ଉତ୍ତରପ୍ରଦେଶର ବରେଲିଠାରେ ଶୁଭାଙ୍ଗିଙ୍କ ଜନ୍ମ। ପିତା ଜ୍ଞାନ ସ୍ବରୂପ କାର୍ଯ୍ୟରତ ନୌସେନା ଅଧିକାରୀ। ମାତା କଳ୍ପନା ସ୍ବରୂପ ବିଶାଖାପାଟଣାସ୍ଥିତ ନେଭି ଚିଲ୍‌ଡ୍ରେନ୍‌ ସ୍କୁଲର ଶିକ୍ଷୟିତ୍ରୀ। ପିଲାଟି ବେଳୁ ପିତାଙ୍କ କାର୍ଯ୍ୟ ଓ ପ୍ରତିରକ୍ଷା ପ୍ରତି ଥିବା ତାଙ୍କ ଅଙ୍ଗିକାରବଦ୍ଧତାକୁ ଦେଖି ଆସିଥିବା ଶୁଭାଙ୍ଗି ସାହସୀ ହେବାକୁ ଶିଖିଆସିଛନ୍ତି। ସେଥିପାଇଁ ପାରମ୍ପରିକ ବୃତ୍ତିରେ ଯୋଗ ଦେଇ ଜୀବନକୁ ଆଗକୁ ନେବାକୁ ସେ ଚାହିଁ ନାହାନ୍ତି। ଦୁଃସାହସିକ ଯାତ୍ରା କରିବା ହୋଇଯାଇଛି ତାଙ୍କ ମୁଖ୍ୟ ଲକ୍ଷ୍ୟ। ବାୟୋଟେକ୍ନୋଲୋଜି ଇଞ୍ଜିନିୟରିଂରେ ଊତ୍ତୀର୍ଣ୍ଣ ହେବା ପରେ ସେ କେରଳ କନ୍ନୁରର ଏଜିମାଲାସ୍ଥିତ ଇଣ୍ଡିଆନ୍‌ ନେଭି ଏକାଡେମୀରେ ଯୋଗଦେଇଥିଲେ। ମହିଳା ଅଫିସରଙ୍କ ପ୍ରଥମ ବ୍ୟାଚ୍‌ ଏଠାରୁ ସ୍ନାତକ ଡିଗ୍ରୀ ପାଇଥିବାରୁ ଶୁଭାଙ୍ଗି ଏଭଳି ସଫଳତାର ଏକ ଅଂଶ ପାଲଟିଯାଇଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇ ପିତାଙ୍କ ବୃତ୍ତିରେ ନିଜକୁ ସାମିଲ କରିବା ସହ ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପାଠପଢ଼ାରେ ପିଲାଟି ବେଳୁ ପ୍ରତିଭା ପ୍ରଦର୍ଶନ କରିଆସିଥିବା ଶୁଭାଙ୍ଗି ନିଜକୁ ଖେଳକୁଦରେ ମଧ୍ୟ ଆଗକୁ ନେଇପାରିଛନ୍ତି। ଟାଏକୋଣ୍ଡୋରେ ସ୍ବର୍ଣ୍ଣପଦକ ହାସଲ କରିବା ସହ ଜଣେ ବୁଡ଼ାଳି ଭାବେ ସେ ଦୁଃସାହସିକ ଯାତ୍ରା କରିଛନ୍ତି। ନିଜ ଚାରିକଡ଼େ ଥିବା ପିଲାଙ୍କଠାରୁ କିଛି ଭିନ୍ନ କରି ଦେଖାଇବା ପାଇଁ ତାଙ୍କ ନିରନ୍ତର ପ୍ରୟାସ ଆଜି ତାଙ୍କୁ ସଫଳତା ପରେ ସଫଳତା ଦେଇଚାଲିଛି। ଉପରକୁ ଉଠିବା ବେଳେ ସେ ଅନେକ ଘାତପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି, ତଥାପି ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇ ନାହାନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ପିତାଙ୍କ ଯୋଗଦାନ ତାଙ୍କୁ ସେହି ଦିଗରେ ଯିବା ପାଇଁ ପ୍ରେରଣା ଦେଇଥିଲା। ହେଲେ ଅସୀମ ଧୈର୍ଯ୍ୟ ଶକ୍ତି ଦ୍ୱାରା ସେ ସଫଳତା ଅର୍ଜନ କରିପାରିଛନ୍ତି ବୋଲି ଭାରତୀୟ ନୌସେନାର ପ୍ରଥମ ମହିଳା ପାଇଲଟ ଭାବେ ମାନ୍ୟତା ପାଇବା ପରେ ଏହା କହିଛନ୍ତି। ସାଧାରଣତଃ ପ୍ରତିରକ୍ଷା କିମ୍ବା ପାଇଲଟ ଭଳି ଏକ ଆହ୍ବାନପୂର୍ଣ୍ଣ କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବାକୁ ମହିଳାମାନେ ଅମଙ୍ଗ ହୋଇଥାନ୍ତି। କିନ୍ତୁ ଶୁଭାଙ୍ଗି ଏ ଦିଗରେ ଅନନ୍ୟ ଦୃଷ୍ଟାନ୍ତ ପାଲଟିପାରିଥିବାରୁ ଅନ୍ୟ ପ୍ରତିଭାସମ୍ପନ୍ନ ଯୁବ ମହିଳା ଏ ଦିଗ ପ୍ରତି ଆକର୍ଷିତ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଯଦିଓ ତାଙ୍କ ବୃତ୍ତିରେ ଅନେକ କଠିନ ଦାୟିତ୍ୱବୋଧ ଯୋଡ଼ି ହୋଇ ରହିଛି, ତଥାପି ପଦବୀ ଅନୁଯାୟୀ ତାହାକୁ କୃତିତ୍ୱର ସହ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଧରି ନେଇଛନ୍ତି। ନିଜର ନୂଆ ଦାୟିତ୍ୱରେ ଯୋଗଦେବା ପୂର୍ବରୁ ତାଙ୍କୁ ହାଇଦ୍ରାବାଦସ୍ଥିତ ଦୁଣ୍ଡିଗାଲ୍‌ ଏୟାରଫୋର୍ସ ଏକାଡେମୀରେ ଏକବର୍ଷ ରୀତିମତ କସରତ କରିବାକୁ ପଡ଼ିବ। ଏହା ପରେ ସେ ସାକାର ହୋଇଥିବା ତାଙ୍କ ସ୍ବପ୍ନ ଦୁନିଆରେ ବାସ୍ତବ ପ୍ରଦର୍ଶନ କରି ଭାରତୀୟ ମହିଳାଙ୍କ ପାଇଁ ଭିନ୍ନ ଏକ ବତିଘର ପାଲଟିବେ ବୋଲି ଭାରତୀୟ ଆଶା ରଖିବା ସ୍ବାଭାବିକ।
All Right Reserved By

ସମ୍ପାଦକୀୟ |

ପ୍ରାଣୀଙ୍କ ଲାଟରାଲିଟି

ପ୍ରାଣୀଙ୍କ ଲାଟରାଲିଟି

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ଏ ପୃଥିବୀର ଅନ୍ୟ ସମସ୍ତ ପ୍ରାଣୀଙ୍କଠାରୁ ମଣିଷ ନିଜକୁ ଅଲଗା ଭାବେ। କିନ୍ତୁ ସମୟକ୍ରମେ ବୈଜ୍ଞାନିକମାନେ ପ୍ରମାଣ କଲେଣି ଯେ, ଯେଉଁସବୁ ବିଶେଷ ଗୁଣ ଓ ବୁଦ୍ଧିମତ୍ତାକୁ ନେଇ ମଣିଷ ନିଜକୁ ଶ୍ରେଷ୍ଠ ଭାବୁଛି, ସେସବୁ ଗୁଣ ପ୍ରାଣୀମାନଙ୍କଠାରେ ମଧ୍ୟ ଅଛି। ଉଦାହରଣସ୍ବରୂପ କୀଟପତଙ୍ଗ, ମାଛ, କୁଆ ଓ ବଣମଣିଷ ମଧ୍ୟ ବିଭିନ୍ନ ଉପକରଣର ଉପଯୋଗ କରନ୍ତି। ଏଥିମଧ୍ୟରୁ ଗୋଟି..

 ଉଚ୍ଚଶିକ୍ଷାରେ ପ୍ରତାରଣା

ଉଚ୍ଚଶିକ୍ଷାରେ ପ୍ରତାରଣା

ଡ. ସୁବାସ ଚନ୍ଦ୍ର ପାତ୍ର

ଜାତୀୟ ପରିପ୍ରେକ୍ଷୀରେ ଯାହାହେଉ ଆପାତତଃ ଓଡ଼ିଶାରେ ଉଚ୍ଚଶିକ୍ଷାର ସ୍ଥିତି ଦେଖିଲେ ଜଣାଯାଏ, ଏଠାରେ ଶୈକ୍ଷିକ ବ୍ୟବସ୍ଥାର ପରିବର୍ତ୍ତନ ଚିନ୍ତା କେବଳ ଉଚ୍ଚାକାଂକ୍ଷାକୈନ୍ଦ୍ରିକ। ଉଚ୍ଚଶିକ୍ଷାକୁ କିପରି ଜାତୀୟ ଅବା ଅନ୍ତର୍ଜାତୀୟ ସ୍ତରକୁ ନିଆଯାଇଛି ଏବଂ ସେହି କ୍ରମରେ ପ୍ରାରମ୍ଭିକ ପଦକ୍ଷେପ ହିସାବରେ ପାଠ୍ୟକ୍ରମର କିପରି ବୈପ୍ଳବିକ ପରିବର୍ତ୍ତନ କରାଯାଇଛି, ଜନସାଧାରଣଙ୍କ ମନରେ ବିଶ୍ୱାସ ଜନ୍ମେଇବା ପାଇଁ ସେ କଥାର ବହୁଳ ପ୍ରଚାର କରାଯାଏ। କିନ୍ତୁ ତା’ ପଛରେ ଲୁକ୍କାୟିତ ବିଫଳତାର କରୁଣ କାହାଣୀ ..

ଆଧୁନିକ ଶିକ୍ଷା ଓ ସମାଜ

ଆଧୁନିକ ଶିକ୍ଷା ଓ ସମାଜ

ଲଲାଟ କେଶରୀ ନାୟକ

ସ୍ବାମୀ ବିବେକାନନ୍ଦ ତାଙ୍କର ଶିକାଗୋ ଅଭିଭାଷଣରେ କହିଥିଲେ, କୋଟି କୋଟି ଅଦୃଶ୍ୟ ଶିଶିରବିନ୍ଦୁ ଯେମିତି ରାଶି ରାଶି ଗୋଲାପ କଢ଼ିକୁ ପ୍ରସ୍ଫୁଟିତ କରେ, ଠିକ୍‌ ସେହିଭଳି ଜଣେ ବ୍ୟକ୍ତିର ମାନସିକତା ଏକ ସୁସ୍ଥ ଏବଂ ବିକାଶଶୀଳ ରାଷ୍ଟ୍ର ଗଠନର ମୂଳମନ୍ତ୍ର ହୋଇଥାଏ। ଆଇନଶୃଙ୍ଖଳାରେ ଯେତେ ବି ପରିବର୍ତ୍ତନ ହେଉ ନା କାହିଁକି ବା ଶାସନ ଖସଡା ଯେତେ କଠୋର ହେଉ ନା କାହିଁକି, ଯଦି ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ନ ହୋଇଛି ତେବେ ବିକାଶଶୀଳ ରାଷ୍ଟ୍ର ଗଠନ ଅସମ୍ଭବ। ..

ଏଇ ଭାରତରେ

ଏଇ ଭାରତରେ

ଭାଇ ଭଉଣୀ ମଧ୍ୟରେ ସାଧାରଣତଃ ସ୍ନେହ ମମତା ଅତୁଟ ଥାଏ। ଗୋଟିଏ ମା’ର ସନ୍ତାନ ହୋଇଥିବାରୁ ଦୁହିଁଙ୍କ ମନୋଭାବ ମଧ୍ୟ ପ୍ରାୟତଃ ଏକାପ୍ରକାର ହୋଇଥାଏ। କିନ୍ତୁ ଏକ ଘଟକ୍ରମରେ ଭାଇ ଭଉଣୀ ଗୋଟିଏ ଘରେ ଏକତ୍ର ମୃତ୍ୟୁବରଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ଚକିତ କରିଛି। ଏପରି ଏକ ଘଟଣା ଘଟିଛି ନାଗପୁରର ତାନ୍ତ୍ୟା ଟୋପେ ନଗର ଅଞ୍ଚଳରେ। ମୋହନ ଓଟଓ୍ବାନି ଏବଂ ..

ସମ୍ପାଦକୀୟ/ସେହି ପୁରୁଣା ଖେଳ

ସମ୍ପାଦକୀୟ/ସେହି ପୁରୁଣା ଖେଳ

ଗତ ଶତାବ୍ଦୀର ଷାଠିଏ-ସତୁରି ଦଶକରେ ଭାରତୀୟ ରାଜନୀତିରେ ‘ଆୟାରାମ ଗୟାରାମ’ ପରିସ୍ଥିତି ଦେଖାଦେଇଥିଲା। କୌଣସି ନିର୍ବାଚିତ ସରକାରକୁ ଗଡ଼ାଇବା ପାଇଁ ଘୋଡ଼ାବେପାର ପ୍ରମୁଖ ଅସ୍ତ୍ର ଭାବେ ବ୍ୟବହାର କରାଯାଉଥିଲା। ଧୀରେ ଧୀରେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ସେହି ମାନସିକତା ଲୋପ ପାଇଆସୁଥିଲା। ଭାଜପା ଜାତୀୟ ଦଳ ହୋଇ ମଧ୍ୟ ଏହାକୁ ଏବେ ପୁନର୍ଜନ୍ମ ଦେବା ଭଳି ମନେହେଉଛି। ଏହାର ସଦ୍ୟ ଦୃଷ୍ଟାନ୍ତ କର୍ନାଟକରେ ଦେଖିବାକୁ ମିଳିଛି। ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ ୭ ମାସ ପୁରୁଣା ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)-କଂଗ୍ରେସ ମେଣ୍ଟ ସରକାର ପ୍ରତି ବିପଦ ସୃଷ୍ଟି ହୋଇଛି। ୧୫ ଜାନୁୟାରୀ ୨୦୧୯ରେ ୨ ଜଣ ସ୍ବାଧୀନ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ଭାଜପା ଆଡ଼କୁ ଢଳିଛନ୍ତି। ୨୨୪ ସଂଖ୍ୟା ବିଶିଷ୍ଟ କର୍ନାଟକ ..

 ବାର୍ଦ୍ଧକ୍ୟର ବିଭାବନା

ବାର୍ଦ୍ଧକ୍ୟର ବିଭାବନା

ଅରୁଣ କୁମାର ପଣ୍ଡା

ପରିବର୍ତ୍ତନ ହିଁ ସଂସାରର ଅପରିବର୍ତ୍ତନୀୟ ନିୟମ। ପ୍ରତ୍ୟେକ ଜୀବ ଏବଂ ବସ୍ତୁ ଧୀରେ ଧୀରେ ପୁରୁଣା ହୁଅନ୍ତି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ଦେହରେ ଏହାର ଭିନ୍ନ ଭିନ୍ନ ଚିହ୍ନ ଦେଖାଯାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେପରି ଆୟୁ ବୃଦ୍ଧି ହୁଏ ସେହି ଅନୁସାରେ ବାଲ୍ୟାବସ୍ଥା, ଯୁବାବସ୍ଥା, ବୃଦ୍ଧାବସ୍ଥା ଇତ୍ୟାଦିର ଲକ୍ଷଣ ପ୍ରକଟ ହୁଏ। ବୃଦ୍ଧାବସ୍ଥାରେ ଏପରି ଏକ ଦିନ ଆସେ ଯେତେବେଳେ ଶରୀର ଦୁର୍ବଳ, ଅଙ୍ଗ ଶିଥିଳ ଏବଂ ମନ ଉତ୍ସାହହୀନ ହୋଇଯାଏ ତଥା ମନୁଷ୍ୟ ଥୁଣ୍ଟା ବରଗଛ ପରି ପଡ଼ି ରହେ। ନିଜ ସମୟର ଖୁ..

ଭାରତୀୟ ଜନଜୀବନ ଓ ବିଳମ୍ବ

ଭାରତୀୟ ଜନଜୀବନ ଓ ବିଳମ୍ବ

ରୁଦ୍ର ପ୍ରସନ୍ନ ରଥ

ପିଲାଦିନେ ଗୁରୁଜନମାନେ ଆମକୁ ଉପଦେଶ ଦେଲାବେଳେ ସବୁବେଳେ କର୍ମଠ ଆଉ ସମୟାନୁବର୍ତ୍ତୀ ହେବାକୁ କହିଥାନ୍ତି। ବଡ଼ ହେଲା ପରେ ଅଫିସ୍‌ରେ ମଧ୍ୟ ଆମକୁ ଆମ ଅଫିସର ଠିକ୍‌ ସମୟରେ ଆସିବା ପାଇଁ ତାଗିଦ କରିଥାନ୍ତି। ମାତ୍ର ଏହି ସାମାନ୍ୟ ସମୟାନୁବର୍ତ୍ତିତା ଗୁଣର ଅଭାବ ଯୋଗୁ ଆମେ ଅନେକ ସମୟରେ ହଇରାଣରେ ପଡିଥାଉ। କେତେବେଳେ ଆମେ ଶ୍ରେଣୀ..

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଅନେକ ବିସ୍ମୟ ସୃଷ୍ଟିକାରୀ ବ୍ୟକ୍ତି ଅଛନ୍ତି। ସେମାନେ କିଛି ଅସାଧାରଣ କାର୍ଯ୍ୟ କରି ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଉଦାହରଣ ପାଲଟିଯାଆନ୍ତି। ଏପରି ଜଣେ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ମଧ୍ୟପ୍ରଦେଶର ମୈନା ଗଁାର କୈଳାସ। ସଭିଏଁ ତାଙ୍କୁ ବିଷପୁରୁଷ ବୋଲି ସମ୍ବୋଧନ କରିଥାଆନ୍ତି। କୈଳାସ ପ୍ରତିଦିନ ୧୦ଟି ଝିଟିପିଟି ଖାଆନ୍ତି। ଅନ୍ୟମାନଙ୍କ ପାଇଁ ଏହା ଏକ ଘୃଣାର ବିଷୟ ହୋଇପାରେ। କିନ୍ତୁ ସେ ଏଗୁଡିକୁ ଆନନ୍ଦରେ ଭକ୍ଷଣ କରିଥାଆନ୍ତି। ଏହା ତାଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଘରେ ବାହାରେ ଯେଉଁଠି ହେଲେ ମଧ୍ୟ ଝିଟିପିଟି ଦେଖିଲେ ସେ ଏହାକୁ ଧରି ଅତି ଆନନ୍ଦରେ ଖାଇଥାଆନ୍ତି। ଗତ ୨୦ବର୍ଷ ଧରି ସେ ଏହି ଅଭ୍ୟାସ ଜାରି ରଖିଆସିଛନ୍ତି। ସେ ଇତିମଧ୍ୟରେ ୬୦ରୁ ଅଧିକ ପ୍ରଜାତିର ବିଷାକ୍ତ ପ୍ରାଣୀଙ୍କୁ ଖାଇ ସାରିଲେଣି। ଯେଉଁଦିନ ସେ କୌଣସି ବିଷାକ୍ତ ଜୀବ ନ ଖାଆନ୍ତି ତାଙ୍କ ମନରେ ଏକ ଅଦ୍ଭୁତ ଅନୁଭବ ସୃଷ୍ଟି ହୋଇଥାଏ ବୋଲି କୈଳାସ କହିଥାଆନ୍ତି। ଗଁାରେ କାହାକୁ ସାପ କାମୁଡ଼ିଲେ ଏଥିପାଇଁ ଚିନ୍ତା ନ ଥାଏ। କୈଳାସକୁ ତୁରନ୍ତ ଡକାଯାଏ। କାମୁଡା ଅଂଶରେ ସେ ପାଟି ଲଗାଇ ବିଷ ଶୋଷି ବାହାର କରିଥାଆନ୍ତି। ଏଥିପାଇଁ ଗଁା ଲୋକେ କୈଳାସଙ୍କ ଏପରି ଅଭ୍ୟାସକୁ ନିନ୍ଦା ନ କରି ବରଂ ପସନ୍ଦ କରିଥାଆନ୍ତି। ବାସ୍ତବରେ କୈଳାସ ବିରଳ ବ୍ୟକ୍ତିମାନଙ୍କ ମଧ୍ୟରୁ ଅନ୍ୟତମ।


ସିକ୍ରି ବିକ୍ରି

ସିକ୍ରି ବିକ୍ରି

ସମ୍ପାଦକୀୟ/ତଥାଗତ ସତପଥୀ

ଗତବର୍ଷ ଜାନୁୟାରୀ ୧୨ରେ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠ ବିଚାରପତି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ସେହି ଅଭିଯୋଗକାରୀଙ୍କ ମଧ୍ୟରେ ଆଜିର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଥିଲେ ଅନ୍ୟତମ। ଦେଶର ସର୍ବୋଚ୍ଚ ନ୍ୟାୟ ବ୍ୟବସ୍ଥାରେ ଖୋଲାଖୋଲି ବିଦ୍ରୋହକୁ ନେଇ ସେତେବେଳେ ଦେଶବ୍ୟାପୀ ଚହଳ ପଡ଼ିଯାଇଥିଲା। ଏହାର ଠିକ୍‌ ବର୍ଷେ ପରେ ଅର୍ଥାତ୍‌ ୧୩ ଜାନୁୟାରୀ ୨୦୧୯ରେ ନ୍ୟାୟପାଳିକାର ଚରିତ୍ର ଉପରେ ପୁଣି ପ୍ରଶ୍ନ ଉଠିଛି। ସୁପ୍ରିମକୋର୍ଟ ବିଚାରପତି ଅର୍ଜନ କୁମାର ସିକ୍ରିଙ୍କୁ କମନ୍‌ଓ୍ବେଲ୍‌ଥ ସେକ୍ରେଟାରିଏଟ୍‌ ଆର୍ବିଟ୍ରାରି ଟ୍ରିବ୍ୟୁନାଲ (ସିଏସ୍‌ଏଟି)କୁ ..

ଆମ ଭିଆଇପି ସଂସ୍କୃତି

ଆମ ଭିଆଇପି ସଂସ୍କୃତି

ବୈକୁଣ୍ଠ ନାଥ ମିଶ୍ର

ଭାରତ ସ୍ବାଧୀନ ହେବା ସହ ଏ ଦେଶରୁ ରାଜତନ୍ତ୍ରର ବିଲୋପ ଘଟି ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଛି। ୧୯୫୦ ଜାନୁୟାରୀ ୨୬ ତାରିଖଠାରୁ ଏଯାବତ୍‌ ସାତ ଦଶନ୍ଧି ଧରି ଭାରତୀୟ ଜନତା ଗଣତନ୍ତ୍ରକୁ ପ୍ରତ୍ୟକ୍ଷ କରି ଆସୁଛନ୍ତି। କିନ୍ତୁ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ଭାରତୀୟ ଜନଗଣଙ୍କୁ ବିସ୍ମିତ କରିଛି ଯେ ଏ କ’ଣ ସେହି ଶାସନ ବ୍ୟବସ୍ଥା, ଯାହାର ପ୍ରାପ୍ତି ପାଇଁ ଏତେ ସଂଗ୍ରାମ ଓ ରକ୍ତଦାନ କରିବାକୁ ପଡିଥିଲା? କାରାଗାରର ଅନ୍ଧକାରାଚ୍ଛନ୍ନ କୋଠରିରେ ଜିଅନ୍ତା ଶବର ଅନୁଭୂତି ନେଇ ବିଦେଶୀ ..

ଭାଷା ବଞ୍ଚିବ ବ୍ୟବହାରରେ

ଭାଷା ବଞ୍ଚିବ ବ୍ୟବହାରରେ

ଅରୁଣ ଦାସ

କଥାରେ ଅଛି- ସମସ୍ତେ କାନ୍ଦୁଛନ୍ତି, ହେଲେ କାହା ଆଖିରେ ଲୁହ ନାହିଁ। ସେହିପରି କିଛି ଶିକ୍ଷିତ ଓଡ଼ିଆ ମାତୃଭାଷା ସୁରକ୍ଷା, ଭାଷା ବଞ୍ଚାଅ ପରି ଅଭିଯାନ ଚଳାଇଛନ୍ତି। ସଭାସମିତିରେ ଆବେଗପୂର୍ଣ୍ଣ ଭାଷଣ ଦେଇ ଗଳା ଫଟାଉଛନ୍ତି। ହେଲେ ଅସଲରେ ‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ଘରକୁ’ ଭଳି ଆମ ନିଜ ଘରେ ହିଁ ସବୁଯାକ ଅଶୁଦ୍ଧି। ଅଧିକାଂଶ ଘରେ ପିଲା ବାପା, ବୋଉ ବଦଳରେ ଡାଡି, ମମି ବା ଡାଡ୍‌, ମମ୍‌ ଶବ୍ଦ ଉଚ୍ଚାରଣ କରୁଛନ୍ତି। ମଉସା, ମାଉସୀ, ମାମୁ, ମାଈଁ, କକା, ଖୁଡ଼ୀ ଆଦି ଶବ୍ଦର ସ୍ଥାନ ..

ଏଇ ଭାରତରେ

ଏଇ ଭାରତରେ

ଚିତାବାଘ ଏକ ମାଂସାଶୀ ଓ ଶିକାରୀ ପ୍ରାଣୀ। ଏହା କୁକୁର ଭଳି ନିରୀହ ପ୍ରାଣୀଙ୍କୁ ମାରି ଖାଏ। କିନ୍ତୁ ଉଭୟ ପ୍ରାଣୀ ମଧ୍ୟରେ ଖାଦ୍ୟ-ଖାଦକ ସମ୍ପର୍କ ଥିଲେ ବି ବିପଦରେ ପଡିଲେ ଖାଦକ ପ୍ରାଣୀ ଆଉ ଶିକାର ନ କରି ଦୟାବାନ୍‌ ପାଲଟିଯାଏ। ଏପରି ଏକ ଉଦାହରଣ ..