Dharitri News
ଫୁରସତ |

ଅପ୍‌ଡେଟ୍‌ ...

ଅପ୍‌ଡେଟ୍‌ ... ହ୍ବାଟ୍ସଆପ୍‌ ଚାଟିଂ, କଲ୍‌ କିମ୍ବା ଭିଡିଓ କଲ୍‌ ଦ୍ୱାରା ପରସ୍ପର ସହ ଯୋଗାଯୋଗରେ ରହିବାରେ ବେଶ୍‌ ସହଯୋଗ କରୁଛି। ହେଲେ କେବେ କେବେ ଏଥିରେ କାହାପାଖକୁ ଭୁଲବଶତଃ ଚାଲିଯାଉଥିବା ମେସେଜ୍‌ ମୁଣ୍ଡ ବ୍ୟଥାର କାରଣ ସାଜୁଛି। ଯାହାର ସମାଧାନର ବାଟ ଖୋଲି ସମସ୍ତଙ୍କ ପାଇଁ ହ୍ବାଟ୍ସଆପ୍‌ ବ୍ୟବହାର ଆହୁରି ସୁବିଧାଜନକ କରିଛି ଏହାର ଲାଟେଷ୍ଟ ଅପ୍‌ଡେଟ୍‌ ଫିଚର ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ... ବିଭିନ୍ନ ସୋସିଆଲ୍‌ ସାଇଟ୍‌ଗୁଡିକ ମଧ୍ୟରୁ ସମଗ୍ର ବିଶ୍ୱରେ ହ୍ବାଟ୍ସଆପ୍‌ର ଚାହିଦା ସବୁଠୁ ଅଧିକ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅର୍ଥାତ୍‌ ବର୍ତ୍ତମାନ ସାରା ବିଶ୍ୱରେ ୧.୨ ବିଲିୟନ୍‌ ହ୍ବାଟ୍ସଆପ୍‌ ଉପଭୋକ୍ତା ଥିବା ବେଳେ କେବଳ ଆମ ଦେଶରେ ଏହାର ସଂଖ୍ୟା ୨୦୦ ମିଲିୟନ୍‌ । ଉପଭୋକ୍ତାଙ୍କର ଅନ୍ୟ ସୋସିଆଲ୍‌ ସାଇଟ୍‌ଗୁଡିକ ତୁଳନାରେ ଏଥିପ୍ରତି ବଢୁଥିବା ଚାହିଦା ପଛରେ ରହିଛି ଦିନକୁ ଦିନ ଅପ୍‌ଡେଟ୍‌ ହେଉଥିବା ଲାଟେଷ୍ଟ ଫିଚର୍ସ, ଯାହାକି ସମସ୍ତଙ୍କ ଲାଗି ସହଜ ଏବଂ ସରଳ ହୋଇପାରୁଛି। ୨୦୦୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସାଇଟ୍‌ ବର୍ତ୍ତମାନ ସୁଦ୍ଧା ଏହାର ଅନେକ ଫିଚର୍ସ ଅପ୍‌ଡେଟ୍‌ କରିସାରିଛି। ତେବେ ଚଳିତ ବର୍ଷ ଅପ୍‌ଡେଟ୍‌ ହୋଇଥିବା ମିଡିଆ ଶେୟାରିଂ ଲିମିଟ୍‌ ୧୦ରୁ ୩୦ ହେବା ସମସ୍ତଙ୍କ ଲାଗି ବେଶ୍‌ ସୁବିଧାଜନକ ହୋଇପାରିଥିଲା। ସେହିପରି ଅପ୍‌ଡେଟ୍‌ ଷ୍ଟାଟସ୍‌ ଫିଚର୍ସ ଯେଉଁଥିରେ କି କେବଳ ଲେଖା ପରିବର୍ତ୍ତେ ଛୋଟ ଛୋଟ ଭିଡିଓ କ୍ଲିପ୍‌ କିମ୍ବା ଏକାଧିକ ଫଟୋ ୨୪ ଘଣ୍ଟା ପାଇଁ ରଖାଯାଇପାରୁଛି ଯାହାକି ସମସ୍ତଙ୍କ ଦ୍ୱାରା ବହୁମାତ୍ରାରେ ଆଦୃତ ହୋଇପାରିଛି। ତେବେ ଏତେସବୁ ଭଲ ଫିଚର୍ସ ଥାଇ ସୁଦ୍ଧା ଏଥିରେ ଭୁଲବଶତଃ ଶେୟାର ହୋଇଯାଉଥିବା ମେସେଜ୍‌, ଫଟୋ କିମ୍ବା ଭିଡିଓ କେବେ କେବେ ବ୍ୟବହୃତାଙ୍କ ଲାଗି ଅନ୍ୟମାନଙ୍କ ସହ ସମ୍ପର୍କ ଖରାପ କରିବା, ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା ଆଦିର କାରଣ ସାଜିଥାଏ। ବିଶେଷ କରି ଯୁବପିଢି ସାଙ୍ଗସାଥୀଙ୍କ ପାଖକୁ ପଠାଉଥିବା ମେସେଜ୍‌ ଭୁଲରେ ଅଫିସିଆଲ୍‌ କିମ୍ବା ଫ୍ୟାମିଲି ଗ୍ରୁପ୍‌ରେ ଶେୟାର ହୋଇଯାଏ, ଆଉ ଯାହା ଥରେ ଚାଲିଯିବା ପରେ ଡିଲିଟ୍‌ ନ ହୋଇ ପାରିବା କାରଣରୁ ଅଯଥାରେ ସେଣ୍ଡରଙ୍କ ପ୍ରତି ସମସ୍ତଙ୍କ ଖରାପ ଇମ୍ପ୍ରେଶନ୍‌ ସୃଷ୍ଟି କରିଥାଏ। ତେବେ ବର୍ତ୍ତମାନ ଆଣ୍ଡ୍ରଏଡ୍‌, ଆଇଫୋନ୍‌ ଏବଂ ଓ୍ବିଣ୍ଡୋଜ୍‌ ଫୋନ୍‌ରେ ହ୍ବାଟ୍ସଆପ୍‌ର ଲାଟେଷ୍ଟ ଫିଚର୍‌ ‘ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌’ ସମସ୍ତଙ୍କ ଲାଗି ଏହି ସମସ୍ୟାର ସମାଧାନର ଉପାୟ ଆଣିଦେଇଛି। ଏହାକୁ ବ୍ୟବହାର କରିବା ଲାଗି ପ୍ରଥମେ ହ୍ବାଟ୍ସଆପ୍‌ର ଲାଟେଷ୍ଟ ଭର୍ସନ ଡାଉନ୍‌ଲୋଡ୍‌ କରିବାକୁ ହେବ। ଭୁଲ୍‌ରେ ଚାଲିଯାଇଥିବା ମେସେଜ୍‌, ଫଟୋ, ଭିଡିଓ କିମ୍ବା ଫାଇଲ୍‌କୁ ଡିଲିଟ୍‌ କରିବାକୁ ହେଲେ ପଠାଇବାର ମାତ୍ର ୭ ମିନିଟ୍‌ ସମୟ ରହିଛି। ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଡିଲିଟ୍‌ କରିବାକୁ ଥିବା ମେସେଜ୍‌ ଉପରେ କ୍ଲିକ୍‌ କରି ଏହାକୁ ସିଲେକ୍ଟ କରିବା ପରେ ଡାଏଲଗ୍‌ ବକ୍ସରେ ଦିଆଯାଇଥିବା ଡିଲିଟ୍‌ ଫର୍‌ ଓ୍ବାନ୍‌ କିମ୍ବା ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ କ୍ଲିକ୍‌ କରିବାକୁ ହୋଇଥାଏ। ଏହାପରେ ସେଣ୍ଡରଙ୍କୁ ‘ୟୁ ଡିଲିଟେଡ୍‌ ଦିସ୍‌ ମେସେଜ୍‌’ ଏବଂ ରିସିପିଏଣ୍ଟଙ୍କୁ ‘ଦିସ୍‌ ମେସେଜ୍‌ ଓ୍ବାଜ୍‌ ଡିଲିଟେଡ୍‌’ ନୋଟିଫିକେଶନ୍‌ ଆସିଥାଏ। ହେଲେ ମନେରଖନ୍ତୁ, ମାତ୍ର ୭ମିନିଟ୍‌ ମଧ୍ୟରେ ମେସେଜ୍‌ ଡିଲିଟ୍‌ ନ କଲେ ପରେ ଆଉ କରି ହେବ ନାହିଁ। ଥରେ ସେଣ୍ଡ ହୋଇସାରିଥିବା ମେସେଜ୍‌କୁ ଆପଣ ଡିଲିଟ୍‌ କରିବା ରିସିପିଏଣ୍ଟ ଦେଖିପାରିବେ କିନ୍ତୁ ଡିଲିଟ୍‌ କଲା ପରେ ଆଉ ଦେଖିପାରିବେ ନାହିଁ। ସେହି ପରି ଏଥିରେ ରିକଲ୍‌ ସୁବିଧା ମଧ୍ୟ ରହିଛି। କୁ’ଣ କୁହନ୍ତି ଏମାନେ... ଗ୍ରୁପ୍‌ରୁ ମେସେଜ ଡିଲିଟ୍‌ କରିବା ହୋଇଛି ସହଜ: ହ୍ବାଟ୍ସଆପ୍ସ ମୋର ଫେବରାଇଟ୍‌ ସୋସିଆଲ୍‌ ସାଇଟ୍‌। ଏହା ଅନ୍ୟସାଇଟ୍‌ ଭଳି ଅଯଥା ସମୟ ନେଇ ନ ଥାଏ। ଏଥିରେ ମେସେଜ୍‌, ଫଟୋ, ଭିଡିଓ ତତ୍‌କ୍ଷଣାତ୍‌ ପଠାଇବା ସହଜ ହୋଇଥାଏ। ହେଲେ ବେଳେ ବେଳେ ଏକାଧିକ ଗ୍ରୁପ୍‌ ସିଲେକ୍ଟ କରି ଏକାସଙ୍ଗେ କୌଣସି ମେସେଜ୍‌ ପଠାଇବା ବେଳେ ଅନ୍ୟମନସ୍କ ବଶତଃ ଯେଉଁ ଗ୍ରୁପ୍‌ରେ ନ ପଠାଇବା କଥା ସେଠାକୁ ମଧ୍ୟ ସେଣ୍ଡ ହୋଇଯାଏ। ଯେମିତିକି ସାଙ୍ଗମାନଙ୍କ ପାଖକୁ ପଠାଉଥିବା କମେଡି କିମ୍ବା ମୌଜମସ୍ତିର କୌଣସି ମେସେଜ୍‌ ଭୁଲ୍‌ରେ ଶିକ୍ଷକମାନେ କିମ୍ବା ପରିବାରର ବଡମାନେ ଥିବା ଗ୍ରୁପ୍‌କୁ ଚାଲିଯାଇଥାଏ। ଏଥିପାଇଁ ଅନ୍ୟମାନଙ୍କ ମନରେ ନିଜ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହେଉଥିବ ଭାବି ଉପାୟଶୂନ୍ୟ ହୋଇ ବ୍ୟସ୍ତ ବିବ୍ରତ ହେବା ଛଡା ଆଉ କୌଣସି ଉପାୟ ନ ଥାଏ। ହେଲେ ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ଫିଚର୍‌ ଏହି ସମସ୍ୟାକୁ ଦୂର କରିବାରେ ବେଶ୍‌ ସହାୟ ହୋଇପାରୁଛି। ହେଲେ ଏହାର ସମୟସୀମା ମାତ୍ର ୭ମିନିଟ୍‌ ନ ହୋଇ ଅଧିକ ହୋଇଥିଲେ ଭଲ ହୋଇଥାନ୍ତା। - ସଙ୍କଳ୍ପ ସାହୁ, କର୍ମଜୀବୀ, ବମ୍ବେ ଭୁଲ୍‌ରେ ଚାଲିଯାଉଥିବା ମେସେଜର ଟେନ୍‌ଶନ୍‌ ନାହିଁ: କୌଣସି ନୂଆ ମେସେଜ୍‌ ପାଇବା ମାତ୍ରେ ଏହାକୁ ଅନ୍ୟମାନଙ୍କ ପାଖକୁ ଫରଓ୍ବାର୍ଡ କରିବାରେ ଯୁବପିଢିଙ୍କୁ ଆଦୌ ସମୟ ଲାଗେନି। ନିଜେ ମଧ୍ୟ ପ୍ରତ୍ୟେକ କୌତୂହଳପୂର୍ଣ୍ଣ ଭିଡିଓ, ଫଟୋ ଆଦି ପାଇବାମାତ୍ରେ ଅନ୍ୟମାନଙ୍କୁ ଶେୟାର କରେ। ତେବେ ଏହି ଅଭ୍ୟାସ ଯୋଗୁ କେବେ କେବେ କୌଣସି ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ଫଟୋ କିମ୍ବା ଭିଡିଓ ଆଦି ଭୁଲ୍‌ ବଶତଃ ଅନ୍ୟଗ୍ରୁପ୍‌ରେ ଶେୟାର୍‌ ହୋଇଯାଏ। ଯାହାର ଅର୍ଥ ଅନ୍ୟମାନଙ୍କ ପାଇଁ କିଛି ନ ଥାଏ ଏବଂ ଏଥିପାଇଁ ବାରମ୍ବାର ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେବାକୁ ମଧ୍ୟ ପଡିଥାଏ। ଏବେ ଆଉ ଏହି ଅସୁବିଧା ହେବାର ଟେନ୍‌ଶନ୍‌ ନାହିଁ। କାରଣ ମୁଁ ହ୍ବାଟ୍ସଆପ୍‌ ଅପ୍‌ଡେଟ୍‌ କରୁଛି ଯେଉଁଥିରେ ଡିଲିଟ୍‌ ଫର୍‌ ଏଭ୍ରିଓ୍ବାନ୍‌ ଫିଚର୍‌ ରହିଛି। ହେଲେ ଏହାର ଗୋଟିଏ ଅସୁବିଧା ହେଉଛି ଡିଲିଟ୍‌ କରିବା ପୂର୍ବରୁ ଏହାକୁ ଅନ୍ୟମାନେ ଦେଖିପାରିବେ। ତେଣୁ ଯେପରି ଡିଲିଟ୍‌ ପାଇଁ ୭ମିନିଟ୍‌ ଦିଆଯାଉଛି ସେହିପରି ଅନ୍ୟମାନେ ଦେଖିବା ଲାଗି କିଛି ସମୟ ରହିଲେ ଡିଲିଟ୍‌ କରିବା ପୂର୍ବରୁ କେହି ଏହାକୁ ଦେଖିପାରନ୍ତେ ନାହିଁ। - ଅଭୀପ୍ସା ବିଶୋଇ, କର୍ମଜୀବୀ, ହାଇଦ୍ରାବାଦ

ଫୁରସତ |

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ଅସ୍ତିତ୍ୱ  ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଅସ୍ତିତ୍ୱ ହରାଇବାକୁ ଯାଉଥିବା ‘ସାତଭାୟାର କଥା’

ଓଡ଼ିଶାର ଉପକୂଳବର୍ତ୍ତୀ ସାତଭାୟା ଏବେ ଦରିଆ ଆଁ ଭିତରେ ନିଜର ଅସ୍ତିତ୍ୱ ହରାଇବାକୁ ଯାଉଛି । ଅତୀତରେ ଘଟିଥିବା ଏକ ଭୟଙ୍କର ବାତ୍ୟାର ବିଭିଷିକା ସେଠାର ସ୍ଥାୟୀବାସିନ୍ଦାମାନେ ସର୍ବସ୍ବାନ୍ତହୋଇ ଅନେକ ନାହିଁ ନଥିବା ସମସ୍ୟା ଭିତରେ ଦୀର୍ଘ ୪୮ବର୍ଷ ଧରି ଜୀବନ ବିତାଇ ସାରିଲେଣି । ଏମିତିକି ଦୁଇଟି ଗାଁ ସମ୍ପୂର୍ଣ୍ଣ ସମୁଦ୍ର ଗର୍ଭରେ ଲୀନ ହୋଇସାରିଛି । ଦରିଆ ସେମାନଙ୍କ ପିଲାଛୁଆ ସଭିଙ୍କୁ ଭସେଇ ନେଇଛି। ମାତ୍ର ଆଶ୍ରୟପାଇଁ ସେମାନଙ୍କ ଲାଗି ଆଉ ଏକ ସ୍ଥାନ ଖୋଜା ସରିଛି। କିନ୍ତୁ ଭିଟାମାଟି ଛାଡ଼ିବାର ଦୁଃଖ ଅନ୍ୟପଟେ ନୂଆଜାଗାରେ ଥଇଥାନ ଯୋଗୁ ବଦଳିଯିବ ପରିଚୟ । ପୁଣି ଆରମ୍ଭହେବ ନିଆରା ଜୀବନଶୈଳୀ । ସେହି ଗାଁ ସମ୍ପର୍କରେ ....

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।