ଖେଳ |

ସ୍ମିଥ୍‌ଙ୍କ ଅପରାଜିତ ଶତକ, ଅଷ୍ଟ୍ରେଲିଆ ଅଗ୍ରଣୀ

ସ୍ମିଥ୍‌ଙ୍କ ଅପରାଜିତ ଶତକ, ଅଷ୍ଟ୍ରେଲିଆ ଅଗ୍ରଣୀ

ବ୍ରିସ୍‌ବେନ, ୨୫।୧୧ (ଏଏଫ୍‌ପି)-ଷ୍ଟିଭ ସ୍ମିଥ୍‌ଙ୍କ ଅପରାଜିତ ଶତକ  ଏବଂ ପରେ ଜୋଶ ହାଜଲେଉଡ୍‌ଙ୍କ ୨ ଉଇକେଟ ସଫଳତା ଯୋଗୁ ଗାବାଠାରେ ଚାଲିଥିବା  ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ଅଷ୍ଟ୍ରେଲିଆ ଭଲ ସ୍ଥିତିରେ ରହିଛି।  ଅଷ୍ଟ୍ରେଲିଆ ଅଧିନାୟକଙ୍କ ଏହା ଅନ୍ୟତମ ଶ୍ରେଷ୍ଠ ବ୍ୟାଟିଂ ନିଦର୍ଶନ। ସେ ଦୀର୍ଘ ସାଢେ ୮ଘଣ୍ଟା ଧରି ବ୍ୟାଟିଂ କରି ୧୪୧ ରନ (୩୨୬ବଲ୍‌) କରିଥିଲେ। ଏଥିରେ ତାଙ୍କର ୧୪ଟି ଚୌକା ସାମିଲ ଥିଲା। ଏହାଥିଲା ତାଙ୍କ କ୍ୟାରିୟରର ୨୧ତମ ଟେଷ୍ଟ ଶତକ। ଇଂଲଣ୍ଡ ଇନିଂସକୁ ଅତିକ୍ରମ କରାଇବାରେ ସ୍ମିଥ୍‌ଙ୍କ ବ୍ୟତୀତ ଲୋୟର ଅର୍ଡରରେ ପ୍ୟାଟ୍‌ କୁମିନ୍ସ ଓ ନାଥାନ ଲିଅନଙ୍କ ମଧ୍ୟ ବିଶେଷ ଭୂମିକା ରହିଥିଲା।  ଶନିବାର ସକାଳ ସେସନରେ ଇଂଲଣ୍ଡ ଦଳର ଚମତ୍କାର ବୋଲିଂ ଓ ଫିଲ୍‌ଡିଂ ଯୋଗୁ ଅଷ୍ଟ୍ରେଲିଆର ୩ଟି ଉଇକେଟ ଶୀଘ୍ର ପତନ ଘଟିଥିଲା। ଯାହାଫଳରେ ସ୍ମିଥ୍‌ଙ୍କ ରନ ସଂଗ୍ରହ ହାର ଧିମେଇ ଯାଇଥିଲା  ଅଷ୍ଟ୍ରେଲିଆ ୮୨ତମ ଓଭରରେ ୭ ଉଇକେଟ ବିନିମୟରେ ୨୦୯ ରନ କରିଥିବାବେଳେ ସ୍ମିଥ୍‌ଙ୍କ ସହ କୁମିନ୍ସ ଯୋଗ ଦେଇଥିଲେ। ଘରୋଇ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳୁଥିବା କୁମିନ୍ସ ତାଙ୍କ ପୂର୍ବ ସର୍ବୋଚ୍ଚ ସ୍କୋର ୩୩କୁ ଅତିକ୍ରମ କରି ୪୨ ରନ କରିଥିଲେ। ଉଭୟଙ୍କ ମଧ୍ୟରେ ୬୬ ରନର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ହୋଇଥିଲା। ଅଷ୍ଟ୍ରେଲିଆ ମଧ୍ୟାହ୍ନଭୋଜନ ପୂର୍ବରୁ ଶନ୍‌ ମାର୍ଶ, ଟିମ୍‌ ପେନ୍‌ ଓ ମିଚେଲ ଷ୍ଟାର୍କଙ୍କ ଉଇକେଟ ହରାଇଥିଲା। ମାର୍ଶ ଏକ ଆଶେସ ମ୍ୟାଚରେ ତାଙ୍କର ପ୍ରଥମ ଏବଂ ମୋଟ ଉପରେ ୮ମ ଟେଷ୍ଟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବ୍ୟକ୍ତିଗତ ୫୧ରନ ସ୍କୋରରେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲ୍‌ରେ ମିଡ୍‌ ଅଫ୍‌ ଅଞ୍ଚଳରେ ଜେମ୍ସ ଆଣ୍ଡରସନଙ୍କ ଦ୍ୱାରା କ୍ୟାଚ ଆଉଟ୍‌ ହୋଇଯାଇଥିଲେ। ଘରୋଇ ଦଳ ପ୍ରଥମ ଇନିଂସରେ ସମସ୍ତ ଉଇକେଟ ହରାଇ ୩୨୮ ରନ କରିବା ସହ ପ୍ରଥମ ଇନିଂସରେ ୨୬ରନ ଅଗ୍ରଣୀ ଲାଭ କରିଛି। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଲିଷ୍ଟର କୁକ୍‌ ୭ ଓ ଜେମ୍ସ ଭିନ୍‌ସେ ୨ ରନ କରି ପ୍ୟାଭିଲିୟନକୁ ଫେରିଛନ୍ତି। ଏହି ଦୁଇଟିଯାକ ଉଇକେଟ ପେସ୍‌ ବୋଲର ହାଜ୍‌ଲେଉଡ୍‌ ଅକ୍ତିଆର କରିଥିଲେ। ମ୍ୟାଚର ଆଉ ଦୁଇ ଦିନ ବାକି ରହିଥିବାବେଳେ ଭ୍ରମଣକାରୀ ଦଳ ଶନିବାର ଖେଳ ଶେଷ ସୁଦ୍ଧା ୨ଉଇକେଟ ବିନିମୟରେ ୩୩ ରନ କରିଛି। ଜୋ ରୁଟ୍‌ ୫ ଏବଂ ମାର୍କ ଷ୍ଟୋନ୍‌ମ୍ୟାନ ୧୯ ରନ କରି ଅପରାଜିତ ରହିଛନ୍ତି।  ତୃତୀୟ ଦିନ ଖେଳ ଶେଷଭାଗରେ ମିଚେଲ ଷ୍ଟାର୍କଙ୍କ ଏକ ବଲ୍‌ ରୁଟ୍‌ଙ୍କ ହେଲମେଟ୍‌ ଗ୍ରୀଲରେ ପଶିଯାଇଥିଲା।

All Right Reserved By

Model This Week

Model This Week

ଖେଳ |

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ଚଣ୍ଡିଗଡ଼,୨୫।୨- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଗୁରୁବାର ପଞ୍ଚକୁଲାଠାରେ ଏକ ଉତ୍ସବ ଆୟୋଜନ କରାଯାଉଛି। କିନ୍ତୁ ପଦକ ଜିତିଥିବା ରାଜ୍ୟର ଆଥ୍‌ଲେଟ୍‌ମାନେ ଏଥିରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ ବିଜେତାଙ୍କ ପୁରସ୍କାର ରାଶିରେ ହ୍ରାସ କରାଯିବା ନେଇ ଯୋଜନା କରାଯାଉଛି।

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ନୂଆଦିଲ୍ଲୀ,୨୫।୪- ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ଗୋଲକିପର ଧିରଜ ସିଂ ମୌରାଙ୍ଗଥେମଙ୍କୁ ସ୍କଟ୍ଟିଶ ପ୍ରିମିୟର ଲିଗ୍‌ ଦଳ ମଦରଓ୍ବେଲ ଏଫ୍‌ସି ପକ୍ଷରୁ ୩ ବର୍ଷୀୟ ଚୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଦଳ ସହ ସେ ଗତ ଦୁଇ ମାସ ହେଲା ଅଭ୍ୟାସ କରୁଛନ୍ତି। ସ୍କଟଲାଣ୍ଡଠାରେ ଅଭ୍ୟାସ ସେସନରେ ସେ ମଦରଓ୍ବେଲ ଏଫ୍‌ସି କୋଚ୍‌ଙ୍କୁ ଆକର୍ଷିତ କରିପାରିଛନ୍ତି।

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି:  ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି: ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ (ଜର୍ମାନୀ),୨୫।୪(ଏଏଫ୍‌ପି) - ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ମାରିଆ ଶାରାପୋଭା ଚଳିତଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୧ତମ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ୬-୩, ୬-୭(୬/୮), ୪-୬ ସେଟ୍‌ରେ କାରୋଲିନ ଗାର୍ସିଆ ପରାସ୍ତ କରିଛନ୍ତି।

ଉର୍ମିଳା ଫୁଟବଲ କ୍ଲବର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)-ଉର୍ମିଳା ଫୁଟବଲ କ୍ଲବ ପକ୍ଷରୁ ମହିଳା ମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବ। ୟୁନିଟ-୯ ବାଳିକା ବିଦ୍ୟାଳୟ ପଡ଼ିଆରେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମଣି ନନ୍ଦ ପ୍ରକାଶ କରିଛନ୍ତି। ୨୦୦୮ରୁ କ୍ରମାଗତଭାବେ ଏହି କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆସୁଛି। ଏଥର ଶିବିରରେ ଟାଟା ଫୁଟବଲ ଏକାଡେମୀରୁ ତାଲିମପ୍ରାପ୍ତ ତଥା ଭାରତୀୟ ଜୁନିୟର ଫୁଟବଲ ଦଳରେ ଖେଳିଥିବା ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି, ଟୁନା ଖାଁ ଏବଂ କୃଷ୍ଣ ମହାରଣା ପ୍ରମୁଖ ପ୍ରଶିକ୍ଷଣ ଦେବେ। ଶିବିରରେ ଭାଗ ନେବାକୁ ଚାହୁଁଥିବା ଖେଳାଳିମାନେ ୟୁନିଟ-୯ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଗୁରୁକୂଳ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ:ଚିନ୍ମୟ, ଆଶୁତୋଷ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଆରମ୍ଭ ହୋଇଛି ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟ ହାସଲ କରି ଓଡ଼ିଶାର ଚିନ୍ମୟ ପ୍ରଧାନ ଓ ଆଶୁତୋଷ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚିନ୍ମୟ ମହାରାଷ୍ଟ୍ରର ମନଭୀର ସିଂ ରାନ୍ଧଓ୍ବାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଆଶୁତୋଷ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ବାରୀଙ୍କୁ୬-୭(୫), ୬-୦, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଭୋପାଳରେ ଚଳିତମାସ ୨୬ରୁ ମେ ୬ ପର୍ଯ୍ୟନ୍ତ ୮ମ ଜାତୀୟ ଜୁନିୟର (ଗ୍ରେଡ୍‌-ଏ) ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ମହିଳା ଓ ପୁରୁଷ ହକି ଗାଙ୍ଗପୁର ଦଳ ଘୋଷଣା କରାଯାଇଛି। ହକି ଗାଙ୍ଗପୁର ମହିଳା ଦଳ: ମାଧୁରି କିଣ୍ଡୋ(ଗୋଲକିପର), ଫିଲିସିଆ ଟପ୍ପୋ, ରାହିଲ ତିର୍କୀ, ଲକ୍ଷ୍ମୀ ଏକ୍କା(ଉପଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜିଓ୍ବନ କିଶୋରୀ ଟପ୍ପୋ(ଅଧିନାୟିକା), ନମ୍ରତା ଜସମିନ, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନୀତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆଟେନ ଟପ୍ନୋ, ସାଇନାଜ ଖାତୁନ। ମ୍ୟାନେଜର: ସୁରଜ କେର୍କେଟା, କୋଚ୍‌: ଫ୍ଲୋରେନ୍ସିଆ ଏକ୍କା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ସମ୍ବଲପୁର, ୨୫।୪(ବ୍ୟୁରୋ)- ସମ୍ବଲପୁର ରିଜର୍ଭ ପୋଲିସ ପଡିଆ ଗ୍ରାଉଣ୍ଡ ରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌- ୨୦୧୮ ମଙ୍ଗଳବାର ଖେଳରେ ୧୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ମ୍ୟାଚ ୩ ସେଟ ଏବଂ ୯ଟି ମ୍ୟାଚ ୨ସେଟ୍‌ ଖେଳା ଯାଇଥିଲା। ଗ୍ରାଉଣ୍ଡ-୧ରେ ପ୍ରଥମ ମ୍ୟାଚ କେନ୍ଦ୍ରାପଡା ବନାମ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ୨୫-୧୭ ଓ ୨୫-୧୭ ପଏଣ୍ଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ କୋରାପୁଟ ପ୍ରଥମ ଆଇଆରବିଏନ୍‌ ୨୫-୧୭ ଓ ୨୫-୧୩ ପଏଣ୍ଟରେ କମିଶନରେଟ ପୋଲିସ (ବି)କୁ ହରାଇଥିଲା ।

ଶ୍ରଦ୍ଧାଞ୍ଜଳି ମା’ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ମା’ ତଥା ରାଜ୍ୟରେ ମହିଳା ଫୁଟବଲର ପ୍ରତିଷ୍ଠା ଓ ପ୍ରଚାର ପ୍ରସାର ପାଇଁ ଅବିଶ୍ରାନ୍ତ ସହଯୋଗ କରି ଆସିଥିବା ସ୍ବର୍ଗତା ରଶ୍ମି ସାମନ୍ତରାୟଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ଓ ଶ୍ରାଦ୍ଧୋତ୍ସବ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ, ମେୟର ଅନନ୍ତ ନାରାୟଣ ଜେନା, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସମେତ ରାଜ୍ୟ କ୍ରୀଡ଼ା ଜଗତର ଅନେକ କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଶୁଭେଚ୍ଛୁ ଯୋଗଦେଇ ଓଡ଼ିଶା କ୍ରୀଡ଼ାକୁ ସ୍ବର୍ଗତା ସାମନ୍ତରାୟଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଟୁର୍ନାମେଣ୍ଟର ୪ର୍ଥ ଦିବସରେ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଫୁଲବାଣୀ, ବଲାଙ୍ଗୀର ଓ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜୟ ହାସଲ କରିଛନ୍ତି। ଫୁଲବାଣୀ ଦଳ ୫-୦ ଗୋଲରେ ମିଳିତ ‘ବି’ ଦଳକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଧନେଶ୍ୱର ବେସ୍ରା ୨ଟି ଏବଂ ଦୁଖିଆ ମାରାଣ୍ଡି, ରବି ମାଢ଼ି ଓ ଝୁନୁ କୁଲଡି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟଏକ ମ୍ୟାଚରେ ବଲାଙ୍ଗୀର ୪-୦ ଗୋଲରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଜଗନ୍ନାଥ ଟୁଡୁ ୨ଟି ଏବଂ ରାଜନ ମାଝି ଓ ରଘୁ ମାରାଣ୍ଡି ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁଲା ମୁର୍ମୁଙ୍କ ଏକମାତ୍ର ଗୋଲ ବଳରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ୧-୦ ଗୋଲରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ସମ୍ବଲପୁର ଓ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସମ୍ବଲପୁର ପକ୍ଷରୁ ସୁଶାନ୍ତ କୁମାର ନାୟକ ଏବଂ ଭବାନୀପାଟଣା ପକ୍ଷରୁ କର୍ମା ମାହାତୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଝିଲିଙ୍କୁ ରୌପ୍ୟ ପଦକ

ଝିଲିଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଉଜବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲି ଦଳବେହେରା ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ମହିଳା ୪୮ କେଜି କାଟେଗୋରି ସ୍ନାଚ୍‌ରେ ୭୩, କ୍ଲିନ ଆଣ୍ଡ ଜର୍କରେ ୯୩ କେଜି ଏହିପରି ମୋଟ ୧୬୬ କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ରଖିବାରେ ସକ୍ଷମ ହୋଇଥିବା ଝିଲି ଏହା ପୂର୍ବରୁ ଗତ ଫେବୃୟାରୀରେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଓ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଓ ଓସେନିଆ ଚାମ୍ପିୟନଶିପ୍‌ରେ ୪୮ କେଜି ଜୁନିୟର କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଡିଜିପିଙ୍କୁ ଭେଟିଲେ ୩ ପୋଲିସ ଖେଳାଳି

କଟକ ଅଫିସ,୨୫।୪- ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିଥିବା ୩ଜଣ ଖେଳାଳି ମଙ୍ଗଳବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ। ଏହି ୩ ଖେଳାଳି ହେଲେ ବିମଳ ଥାପା, ବର୍ଷା ନାଥ ଓ ପ୍ରତ୍ୟୁଷ କୁମାର କହଁର। ଉଷୁ ବିଭାଗରେ ଏହି ୩ଜଣ ବ୍ରୋଞ୍ଜ ବିଜୟୀ ହୋଇଥିଲେ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ଶର୍ମା ଅଭ୍ୟାସ ଜାରି ରଖିବା ସହ ଆଗାମୀ ଦିନରେ ଆହୁରି ପଦକ ଜିତିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ଉପସ୍ଥିତ ଥିଲେ ।