ସମ୍ପାଦକୀୟ |

ବଦଳି ଯାଉଥିବା ଗାଁ

ବଦଳି ଯାଉଥିବା ଗାଁ
ମନ-ମାନଚିତ୍ର/ ଡ. ନରହରି ବେହେରା ପଲ୍ଲୀଭୂମି ପ୍ରକୃତିର ନୈସର୍ଗିକ ସୁଷମାର ଲୀଳାସ୍ଥଳୀ। ପ୍ରାକୃତିକ ସୁଷମାର ଏହି ମଧୁମୟ ପରିବେଶ ପଲ୍ଲୀବାସୀଙ୍କୁ କେବଳ ପ୍ରଲୁବ୍ଧ କରେ ନାହିଁ, ବରଂ ବଞ୍ଚିବା ପାଇଁ ସରଳ ଜୀବନ ଚର୍ଯ୍ୟାର ମହାମନ୍ତ୍ର ଶିଖାଇଥାଏ। ସମ୍ଭବତଃ ନମ୍ର କମ୍ର ପ୍ରକୃତି କୋଳରେ ବଢ଼ିଥିବା ଏହି ସରଳ ଅଧିବାସୀଗଣ ପ୍ରକୃତିଠାରୁ ଆପଣାର ମଣିଷମାନଙ୍କୁ ଭଲପାଇବା ଶିଖିଛନ୍ତି। ମକର ସଂକ୍ରାନ୍ତି, ଦୋଳ, ପଣାସଂକ୍ରାନ୍ତି, ରଜ ପ୍ରଭୃତି ପର୍ବପର୍ବାଣି ବା ବିବାହ, ବ୍ରତ ସମୟରେ ସେମାନେ ଏମିତି ଆପଣାର ହୋଇଯାଆନ୍ତି ଯେ, ଜଣାଯାଏ ସତେ ଯେମିତି ସେମାନେ ସମସ୍ତେ ଗୋଟିଏ ପରିବାରର ଲୋକ। ସହରୀ ଜୀବନ ପରି ଆମତ୍କୈନ୍ଦ୍ରିକତା ପଲ୍ଲୀଜୀବନରେ ଦେଖାଯାଏ ନାହିଁ। ସମସ୍ତେ ମିଳିମିଶି ଜୀବନ ଯାପନ କରିବା, ହସଖୁସିରେ ଚଳିବା, ଗ୍ରାମ୍ୟ ଜୀବନର ଏକ ପ୍ରାଚୀନ ପରମ୍ପରା। ସତେ ଯେମିତି ବେଦର ସେହି ‘ସଂଗଚ୍ଛଧ୍ୱଂ ସଂବଦଧ୍ୱଂ...’ ମନ୍ତ୍ରରେ ସେମାନେ ଅଭିମନ୍ତ୍ରିତ ହୋଇଯାଇଛନ୍ତି କେଉଁ ଅନାଦି କାଳରୁ। ବଣରେ ଥିବା କଣ୍ଟାଗୁଡ଼ିକ ଯେମିତି ପ୍ରକୃତି ଦ୍ୱାରା ଆପଣାଛାଏଁ ତୀକ୍ଷ୍ଣ ହୋଇଥାନ୍ତି, ଏଥିପାଇଁ କୌଣସି ହାତ ହତିଆର ଦରକାର ପଡ଼ି ନ ଥାଏ, ସେହିପରି ପଲ୍ଲୀବାସୀ ପ୍ରକୃତିବଶତଃ ପ୍ରକୃତିକୋଳରୁ ଏହି ସରଳତା ଶିକ୍ଷା କରିଥାନ୍ତି। ଏହି ସରଳତା ଯୋଗଁୁ ସେମାନେ କୌଣସି କଥାକୁ ସହଜରେ ଅବିଶ୍ୱାସ କରିପାରନ୍ତି ନାହିଁ। ଅନେକ ସମୟରେ ଏହି ସରଳତା ଯୋଗୁ ସେମାନେ ଅଜ୍ଞତା, ଅନ୍ଧବିଶ୍ୱାସ ଓ ଅପସଂସ୍କୃତିର ଶିକାର ମଧ୍ୟ ହୋଇଥାନ୍ତି। ସେମାନଙ୍କୁ ରୋଗ, ଶୋକ, ଦୁଃଖ, ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଥାଏ। ମନୁଷ୍ୟ ଯୁକ୍ତିବାଦୀ ହେଲେ ବିଜ୍ଞ ହୋଇପାରେ, ମାତ୍ର ସରଳ ହୋଇପାରେ ନାହିଁ। ସରଳତା ନ ରହିଲେ ମାନବିକତା ଦୂରେଇଯାଏ। କପଟାଚାର ବୃଦ୍ଧିପାଏ। ପଲ୍ଲୀବାସୀ ଯୁକ୍ତିବାଦୀ ନୁହନ୍ତି। ତେଣୁ କପଟାଚାର, ହିଂସା, ଦ୍ୱେଷ ସହଜରେ ସେମାନଙ୍କୁ କବଳିତ କରିପାରେ ନାହିଁ। ଏଥିପାଇଁ ସେମାନେ ଦୁଃଖଯନ୍ତ୍ରଣାରେ ଜର୍ଜରିତ ହୋଇଥାନ୍ତି ସତ, ଏହା ସତ୍ତ୍ୱେ ସେମାନେ ସରଳତାକୁ ଛାଡ଼ିପାରନ୍ତି ନାହିଁ। ପରିବର୍ତ୍ତନ ମାନବ ସଭ୍ୟତାର ଚିର ସହଚର। ଆରଣ୍ୟକ ସଭ୍ୟତାଠାରୁ ଆଧୁନିକ ସଭ୍ୟତା ପର୍ଯ୍ୟନ୍ତ ସବୁ ପରିବର୍ତ୍ତନ ଏ ମାନବ ସମାଜର ଗତି ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି। ସେହିପରି ପଲ୍ଲୀଜୀବନର ଗତି ସବୁବେଳେ ମୋଡ଼ ବଦଳାଇଛି। ପଲ୍ଲୀଜୀବନର ପୂର୍ବ ଦୃଶ୍ୟପଟ ଆଉ ପ୍ରାୟ ଦେଖିବାକୁ ମିଳୁନାହିଁ। ଏବେ ଅଧିକାଂଶ ଗାଁ ଆଗ ପରି ଦୁର୍ଗମ ଅଞ୍ଚଳ ହୋଇ ରହିନାହିଁ। ଗାଁ ଗାଁକୁ ପକ୍‌କା ସଡ଼କ ସଂଯୋଗ କରୁଛି। ବିଜୁଳି ଆଲୁଅରେ ଗାଁ ଦାଣ୍ଡ ହସି ଉଠୁଛି। ଏବେ ଗାଁ ଗାଁରେ ବେତାର, ଦୂରଦର୍ଶନ ପରି ଗଣମାଧ୍ୟମ। ସହର ପରି ଗାଁ ଗାଁରେ ହକର ବୁଲି ବୁଲି ଖବରକାଗଜ ବାଣ୍ଟିଲାଣି। ଗାଁ ଗାଁରେ ବିଦ୍ୟାଳୟ, ଡାକଘର ଓ ଚିକିସତ୍ାଳୟ । ଅନ୍ଧବିଶ୍ୱାସ ଓ ଅଶିକ୍ଷାର ଅମା ଅନ୍ଧକାର କ୍ରମଶଃ ଦୂରେଇଯାଉଛି। ଗାଁ ଓ ସହର ମଧ୍ୟରେ ଥିବା ଦୂରତା କ୍ରମଶଃ କମି କମି ଯାଉଛି। ଏହାଦ୍ୱାରା ପଲ୍ଲୀ ଜୀବନରେ ଉନ୍ନତି ହେଉଛି ବୋଲି କୁହାଯାଉଛି। କିନ୍ତୁ ଗଭୀରଭାବରେ ଅନୁଧ୍ୟାନ କଲେ ଅତୀତ ପଲ୍ଲୀଜୀବନରୁ ସରସତା ମରି ମରି ଆସୁଥିବାର ଜଣାଯାଏ। ପୂର୍ବ ପରି ପାରିବାରିକ ସ୍ନେହ ଶ୍ରଦ୍ଧାରେ ହସି ଉଠୁଥିବା ଗାଁ ମାଟିର ରଙ୍ଗ କ୍ରମଶଃ ଫିକା ପଡ଼ି ଆସୁଛି। ପାଶ୍ଚାତ୍ୟ ଶିକ୍ଷାରେ ଶିକ୍ଷିତ ଯୁବଗୋଷ୍ଠୀ ଗାଁ ମାଟିର ମୋହ ତ୍ୟାଗ କରି ସହରାଭିମୁଖୀ ହେବାରେ ଲାଗିଛନ୍ତି। ଗାଁଠାରୁ ସହରରେ ଅଧିକ ସୁଖସୁବିଧା ଅଛି ବୋଲି ସେମାନେ ବିଚାର କରୁଛନ୍ତି। ଗାଁର ଧୂଳିଧୂସରିଆ ବାଟ, ନଡ଼ାଛପର ଘର, ମା’ମାଉସୀର ସ୍ନେହ କି ସାହିଭାଇର ଶ୍ରଦ୍ଧା ସେମାନଙ୍କୁ ବାନ୍ଧି ରଖି ପାରୁନାହିଁ। କୃଷିକର୍ମ, ବେପାର ବଣିଜ କିମ୍ବା ଗ୍ରାମୀଣ ପୂଜାପାର୍ବଣ ପ୍ରତି ସେମାନଙ୍କର ଆଉ ଆଗ୍ରହ ରହୁନାହିଁ। ବର୍ଷ ବର୍ଷ ଧରି ପୂର୍ବପୁରୁଷମାନେ କରି ଆସୁଥିବା କୌଳିକ ବୃତ୍ତିକୁ ସେମାନେ ଘୃଣା ଚକ୍ଷୁରେ ଦେଖୁଛନ୍ତି। ଗାଁର ସବୁ ପ୍ରାଚୀନ ପରମ୍ପରା ଓ ଚଳଣି ଆଧୁନିକ ଶିକ୍ଷିତ ଗୋଷ୍ଠୀଙ୍କ ଦୃଷ୍ଟିରେ ଅନାବଶ୍ୟକ ଓ ଅନ୍ଧବିଶ୍ୱାସର ରୂପ ନେଇଛି। ଶ୍ରମବିମୁଖତା ଓ ତଥାକଥିତ ସହରୀ ଜୀବନକୁ ସେମାନେ ଆଭିଜାତ୍ୟର ଲକ୍ଷଣ ବୋଲି ଧରି ନେଇଛନ୍ତି। ଗାଁର କୌଣସି କର୍ମରେ ସେମାନଙ୍କର ସମ୍ପର୍କ ରହୁନାହିଁ। ପଲ୍ଲୀମାଟିରେ ବାସ କରୁଥିବା ଆମତ୍ୀୟସ୍ବଜନଙ୍କ ସହିତ ସେମାନେ ସତେ ଯେମିତି ଜନ୍ମଜନ୍ମାନ୍ତରର ସମ୍ପର୍କ ତୁଟାଇ ଦେଇଛନ୍ତି। ସରକାରୀ ବାବୁମାନେ ପରିଦର୍ଶନରେ ଆସିବା ପରି କେବେ କେମିତି ସେମାନେ ଗାଁକୁ ବୁଲି ଆସୁଛନ୍ତି, ଓଳିଏ ଘଡ଼ିଏ ରହି ପୁଣି ପଳାଇ ଯାଉଛନ୍ତି। ଯେଉଁମାନେ ସହରକୁ ଯାଇ ନ ପାରି ଗାଁରେ ପଡ଼ି ରହୁଛନ୍ତି, ସେମାନଙ୍କର ମଧ୍ୟ ଗାଁ ପ୍ରତି ସ୍ନେହ, ଶ୍ରଦ୍ଧା ବା ସମ୍ମାନ ରହୁନାହିଁ। ପରସ୍ପର ପ୍ରତି ଥିବା ଅକୃତ୍ରିମ ସ୍ନେହପ୍ରେମ ଫିକା ପଡ଼ିଗଲାଣି। ସେମାନେ କୌଣସି ନା କୌଣସି ରାଜନୈତିକ ଦଳର ବଶମ୍ବଦ ହୋଇଯାଉଛନ୍ତି। ପୂର୍ବପରି ପାରିବାରିକ ସମ୍ପର୍କ ଅପେକ୍ଷା କୌଣସି ରାଜନୈତିକ ଦଳର ପରିଚୟ ନେଇ ବଞ୍ଚତ୍ବାକୁ ସେମାନେ ଅଧିକ ପସନ୍ଦ କରୁଛନ୍ତି। ତେଣୁ ପୂର୍ବର ସେ ଭାଇଚାରା ଏବେ ଦୁର୍ଲଭ । ସେ ଦିନର କୃଷକ ଓ ନାଉରିଆର ମନଖୋଲା ଗୀତ କ୍ରମଶଃ ଲିଭି ଆସିଲାଣି। ରାଜନୀତିକୁ କେନ୍ଦ୍ର କରି ଭୋଜିଭାତରେ ଏକତ୍ର ବସିବା କିମ୍ବା ପିଠାପଣା ଦିଆନିଆର ପରମ୍ପରା ଏବେ ପ୍ରାୟ ଦେଖିବାକୁ ମିଳୁନାହିଁ। ରାଜନୈତିକ ଦଳର ବିବଦମାନ ହୁଁକାରରେ ପଲ୍ଲୀଭୂମି ଯେତିକି ସ୍ତବ୍ଧ, ପଲ୍ଲୀଜୀବନ ସେତିକି ଆତଙ୍କିତ। ପାଶ୍ଚାତ୍ୟ ରୀତିନୀତି ମଧ୍ୟ ପଲ୍ଲୀଜୀବନର ଗତିପଥ ବଦଳାଇ ଦେବାରେ ଲାଗିଛି। ଜନ୍ମଦିନରେ ଆଗପରି ମେଳା ବା ପାଲାଟିଏ ହେବାର ଦେଖାଯାଉ ନାହିଁ, ପିଠାପଣା କରାଯିବାର ପରମ୍ପରା ମଧ୍ୟ ଅପସରି ଗଲାଣି। ତା’ ପରିବର୍ତ୍ତେ ବାର୍ଥ-ଡେ ପାଳନ, କେକ୍‌ କାଟିବାର ପ୍ରବଣତା, ଆଧୁନିକ ନାଚଗୀତ ପ୍ରବେଶ କଲାଣି। ପାଲା ଦାସକାଠିଆ ପରି ପ୍ରାଚୀନ କଳା ସଂସ୍କୃତି କ୍ରମଶଃ ଲୋପ ପାଇ ପାଇ ଯାଉଛି। ତା’ ସ୍ଥାନକୁ ଭିଡିଓ, ଦୂରଦର୍ଶନର ରୂପେଲି ପରଦା ଦଖଲ କରିଗଲାଣି। ଏହିପରି ସମୟର ପ୍ରବହମାନ ଧାରାରେ ପଲ୍ଲୀଜୀବନର ଗତି ବଦଳିବାରେ ଲାଗିଛି। ପରିବର୍ତ୍ତନ ଆମ ଜୀବନର ଧାରା। ଏହା ଘଟିବା ଅବଶ୍ୟମ୍ଭାବୀ। ଏହି ପରିବର୍ତ୍ତନ ହିଁ ଆମ ପ୍ରଗତିର ଲକ୍ଷଣ। ତେଣୁ ପଲ୍ଲୀଜୀବନରେ ପରିବର୍ତ୍ତନ ଆସିବା ସ୍ବାଭାବିକ ଓ ସ୍ବାଗତଯୋଗ୍ୟ। ଏହି ଗତିକୁ ପ୍ରତିରୋଧ କରିବାର ଅର୍ଥ ପ୍ରଗତିରେ ବାଧା ସୃଷ୍ଟି କରିବା। ମାତ୍ର ଏ ପ୍ରଗତି ସହରାଭିମୁଖୀ ହେବାରେ ନାହିଁ,ପାଶ୍ଚାତ୍ୟ ରୀତିନୀତିକୁ ଆପଣେଇବାରେ ନାହିଁ କି ରାଜନୀତିର ପଶାପାଲିରେ ନାହିଁ। ଆମତ୍ିକ ପରିଚୟ ହରାଇ କେହି କେବେ ନିଜକୁ ପ୍ରଗତିଶୀଳ ବୋଲି କହିପାରି ନାହିଁ। ଆମତ୍ାନୁଶୀଳନ, ସରଳତା, ନିଷ୍କପଟତା, ପାରସ୍ପରିକ ସ୍ନେହ ଶ୍ରଦ୍ଧାରେ ହିଁ ପଲ୍ଲୀଜୀବନର ପ୍ରକୃତ ପ୍ରଗତି ସମ୍ଭବ ହୋଇପାରିବ। ଏଥିପାଇଁ ନିଜ ସଂସ୍କୃତି ଓ ପରମ୍ପରାକୁ ଅଧିକ ମାର୍ଜିତ ଓ ସୁସଂସ୍କୃତ କରିବାକୁ ପଡ଼ିବ। ମୋ- ୯୪୩୮୪୬୫୪୭୮
All Right Reserved By

ସମ୍ପାଦକୀୟ |

ମ୍ୟାଗଟ୍‌ ସଂକ୍ରମଣ

ମ୍ୟାଗଟ୍‌ ସଂକ୍ରମଣ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପିପୁଲ ଫର୍‌ ଆନିମଲ୍‌ସ, ମହୀଶୂର ଶାଖାର କର୍ମୀମାନେ ଏକ ଘୋଡ଼ା ଉଦ୍ଧାର କରିଥିଲେ, ଯାହାର ମୁଣ୍ଡକୁ ପରଜୀବୀ (ପାରାସାଇଟ୍‌)ମାନଙ୍କ ଦ୍ୱାରା ଅଧା ଖିଆଯାଇ ସାରିଥିଲା। ମୁଁ ତା’ର ପୂର୍ବ ଓ ପର ଅବସ୍ଥାର ଛବି ଏଥିରେ ପ୍ରଦାନ କରୁଛି। ଏହା ଏକ ସଫଳତାର କାହାଣୀ, ମାତ୍ର ଅନେକ ପ୍ରାଣୀଙ୍କ ଦେହରେ ପରଜୀବୀ ପୂରା ଭିତରକୁ ପ୍ରବେଶ କରିସାରିଥିବାରୁ ସେମାନଙ୍କ ବଞ୍ଚିବା ଅସମ୍ଭବ ହୋଇପଡ଼ୁଛି। ଏଭଳି ରୋଗ ସଂକ୍ରମଣ ହେଲେ ମଣିଷଙ୍କଠାରୁ ପ୍ରାଣୀମାନେ ବେଶି କଷ୍ଟ ପାଇଥାନ୍ତି, କାରଣ ସେମାନଙ୍କ ପାଖରେ କିଛି ବିକଳ୍ପ ନ ଥାଏ। ସେମାନଙ୍କର ଚିକିତ୍ସା କରିବା ପାଇଁ ଡାକ୍ତର ନ ଥାନ୍ତି। ରୋଗଗ୍ରସ୍ତ ହୋଇପଡ଼ିଲେ ଅଧିକାଂଶ ମାଲିକ ଏପରି ପ୍ରାଣୀମାନଙ୍କୁ ପରିତ୍ୟାଗ କରିଥାନ୍ତି। ...

ଆର୍ଥିକ ଉପନିବେଶବାଦ ଓ ଭାରତ

ଆର୍ଥିକ ଉପନିବେଶବାଦ ଓ ଭାରତ

ଅରୁଣ କୁମାର ପଣ୍ଡା

ସ୍ବାଧୀନତାକୁ ୭୨ବର୍ଷ ହେବା ପରେ ବି ଭାରତୀୟ ଅର୍ଥ ବ୍ୟବସ୍ଥା ସିଦ୍ଧାନ୍ତ ରୂପରେ ଉପନିବେଶବାଦ ଟ୍ରାକ୍‌ରୁ ଓହ୍ଲାଇ ନୂଆ ମାର୍ଗରେ ଚାଲିବା ପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇପାରିନାହିଁ। ଦୀର୍ଘ ଦିନର ଗୋଲାମି କାରଣରୁ ଦେଶର ଅର୍ଥ ବ୍ୟବସ୍ଥା ଲମ୍ବା ସମୟ ଧରି ଘୁଷୁଡ଼ି ଘୁଷୁଡି ଏବେ ବିଶ୍ୱର ଷଷ୍ଠ ସବୁଠାରୁ ବଡ଼ ଆର୍ଥିକ ପ୍ରଗତିର ରାଷ୍ଟ୍ରରେ ପରିଣତ ହୋଇଛି। ଏହି ୭୨ବର୍ଷରେ ଦେଶରେ ଅର୍ଥ ବ୍ୟବସ୍ଥାର ବିସ୍ତାର ନିଶ୍ଚିତ ଭାବରେ ହୋଇଛି। ପରନ୍ତୁ ଆମକୁ ଅପେକ୍ଷିତ ସଫଳତା ମିଳିପାରିନାହିଁ।...

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ସାଧକ ଶ୍ରୀଯଶୋବନ୍ତ ସ୍ମରଣେ

ଡ. ଜ୍ୟୋତିର୍ମୟୀ ମହାନ୍ତି

ଖ୍ରୀଷ୍ଟୀୟ ଷୋଡ଼ଶ ଶତାବ୍ଦୀରେ ଗଜପତି ପ୍ରତାପରୁଦ୍ରଦେବଙ୍କ ରାଜତ୍ୱ କାଳରେ ସିଦ୍ଧ ସାଧକ, ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ପଞ୍ଚସଖାଙ୍କର ଆବିର୍ଭାବ ଘଟିଥିଲା। ଯେଉଁମାନେ କି ନିଜ ନିଜର ସାଧନା ବଳରେ ଓଡ଼ିଶାରେ ଆଧ୍ୟାତ୍ମିକ ଚେତନା ଓ ଧାର୍ମିକ ଭାବନାରେ ଆଲୋଡ଼ନ ସୃଷ୍ଟି କରିଥିଲେ। ଏମାନଙ୍କ ମଧ୍ୟରେ ମାନବ ଜୀବନ ଦର୍ଶନ ସମ୍ପର୍କରେ ବିଶ୍ଳେଷଣ କରି ତତ୍କାଳୀନ ସମାଜରେ ଏକ ଯୁଗାନ୍ତକାରୀ ସ୍ବର ତୋଳିଥିବା ସାଧକଶ୍ରେଷ୍ଠ ଶ୍ରୀଯଶୋବନ୍ତ ଗୋସେଇଁ ଅନ୍ୟତମ। ତାଙ୍କର ଜନ୍ମସ୍ଥାନ ଅବିଭକ୍ତ କଟକ ତଥା ବର୍ତ୍ତମାନର ଜଗତ୍‌ସିଂହପୁର ଜିଲା ଅନ୍ତର୍ଗତ ଅଢ଼ଙ୍ଗ ଗ୍ରାମ। ଜନ୍ମ ସମୟ ଓ ପିତାଙ୍କ ନାମ ସମ୍ପର୍କରେ ଉଦୟ କାହାଣୀ, ଭକ୍ତି ଚନ୍ଦ୍ରିକା, ଶୂନ୍ୟସଂହିତା ଆଦି ଗ୍ରନ୍ଥରୁ ବିଭିନ୍ନ ପ୍ରକାର ତଥ୍ୟ ମିଳିଥାଏ। ଆଲୋଚକଗଣ ତାଙ୍କ ଜନ୍ମ ସମୟ ୧୪୭୦ରୁ ୧୫୫୦ ଖ୍ରୀଷ୍ଟାବ୍ଦ ...

ଏଇ ଭାରତରେ

ଏଇ ଭାରତରେ


ଦୁର୍ନୀତି, ଶୋଷଣ, ଅରାଜକତା ପାଇଁ ସାଧାରଣତଃ ରାଜନେତା, ଉଚ୍ଚ ପଦବୀରେ ଥିବା ସରକାରୀ ଅଧିକାରୀଙ୍କୁ ଦାୟୀ କରାଯାଏ। ଦୁର୍ନୀତି ପ୍ରମାଣିତ ହେଲେ ସେମାନେ ଦଣ୍ଡିତ ହେବା ଅନେକ ନଜିର ରହିଛି। ହେଲେ ଅନେକଙ୍କ ବିରୋଧରେ ପ୍ରମାଣ ମିଳେନାହିଁ କିମ୍ବା ସେମାନଙ୍କ ବିରୋଧରେ ସ୍ବର ଉଠାଇବାକୁ ଲୋକେ ସାହସ କରନ୍ତି ନାହିଁ। ଏସବୁ ବର୍ତ୍ତମାନ ସମାଜରେ ସାଧାରଣ କଥା ହୋଇଥିଲାବେଳେ ଅନେକ ଲୋକଙ୍କ ମନରେ ରାଜନେତା ଓ ଉଚ୍ଚପଦସ୍ଥ ଅଧିକାରୀଙ୍କ ...

୫ ଫଳ

୫ ଫଳ

ସମ୍ପାଦକୀୟ/ ତଥାଗତ ସତପଥୀ

ନିକଟରେ ଶେଷ ହୋଇଥିବା ନିର୍ବାଚନ କୌଣସି ସାଧାରଣ ନିର୍ବାଚନ ନ ଥିଲା ଏବଂ ଏହାର ଫଳାଫଳରୁ ଯେଉଁ ସୂଚନା ମିଳୁଛି, ତାକୁ ମଧ୍ୟ ଉପେକ୍ଷା କରାଯାଇ ନ ପାରେ। କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ୬୫ ଲୋକ ସଭା ଆସନ ଥିବାରୁ ଏହା ଭବିଷ୍ୟତ ପାଇଁ ଭାବିବାର ଖୋରାକ ଯୋଗାଉଛି। ଗୋଟିଏ ବଡ଼କଥା ହେଉଛି, ଏହି ରାଜ୍ୟଗୁଡ଼ିକରୁ ୨୦୧୪ ନିର୍ବାଚନରେ କଂଗ୍ରେସ ମାତ୍ର ୩ଟି ଲୋକ ସଭା ଆସନ ଜିତିଥିଲା। ଆଗକୁ ସାଧାରଣ ନିର୍ବାଚନ ଆଉ ମାତ୍ର କେଇ ମାସ ବାକି ଥିବାବେଳେ ଏହି ଫଳାଫଳରୁ ଜଣାପଡ଼ୁଛି, ସରକାରଙ୍କର ଧନୀ-ସପକ୍ଷବାଦୀ ମନୋଭାବ ଓ ଧନୀ-ସପକ୍ଷବାଦୀ ନୀତି ନିର୍ଦ୍ଧାରଣ କରିବାର ମାନସିକତାକୁ ଜନତା ଗ୍ରହଣ କରୁନାହାନ୍ତି। ଏଥର ମଧ୍ୟପ୍ରଦେଶ ଓ ଛତିଶଗଡ଼ର ଗ୍ରାମାଞ୍ଚଳ ଲୋକ ଭାଜପା ପ୍ରତି...

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ଅସ୍ପୃଶ୍ୟତା, ଲକ୍ଷ୍ମୀପୁରାଣ ଓ ବଳରାମ

ନାରାୟଣ ପଣ୍ଡା 

ଉତ୍କଳ ପଞ୍ଚସଖାଙ୍କ ମହାପାତ୍ର, ଖୁଣ୍ଟିଆ, ମହାନ୍ତି, ଦାସ ଓ ମୁନି ଇତ୍ୟାଦି ସଂଜ୍ଞା ଥିଲା। ସେମାନେ କିନ୍ତୁ ସମସ୍ତେ ନିଜକୁ ଶୂଦ୍ର ବୋଲି ପରିଚିତ କରାଇଛନ୍ତି। ସନ୍ଥ ଅଚ୍ୟୁତାନନ୍ଦଙ୍କ ଉଦୟ କାହାଣୀ ଗ୍ରନ୍ଥରେ ପଞ୍ଚସଖାମାନଙ୍କର ଜାତି ପ୍ରସଙ୍ଗରେ କୁହାଯାଇଛି, ସେମାନେ ସତ୍ୟଯୁଗରେ ବ୍ରାହ୍ମଣ, ତ୍ରେତୟାରେ କ୍ଷତ୍ରିୟ, ଦ୍ୱାପରରେ ବୈଶ୍ୟ ଓ କଳିଯୁଗରେ ଶୂଦ୍ର। ଭକ୍ତି ଧର୍ମର ବର୍ଣ୍ଣ ହେଉଛି ଶୂଦ୍ର ବର୍ଣ୍ଣ। ସେମାନଙ୍କର ସ୍ବଭାବ ମିଷ୍ଟ, ବିନୟୀ ଓ ସରଳ। ଶୂଦ୍ର ନିଜର ନିର୍ଲିପ୍ତ ସେବା ଦ୍ୱାରା ଈଶ୍ୱର ସାନ୍ନିଧ୍ୟ ଓ ଚତୁର୍ବର୍ଗ ଫଳପ୍ରାପ୍ତ ହୋଇଥାଏ। ପଞ୍ଚଦଶ ଶତାବ୍ଦୀରେ ଜନ୍ମିତ ଉତ୍କଳର ପଞ୍ଚସଖା- ବଳରାମ ଦାସ ୧୪୮୨, ଯଶୋବନ୍ତ ଦାସ ୧୪୮୨, ଅଚ୍ୟୁତାନନ୍ଦ ଦାସ ୧୪୮୫, ଶିଶୁ ଅନନ୍ତ ୧୪୮୫ ଓ ଜଗନ୍ନାଥ ଦାସ ୧୪୯୦- ସାହିତ୍ୟ ଓ ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅମଳିନ ସ୍ବାକ୍ଷର ରଖି...

ଅସୁରକ୍ଷିତ ଆଶ୍ରମ ଗୃହ

ଅସୁରକ୍ଷିତ ଆଶ୍ରମ ଗୃହ

ପ୍ରୀତିଛନ୍ଦା ଧଳ

ନିକଟରେ ହଇଚଇ ସୃଷ୍ଟି କରିଛି ବେଲ୍‌ଟିକିରି ସେଲ୍‌ଟର ହୋମ୍‌ କାରନାମା। ‘ହାପି ଆଣ୍ଡ ହୋଲି ହୋମ୍‌’ ନାମକ ଆଶ୍ରମରେ ନାବାଳିକାମାନଙ୍କୁ ଯୌନ ନିର୍ଯାତନାର କଥା ଶୁଣି ସାଧାରଣ ଜନତାଙ୍କ ଲୋମ ଟାଙ୍କୁରି ଉଠୁଛି। କେତେ ଅସୁରକ୍ଷିତ ଆମର ଆଶ୍ରମ ଉଭୟ ଝିଅ ଓ ପୁଅମାନଙ୍କ ପାଇଁ ଏବେ ଏଠାରେ ଏକ ବଡ଼ ପ୍ରଶ୍ନ। ପ୍ରକୃତରେ ଦେଖିବାକୁ ଗଲେ ଲାଜ ଲାଗେ ଯେ ଏତେସବୁ ହୋଇଥାଏ ଆଶ୍ରମ ଗୃହରେ କିନ୍ତୁ ଆମର ପ୍ରଶାସନ ପାଖରେ କିଛି ଖବର ନ ଥାଏ। ଏହାର ଉତ୍ତର କିଏ ଦେବ ଏବଂ ଏହାର ଗୁରୁଦାୟିତ୍ୱ କାହାର? ...

ଏଇ ଭାରତରେ

ଏଇ ଭାରତରେ

ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଏହାକୁ ସ୍ଥାନୀୟ ଲୋକେ ମାନି ଚଳିଥାଆନ୍ତି। ପରମ୍ପରାକୁ ଅମାନ୍ୟ କଲେ ଅମଙ୍ଗଳ ହୁଏ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେଣୁ ସେଠାରେ ପ୍ରଥା-ପରମ୍ପରାକୁ ମାନି ଲୋକେ ଜୀବନଯାପନ କରନ୍ତି। ମଧ୍ୟପ୍ରଦେଶ ଓ ଛତିଶଗଡରେ ଏପରି ଏକ ନିଆରା ପରମ୍ପରା ରହିଛି ଯାହା ଅବିଶ୍ୱାସ ଲାଗିଲେ ମଧ୍ୟ ସତ। ଏହି ଦୁଇ ରାଜ୍ୟରେ ବାସ କରୁଥିବା ଗୋଣ୍ଡ ଜନଜାତିର ଲୋକମାନେ ଏହି ଅଜବ ପରମ୍ପରାକୁ ମାନିଥାଆନ୍ତି। ଉକ୍ତ ଜନଜାତିରେ ବିବାହ ପୂର୍ବରୁ ବରକୁ ରକ୍ତପାନ କରିବାକୁ ପଡିଥାଏ। ଏଥିପାଇଁ ବରକୁ ଘୁଷୁରି ମାରିବାକୁ ଦିଆଯାଏ। ପରେ ବ...

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସମ୍ପାଦକୀୟ/ଆସ୍ଥା ତୁଟୁଛି

ସାଧାରଣ ନିର୍ବାଚନ ପ୍ରାୟ ୫ ମାସ ଥିବାବେଳେ ଏବେଠାରୁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଲାଣି। କେନ୍ଦ୍ରର ନରେନ୍ଦ୍ର ମୋଦିଙ୍କ ସରକାରକୁ ଟକ୍କରଦେବା ଲାଗି ବିରୋଧୀ ଦଳଗୁଡ଼ିକ ଡିସେମ୍ବର ୧୦ରେ ନୂଆଦିଲ୍ଲୀଠାରେ ଏକତ୍ରିତ ହୋଇଛନ୍ତି। ବିଜୁ ଜନତା ଦଳ (ବିଜେଡି), ସମାଜବାଦୀ ପାର୍ଟି(ଏସ୍‌ପି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି)କୁ ଛାଡ଼ିଦେଲେ ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ନେତୃତ୍ୱରେ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଶୀତକାଳୀନ ଅଧିବେଶନର ଅବ୍ୟବହିତ ପୂର୍ବରୁ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ଏଭଳି ସମୟରେ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‌ଏଲ୍‌ଏସ୍‌ପି) ସଭାପତି ଉପେନ୍ଦ୍ର କୁଶ୍‌ଓ୍ବାହା ମୋଦି ସରକାରଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ଭାଜପା ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ମୋଦି ସରକାର ତାଙ୍କୁ ଧୋକାଦେବା ସହ ଜନସାଧାରଣଙ୍କ ଆକାଂକ୍ଷା ପୂରଣ କରିବାରେ ଅସମର୍ଥ ହେବାରୁ ଇସ୍ତଫା...

 ଆଜିର ଯୁବବର୍ଗ କ୍ରୋଧିତ କାହଁକି

ଆଜିର ଯୁବବର୍ଗ କ୍ରୋଧିତ କାହଁକି

ସହଦେବ ସାହୁ

ଭାରତ ଏକ ପ୍ରାଚୀନ ସଭ୍ୟତା କିନ୍ତୁ ଏକ ଯୁବରାଷ୍ଟ୍ର। ଚାଇନା ବି ଏକ ପ୍ରାଚୀନ ସଭ୍ୟତା, କିନ୍ତୁ ସେଠାକାର କମ୍ୟୁନିଷ୍ଟ ସରକାର ପରିବାର ନିୟନ୍ତ୍ରଣ କଡ଼ାକଡ଼ି ଲାଗୁ କରିଥିବାରୁ ତାହାର ଜନସଂଖ୍ୟାରେ ବୃଦ୍ଧଙ୍କ ସଂଖ୍ୟା କାଳକ୍ରମେ ବଢ଼ିଚାଲିଲା। ଚାଇନାରେ କାମିକା ଲୋକ (୨୦ରୁ ୫୦ ବର୍ଷ)ଙ୍କ ସଂଖ୍ୟା କମିବାରେ ଲାଗିଛି। ୨୦୧୨ରେ ଦେଶରେ କାମକରିପାରିବା ଲୋକଙ୍କ ସଂଖ୍ୟା ୩୦ ଲକ୍ଷ କମିଯିବା ଦେଖି ଚାଇନା ସରକାର ଚିନ୍ତିତ ହୋଇପଡ଼ିଲେ। ଏ ଦୃଷ୍ଟିରୁ ଭାରତ ଉତ୍ତମ ସ୍ଥିତିରେ ଅଛି ବୋଲି ବିଲାତର ପ୍ରସିଦ୍ଧ ପତ୍ରିକା ‘ଦି ଇକୋ...

ଦେଶ, ରାଜନୀତି ଓ ଆଜିର ଶିକ୍ଷା

ଦେଶ, ରାଜନୀତି ଓ ଆଜିର ଶିକ୍ଷା


ଡ. ଶରତ ଚନ୍ଦ୍ର ରଥ

ଦେଶର ଅଛି ଅର୍ଥ ସମସ୍ୟା। ଅତୀତରେ ସମସ୍ୟା ଥିଲା ଆଜି ମଧ୍ୟ ଅଛି। ପ୍ରଥମେ ସମସ୍ୟାଗୁଡ଼ିକର ତାଲିକା କରିବା ଦରକାର। ତା’ପରେ ସମାଧାନର ସୂତ୍ର ବିଷୟରେ ଚିନ୍ତା, ଆଲୋଚନା ଓ ପଦକ୍ଷେପ ଗ୍ରହଣର ବ୍ୟବସ୍ଥା। ଯେହେତୁ ଆଜିକାଲି ସମସ୍ତ କ୍ଷମତା ରାଜନେତାମାନଙ୍କ ହାତରେ ଠୁଳ, ସେମାନଙ୍କର ଏସବୁ ସର୍ବାଦୌ କରଣୀୟ। ସେମାନଙ୍କୁ ବୁଦ୍ଧିଜୀବୀମାନେ ସହଯୋଗ କରିପାରନ୍ତି।...

ଏଇ ଭାରତରେ

ଏଇ ଭାରତରେ

ସବୁ ମାତାପିତା ପରିଣତ ବୟସରେ ପୁତ୍ର  ସନ୍ତାନର ମୁହଁ ଦେଖି ଖୁସି ହୁଅନ୍ତି। କିନ୍ତୁ ଯେଉଁ ମାତାପିତା ଏହି ସୁଖରୁ ବଞ୍ଚତ୍ତ ସେମାନେ ଦୁଃଖ ଅନୁଭବ କରନ୍ତି। ଏହି ପରିସ୍ଥିତିର ସାମ୍‌ନା କରିଛନ୍ତି ୬୨ବର୍ଷର ଜଣେ ମହିଳା। ଗୁଜରାଟର ସୁରତ ନଗରୀରେ ବାସ କରୁଥିବା ମଧୁବେନ ଗେହଲଟ୍‌ ନାମ୍ନୀ ଏହି ମହିଳା ୬୨ବର୍ଷ ...