ଖେଳ |

ହଂକଂ ସୁପର ସିରିଜ୍‌: ଫାଇନାଲରେ ସିନ୍ଧୁ

ହଂକଂ ସୁପର ସିରିଜ୍‌: ଫାଇନାଲରେ ସିନ୍ଧୁ

କାଓଲୁନ୍‌, ୨୫।୧୧(ପି.ଟି)- ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି ସିନ୍ଧୁ ଏଠାରେ ଚାଲିଥିବା ହଂକଂ ସୁପର ସିରିଜ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ସେମିଫାଇନାଲ ମୁକାବିଲାରେ ସିନ୍ଧୁ ଶନିବାର ୨୦୧୩ ବିଶ୍ୱ ଚାମ୍ପିୟନ ଥାଇଲାଣ୍ଡର ରଚାନକ ଇଣ୍ଟାନନଙ୍କୁ ପରାସ୍ତ କରି କ୍ରମାଗତ ଦ୍ୱିତୀୟଥର ପାଇଁ ଫାଇନାଲକୁ ଉଠିଛନ୍ତି। ଚମତ୍କାର ପ୍ରଦର୍ଶନ କରି ବିଶ୍ୱର ୩ ନମ୍ବର ଖେଳାଳି ସିନ୍ଧୁ ମାତ୍ର ୪୩ ମିନିଟରେ ୨୧-୧୭, ୨୧-୧୭ରେ ଇଣ୍ଟାନନଙ୍କୁ ପରାସ୍ତ କରିଥିଲେ। ଷଷ୍ଠଥର ପାଇଁ ଏହି ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ଇଣ୍ଟାନନ ୪ ଥର ବିଜୟୀ ହୋଇଥିବା ବେଳେ ସିନ୍ଧୁ ଏହାକୁ ମିଶାଇ ଦୁଇଥର ବିଜୟୀ ହୋଇଛନ୍ତି। ପୂର୍ବରୁ ୨୦୧୫ରେ ସିନ୍ଧୁ କୋରିଆ ଓପନ ଫାଇନାଲରେ ଇଣ୍ଟାନନଙ୍କୁ ପରାସ୍ତ କରିଥିଲେ। ପାଖାପାଖି ୧୮ ମାସ ପରେ ଏହି ଦୁଇ ଖେଳାଳି ପରସ୍ପରକୁ ଭେଟିଥିଲେ। ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିଲେ ମଧ୍ୟ ଶେଷରେ ସିନ୍ଧୁ ବାଜି ମାରିଥିଲେ। ଟାଇଟଲ ପାଇଁ ଏବେ ସିନ୍ଧୁ ଟପ୍‌ ସିଡ ତଥା ବିଶ୍ୱର ଏକ ନମ୍ବର ଖେଳାଳି ତାଇ ଜୁ ୟିଙ୍ଗଙ୍କୁ ଭେଟିବେ। ଉଲ୍ଲେଖଥାଉକି, ପୂର୍ବରୁ ସାଇନା ନେହ୍ବାଲ ଓ ପ୍ରକାଶ ପାଦୁକୋନ୍‌ ଯଥାକ୍ରମେ ୨୦୧୦ ଓ ୧୯୮୨ରେ ଏହି ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଥିଲେ।

All Right Reserved By

ଖେଳ |

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

ୟୁଥ୍‌ ଟେଷ୍ଟ: ତାଇଡେ, ବଦୋନିଙ୍କ ଶତକ: ଦୃଢ଼ ସ୍ଥିତିରେ ଭାରତ

କଲମ୍ବୋ, ୧୮।୭(ପି.ଟି.)- ଶ୍ରୀଲଙ୍କା ବିପକ୍ଷରେ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍‌ ୟୁଥ୍‌ ଟେଷ୍ଟ କ୍ରିକେଟରେ (୪ ଦିବସୀୟ) ଆଥରଓ୍ବା ତାଇଡେ ଓ ଆୟୂଷ ବଦୋନିଙ୍କ ଶତକ ବଳରେ ଭାରତୀୟ କ୍ରିକେଟ ଦଳ ଡ୍ରାଇଭର ସିଟ୍‌ରେ ରହିଛି।

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ଜିମ୍ବାଓ୍ବେ ୬୭ରେ ସୀମିତ: ସିରିଜ ଜିତିଲା ପାକିସ୍ତାନ

ବୁଲାଓ୍ବାଓ, ୧୮।୭(ଏଏଫ୍‌ପି)- ପାକିସ୍ତାନ ବିପକ୍ଷରେ ବୁଧବାର ଏଠାରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଜିମ୍ବାଓ୍ବେ କ୍ରିକେଟ ଦଳ ମାତ୍ର ୬୭ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଜବାବରେ ପାକିସ୍ତାନ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ସହଜସାଧ୍ୟ ବିଜୟ ହାସଲ କରିଛି।

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

କୋହଲିଙ୍କୁ କ୍ୟାରିୟରର ସର୍ବାଧିକ ଦିନିକିଆ ପଏଣ୍ଟ

ଦୁବାଇ,୧୮।୭(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ସର୍ବାଧିକ ୯୧୧ ପଏଣ୍ଟ ହାସଲ କରି ଦିନିକିଆ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ନିଜ ସ୍ଥାନକୁ ଦୃଢ଼ିଭୂତ କରିଛନ୍ତି

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର ଓପନ: ପ୍ରଣୀଥ ବିଦା

ସିଙ୍ଗାପୁର,୧୮।୭(ପି.ଟି.)- ଡିପେଣ୍ଡିଂ ଚାମ୍ପିୟନ ବି. ସାଇ ପ୍ରଣୀଥ ଚଳିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅନ୍ୟପକ୍ଷରେ ଶୁଭଙ୍କର ଦେ, ରୁତଭିକା ଶିବାନୀ ଓ ରିତୁପର୍ଣ୍ଣା ଦାସ ବିଜୟ ସହ ୨ୟ ରାଜଣ୍ଡରେ ପ୍ରବେଶ କରିଛନ୍ତି।

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ଭାରତୀୟ ଟେଷ୍ଟ ଦଳରେ ପନ୍ତ

ନୂଆଦିଲ୍ଲୀ,୧୮।୭(ପି.ଟି.)- ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ର ପ୍ରଥମ ୩ଟି ମ୍ୟାଚ୍‌ ଲାଗି ବୁଧବାର ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳରେ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତ ସ୍ଥାନ ପାଇଛନ୍ତି।

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ବିଶ୍ୱକପ୍‌ ବିଜେତା ଏମ୍‌ବାପ୍ପେ ବୋନସ ଦାନ କଲେ

ପ୍ୟାରିସ,୧୮।୭(ଏପି)- ବିଶ୍ୱକପ୍‌ ବିଜେତା ଫ୍ରାନ୍ସ ଦଳର ମୁଖ୍ୟ ସଦସ୍ୟ କ୍ୟାଲିଆନ ଏମ୍‌ବାପ୍ପେଙ୍କୁ ମିଳିଥିବା ବୋନସକୁ ମେଡିକଲରେ ଚିକିତ୍ସିତ ହେଉଥିବା ଶିଶୁଙ୍କ ଜୀବନରେ କ୍ରୀଡ଼ାକୁ ଫେରାଇ ଆଣିବା ଲାଗି ଏକ ଆସୋସିଏଶନକୁ ପ୍ରଦାନ କରିଛନ୍ତି।

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଅମ୍ପାୟରଙ୍କଠାରୁ ବଲ ନେଲେ ଧୋନୀ

ଲିଡ୍ସ,୧୮।୭- ଏଠାରେ ଭାରତ ବିପକ୍ଷରେ ଖେଳାଯାଇଥିବା ଅନ୍ତିମ ଦିନିକିଆ ମ୍ୟାଚ୍‌କୁ ୮ ଉଇକେଟରେ ଜିତି ଇଂଲଣ୍ଡ ଦଳ ସିରିଜ୍‌କୁ ଦଳ ୨-୧ ବ୍ୟବଧାନରେ କବଜା କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ ଶେଷରେ ପୂର୍ବତନ ଭାରତୀୟ ଅଧିନାୟକ ତଥା ଉଇକେଟକିପର ମହେନ୍ଦ୍ର ସିଂ ଧୋନୀ ଅମ୍ପାୟରଙ୍କଠାରୁ ମ୍ୟାଚ୍‌ ବଲ ନେଇଯାଇଥିଲେ।

ଜୁନିୟର ମହିଳା ହକି  ବେଲଜିୟମକୁ ହରାଇଲା ଭାରତ

ଜୁନିୟର ମହିଳା ହକି ବେଲଜିୟମକୁ ହରାଇଲା ଭାରତ

ଆଣ୍ଟଓ୍ବର୍ପ(ବେଲଜିୟମ),୧୮।୭- ଏଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ ଷଡରାଷ୍ଟ୍ରୀୟ ଜୁନିୟର ମହିଳା ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଆୟୋଜକ ବେଲଜିୟମକୁ ପରାସ୍ତ କରିଛି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଦଳ ୨-୦ ଗୋଲରେ ବିଜୟୀ ହୋଇଛି।

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ଭାରତୀୟ ମହିଳା ଦଳର କୋଚ୍‌ ପଦ ଦୌଡ଼ରେ ମମଥା

ବେଙ୍ଗାଲୁରୁ,୧୮।୭- ଭାରତୀୟ ମହିଳା ଦଳର ମୁଖ୍ୟ କୋଚ୍‌ ପଦ ଲାଗି ପୂର୍ବତନ ଅଧିନାୟିକା ମମଥା ମାବେନ ଆବେଦନ କରିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ସୋମବାରଠାରୁ ଏହି ପଦ ପାଇଁ ବିଜ୍ଞାପନ ଦିଆଯାଇଥିଲା। ବିଜ୍ଞାପନ ଦିଆଯିବାର ୨୪ ଘଣ୍ଟା ମଧ୍ୟରେ ହିଁ ପୂର୍ବତନ ଅଲରାଉଣ୍ଡର ମାବେନ ଆବେଦନ କରିଛନ୍ତି।

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନିରଜ ଚୋପ୍ରାଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୮।୭- ଭାରତୀୟ ଷ୍ଟାର ଜାଭେଲିନ ଥ୍ରୋୟର ନିରଜ ଚୋପ୍ରା କ୍ୟାରିୟରରେ ଆଉ ଏକ ସଫଳତା ପାଇଛନ୍ତି। ଫ୍ରାନ୍ସଠାରେ ଚାଲିଥିବା ସୋଟ୍ଟେଭିଲେ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚୋପ୍ରା ଫାଇନାଲରେ ୮୫.୧୭ ମିଟର ଦୂରତା ଜାଭେଲିନ ଫିଙ୍ଗି ପୋଡିୟମ୍‌ରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର ଓପନ୍‌ ମୁଖ୍ୟ ଡ୍ର’ରେ ଗୁରୁସାଇଦତ୍ତ

ସିଙ୍ଗାପୁର, ୧୮।୭(ପି.ଟି.)- ପ୍ରାକ୍ତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ପଦକ ବିଜେତା ଆର୍‌ଏମ୍‌ଭି ଗୁରୁସାଇଦତ୍ତ ଏଠାରେ ଚାଲିଥିବା ୩ ଲକ୍ଷ ୫୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ସିଙ୍ଗାପୁର ଓପନ୍‌ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ପ୍ରବେଶ କରିଛନ୍ତି। ଆଘାତଜନିତ ସମସ୍ୟାରୁ ମୁକୁଳିଥିବା ଗୁୁରୁସାଇଦତ୍ତ ୨୧-୧୮, ୨୧-୧୮ ସିଧାସଳଖ ଗେମ୍‌ରେ ମାଲେସିଆର ଲିଅଙ୍ଗ ଜୁନ୍‌ଙ୍କୁ ପରାସ୍ତ କରିଛନ୍ତି। ଏଥିପୂର୍ବରୁ ଓପନିଂ ରାଉଣ୍ଡରେ ଗୁରୁସାଇଦତ୍ତ ୨୧-୭, ୨୧-୧୦ ଗେମ୍‌ରେ ଇଟାଲୀର ରୋସାରିଓ ମାଡାଲୋନିଙ୍କୁ ହରାଇଥିଲେ। ମୁଖ୍ୟ ପର୍ଯ୍ୟାୟରେ ସେ ଚାଇନାର କ୍ୱିଆଓ ବିନ୍‌ଙ୍କୁ ବୁଧବାର ଭେଟିବେ। ମିକ୍ସଡ ଡବଲ୍ସରେ ସାତ୍ତ୍ୱିସାଇରାଜ ରାନକିରେଡ୍ଡୀ ଓ ଅଶ୍ୱିନୀ ପୋନାପ୍ପା ଯୋଡ଼ି ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଭାରତୀୟ ଯୋଡ଼ି ୨୧-୧୬, ୨୧-୧୯ରେ ଇଣ୍ଡୋନେସିଆର ରାମାଡିନସ୍ୟା ଓ ମାସେଲ କ୍ରିଷ୍ଟେନଙ୍କୁ ହରାଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ:ଭାରତର ସାନ୍ତ୍ୱନାମୂଳକ ବିଜୟ

କଲମ୍ବୋ, ୧୮ା୭-ସ୍ଥାନୀୟ ବିଆର୍‌ସି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦୃଷ୍ଟିହୀନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୬୬ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ଦୁଇଟି ମ୍ୟାଚରେ ବିଜୟ ଲାଭ କରି ଶ୍ରୀଲଙ୍କା ଆଗୁଆ ସିରିଜ କବ୍‌ଜା କରିନେଇ ସାରିଛି। ତେଣୁ ଭ୍ରମଣକାରୀ ଦଳ ପାଇଁ ଏହା ଥିଲା ସାନ୍ତ୍ୱନାମୂଳକ ବିଜୟ। ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୪୦ଓଭରରେ ୮ ଉଇକେଟ ବିନିମୟରେ ୩୨୩ ରନ କରିଥିଲା।

Model This Week

ରୂପେଶ