ଖେଳ |

କୋରିଆକୁ ଟକ୍କର ଦେଲା ଇଷ୍ଟକୋଷ୍ଟ

କୋରିଆକୁ ଟକ୍କର ଦେଲା ଇଷ୍ଟକୋଷ୍ଟ
ଭୁବନେଶ୍ୱର, ୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଦକ୍ଷିଣ କୋରିଆ ଓ ଇଷ୍ଟକୋଷ୍ଟ ରେଲଓ୍ବେ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ହକି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଏହି ମ୍ୟାଚରେ ତାରକା ଖଚିତ କୋରିଆକୁ କଡ଼ା ଟକ୍କର ଦେଇଛି ଇଷ୍ଟକୋଷ୍ଟ। ମ୍ୟାଚକୁ ୩-୩ରେ ଡ୍ର ରଖି ଇଷ୍ଟକୋଷ୍ଟ ରେଲଓ୍ବେ ଦଳ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ମ୍ୟାଚର ୧୬ତମ ମିନିଟରେ ଇଷ୍ଟକୋଷ୍ଟକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ଏହାକୁ ଗୋଲରେ ପରିଣତ କରି ନୀଲମ ଖେସ୍‌ ଦଳକୁ ୧-୦ ଗୋଲରେ ଅଗ୍ରଣୀ କରାଇଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଷ୍ଟକୋଷ୍ଟ ରେଲଓ୍ବେ ଦଳ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଦ୍ୱିତୀୟାର୍ଦ୍ଧ ଆରମ୍ଭରେ ଗୋଲଟି ପରିଶୋଧ କରି ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲା କୋରିଆ। ୩୭ତମ ମିନିଟରେ ଲୀ ସିଉଙ୍ଗହୁନ୍‌ ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ୧-୧ ସ୍ଥିତିକୁ ନେଇଆସିଥିଲେ। ୪୩ତମ ମିନିଟରେ କିମ୍‌ ହ୍ୟୁଙ୍ଗଜିନ ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି କୋରିଆକୁ ୨-୧ରେ ଅଗ୍ରଣୀ କରାଇଥିଲେ। ୪୭ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନରରୁ ଗୋଲ ଦେଇ ଜାଙ୍ଗ ଜଙ୍ଗୟୁନ ଅଗ୍ରଣୀ ବ୍ୟବଧାନକୁ ୩-୧ରେ ପହଞ୍ଚାଇଥିଲେ। ତେବେ ଶେଷଭାଗରେ ଚମତ୍କାର ଖେଳିଥିଲା ଇଷ୍ଟକୋଷ୍ଟ ରେଲଓ୍ବେ। ୫୧ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ସୁମନ କୁଜୁର କୋରିଆର ଅଗ୍ରଣୀ ବ୍ୟବଧାନକୁ ହ୍ରାସ କରିଥିଲେ। ୫୫ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନରରୁ ଗୋଲ ସ୍କୋର କରି ସୁମନ ମ୍ୟାଚକୁ ୩-୩ ସ୍ଥିତିକୁ ନେଇଆସିଥିଲେ। ସିଉଙ୍ଗହୁନ୍‌ ଆହତ: ମ୍ୟାଚ ଶେଷ ହେବା ପାଇଁ ୨ ମିନିଟ ବାକିଥିବାବେଳେ ଦକ୍ଷିଣ କୋରିଆ ଖେଳାଳି ଲୀ ସିଉଙ୍ଗହୁନ ଆହତ ହୋଇଥିଲେ। ତାଙ୍କ କାନ ପାଖ ଗାଲରେ ବଲ୍‌ ବାଜିଥିଲା। ସଙ୍ଗେସଙ୍ଗେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥଥିବା ଜଣାଯାଇଛି। ଅଭିଜ୍ଞତା ମିଳିଲା: ଆନନ୍ଦ କୋରିଆ ପରି ଏକ ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବାରେ ବହୁ ଅଭିଜ୍ଞତା ମିଳିଲା। ଆମେ ଏହି ଦଳକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲୁ। ମ୍ୟାଚ ଜିତିବୁ ବୋଲି ମଧ୍ୟ ଆଶା ସୃଷ୍ଟି ହୋଇଥିଲା। ମ୍ୟାଚ ଡ୍ରରେ ଶେଷ ହୋଇଥିଲେ ହେଁ ଫଳାଫଳରେ ଆମେ ଖୁସି ଅଛୁ। ଦ୍ୱିତୀୟ ମ୍ୟାଚରେ ଆମେ ବିଜୟୀ ହେବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ଇଷ୍ଟକୋଷ୍ଟ ରେଲଓ୍ବେର ଆନନ୍ଦ ତିର୍କୀ।
All Right Reserved By

ଖେଳ |

ହକି ବିଶ୍ୱକପ୍‌:  ଇଂଲଣ୍ଡ, ଫ୍ରାନ୍ସ କ୍ବାର୍ଟର ଫାଇନାଲରେ

ହକି ବିଶ୍ୱକପ୍‌: ଇଂଲଣ୍ଡ, ଫ୍ରାନ୍ସ କ୍ବାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)-
କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପର ସୋମବାର ୨ଟି କ୍ରସ୍‌ ଓଭର ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ୨-୦ ଗୋଲରେ ନ୍ୟୁଜିଲାଣ୍ଡକୁ ହରାଇଥିବାବେଳେ ଦ୍ୱିତୀୟ ମ୍ୟାଚରେ ଫ୍ରାନ୍ସ ୧-୦ରେ ଚାଇନାକୁ ପରାସ୍ତ କରିଛି। ଫଳରେ ଇଂଲଣ୍ଡ ଓ ଫ୍ରାନ୍ସ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ନ୍ୟୁଜିଲାଣ୍ଡ ଓ ଚାଇନାର ଅଭିଯାନ ଏହିଠାରୁ ଶେଷ ହୋଇଛି। ଡିସେମ୍ବର ୧୨ରେ ହେବାକୁଥିବା ପ୍ରଥମ କ୍ବାର୍ଟର ଫାଇନାଲରେ ଇଂଲଣ୍ଡ ପୁଲ୍‌‘ଏ’ର ଶୀର୍ଷ ଦଳ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ସେହିଦିନ ଅନୁଷ୍ଠିତ ଦ୍ୱିତୀୟ କ୍ବାର୍ଟର ଫାଇନାଲରେ ଫ୍ରାନ୍ସ ପୁଲ୍‌‘ବି’ର ଶ୍ରେଷ୍ଠ ଦଳ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ।

ହକି ବିଶ୍ୱକପ୍‌: ଇଂଲଣ୍ଡ କ୍ବାର୍ଟର ଫାଇନାଲରେ

ହକି ବିଶ୍ୱକପ୍‌: ଇଂଲଣ୍ଡ କ୍ବାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ସୋମବାର ଅନୁଷ୍ଠିତ ପ୍ରଥମ କ୍ରସ୍‌ଓଭର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲରେ ହରାଇ ଇଂଲଣ୍ଡ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳ ପକ୍ଷରୁ ୱିଲ୍‌ କାଲନାନ ଓ ଲ୍ୟୁକ୍‌ ଟେଲର ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ପରାଜୟ ସହ ନ୍ୟୁଜିଲାଣ୍ଡର ଅଭିଯାନ ଏଠାରୁ ଶେଷ ହୋଇଛି। ଇଂଲଣ୍ଡ ପ୍ରଥମ କ୍ବାର୍ଟର ଫାଇନାଲରେ ପୁଲ୍‌‘ଏ’ର ଶ୍ରେଷ୍ଠ ଦଳ ତଥା ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାକୁ ଭେଟିବ। ଡିସେମ୍ବର ୧୨ରେ ଏହି ମ୍ୟାଚ୍‌ ଖେଳାଯିବ।

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଷାଦେବୀ ମେମୋରିଆଲ କ୍ରିକେଟ: ସୋନପୁର ଫାଇନାଲରେ

ଉଲୁଣ୍ଡା, ୧୦।୧୨ (ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଳକ କେସିସି କୁକିଆ ପକ୍ଷରୁ ଆୟୋଜିତ ହେଉଥିବା ଦ୍ୱିତୀୟ ଉଷାଦେବୀ ମେମୋରିଆଲ କ୍ରିକେଟ୍‌ ଟୁର୍ନାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଏସଡିସିଏ ସୋନପୁର ଦଳ ଜେସିସି ସିଣ୍ଢୋଳ ଦଳକୁ ୪୦ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସ୍ଥାନୀୟ ପତ୍ରାଗାର୍ଡେନରେ ଖେଳା ଯାଇଥିବା ଏହି ମ୍ୟାଚରେ ସିଣ୍ଢୋଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। 

  ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ଭଲିବଲ ଚାମ୍ପିୟନଶିପ :ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବିଜୟୀ

ବାରିପଦା ଅଫିସ,୧୦।୧୨-ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଲବ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। 

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଏ-୧ ଟିମ୍‌ ଚାମ୍ପିୟନ

ତିହିଡ଼ି, ୧୦।୧୨ (ଡି.ଏନ.ଏ.) - ତିହିଡ଼ି ବ୍ଲକ ବିଜୁ ଯୁବବାହିନୀ ପକ୍ଷରୁ ଚାଲିଥିବା ବ୍ଲକସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଏ-୪ ଟିମ୍‌କୁ ୨ ଉଇକେଟରେ ହରାଇ ଏ-୧ ଚାମ୍ପିୟନ ହୋଇଛି। ଭାଟପଡ଼ା, ମୁକୁନ୍ଦପୁର, ସୟା ଓ ବାହାବଳପୁର ପଞ୍ଚାୟତର ୧୧ ଖେଳାଳିଙ୍କୁ ନେଇ ଗଠିତ ଏ-୪ ଟିମ୍‌ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। 

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ମହିଳା ଦଳର କୋଚ୍‌ ଦୌଡ଼ରେ ଗିବ୍ସ, ପ୍ରସାଦ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ଚାଲିଥିବା ଚୟନ ପ୍ରକ୍ରିୟାରେ ଦକ୍ଷିଣ ଆଫ୍ରିକାର ହର୍ସଲ ଗିବ୍ସ, ଭେଙ୍କଟେଶ ପ୍ରସାଦ ଓ ଟମ୍‌ ମୁଡିଙ୍କ ଭଳି ପୂର୍ବତନ ଖେଳାଳି ସାମିଲ ହୋଇଛନ୍ତି। 

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌ ଟେଷ୍ଟରେ ଖରାପ ଅମ୍ପାୟରିଂ

ଆଡିଲେଡ୍‌,୧୦।୧୨- କ୍ରିକେଟରେ ଏବେ ଅମ୍ପାୟରଙ୍କ ତ୍ରୁଟି ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସମାନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। 

କୋହଲିଙ୍କ ବିରଳ କୃତିତ୍ୱ

କୋହଲିଙ୍କ ବିରଳ କୃତିତ୍ୱ

ନୂଆଦିଲ୍ଲୀ,୧୦।୧୨- ଭାରତୀୟ ଦଳ ସୋମବାର ଅଷ୍ଟ୍ରେଲିଆକୁ ପ୍ରଥମ ଟେଷ୍ଟରେ ହରାଇ ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ ବ୍ୟବଧାନର ଅଗ୍ରଣୀ ହାସଲ କରିଛି। 

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ରାଜନୀତିରେ ଯୋଗଦେବେ ନାହିଁ ଗମ୍ଭୀର

ନୂଆଦିଲ୍ଲୀ,୧୦।୧୨- ନିକଟରେ କ୍ରିକେଟରୁ ଅବସର ନେଇଥିବା ଗୌତମ ଗମ୍ଭୀର ରାଜନୀତିରେ ଯୋଗଦେବା ନେଇ ଚାଲିଥିବା ଚର୍ଚ୍ଚାକୁ ପୂର୍ଣ୍ଣଛେଦ ପକାଇଛନ୍ତି। 

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ସପ୍ତମ ରାଜ୍ୟସ୍ତରୀୟ ଭଲିବଲ ଚାମ୍ପିୟନସିପ୍‌: ସେଞ୍ଚୁରିୟନ ବିଶ୍ୱ ବିଦ୍ୟାଳୟ ଚାମ୍ପିୟନ

ବାରିପଦା ଅଫିସ, ୧୦।୧୨- ସପ୍ତମ ରାଜ୍ୟସ୍ତରୀୟ ପୁରୁଷ ଦିବାରାତ୍ର ଭଲିବଲ କ୍ଳବ ଚମ୍ପିୟନସିପର ଫାଇନାଲ ମ୍ୟାଚ ରବିବାର ବିଳମ୍ବିତ ରାତିରେ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଓ ଖୋର୍ଦ୍ଧା ରେଳବାଇ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ବିଶ୍ୱ ରେକର୍ଡ ସମକକ୍ଷ ପନ୍ତ

ଆଡିଲେଡ୍‌,୧୦।୧୨- ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ସଂଖ୍ୟକ କ୍ୟାଚ୍‌ ଧରିଥିବା ଭାରତୀୟ ଉଇକେଟକିପର ରିଦ୍ଦିମାନ ଶାହଙ୍କ ରେକର୍ଡ ଭାଙ୍ଗିଛନ୍ତି ଯୁବ ଉଇକେଟକିପର ରିଶଭ ପନ୍ତ। 

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌ ଟେଷ୍ଟ ଜିତିଲା ଭାରତ

ଆଡିଲେଡ୍‌,୧୦।୧୨-  ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଖେଳାଯାଇଥିବା ଘରୋଇ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌କୁ ଭାରତୀୟ ଦଳ ୩୧ ରନ୍‌ରେ ଜିତି ନେଇଛି।