Dharitri News
ଖେଳ |

ଯୁବ ଖେଳାଳି, ଅମ୍ପାୟର ସ୍ବେଚ୍ଛାସେବୀ

ଯୁବ ଖେଳାଳି, ଅମ୍ପାୟର ସ୍ବେଚ୍ଛାସେବୀ ଭୁବନେଶ୍ୱର, ୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଡିସେମ୍ବର ୧ରୁ ଆରମ୍ଭ ହେବାକୁ ଯାଉଛି। ବିଶ୍ୱର ଶ୍ରେଷ୍ଠ ୮ଟି ଦଳକୁ ନେଇ ହେବାକୁ ଯାଉଥିବା ଏହି ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଦୀପସାନ ତିର୍କୀ ଓ ଅମିତ ରୋହିଦାସ ସାମିଲ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ରାଜ୍ୟର ଅନ୍ୟ ପ୍ରତିଭା ସମ୍ପନ୍ନ ଖେଳାଳି, ଅନ୍ତର୍ଜାତୀୟ ଜଜ୍‌ ଏବଂ ଜାତୀୟ ଅମ୍ପାୟରମାନେ ପ୍ରତିଯୋଗିତା ଅବସରରେ ସ୍ବେଚ୍ଛାସେବୀ ଭୂମିକାରେ ଅବତୀର୍ଣ୍ଣ ହେବେ। ସୁନ୍ଦରଗଡ଼ ଜିଲାର ୧୮ ବର୍ଷୀୟ ଫୁଲବ୍ୟାକ୍‌ ନୀଲମ ସଞ୍ଜୀପ ଖେସ୍‌ ଆଗାମୀ ପ୍ରତିଯୋଗିତାରେ ସ୍ବେଚ୍ଛାସେବୀ ରହିବେ। ନିଲମ ୧୮ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୦୧୬ରେ ୧୮ ବର୍ଷରୁ କମ୍‌ ଏସିଆକପ୍‌ ଚାମ୍ପିୟନ ହୋଇଛି। ପର୍ଥରେ ଅନୁଷ୍ଠିତ ଅଷ୍ଟ୍ରେଲିଆନ ହକି ଲିଗ୍‌ରେ ମଧ୍ୟ ସେ ଭାରତ‘ଏ’ ଦଳରୁ ପ୍ରତିନିଧିତ୍ୱ କରିଥିଲେ। ପ୍ରତିଯୋଗିତା ଅବସରରେ ସେ ଷ୍ଟାଡିୟମରେ ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ କୌଶଳକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇବେ। ଟୁର୍ନାମେଣ୍ଟର ସୁପରିଚାଳନା ପାଇଁ ନିୟୋଜିତ ୨୦୦ରୁ ଊର୍ଦ୍ଧ୍ୱ ସ୍ବେଚ୍ଛାସେବୀଙ୍କ ମଧ୍ୟରୁ ନୀଲମ ଅନ୍ୟତମ। ”ମୋ ରାଜ୍ୟରେ ଏପରି ଏକ ପ୍ରତିଯୋଗିତା ଆୟୋଜନ ଗର୍ବର ବିଷୟ। ହକି ଇଣ୍ଡିଆ ଲିଗ୍‌ ସମୟରେ ମୁଁ ଅନେକ ଖେଳାଳିଙ୍କ ସହ ଖେଳିଥିଲି। ସେମାନେ ଏଠାରେ ନିଜ ନିଜ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ତେଣୁ ସେମାନଙ୍କ ଖେଳ ଦେଖିବାର ଭିନ୍ନ ଅନୁଭବ ହେବ“ ବୋଲି ନୀଲମ ପ୍ରକାଶ କରିଛନ୍ତି। ମୁଁ ସେମାନଙ୍କୁ ଅତି ନିକଟରୁ ନିରୀକ୍ଷଣ କରିବାର ସୁଯୋଗ ପାଇବି। ମ୍ୟାଚ ପୂର୍ବରୁ ସେମାନଙ୍କ ପ୍ରସ୍ତୁତି, ଟୁୁର୍ନାମେଣ୍ଟ ଅବସରରେ ପ୍ରାକ୍ଟିସ ସେସନରେ ସେମାନଙ୍କ ଟ୍ରେନିଂ ଆଦି ଦେଖିବା ମୋତେ ନିଶ୍ଚିତ ଫାଇଦା ଦେବ। ୨୦୧୪ ଚାମ୍ପିୟନ୍ସ ଟ୍ରଫି ଅବସରରେ ମୁଁ ଷ୍ଟାଣ୍ଡରେ ରହି ସମସ୍ତ ମ୍ୟାଚ ଉପଭୋଗ କରିଥିଲି। ମୁଁ ସେତେବେଳେ ଆମ ଖେଳାଳିଙ୍କ ପ୍ରଦର୍ଶନ ଦେଖି ଉତ୍ସାହିତ ହୋଇଥିଲି ଏବଂ ଦିନେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବି ନିଷ୍ପତ୍ତି ନେଇଥିଲି। ଏପରି ଏକ ବଡ଼ ଇଭେଣ୍ଟ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଥିବାବେଳେ ଏଥିରେ ସାମିଲ ହେବା ଆମ ସମସ୍ତଙ୍କୁ ଉତ୍ସାହ ଯୋଗାଇବ ବୋଲି ସେ କହିଛନ୍ତି। ନୀଲମଙ୍କ ପରି ରାଜ୍ୟର ଅନ୍ୟ ୪ ଯୁବ ଖେଳାଳି ବିନିତ ଏକ୍କା(୧୮ ବର୍ଷ), ଅଶ୍ୱିନ କୁଜୁର(୧୮), ଚନ୍ଦ୍ରକାନ୍ତ ବାରିକ(୨୦) ଓ ଅଶୋକ ଲାକ୍ରା(୨୦) ମଧ୍ୟ ସ୍ବେଚ୍ଛାସେବୀ ଭୂମିକା ତୁଲାଇବେ। ଏମାନଙ୍କ ପାଇଁ ଆଗାମୀ ଟୁର୍ନାମେଣ୍ଟ ବହୁ ଅଭିଜ୍ଞତା ଆଣିବ। ନିକଟରେ ଅନୁଷ୍ଠିତ ଏସିଆ କପ୍‌ରେ ଜଜ୍‌ ଦାୟିତ୍ୱ ତୁଲାଇଥିବା ବିଶ୍ୱରଞ୍ଜନ ଷଡ଼ଙ୍ଗୀ(୩୯)ଙ୍କୁ ମଧ୍ୟ ଆଗାମୀ ଟୁର୍ନାମେଣ୍ଟ ଅବସରରେ ସ୍ବେଚ୍ଛାସେବୀ ଭାବେ ଦେଖିବାକୁ ମିଳିବ। ଏହାଛଡ଼ା ଜାତୀୟ ଅମ୍ପାୟର ନିଶାନ ଜ୍ୟୋତି ମହାନ୍ତି, ରାଜେନ ଏକ୍କା ମଧ୍ୟ ଏହି ଦାୟିତ୍ୱରେ ରହିବେ। ଆଜି ଆସିବ ଅଷ୍ଟ୍ରେଲିଆ, ଇଂଲଣ୍ଡ, ବେଲଜିୟମ ହକି ଓ୍ବାଲର୍‌ଡ ଲିଗ୍‌ ଫାଇନାଲ ଖେଳିବା ପାଇଁ ରବିବାର ଭୁବନେଶ୍ୱରରେ ପହଞ୍ଚତ୍ବ ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ, ବିଶ୍ୱ ର଼୍ୟାଙ୍କିଙ୍ଗର ୩ ନମ୍ବରରେ ଥିବା ବେଲଜିୟମ ଓ ଇଂଲଣ୍ଡ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଭାରତ ସହ ଗୋଟିଏ ଗ୍ରୁପରେ ରହିଛନ୍ତି। ଆର୍ଜେଣ୍ଟିନା, ଜର୍ମାନୀ ଓ ନେଦରଲାଣ୍ଡ ସୋମବାର ଆସିବେ। ଶେଷରେ ୨୮ ତାରିଖରେ ସ୍ପେନ ଦଳ ଭୁବନେଶ୍ୱରରେ ପହଞ୍ଚତ୍ବ। ଭାରତ ଏହାର ପ୍ରଥମ ଅଭ୍ୟାସ ମ୍ୟାଚ ୨୭ରେ ଆର୍ଜେଣ୍ଟିନା ସହିତ ଖେଳିବ। ୨୮ ତାରିଖରେ ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ ଅନୁଷ୍ଠିତ ହେବ।

ଖେଳ |

ଆଜିଠାରୁ ରାଜ୍ୟ କୁସ୍ତି ପ୍ରତିଯୋଗିତା

ଭୁବନେଶ୍ୱର, ୨୦।୧ ଓଡ଼ିଶା କୁସ୍ତି ସଂଘ ଆନୁକୂଲ୍ୟରେ ଖୋର୍ଦ୍ଧା କୁସ୍ତି ସଂଘ ପକ୍ଷରୁ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୨୦ ଓ ୨୧ ତାରିଖରେ ରାଜ୍ୟ (ଆନ୍ତଃ ଜିଲା) କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୧୫୦ ପ୍ରତିଯୋଗୀ ଓ ୫୦ ଜଣ ଅଫିସିଆଲ୍‌ ଅଂଶଗ୍ରହଣ କରିବେ।

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ହାଇପରଆଣ୍ଡ୍ରୋଜେନିଜମ ନିୟମ, ଆଉ ୬ ମାସ ପାଇଁ ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୧୯।୧ (ପି.ଟି.)-କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ଇଣ୍ଟରନ୍ୟାଶନାଲ ଆଥଲେଟିକ ଫେଡେରେଶନ (ଆଇଏଏଏଫ୍‌)ର ବିବାଦୀୟ ହାଇପରଆଣ୍ଡ୍ରୋଜେନିଜମ ନିୟମକୁ ଆଉ ୬ ମାସ ପାଇଁ ସସ୍‌ପେଣ୍ଡ କରିଛନ୍ତି। ଫଳରେ ଏହାର ଶିକାର ହୋଇଥିବା ଓଡ଼ିଶାର ଅନ୍ତର୍ଜାତୀୟ ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି।

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ଶରନ, ବୋପାନ୍ନା ତୃତୀୟ ରାଉଣ୍ଡରେ

ମେଲବୋର୍ନ, ୧୯।୧(ପି.ଟି.)- ଭାରତର ଡିଭିଜ ଶରନ ଓ ରୋହନ ବୋପାନ୍ନା ନିଜ ପାର୍ଟନରଙ୍କ ସହ ଅଷ୍ଟ୍ରେଲିଆନ ଓପନ ଟେନିସ ଗ୍ରାଣ୍ଡସ୍ଲାମ ପୁରୁଷ ଡବଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ: କୋଷ୍ଟ୍ୟୁକଙ୍କୁ ରୋକିଲେ ସ୍ବିତୋଲିନା

ମେଲବୋର୍ନ, ୧୯।୧(ଏଏଫପି)- ଟିନ୍‌ ଏଜ୍‌ ସେନସେଶନ ୧୫ ବର୍ଷୀୟା ମାର୍ତା କୋଷ୍ଟ୍ୟୁକଙ୍କ ବିଜୟରେ ବ୍ରେକ୍‌ ଲଗାଇଛନ୍ତି ୪ର୍ଥ ସିଡ୍‌ ଏଲିନା ସ୍ବିତୋଲିନା। ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସର ଶୁକ୍ରବାର ଅନୁଷ୍ଠିତ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ନିଜ ଦେଶର କୋଷ୍ଟ୍ୟୁକଙ୍କୁ ସିଧାସଳଖ ୬-୨, ୬-୨ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି ୟୁକ୍ରେନର ସ୍ବିତୋଲିନା।

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ନ୍ୟୁଜିଲାଣ୍ଡର କ୍ଲିନ୍‌ ସୁଇପ୍‌

ଓ୍ବେଲିଂଟନ, ୧୯।୧(ଏଏଫପି)- ସ୍ଥାନୀୟ ବେସିନ ରିଜର୍ଭ ଗ୍ରାଉଣ୍ଡରେ ଶୁକ୍ରବାର ଅନୁଷ୍ଠିତ ୫ମ ତଥା ଅନ୍ତିମ ଦିନିକିଆ କ୍ରିକେଟ ମ୍ୟାଚରେ ନ୍ୟୁଜିଲାଣ୍ଡ ୧୫ ରନରେ ପାକିସ୍ତାନକୁ ହରାଇ ଦେଇଛି। ଏଥି ସହିତ ପାକିସ୍ତାନ ବିପକ୍ଷ ସିରିଜକୁ ନ୍ୟୁଜିଲାଣ୍ଡ ବିରଳ ୫-୦ରେ କ୍ଲିନ୍‌ ସୁଇପ୍‌ କରିଛି।

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ମାଉଣ୍ଟ ମାଉନଗାନୁଇ(ନ୍ୟୁଜିଲାଣ୍ଡ), ୧୯।୧(ପି.ଟି.)- ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପର ଶୁକ୍ରବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଭାରତ ୧୦ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଏଥିସହ ଭାରତ ଗ୍ରୁପ‘ବି’ରେ ଶୀର୍ଷସ୍ଥାନ ପକ୍କା କରିଛି।

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଫେଡେରର, ଶାରାପୋଭା, ହାଲେପ

ମେଲବୋର୍ନ,୧୮ା୧(ଏ.ଏଫ୍‌.ପି.)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ ଟେନିସ ଚତୁର୍ଥ ଦିନରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ କେତୋଟି ବିପର୍ଯ୍ୟୟକୁ ବାଦ ଦେଲେ ସିଡେଡ ଖେଳାଳିମାନଙ୍କ ବିଜୟ ଅଭିଯାନ ଜାରି ରହିଛି।

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଆଇସିସି ପୁରସ୍କାରରେ କୋହଲିଙ୍କ ଆଧିପତ୍ୟ

ଦୁବାଇ,୧୮ା୧(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ବାର୍ଷିକ ପୁରସ୍କାରରେ ଭାରତୀୟ ଅଧିନାୟକ ତଥା ରନ ମେଶିନ ବିରାଟ କୋହଲିଙ୍କ ଆଧିପତ୍ୟ ଦେଖିବାକୁ ମିଳିଛି।

ହକି ଗାଙ୍ଗପୁର ସେମିଫାଇନାଲରେ

ହକି ଗାଙ୍ଗପୁର ସେମିଫାଇନାଲରେ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଚାଲିଥିବା ଜାତୀୟ ସବ୍‌ଜୁନିୟର ମହିଳା ହକି ଟୁର୍ନାମେଣ୍ଟର ସେମିଫାଇନାଲରେ ହକି ଗାଙ୍ଗପୁର-ଓଡ଼ିଶା ପ୍ରବେଶ କରିଛି।

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ପୂର୍ବାଞ୍ଚଳ ଏଜି ହକି: ଝାଡ଼ଖଣ୍ଡକୁ ହରାଇ ଫାଇନାଲରେ ଓଡ଼ିଶା

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ପୂର୍ବାଞ୍ଚଳ ଆକାଉଣ୍ଟ୍ସ ଓ ଅଡିଟ୍‌ ହକି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚରେ ଗତବର୍ଷର ରନର୍ସଅପ୍‌ ଏଜି ଝାଡ଼ଖଣ୍ଡକୁ ୭-୨ ଗୋଲରେ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି।

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଗୋଆରେ ପ୍ଲେ-ଅଫ୍‌ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି)- ଜୁନିୟର ବର୍ଗର ଆଇ-ଲିଗ୍‌ ଫୁଟବଲରେ ପଦାର୍ପଣ କରିଥିବା ଓଡ଼ିଶା(କ୍ରୀଡ଼ା ଛାତ୍ରାବାସ ଦଳ) ଗୋଆରେ ପ୍ଲେ-ଅଫ୍‌ ଖେଳିବ।

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଚତୁଃରାଷ୍ଟ୍ରୀୟ ହକି ସିରିଜ୍‌ ବେଲଜିୟମଠୁ ହାରିଲା ଭାରତ

ଟୌରାଙ୍ଗ (ନ୍ୟୁଜିଲାଣ୍ଡ), ୧୮।୧(ପି.ଟି.)- ଏଠାରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଆମନ୍ତ୍ରଣୀୟ ହକି ସିରିଜ୍‌ର ୨ୟ ମ୍ୟାଚ୍‌ରେ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ବୃହତ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତକୁ ୨ୟ ମ୍ୟାଚ୍‌ରେ ୨-୦ ଗୋଲ୍‌ରେ ବେଲଜିୟମ ପରାସ୍ତ କରିଛି।