ଖେଳ |

କୋହଲିଙ୍କ ଦ୍ୱିଶତକ, ରୋହିତଙ୍କ ଶତକ

କୋହଲିଙ୍କ ଦ୍ୱିଶତକ, ରୋହିତଙ୍କ ଶତକ
ନାଗପୁର, ୨୬।୧୧(ପି.ଟି.)- ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବୃହତ୍‌ ସ୍କୋର କରିଛି। ଟିମ୍‌ ଇଣ୍ଡିଆ ଏହାର ପ୍ରଥମ ଇନିଂସକୁ ୬୧୦/୬ରେ ଘୋଷଣା କରିଥିବାବେଳେ ରବିବାର ତୃତୀୟ ଦିବସ ଶେଷସୁଦ୍ଧା ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୨୧ ରନ ମଧ୍ୟରେ ଗୋଟିଏ ଉଇକେଟ ହରାଇଛି। ଭ୍ରମଣକାରୀ ଦଳ ହାତରେ ୯ ଉଇକେଟ ରହିଥିବାବେଳେ ଇନିଂସ ପରାଜୟ ଏଡ଼ାଇବାକୁ ଆହୁରି ୩୮୪ ରନ ଆବଶ୍ୟକ କରୁଛି। ଖେଳ ଆଉ ୨ ଦିନ ବାକିଥିବାରୁ ଭାରତର ବୃହତ ବିଜୟ ସମ୍ଭାବନା ବଢ଼ି ଯାଇଛି। ଦ୍ୱିତୀୟ ଦିନର ଅସମାପ୍ତ ସ୍କୋର ୩୧୨/୨ରୁ ଖେଳ ଆରମ୍ଭ କରିଥିବା ଭାରତ ତୃତୀୟ ଦିବସରେ ମଧ୍ୟ ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ସ୍କୋର ୩୯୯ରେ ପହଞ୍ଚତ୍ବାପରେ ଚେତେଶ୍ୱର ପୂଜାରା ବ୍ୟକ୍ତିଗତ ୧୪୩ ରନ କରି ଆଉଟ ହୋଇଥିଲେ। କୋହଲି ଓ ପୂଜାରାଙ୍କ ମଧ୍ୟରେ ତୃତୀୟ ଉଇକେଟ ଯୋଡ଼ିରେ ୧୮୩ ରନର ଭାଗୀଦାରି ହୋଇଥିଲା। ୩୬୨ଟି ବଲ୍‌ର ସମ୍ମୁଖୀନ ହୋଇଥିବା ପୂଜାରା ୧୪ ଚୌକା ସହାୟତାରେ ୧୪୩ ରନ କରି ଦସୁନ ଶନକାଙ୍କ ବଲ୍‌ରେ ଆଉଟ ହୋଇଥିଲେ। ମିଡିଲ ଅର୍ଡରରେ ଅଜିଙ୍କ୍ୟ ରାହାନେ ମାତ୍ର ୨ ରନ କରି ଆଉଟ ହେବାରୁ ଶ୍ରୀଲଙ୍କା ବୋଲରଙ୍କ ମଧ୍ୟରେ ଉତ୍ସାହ ଦେଖା ଦେଇଥିଲା। ମାତ୍ର କୋହଲିଙ୍କ ସହ ରୋହିତ ଶର୍ମା କ୍ରିଜରେ ଯୋଗଦେବାପରେ ଭ୍ରମଣକାରୀ ବୋଲରମାନେ ପୁଣି କଡ଼ା ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ଅଧିନାୟକ ବିରାଟ ଦ୍ୱିଶତକ ହାସଲ କରିଥିବାବେଳେ ଶତକ ପୂରଣ କରିଥିଲେ ରୋହିତ। ଦୁହେଁ ୫ମ ଉଇକେଟରେ ୧୭୩ ରନ ଯୋଗକରି ଭାରତର ସ୍ଥିତିକୁ ମଜଭୁତ କରି ଦେଇଥିଲେ। କୋହଲି ଓ ରୋହିତଙ୍କ ଆଗରେ ଶ୍ରୀଲଙ୍କା ବୋଲରମାନେ ଅସହାୟ ମନେ ହୋଇଥିଲେ। ୨୬୭ ବଲ୍‌ର ସମ୍ମୁଖୀନ ହୋଇ କୋହଲି ୧୭ ଚୌକା ଓ ୨ ଛକା ସହାୟତାରେ ୨୧୩ ରନ କରି ପ୍ୟାଭିଲିୟନ ଫେରିଥିଲେ। ଟେଷ୍ଟରେ ଏହାଥିଲା ତାଙ୍କର ୫ମ ଦ୍ୱିଶତକ। ୫୮୩ ରନରେ ଦଳର ୫ମ ଉଇକେଟ ପତନ ଘଟିଥିଲା। କୋହଲିଙ୍କୁ ଆଉଟ କରି ଶ୍ରୀଲଙ୍କାକୁ ବହୁତ ପ୍ରତିକ୍ଷୀତ ବ୍ରେକ୍‌ ଥ୍ରୁ ଦେଇଥିଲେ ଦିଲରୁଓ୍ବାନ ପେରେରା। ରବିଚନ୍ଦ୍ରନ ଅଶ୍ୱିନ ମାତ୍ର ୫ ରନକରିବାକୁ ସକ୍ଷମ ହୋଇଥିଲେ। ରୋହିତ ଶର୍ମାଙ୍କ ଶତକ ପୂରଣ ପରେ କୋହଲି ଇନିଂସ ଘୋଷଣା କରି ଦେଇଥିଲେ। ୧୬୦ ବଲ୍‌ ଖେଳିଥିବା ରୋହିତ ୮ ଚୌକା ଓ ୧ ଛକା ସହାୟତାରେ ୧୦୨ ରନକରି ଅପରାଜିତ ରହିଥିଲେ। ଟେଷ୍ଟରେ ରୋହିତଙ୍କର ଏହାଥିଲା ୩ୟ ଏବଂ ୪ ବର୍ଷ ପରେ ପ୍ରଥମ ଶତକ। ଶ୍ରୀଲଙ୍କା ପକ୍ଷରୁ ଦିଲରୁଓ୍ବାନ ପେରେରା ୩ଟି ଏବଂ ଲାହିରୁ ଗାମାଗେ, ରଙ୍ଗନା ହେରାଥ ଓ ଦସୁନ ଶନକା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଏହି ମ୍ୟାଚରେ କୋହଲି ଏକାଧିକ ରେକର୍ଡ ଭାଙ୍ଗିଥିଲେ। ଅଧିନାୟକଭାବେ ସେ ୧୨ତମ ଶତକ ହାସଲ କରି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର(୧୧ଟି)ଙ୍କୁ ପଛରେ ପକାଇଥିଲେ। ଦ୍ୱିଶତକ ହାସଲରେ ସେ ରାହୁଲ ଡ୍ରାଭିଡଙ୍କୁ ଅତିକ୍ରମ କରିଥିବାବେଳେ ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହ୍ବାଗ(୬ଟି ଲେଖାଏ)ଙ୍କଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। କୋହଲି ୫ଟି ଦ୍ୱିଶତକ ୫ଟି ଭିନ୍ନ ଦେଶ ବିପକ୍ଷରେ ହାସଲ କରିଛନ୍ତି। ପୂର୍ବରୁ ସେ ଓ୍ବେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ, ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ଏବଂ ଏବେ ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଜିକ୍‌ ସଂଖ୍ୟା ଛୁଇଁଛନ୍ତି। ଟେଷ୍ଟରେ ୫୦୦୦ ରନ ପୂରଣଠାରୁ ସେ ମାତ୍ର ୨୫ ରନ ଦୂରରେ ଅଛନ୍ତି। ସଂକ୍ଷିପ୍ତ ସ୍କୋର ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୦୫। ଭାରତ ପ୍ରଥମ ଇନିଂସ: ୬୧୦/୬/ଘୋଷଣା(ବିରାଟ କୋହଲି-୨୧୩, ଚେତେଶ୍ୱର ପୂଜାରା-୧୪୩, ମୁରଲୀ ବିଜୟ-୧୨୮, ରୋହିତ ଶର୍ମା-୧୦୨*, ଦିଲରୁଓ୍ବାନ ପେରେରା-୩/୨୦୨, ଲାହିରୁ ଗାମାଗେ-୧/୯୭, ରଙ୍ଗନା ହେରାଥ-୧/୮୧, ଦସୁନ ଶନକା-୧/୧୦୩)। ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୨୧/୧(ଦିମୁଥ କରୁଣାରନେତ୍-୧୧*, ଲାହିରୁ ଥିରିମାନେ-୯*, ଈଶାନ୍ତ ଶର୍ମା-୧/୧୫)।
All Right Reserved By

ଖେଳ |

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ସେମିରେ ଜୋକୋଭିଚ୍‌, ଓସାକା: ସେରେନା ଆଉଟ୍‌

ମେଲବୋର୍ନ,୨୩।୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟ ବୁଧବାର ଦଶମ ଦିବସରେ ପହଞ୍ଚିଛି। ଟୁର୍ନାମେଣ୍ଟର ପୁରୁଷ ଓ ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ମଙ୍ଗଳବାର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ଦ୍ୱିତୀୟ ସିଡ୍‌ ରାଫାଲ ନାଡ଼ାଲ ଓ ଗ୍ରୀସ୍‌ର ଷ୍ଟିଫାନୋସ ସିଟ୍‌ସିପାସ ମଧ୍ୟରେ ସେମି ମୁକାବିଲା ସ୍ପଷ୍ଟ ହୋଇଥିଲା। ସେହିପରି ବୁଧବାର ଟପ୍‌ ସିଡ୍‌ ସର୍ବିଆର ନୋଭାକ ଜୋକୋଭିଚ୍‌ ଓ ଫ୍ରାନ୍ସର ଲୁକାସ ପାଉଲିଙ୍କ ମଧ୍ୟରେ ସେମିଫାଇନାଲ ମୁକାବଲା ଖେଳାଯିବା ନିଶ୍ଚିତ ହୋଇଛି। ଅନ୍ୟପଟେ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ମଙ୍ଗଳବାର ଅଷ୍ଟମ ସିଡ୍‌ ଚେକ୍‌ ଗଣରାଜ୍ୟର ପେଟ୍ରା ଭିଟୋଭ ଓ ଆମେରିକାର ଡାନିଏଲ କିଲିନ୍ସଙ୍କ ମଧ୍ୟରେ ସେମିଫାଇନାଲ ମ୍ୟାଚ୍‌ ସ୍ଥିର ହୋଇଥିଲା। ବୁଧବାର ଚତୁର୍ଥ ସିଡ୍‌ ଜାପାନର ନାଓମି ଓସାକା ଓ ଚେକ୍‌ ଗଣରାଜ୍ୟର ସପ୍ତମ ସିଡ୍‌ ଖେଳାଳି କାରୋଲିନା ପ୍ଲିସ୍କୋଭାଙ୍କ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବା ନିଶ୍ଚିତ ହୋଇଛି।

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ପ୍ରଥମ ଦିନିକିଆ: ଭାରତର ସହଜ ବିଜୟ

ନାପିଏର, ୨୩।୧(ପି.ଟି.)- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ ବିଜୟ ପରେ ଭାରତ ନ୍ୟୁଜିଲାଣ୍ଡ ଗସ୍ତକୁ ପୂରା ଷ୍ଟାଇଲରେ ଆରମ୍ଭ କରିଛି।  ସିମର ମହମ୍ମଦ ସାମି ଓ ଅଭିଜ୍ଞ ଓପ୍‌ନର ଶିଖର ଧାଓ୍ବନଙ୍କ ଦମ୍‌ଦାର ପ୍ରଦର୍ଶନ

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ପାକିସ୍ତାନ ଅଧିନାୟକଙ୍କୁ ବାସନ୍ଦ କରିବା ଲାଗି ଦାବି

ଡବାର୍ନ,୨୩।୧- ପାକିସ୍ତାନ କ୍ରିକେଟ ଟିମ୍‌ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ  ଲାଗି ଦାବି ହୋଇଛି।

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଜ୍ୟାକବଙ୍କ ଲାଗି ହାତ ବଢ଼ାଇଲା ସିଏସ୍‌କେ

ଚେନ୍ନାଇ,୨୩।୧- ପୂର୍ବତନ ଭାରତୀୟ କ୍ରିକେଟ ମାର୍ଟିନ ଜ୍ୟାକବଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଛି। ତାଙ୍କ ଚିକିତ୍ସାରେ ସହାଯ୍ୟ କରିବା ଲାଗି ଦେଶର ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ଆଗକୁ ଆସିବା ପରେ ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ହାତ ବଢ଼ାଇଛି।

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ଗାବା ଟେଷ୍ଟରେ ପଦାର୍ପଣ କରିବେ ରିଚାଡସନ, ପାଟରସନ

ବ୍ରିସବେନ,୨୩।୧- ସ୍ଥାନୀୟ ଗାବା ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠାରୁ ଦିବା ରାତ୍ର ଭିତ୍ତିରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। 

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ଅଷ୍ଟ୍ରେଲିଆନ୍‌ ଓପନରୁ ସେରେନା ବିଦା

ମେଲବୋର୍ନ,୨୩।୧- କିମ୍ବଦନ୍ତୀ ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନରୁ ବିଦାୟ ନେଇଛନ୍ତି। 

ଆଇପିଏଲ ଦଳ କିଣିବେ ବଚ୍ଚନ

ଆଇପିଏଲ ଦଳ କିଣିବେ ବଚ୍ଚନ

ନୂଆଦିଲ୍ଲୀ,୨୩।୧- ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ଫ୍ରାଞ୍ଚାଇଜ କିଣିବା ନେଇ ଇଚ୍ଛୁକ। 

୫,୦୦୦ କ୍ଲବରେ ଧାଓ୍ବନ

୫,୦୦୦ କ୍ଲବରେ ଧାଓ୍ବନ

ନାପିଏର,୨୩।୧- ଭାରତୀୟ କ୍ରିକେଟ ଟିମ୍‌ ଓପନର ଶିଖର ଧାଓ୍ବନ ୫,୦୦୦ କ୍ଲବରେ ସାମିଲ ହୋଇଛନ୍ତି। ଏଥିସହ ସେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ସହ ସମକକ୍ଷ ହୋଇଛନ୍ତି।

ଭିନ୍ନ କାରଣରୁ ଖେଳ ସ୍ଥଗିତ

ଭିନ୍ନ କାରଣରୁ ଖେଳ ସ୍ଥଗିତ

ନାପିଏର,୨୩।୧- ଖରାପ ପାଗ, ବର୍ଷା କିମ୍ବା ଆଲୋକ ଅଭାବରୁ କ୍ରିକେଟ ମ୍ୟାଚ ବନ୍ଦ ହୁଏ। ହେଲେ ସ୍ଥାନୀୟ ମ୍ୟାକଲିନ ପାର୍କଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ ଭିନ୍ନ କାରଣରୁ ଖେଳ ବନ୍ଦ ହୋଇଛି।

ଦ୍ରୁତତମ ଭାରତୀୟ ସାମି

ଦ୍ରୁତତମ ଭାରତୀୟ ସାମି

ନାପିଏର,୨୩।୧- ପେସର ମହମ୍ମଦ ସାମି ବୁଧବାର ଅନ୍ତର୍ଜାତୀୟ ଦିନିକିଆ କ୍ୟାରିୟରରେ ୧୦୦ତମ ଉଇକେଟ ନେଇଛନ୍ତି। ଏହି ମାଇଲଷ୍ଟୋନ ସ୍ପର୍ଶ କରିବାରେ ସେ ଦେଶର ଦ୍ରୁତତମ ଭାରତୀୟ ପେସର। 

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୫୮ ରନ୍‌ର ବିଜୟଲକ୍ଷ୍ୟ

ନାପିଏର,୨୩।୧- ଭାରତୀୟ ବୋଲରମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ନ୍ୟୁଜିଲାଣ୍ଡ ଗସ୍ତ ଆରମ୍ଭ କରିଛନ୍ତି। ଏଠାରେ ଖେଳାଯାଉଥିବା ପ୍ରଥମ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କୁ ଉଚିତ ସମ୍ମୁଖୀନ ହୋଇ ନ ପାରି ଘରୋଇ ନ୍ୟୁଜିଲାଣ୍ଡ ଦଳ ମାତ୍ର ୩୮ ଓଭରରେ ୧୫୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି।

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ଅଲିମ୍ପିକ୍‌ ସ୍ବର୍ଣ୍ଣ ବିଜେତା ହକି ଖେଳାଳି ରାଘବୀରଙ୍କ ବିୟୋଗ

ନୂଆଦିଲ୍ଲୀ, ୨୩।୧ (ପି.ଟି.)- ଭାରତର ପ୍ରାକ୍ତନ ହକି ଖେଳାଳି ତଥା ଦୁଇଥର ଅଲିମ୍ପିକ ପଦକ ବିଜେତା ରାଘବୀର ସିଂ ଭୋଲଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି।