ସମ୍ପାଦକୀୟ |

ଚକ୍ରବ୍ୟୂହରେ ଚାଷୀ

 ଚକ୍ରବ୍ୟୂହରେ ଚାଷୀ
ସବ୍ୟସାଚୀ ଅମିତାଭ ଓଡ଼ିଶାର ଚାଷୀ ସବୁବେଳେ ଚର୍ଚ୍ଚାରେ। ଚାଷୀଙ୍କୁ ନେଇ ରାଜନୀତି ବି କିଛି କମ୍‌ ନୁହେଁ। ଓଡ଼ିଶାର ଶତକଡା ୬୦ ଭାଗରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ବର୍ଷ ପରେ ବର୍ଷ ବିତିଛି, ସରକାର ପରେ ସରକାର ଆସିଛନ୍ତି, ହେଲେ ଓଡିଶା ଚାଷୀଙ୍କ ଭାଗ୍ୟ ବଦଳିପାରିନି। କ’ଣ ପାଇଁ ଚାଷୀଙ୍କ ଅବସ୍ଥା ଆଜି ହୀନିମାନିଆ? ଛୋଟିଆ ଉଦାହରଣଟେ ଦେବି। ଗୋଟେ ବ୍ଲକ୍‌ରେ ଥରେ ଚାଷୀ ଋଣମେଳା ହେଉଥାଏ। ମହିଳା ଚେୟାରମ୍ୟାନଙ୍କ ପାଦ ତଳେ ଲାଗୁ ନ ଥାଏ ସେଦିନ। ନିଜ ଅଞ୍ଚଳର ଦୁଇ ଶହ ଗରିବ ଚାଷୀଙ୍କୁ ସେ ଋଣ ଯୋଗାଇ ଦେଇଛନ୍ତି। ଘଣ୍ଟେ ପରେ କର୍ମକର୍ତ୍ତା କହିଲେ, ମ୍ୟାଡାମ୍‌ ଋଣବଣ୍ଟା ସରିଗଲା। ଚେୟାରମ୍ୟାନ୍‌ ବିସ୍ମିତ ହୋଇଗଲେ, ପଚାଶ-ଷାଠିଏ ଲକ୍ଷ ଟଙ୍କା କେମିତି ଏଡେ ବେଗି ବଣ୍ଟା ହୋଇଗଲା? କର୍ମକର୍ତ୍ତା କହିଲେ- ନା ଆଜ୍ଞା, ଇୟେ ପରା ଅଦଳବଦଳ ଫର୍ମୁଲା। ତାଙ୍କ ବାକିଆ ଋଣ ଆଡଜଷ୍ଟ କରିଦିଆଗଲା ଆଉ ଗୋଟିଏ ଋଣରେ। ଚାଷୀ ଖୁସ୍‌, ତା’ ମୁଣ୍ଡରୁ ଦାୟିତ୍ୱ ଗଲା। ଆମେ ଖୁସ୍‌, ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ। ଆଉ ସରକାର ବି ଖୁସ୍‌ ଖବରକାଗଜବାଲାଙ୍କଠାରୁ ଏକ ନମ୍ବର ସାର୍ଟିଫିକେଟ୍‌ ପାଇ। ଆଁ କରି ରହିଗଲେ ଚେୟାରମ୍ୟାନ୍‌ ା କାଗଜପତ୍ରରେ ଏହି ଋଣ ବଢି ବଢି ଚାଷୀଙ୍କୁ ଶୋଷିଶୋଷି, ଚାଷୀ ନିଜ କ୍ଷେତରେ ନିଆଁ ଲଗାଇବା ପୂର୍ବରୁ ତା’ ସଂସାରରେ ନିଆଁ ଲାଗିସାରିଥାଏ। ଏ ହେଉଛି ଆମ ଚାଷୀଙ୍କ ପାଇଁ ହେଉଥିବା ଯୋଜନାର ବାସ୍ତବତା। କେତେବେଳେ ବନ୍ୟା, ମରୁଡି ତ ଆଉ କେତେବେଳେ ରୋଗପୋକ। ଫସଲ ନଷ୍ଟ କାରଣରୁ ମାନସିକ ଭାବେ ଭାଙ୍ଗି ପଡୁଛନ୍ତି ଚାଷୀ। ଋଣବୋଝ ତଳେ ଚାପି ହୋଇ ଲାଞ୍ଝିତ ଅପମାନିତ ହେବା ଅପେକ୍ଷା ମରଣକୁ ଶ୍ରେୟସ୍କର ମଣୁଛି ସ୍ବାଭିମାନୀ ଚାଷୀ। ତେବେ ଓଡିଶା ପାଇଁ ମରୁଡି ଓ ଫସଲହାନି ନୂଆ କଥା ନୁହେଁ। ବିଗତ ୫୦ ବର୍ଷ ମଧ୍ୟରୁ ୪୦ ବର୍ଷ ମରୁଡି, ବଢି, ବାତ୍ୟା ଓ ରୋଗପୋକ ସହ ଚାଷୀଏ ଲଢେଇ କରିଛନ୍ତି। ଚଉଦବର୍ଷ କେବଳ ମରୁଡିର ସମ୍ମୁଖୀନ ହୋଇଛନ୍ତି। ପଚାଶବର୍ଷରୁ ୩୫ ବର୍ଷ ସ୍ବାଭାବିକ ହାରଠାରୁ କମ୍‌ ବର୍ଷା ହୋଇଛି। ସେସବୁ ଦୁର୍ବିପାକ ବେଳେ ଚାଷୀ ଆତ୍ମହତ୍ୟା ଶୁଣାଯାଉ ନ ଥିଲା। ଏବେ ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି କାହିଁକି? ମରୁଡି ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ ନୁୁହେଁ। ଚାଷୀ ଆତ୍ମହତ୍ୟାର କାରଣ ଜାଣିବାକୁ ହେଲେ, ପଚାଶ-ଷାଠିଏ ବର୍ଷ ତଳର ଚାଷୀର ଆର୍ଥିକ ଓ ସାମାଜିକ ସ୍ଥିତି ସହ ବର୍ତ୍ତମାନକୁ ତୁଳନା କରିବାକୁ ପଡିବ। ପୂର୍ବେ ଚାଷରେ ଲାଭ ହେଉଥିଲା। ଜମିରେ ଗୋବରଖତ ଦେଇ ଯେତିକି ଧାନ ହେଉଥିଲା, ଏବେ ରାସାୟନିକ ସାର ଦେଇ ପ୍ରାୟ ସେତିକି ଅମଳ ହେଉଛି। ଚାଷୀର ତେଲଲୁଣ ସଂସାରରେ, ଆବଶ୍ୟକ ପଦାର୍ଥ କିଣିବାରେ ପୂର୍ବେ ଚାଷୀକୁ କେତେ ଖର୍ଚ୍ଚ କରିବାକୁ ପଡୁଥିଲା ଓ ଏବେ କେତେ ଖର୍ଚ୍ଚ କରିବାକୁ ପଡୁଛି ତା’ର ହିସାବ ଦେଖିବା। ଲୁଣ ୫୦ କେଜି କିଣିବାକୁ ପୂର୍ବେ ୪ କେଜି ଧାନ ଦେବାକୁ ପଡୁଥିଲା। ସେଥିପାଇଁ ଏବେ ୬୦ କେଜି ଖର୍ଚ୍ଚ କରିବାକୁ ପଡୁଛି। ସୋରିଷ ତେଲ ୧ ଲିଟରକୁ ୮ କେଜି ଧାନ ଦେବାକୁ ପଡୁଥିଲା, ଏବେ ୧୨ କେଜି ଖର୍ଚ୍ଚ କରିବାକୁ ପଡୁଛି। ନଡିଆ ତେଲ ୧ ଲିଟର ପାଇଁ ୧୨ କେଜି ଧାନ ସ୍ଥଳେ ଏବେ ୨୭ କେଜି ଖର୍ଚ୍ଚ କରିବାକୁ ପଡୁଛି। ସେତେବେଳେ ୫ କେଜି ଧାନ ବଦଳରେ ସାଧାରଣ ଧୋତି ମିଳୁଥିବା ବେଳେ ଏବେ ୧୫ କେଜି ଧାନର ମୂଲ୍ୟ ଗୋଟିଏ ପିନ୍ଧା ଧୋତି ସହ ସମାନ। କ୍ଷେତ ମୂଲିଆର ମଜୁରି ବାବଦକୁ ଆଗେ ଦିନକୁ ୪ କେଜି ଧାନ ଦେବାକୁ ପଡୁଥିଲା, ଏବେ ଗୋଟିଏ ମଜୁରି ପାଇଁ ୩୦ କେଜି ଧାନର ମୂଲ୍ୟ ଦେବାକୁ ପଡୁଛି। ବଜାର ଦର ବଢି ଚାଲିଛି ା ଅନ୍ୟାନ୍ୟ ପଦାର୍ଥ ଦରକୁ ତାଳ ଦେଇ ଧାନର ଦର ବଢୁ ନ ଥିବାରୁ ଚାଷୀର ଆର୍ଥିକ ସ୍ଥିତି ଦିନକୁ ଦିନ ଶୋଚନୀୟ ହୋଇଚାଲିଛି। ଆଗରୁ ଚାଷୀ ଋଣ କରୁଥିଲା ଓ ଚାଷ ଲାଭଜନକ ହୋଇଥିବାରୁ ଆରାମରେ ଋଣ ଶୁଝୁଥିଲା। ଏବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଋଣ କରୁଛି ବିବାହ, ବ୍ରତ, ଯାନିଯୌତୁକ ଓ ରୋଗ ଚିକିତ୍ସା ପାଇଁ। ଏବେ ଚାଷୀର ଅବସ୍ଥା, ଦାଣ୍ଡରୁ ଆସେ ହାଣ୍ଡିରେ ପଶେ। ସେ ଋଣ ଶୁଝିବ କେଉଁଠୁ? ଏହି ଋଣବୋଝ ଚାଷୀର ଜୀବନ ନେଉଛି। ଆତ୍ମହତ୍ୟାର ସହଜ ବାଟ ହେଲା ବିଷପାନ। ଚାଷୀର ଘରେ ରାସାୟନିକ ସାର ଓ କୀଟନାଶକ ଯାହାକୁ ଯେତେ। ଏହା ଚାଷୀ ଆତ୍ମହତ୍ୟାର ଅନ୍ୟତମ କାରଣ। ଆଉ ଗୋଟିଏ ବଡ ପ୍ରସଙ୍ଗ ହେଲା ଭାଗଚାଷୀଙ୍କ ସମସ୍ୟା ଓ ସେମାନଙ୍କ ସୁରକ୍ଷା। ଚାଷ ଉପରେ ନିର୍ଭରଶୀଳ ଲୋକଙ୍କ ମଧ୍ୟରୁ ସିଂହଭାଗ ହେଉଛନ୍ତି ଭୂମିହୀନ। ପର ଜମିରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଖଟୁଥିବା ଏଇ ବର୍ଗଟି ହେଉଛନ୍ତି ଭାଗଚାଷୀ। ଥିଲାବାଲା ଲୋକେ ଚାଷକୁ ଭାଗରେ ଲଗାଇ ସୁଫଳ ପାଉଥିବା ବେଳେ ଦୈବୀ ଦୁର୍ବିପାକ ତଥା ରୋଗପୋକ ପାଇଁ କ୍ଷତି ସହିଥାଏ ଭାଗଚାଷୀ। ଭାଗଚାଷୀଙ୍କ ସୁବିଧା ପାଇଁ ସେଭଳି କୌଣସି ସ୍ବତନ୍ତ୍ର ଆଇନ ନ ଥିବାରୁ ସେମାନଙ୍କ ଅବସ୍ଥା ଯେମିତିକୁ ସେମିତି ରହିଛି। ସରକାର ବି ବିଭିନ୍ନ ଆଳରେ ଚାଷୀଙ୍କୁ ଭଣ୍ଡାଇ ଚାଲିଛନ୍ତି। ବର୍ତ୍ତମାନ ରାଜ୍ୟରେ ସାଂଘାତିକ ମରୁଡି ସ୍ଥିତି ଦେଖାଦେଇଛି। ଏହା ଉପରେ ଚଡକ ସାଜିଛି ଚକଡା ପୋକ। ଅନେକ ଚାଷୀ ଆତ୍ମହତ୍ୟା କରିସାରିଲେଣି। ଏଭଳି ସ୍ଥିତିରେ ଚାଷୀଙ୍କୁ ନେଇ ରାଜନୀତି କରା ନ ଯାଉ। ମୋ- ୯୪୩୮୨୯୬୫୧୯
All Right Reserved By

ସମ୍ପାଦକୀୟ |

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

ଇଣ୍ଡୋନେସିଆରେ ସୁନାମି, ଭାରତରେ ଭୟ

୨୦୧୮ ଜୁଲାଇ ଓ ଅଗଷ୍ଟ ମାସର ଭୂକମ୍ପ ପରେ ସେପ୍ଟେମ୍ବର ୨୮ ତାରିଖର ଭୂକମ୍ପ ଥିଲା ଇଣ୍ଡୋନେସିଆରେ ଏ ବର୍ଷର ତୃତୀୟ ତଥା ଶକ୍ତିଶାଳୀ। ଇଣ୍ଡୋନେସିଆରେ ଛୋଟ-ବଡ଼ ଭୂକମ୍ପ ସାଧାରଣ କଥା।

ସମ୍ଭ୍ରାନ୍ତ ଠାଣି

ସମ୍ଭ୍ରାନ୍ତ ଠାଣି

ଅକ୍ଟୋବର ୧୩ ଅପରାହ୍ଣ ୪ଟା ୪୫ ମିନିଟ୍‌ରେ ଦିଲ୍ଲୀ ନିକଟସ୍ଥ ଗୁଡ୍‌ଗାଓଁର ଜିଲା କୋର୍ଟ ଭିତରେ ଅତିରିକ୍ତ ଦୌରା ଜଜ୍‌ କ୍ରିଷ୍ଣକାନ୍ତ ଶର୍ମା ଅନ୍ୟ ଜଣେ ବିଚାରପତିଙ୍କ ସହ କଥା ହେଉଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍‌ ଆସିଲା। ଫୋନ୍‌ କରିଥିବା ବ୍ୟକ୍ତି ଥିଲେ କ୍ରିଷ୍ଣକାନ୍ତଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ମହିପାଲ ସିଂ।

 ବିବାଦରେ ଆକବର

ବିବାଦରେ ଆକବର

ଆକାର ପଟେଲ

ପ୍ରାୟ ୨୫ ବର୍ଷ ତଳେ ମୁଁ କାର୍ଯ୍ୟ ଅନ୍ବେଷଣରେ ସୁରତରୁ ବମ୍ବେ (ସେତେବେଳେ ମୁମ୍ବାଇ ନାଁ ହୋଇ ନ ଥିଲା) ଆସିଲି। ଆମ ପାରିବାରିକ ବ୍ୟବସାୟ ‘ପଲିଷ୍ଟର ପୋଷାକ ତିଆରି’ ଆଉ ଚାଲିଲା ନାହିଁ। ମୁଁ ଟେକ୍ସଟାଇଲ ବିଦ୍ୟାରେ ଡିପ୍ଲୋମା କରିଥିଲି। ବିଦ୍ୟାଳୟ ଶିକ୍ଷା ପରେ ଏହି ଡିପ୍ଲୋମା କରିବାରେ ମୋର ଦୁଇବର୍ଷ ଚାଲିଗଲା। ସୁତରାଂ କୌଣସି ଅଫିସ ଚାକିରି ପାଇଁ ମୋର ଶିକ୍ଷାଗତ ଯୋଗ୍ୟତା ନ ଥିଲା। ଜଣେ ...

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ଶ୍ୱେତକେତୁ, ବିଛୁଆତି ଓ ଧାରା-୪୯୭

ପ୍ରକାଶ ତ୍ରିପାଠୀ

ଶୁଣିଥିବା ଏକ ପୌରାଣିକ କଥାବସ୍ତୁରୁ ଆଲେଖ୍ୟଟିକୁ ଆରମ୍ଭ କରୁଛୁ। ଋଷି ଉଦ୍ଦାଳକ ଓ ତାଙ୍କ ପୁତ୍ର ଶ୍ୱେତକେତୁ ନିଜ ଆଶ୍ରମ ସନ୍ନିକଟରେ ବସି କୌଣସି ଏକ କାର୍ଯ୍ୟ ସମ୍ପାଦନ କରୁଥିଲେ। ଆଶ୍ରମରେ ସେତେବେଳେ ଉଦ୍ଦାଳକଙ୍କ ପତ୍ନୀ ଏକୁଟିଆ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆଶ୍ରମ ଭିତରକୁ ପ୍ରବେଶ କରି ଉଦ୍ଦାଳକଙ୍କ ପତ୍ନୀଙ୍କୁ ଧରି ପଳାୟନ କଲେ। ଉଭୟ ପିତା ଓ ପୁତ୍ରଙ୍କ ଆଖି ସାମ୍ନାରେ ଘଟଣାଟି ...

ମୁଖ୍ୟ ଅର୍ଥନୀତିଜ୍ଞ

ମୁଖ୍ୟ ଅର୍ଥନୀତିଜ୍ଞ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ବିଶ୍ୱର ୧୮୯ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ବୃଦ୍ଧି, ବାଣିଜ୍ୟକୁ ସୁଗମ କରିବା, ଉଚ୍ଚ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିଶ୍ୱରୁ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବା ହେଉଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ର ମୁଖ୍ୟ ଉଦ୍ଦେଶ୍ୟ। ୧୯୪୫ରେ ଗଠିତ ଏହି ବିଶ୍ୱ ସଂସ୍ଥାର ମୁଖ୍ୟାଳୟ ଆମେରିକା ରାଜଧାନୀ ଓ୍ବାଶିଂଟନ ଡି.ସି.ରେ ଅବସ୍ଥିତ। ଅନ୍ତର୍ଜାତୀୟ ସ୍ତରରେ ...

ଏଇ ଭାରତରେ

ଏଇ ଭାରତରେ

କେତେକ ବ୍ୟକ୍ତି ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇଥିଲେ ବି ସେମାନଙ୍କ ମନକୁ ଅହଂକାର ଛୁଇଁ ନ ଥାଏ। ସେମାନେ ସମାଜ ପାଇଁ କିଛି ନୂଆ ବାର୍ତ୍ତା ଦେବାକୁ ପ୍ରୟାସ କରିଥାଆନ୍ତି। ଏପରି ଏକ ଘଟଣାକ୍ରମରେ ମହାରାଷ୍ଟ୍ର ନାସିକ ଅଞ୍ଚଳର ଡାକ୍ତର ଦୁଇଭାଇ ଆସନ୍ତା ମାସରେ ଶ୍ରୀନଗରରୁ କନ୍ୟାକୁମାରୀ ଯାତ୍ରା କରି ‘ସୁସ୍ଥ ଜୀବନଶୈଳୀ’ର ବାର୍ତ୍ତା ପ୍ରଚାର କରିବେ। ସେମାନେ ହେଉଛନ୍ତି ଡା. ମହେନ୍ଦ୍ର ମହାଜନ ...

ସୁରକ୍ଷା ରଣନୀତି

ସୁରକ୍ଷା ରଣନୀତି


ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି। ଗତ କିଛିମାସ ଭିତରେ ସରକାର ପ୍ରତିରକ୍ଷା ଯୋଜନା କମିଟି (ଡିପିସି) ଗଠନ କରିଛନ୍ତି, ଜାତୀୟ ସୁରକ୍ଷା କାଉନ୍‌ସିଲ ସେକ୍ରେଟାରିଏଟ୍‌ ପାଇଁ ବଜେଟ୍‌ ବୃଦ୍ଧି କରିଛନ୍ତି ଏବଂ ଜାତୀୟ ସୁରକ୍ଷା ପରିଷଦକୁ ସହାୟତା କରିବା ପାଇଁ ଷ୍ଟ୍ରାଟେଜିକ୍‌ ପଲିସି ଗ୍ରୁପ୍‌ (ଏସ୍‌ପିଜି)ର ପୁନର୍ଗଠନ କ...

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ସର୍ବୋଚ୍ଚ ଅଦାଲତଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମନ-ମାନଚିତ୍ର/ ଡ. ନରହରି ବେହେରା

ଆମ ଦେଶରେ ସର୍ବୋଚ୍ଚ ନ୍ୟାୟାଳୟର ସ୍ଥାନ କୌଣସି ପବିତ୍ର ଦେବାଳୟଠାରୁ କମ୍‌ ନୁହେଁ। ଯେକୌଣସି ବିବଦମାନ ବିଷୟରେ ନ୍ୟାୟାଳୟର ନିର୍ଣ୍ଣାୟକ ମନ୍ତବ୍ୟକୁ ଉକତ୍ଣ୍ଠାର ସହିତ ଅପେକ୍ଷା କରିଥାନ୍ତି ଜନସାଧାରଣ। ଏବେ ସର୍ବୋଚ୍ଚ ନ୍ୟାୟାଳୟ ଯେଉଁ କେତୋଟି ରାୟ ଶୁଣାଇଛନ୍ତି, ସେଗୁଡ଼ିକ ରାଜନୀତିକ, ସାମାଜିକ ଏବଂ ପାରମ୍ପରିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ରାୟ ଉପରେ ବିତର୍କ ହେବା ସ୍ବାଭାବିକ।...

ସରଳତାର ସଂଜ୍ଞା

ସରଳତାର ସଂଜ୍ଞା

ସୁଧିରାଜ ରାଉତ

ବନ୍ଧୁ ଆଉ ମୁଁ ଫେରୁଥାଉ ମାଲକାନଗିରିରୁ। ସର୍ପିଳ ରାସ୍ତା, ଅଙ୍କାବଙ୍କା ନଈ, ଶାଳ, ପିଆଶାଳର ମାଇଲ ମାଇଲ ସାମ୍ରାଜ୍ୟ। ବନ୍ଧୁ କହିଲେ- ଏହି ଘଞ୍ଚ ବନାନୀ, ଦୁର୍ଗମ ପାହାଡ଼ ଓ ଆଦିବାସୀଙ୍କ ସରଳତାର ସୁଯୋଗ ନେଇ କିଛି ଧୂର୍ତ୍ତ ସେମାନଙ୍କୁ ଧରାଇ ଦେଇଛନ୍ତି ବନ୍ଧୁକ, ସଜାଇ ଦେଇଛନ୍ତି ମାଓବାଦୀ। ମୁଁ ଝରକା ଆଉ ଝରଣା ଆଡୁ ମୁହଁ ଫେରାଇ ବନ୍ଧୁଙ୍କୁ କହିଲି- ସରଳତା ଶବ୍ଦଟିକୁ ଆମେ ଯତ୍ରତତ୍ର ବ୍ୟବହାର କରୁଛୁ। ଆଦିବାସୀଙ୍କ ଶିକ୍ଷାର ଅଭାବ, ଅଜ୍ଞାନତା, ମାନସିକ ଅନଗ୍ରସରତାର ସୁଯୋଗ ନେଉଛନ୍ତି ଅନ୍ୟମାନେ। ଅଜ୍ଞାନତା କ’ଣ ସରଳତା? ଜଣେ ମାଓ କିଏ ଚିହ୍ନିନାହିଁ, ଅଥଚ ମାଓବାଦୀ ହୋଇଯାଉଛି- ଏହା ଅଜ୍ଞାନତା, ମୋଟେ ସ...

ଏଇ ଭାରତରେ

ଏଇ ଭାରତରେ

କୋଲକାତା ଦୁର୍ଗାପୂଜାର ପ୍ରସିଦ୍ଧି ବିଷୟରେ ସମସ୍ତେ ଅବଗତ। କିନ୍ତୁ ଉତ୍ତର କୋଲକାତାରେ ରାସ୍ତାକଡର ପିଲାଙ୍କ ଦ୍ୱାରା ନୂଆକରି ଏକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏହାକୁ ‘ଫୁଟ୍‌ପାଥ୍‌ ଦୁର୍ଗାପୂଜା’ କୁହାଯାଉଛି। ରାସ୍ତାକଡ ଝୁମ୍ପୁଡ଼ିରେ ବାସ କରୁଥିବା ପିଲାମାନେ ପ୍ରତିବର୍ଷ ଜନଗହଳିପୂର୍ଣ୍ଣ ଦୁର୍ଗାପୂଜା ଦେଖିବାକୁ ଯାଆନ୍ତି। କିନ୍ତୁ କେବେ ମା’ ଦୁର୍ଗାଙ୍କୁ ପୂଜା କରିବାର ଅବସର ପାଇ ନ ଥିଲେ। ଅପରିଚ୍ଛନ୍ନ ପୋଷା ...

 ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଆଜିର ଅର୍ଥନୀତି/ ଜନସ୍ବାର୍ଥବିରୋଧୀ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ) ଏଟିଏମ୍‌ରୁ ଦୈନିକ ଉଠାଣ ସୀମା ୪୦,୦୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି। ଭାରତୀୟ ବ୍ୟାଙ୍କିଙ୍ଗ୍‌ କୋଡ୍‌ ଓ ମାନକ ପରିଷଦ (ବିସିଏସ୍‌ବିଆଇ)ର ନିୟମ ଅନୁସାରେ ବ୍ୟାଙ୍କର କୌଣସି ବି ସର୍ତ୍ତାବଳିରେ ପରିବର୍ତ୍ତନ କରାଯିବାର ଅନ୍ତତଃ ୩୦ ଦିନ ପୂର୍ବରୁ ଗ୍ରାହକମାନଙ୍କୁ ବିଜ୍ଞପ୍ତି ଜରିଆରେ ଅବଗତ କରାଇବା ଦରକାର। ତେଣୁ ଉକ୍ତ ହ୍ରାସପ୍ରାପ୍ତ ଉଠାଣ ସୀମା ଅକ୍ଟୋବର ୩୧ରୁ କାର୍ଯ୍ୟକାରୀ ହେବ। ନୂଆ ନିୟମ କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟାଙ୍କ ତା’ର ଶାଖାଗୁଡ଼ିକୁ ଏ ବାବଦରେ ନୋଟି...

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ 

ଗତ ତା୨୭ା୯ା୨୦୧୮ରିଖର ଏକ ଐତିହାସିକ ସିଦ୍ଧାନ୍ତରେ ସର୍ବୋଚ୍ଚ ନ୍ୟାୟାଳୟ ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରୀତିଙ୍କୁ ଆଇନସିଦ୍ଧ ଘୋଷଣା କରିଛନ୍ତି। ଫଳରେ ସମାଜ ଜୀବନରେ ଅଭୂତପୂର୍ବ ନୈତିକ ବିଶୃଙ୍ଖଳା ଘଟିବାର ଆଶଙ୍କା ସୃଷ୍ଟି ହୋଇଛି। ଏହାଦ୍ୱାରା କାଳେ ଦେଶର ନାରୀ ସମାଜ ସ୍ବାମୀ ଏବଂ ସଂସାରର ପରାଧୀନତା ଶୃଙ୍ଖଳରୁ ମୁକ୍ତ ହୋଇ ପରପୁରୁଷ ସହିତ ଅବାଧ ଯୌନ ଉପଭୋଗର ଆନନ୍ଦ ନେଇ ପାରିବେ- ଯଦିଓ ଭାରତୀୟ ନାରୀମାନେ କେବେ ବି ସ୍ବାମୀ ଏବଂ ସଂସାରର ସ୍ନେହପ୍ରୀତି ଏବଂ ନୈତିକତାର ବନ୍ଧନକୁ ପରାଧୀନତା ମନେକରିବା ଶୁଣାଯାଇ ନାହିଁ। ସମାଜ ଜୀବନକୁ ଶୃଙ୍ଖଳିତ କରିବା ପାଇଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ନରନାରୀଙ୍କ ମଧ୍ୟ...