ଖେଳ |

ବିଜୟ, ପୂଜାରାଙ୍କ ଶତକ: ଭାରତ ଦୃଢ଼

ବିଜୟ, ପୂଜାରାଙ୍କ ଶତକ: ଭାରତ ଦୃଢ଼
ନାଗପୁର, ୨୫।୧୧(ପି.ଟି.)- ଓପନର ମୁରଲୀ ବିଜୟ ଏବଂ ନିର୍ଭରଯୋଗ୍ୟ ଚେତେଶ୍ୱର ପୂଜାରାଙ୍କ ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ନିଜର ସ୍ଥିତି ଦୃଢ଼ କରିଛି। ଶନିବାର ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତ ୨ ଉଇକେଟ ହରାଇ ୩୧୨ ରନ ସଂଗ୍ରହ କରିଛି। ୮ ଉଇକେଟ ସୁରକ୍ଷିତ ଥିବାବେଳେ ଶ୍ରୀଲଙ୍କାଠାରୁ ଭାରତ ୧୦୭ ରନରେ ଅଗ୍ରଣୀଲାଭ କରିଛି। ଶ୍ରୀଲଙ୍କା ପ୍ରଥମ ଇନିଂସରେ ୨୦୫ ରନ କରି ଅଲଆଉଟ ହୋଇଥିଲା। ପ୍ରଥମ ଦିନର ଅସମାପ୍ତ ସ୍କୋର ୧୧/୦ରୁ ଖେଳ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିନରେ ପ୍ରଭାବୀ ବ୍ୟାଟିଂ କରିଥିଲା। ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ବିଜୟ ଓ ପୂଜାରା ଶ୍ରୀଲଙ୍କା ବୋଲରଙ୍କୁ ନାକେଦମ୍‌ କରିଥିଲେ। ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଦଳରେ ସୁଯୋଗ ପାଇଥିବା ମୁରଲୀ ବିଜୟ ଶତକ ହାସଲ କରି ଚୟନକର୍ତ୍ତାଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ପୂଜାରା ଖେଳିଥିଲେ ଆଉ ଏକ ମାଷ୍ଟର ଇନିଂସ। ଦୁହିଙ୍କ ଆଗରେ ଶ୍ରୀଲଙ୍କା ବୋଲିଂ ଅତ୍ୟନ୍ତ ମାମୁଲି ସାବ୍ୟସ୍ତ ହୋଇଥିଲା। ବିଜୟ ଏଠାରେ ଖେଳିଥିଲେ ଧୈର୍ଯ୍ୟପୂର୍ଣ୍ଣ ଇନିଂସ। ବ୍ୟକ୍ତିଗତ ଶତକ ହାସଲ କରିବା ସହ ସେ ପୂଜାରାଙ୍କ ସହ ଦ୍ୱିତୀୟ ଉଇକେଟରେ ୨୦୯ ରନ ଯୋଗ କରିଥିଲେ। ବିଜୟ-ପୂଜାରାଙ୍କ ମଧ୍ୟରେ ଏହାଥିଲା କ୍ରମାଗତ ୪ର୍ଥ ଶତକୀୟ ଭାଗୀଦାରି। ୨୨୧ ବଲ୍‌ର ସମ୍ମୁଖୀନ ହୋଇଥିବା ବିଜୟ ନିଜ ଇନିଂସ ମଧ୍ୟରେ ୧୧ ଚୌକା ଓ ୧ ଛକା ମାରିଥିଲେ। ଦୀର୍ଘ ୮ ମାସପରେ ପ୍ରଥମଥର ପାଇଁ ଟେଷ୍ଟ ଖେଳିଥିବା ବିଜୟ ସୁଯୋଗର ଭରପୂର ସଦୁପଯୋଗ କରିଥିଲେ। ଏହା ଥିଲା ତାଙ୍କ କ୍ୟାରିୟରର ୧୦ମ ଟେଷ୍ଟ ଶତକ। ଏଠାରେ ଶତକ ହାସଲ କରି ସେ ଦିଲ୍ଲୀଠାରେ ହେବାକୁଥିବା ତୃତୀୟ ଟେଷ୍ଟ ଏବଂ ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ପ୍ରବଳ ଦାବିଦାର ହୋଇଯାଇଛନ୍ତି। ଓପନିଂ ସ୍ଲଟ୍‌ ପାଇଁ ଏବେ ଧାଓ୍ବନ, ଲୋକେଶ ରାହୁଲ ଓ ବିଜୟଙ୍କ ମଧ୍ୟରେ ସୁସ୍ଥ ପ୍ରତିଦ୍ୱନ୍ଦ୍ୱିତା ଚାଲିବ। ବିଜୟଙ୍କ ପରେ ନିଜ କ୍ୟାରିୟରର ୧୪ତମ ଶତକ ହାସଲ କରିଥିଲେ ଚେତେଶ୍ୱର। ଦିନସାରା ବ୍ୟାଟିଂ କରି ୨୪୬ ବଲ୍‌ରୁ ଶତକ ପୂରଣ କରିଥିବା ପୂଜାରା ଦ୍ୱିତୀୟ ଦିନ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ୨୮୪ ବଲ୍‌ରୁ ୧୩ ଚୌକା ସହାୟତାରେ ୧୨୧ ରନରେ ଅପରାଜିତ ରହିଛନ୍ତି। ଏଥିସହ ସେ ୨୦୧୭ କ୍ୟାଲେଣ୍ଡର ବର୍ଷରେ ୧୦୦୦ ଟେଷ୍ଟ ରନ ପୂରଣ କରିଛନ୍ତି। ତାଙ୍କ ସହ ଅଧିନାୟକ ବିରାଟ କୋହଲି ୫୪ ରନରେ ଅପରାଜିତ ଅଛନ୍ତି। ଅସମାପ୍ତ ୩ୟ ଉଇକେଟ ଯୋଡ଼ିରେ ଦୁହେଁ ୯୬ ରନ ଯୋଗ କରିଛନ୍ତି। ୭୦ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବିରାଟ ନିଜ ଇନିଂସ ମଧ୍ୟରେ ୬ ଚୌକା ମାରିଛନ୍ତି। ରନ ମେଶିନ ପୂଜାରା ଓ ଫର୍ମରେ ଥିବା ବିରାଟ କ୍ରିଜରେ ଥିବାରୁ ଭାରତ ଏଠାରେ ବୃହତ ସ୍କୋର କରିବା ଆଶା କରାଯାଉଛି। ଶ୍ରୀଲଙ୍କା ପକ୍ଷରୁ ଏକମାତ୍ର ଉଇକେଟ ନେଇଛନ୍ତି ସ୍ପିନର ରଙ୍ଗନା ହେରାଥ। ପ୍ରଥମ ଦିବସରେ ଲୋକେଶ ରାହୁଲଙ୍କୁ ଆଉଟ କରିଥିଲେ ଲାହିରୁ ଗାମାଗେ।
All Right Reserved By

ଖେଳ |

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ରାଇକୋନେନ ଜିତିଲେ ୟୁଏସ୍‌ ଗ୍ରାଁ ପ୍ରି

ଅଷ୍ଟିନ୍‌, ୨୨ା୧୦- ଫେରାରିର କିମି ରାଇକୋନେନ ୟୁଏସ୍‌ ଓପନ ଗ୍ରାଁ ପ୍ରି ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ଏହି ଫର୍ମୁଲା ଓ୍ବାନ ମୋଟର ରେସ୍‌ରେ ରେଡ୍‌ ବୁଲ୍‌ର ମାକ୍ସ ଭର୍ଷ୍ଟାପେନ ଦ୍ୱିତୀୟ ହୋଇଥିବାବେଳେ ମର୍ସିଡିଜର ଲୁଇସ୍‌ ହାମିଲଟନଙ୍କୁ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। 

ଦବଙ୍ଗ ଦିଲ୍ଲୀ ବିଜୟୀ

ଦବଙ୍ଗ ଦିଲ୍ଲୀ ବିଜୟୀ

ପୁଣେ, ୨୨ା୧୦ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି  ସିଜନ -୬ ଇଣ୍ଟର ଜୋନାଲ ଚ୍ୟାଲେଞ୍ଜର ପ୍ରଥମ ମ୍ୟାଚରେ ଦବଙ୍ଗ ଦିଲ୍ଲୀ ୩୯-୩୦ରେ ବେଙ୍ଗଲ  ଓ୍ବାରିୟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଏହି ମ୍ୟାଚରେ ଦିଲ୍ଲୀ ତରଫରୁ ନବୀନ କୁମାର ୧୧ ରେଡ୍‌ ପଏଣ୍ଟ ସ୍କୋର କରିଥିବାବେଳେ ରବିନ୍ଦର ପାହାଲଙ୍କ ୪ ଟାକଲ ପଏଣ୍ଟ ଅବଦାନ ରହିଥିଲା।

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ସାନି ସ୍ପଟ୍‌ ଫିକ୍ସିଂ ଦାବି, ଫୁଟେଜ ମାଗିଲା ଆଇସିସି

ନୂଆଦିଲ୍ଲୀ, ୨୨|୧୦ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରେ ସ୍ପଟ୍‌ ଫିକ୍ସିଂ ନେଇ ରବିବାର ରିଲିଜ କରାଯାଇଥିବା ଏକ ଡକୁମେଣ୍ଟାରୀ କ୍ରିକେଟ ମହଲରେ ଚହଳ ସୃଷ୍ଟି କରିଛି। ପ୍ରସାରଣକାରୀ ସଂସ୍ଥା ପ୍ରାମାଣିକ  ଫୁଟେଜ ଦେବାକୁ ରାଜି ହେଉ  ନାହିଁ।  

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

ବିପ୍ଳବ ଅଧିନାୟକ, ୪ ନୂଆମୁହଁ

କଟକ ଅଫିସ,୨୨ା୧୦- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଆନୁକୂଲ୍ୟରେ ଘରୋଇ କ୍ରିକେଟର ଶ୍ରେଷ୍ଠ ପ୍ରତିଯୋଗିତା ରଣ୍‌ଜୀଟ୍ରଫି ଆସନ୍ତା ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ।

ଜାପାନକୁ ୯-୦ରେ ହରାଇଲା ଭାରତ

ଜାପାନକୁ ୯-୦ରେ ହରାଇଲା ଭାରତ

ମସ୍କଟ, ୨୨।୧୦- ମନଦୀପ ସିଂଙ୍କ ହ୍ୟାଟ୍ରିକ ଗୋଲ ବଳରେ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିର ରବିବାର ଅନୁଷ୍ଠିତ ଲିଗ୍‌ ମ୍ୟାଚରେ ଜାପାନକୁ ୯-୦ ଗୋଲରେ ପରାସ୍ତ କରିଛି। ଚଳିତ ଟୁର୍ନାମେଣ୍ଟରେ ଭାରତର ଏହାଥିଲା କ୍ରମାଗତ ତୃତୀୟ ବିଜୟ। 

ବିରାଟ, ରୋହିତ ରାଜ

ବିରାଟ, ରୋହିତ ରାଜ

ଗୁଆହାଟୀ, ୨୨।୧୦- ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି। 

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ବନମାଳୀପୁର ଟି ୨୦: ସାରୁଅ ଚାମ୍ପିୟନ

ଭାପୁର,୨୨ା୧୦(ଡି.ଏନ୍‌.ଏ.)- ଖଣ୍ଡପଡ଼ା ବ୍ଲକ ବନମାଳୀପୁର ଆଞ୍ଚଳିକ ସ୍ପୋର୍ଟସ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୩୧ତମ ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ଖେଳରେ କଣ୍ଟିଲୋର ବରୁଣେଇ କ୍ରିକେଟ୍‌ କ୍ଲବକୁ ୩୩ ରନରେ ହରାଇ ଖୋର୍ଦ୍ଧା ସାରୁଅର ଇଲେଭେନ ଷ୍ଟାର ସ୍ପୋର୍ଟସ କ୍ଲବ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି।

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ଓଡ଼ିଶା ଟେନିସ୍‌ ବଲ୍‌ କ୍ରିକେଟ ଟିମ୍‌ରେ ଗଞ୍ଜାମରୁ ୬ ଖେଳାଳି

ବ୍ରହ୍ମପୁର ଅଫିସ,୨୨ା୧୦: ଆସନ୍ତା ୨୮ରୁ ୨ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ରର ନାଗପୁର ଠାରେ ୨୩ତମ ସବ୍‌ଜୁନିୟର୍‌ ଟେନିସ୍‌ ବଲ୍‌ କ୍ରିକେଟ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଟିମ ଭାଗନେବ । ଓଡ଼ିଶା ଟିମରେ ଗଞ୍ଜାମ ଜିଲାର ୬ଜଣ ଖେଳାଳି ଅଛନ୍ତି । ସେମାନେ ହେଲେ ଆସିକାର ଏମ୍‌.ସନ୍ତୋଷ କୁମାର ରାଓ ଏବଂ କୁମାର ହଂସରାଜ୍‌, ବ୍ରହ୍ମପୁରର ସତ୍ୟଶୁଭମ୍‌ ସାହୁ, ଏମ୍‌.ରାଧେଶ୍ୟାମ ପାତ୍ର ଏବଂ ଆହ୍ବାନ ପଟ୍ଟନାୟକ ଓ ସୋରଡ଼ାର ଦୀପକ ଦାସ। ଏହି ଖେଳାଳିମାନେ ଗଞ୍ଜାମ ଜିଲା ଟେନିସବଲ୍‌ କ୍ରିକେଟ ସଂଘ ଅଧିନରେ ତାଲିମ୍‌ ନେଉଥିଲେ। ଖେଳାଳିଙ୍କୁ ସଂଘର ସଭାପତି ଡା. ସମରେନ୍ଦ୍ର ସାହୁ, ଉପସଭାପତି ଦୁଷ୍ମନ୍ତ ପାଢ଼ୀ, ସାଧାରଣ ସମ୍ପାଦକ ସଞ୍ଜୟ ବିଷୋୟୀ, ଅଧ୍ୟକ୍ଷ ରବି ମିଶ୍ର ଏବଂ ପ୍ରଶାନ୍ତ ମୁନି ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

କୋହଲି, ରୋହିତଙ୍କ ଶତକ: ଭାରତ ବିଜୟୀ

ଗୁଆହାଟୀ, ୨୧।୧୦-
ଗୁଆହାଟୀର ବର୍ଷାପରା କ୍ରିକେଟ ଷ୍ଟାଡିୟମରେ ରବିବାର ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ରାଜ୍‌ ଦେଖିବାକୁ ମିଳିଛି। ବିରାଟ ଓ ରୋହିତଙ୍କ ଶତକୀୟ ଇନିଂସ ଏବଂ ଦ୍ୱିତୀୟ ଉଇକେଟରେ ୨୪୬ ରନର ଭାଗୀଦାରି ବଳରେ ଭାରତ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜକୁ ୮ ଉଇକେଟରେ ପରାସ୍ତ କରିଛି। 

ଭାରତ- ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: କୋହଲୀଙ୍କ ଉଇକେଟ ପତନ, ଶତକ ପୂରଣ କରି ପଡ଼ିଆରେ ରୋହିତ

ଭାରତ- ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ: କୋହଲୀଙ୍କ ଉଇକେଟ ପତନ, ଶତକ ପୂରଣ କରି ପଡ଼ିଆରେ ରୋହିତ

ଗୁଆହାଟୀ,୨୧।୧୦(ପି.ଟି.): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆରେ ଭାରତୀୟ ଦଳ ଦମ୍‌ଦାର ବ୍ୟାଟିଂ ଜାରି ରଖିଛି। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ୩୨୨ ରନ୍‌କୁ ପିଛା କରି ଭାରତୀୟ ଦଳ ୩୩ ଓଭରରେ ୨ ଉଇକେଟ ହରାଇ ୨୫୬ ରନ୍‌ କରିଛି। ଅଧିନାୟକ ବିରାଟ କୋହଲୀ ରନ୍‌ ଆଉଟ୍‌ ହେବା ପରେ ରୋହିତ ଶର୍ମା ୧୦୭ ରନ୍‌ କରି ଅବନ୍ତି ରାଇଡୁଙ୍କ ସହ ପଡ଼ିଆରେ ଅଛନ୍ତି। ତେବେ ଆଉଟ୍‌ ହେବା ପୂର୍ବରୁ କୋହଲୀ ନିଜର ୩୬ତମ ଶତକ ପୂରଣ କରିଛନ୍ତି। ସେହିଭଳି ରୋହିତ ଶର୍ମା ମଧ୍ୟ ନିଜର ୨୦ତମ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଭାରତକୁ ଏହି ମ୍ୟାଚ୍‌ ଜିତିବା ପାଇଁ ଆହୁରୀ ୯୯ବଲ୍‌ରେ ୬୬ରନ୍‌ର ଆବଶ୍ୟକତା ରହିଛି। 

କୋହଲୀ-ରୋହିତଙ୍କ ଧୁଆଁଧାର୍‌ ବ୍ୟାଟିଂ: ଭାରତ ୨୧୭/୧, ୧୨୧ ରନ୍‌ରେ କୋହଲୀ

କୋହଲୀ-ରୋହିତଙ୍କ ଧୁଆଁଧାର୍‌ ବ୍ୟାଟିଂ: ଭାରତ ୨୧୭/୧, ୧୨୧ ରନ୍‌ରେ କୋହଲୀ

ଗୁଆହାଟୀ,୨୧।୧୦(ପି.ଟି.): ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ରବିବାର ଗୁଆହାଟୀରେ ଖେଳାଯାଉଛି। ଏଥିରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଦମ୍‌ଦାର ପ୍ରଦର୍ଶନ କରି ୫୦ ଓଭରରେ ୮ ଉଇକେଟ ହରାଇ ୩୨୨ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବ ଦେବାକୁ ଯାଇ ଅଧିନାୟକ ବିରାଟ କୋହଲୀ ଧୁଆଁଧାର ବ୍ୟାଟିଂ ଜାରି ରଖିଛନ୍ତି। ଇତିମଧ୍ୟରେ ଭାରତୀୟ ଦଳ ୨୯ ଓଭରରେ ୧ ଉଇକେଟ ହରାଇ ୨୧୭ ରନ୍‌ କରିଛି। ରୋହିତ ଶର୍ମା ୮୭ ରନ୍‌ କରି ପଡ଼ିଆରେ ଥିବା ବେଳେ କୋହଲୀ ୯୪ ବଲ୍‌ରେ ୧୨୧ ରନ୍‌ କରିଛନ୍ତି। 

ଫାଇନାଲରେ ହାରିଲେ ପ୍ରାଜନେଶ

ଫାଇନାଲରେ ହାରିଲେ ପ୍ରାଜନେଶ

ନୂଆଦିଲ୍ଲୀ, ୨୧।୧୦(ପି.ଟି.)- ଉଦୀୟମାନ ଭାରତୀୟ ଟେନିସ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନ ଚାଇନାରେ ଅନୁଷ୍ଠିତ ନିଙ୍ଗବୋ ଚ୍ୟାଲେଞ୍ଜର ପ୍ରତିଯୋଗିତାରେ ରନର୍ସଅପ୍‌ ହୋଇଛନ୍ତି। ରବିବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରାଜନେଶ ୬-୭ (୪), ୬-୪, ୩-୬ ସେଟ୍‌ରେ ଇଟାଲୀର ଥୋମାସ ଫାବିଆନୋଙ୍କ ନିକଟରୁ ହାରିଯାଇଥିଲେ।