ମେଟ୍ରୋ |

କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ଏମ୍‌ଡିଙ୍କଠାରୁ ୪ ଲକ୍ଷ ଲୁଟ୍

କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ଏମ୍‌ଡିଙ୍କଠାରୁ ୪ ଲକ୍ଷ ଲୁଟ୍

ଭୁବନେଶ୍ବର, ୨୭।୭: ରାଜଧାନୀରେ ପୁଣି ମାତିରେ କଲା ପଲସର ଲୁଟେରା। ଦିନ ଦି ପହରେ ଖାରବେଳେ ନଗର ଥାନାଠାରୁ ମାତ୍ର ୧୦୦ ମିଟର ଦୂରରେ ଏକ ଘରୋଇ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀର ଏମ୍‌ଡିଙ୍କ ଠାରୁ ଗୁରୁବାର ୪ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଫରେଷ୍ଟ ପାର୍କ ସ୍ଥିତ ପିଏମ୍‌ସି ଏମ୍ପାୟାର କନ୍‌ଷ୍ଟ୍ରକସନ୍ ଲିମିଟେଡ୍ କମ୍ପାନୀ ଏମ୍‌ଡି ଅଜୟ ସ୍ବାଇଁ ଆଇସିଆଇସିଆଇ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇଥିଲେ। ସେ ଏହି ଟଙ୍କା ଧରି ବାଇକ୍‌ରେ ଏକ୍ସିସ୍‌ ବ୍ୟାଙ୍କ୍‌କୁ ଯାଉଥିବା ବେଳେ ଶ୍ରିୟା ଛକ ନିକଟରେ ପଛପଟୁ ୨ଜଣ ପଲସର ଆରୋହୀ ଅଜୟଙ୍କ ବାଇକକୁ ଧକ୍କା ଦେଇଥିଲେ। ଅଜୟ ତଳେ ପଡ଼ିଯିବା ପରେ ଲୁଟେରା ୨ ଜଣ ତାଙ୍କ ହାତରୁ ବ୍ୟାଗ୍‌କୁ ଛଡାଇନେଇ ବାଣିବିହାର ରାସ୍ତା ଦେଇ ପଳାଇଥିଲେ। ଏ ନେଇ ଖାରବେଳ ଥାନାରେ ଅଭିଯୋଗ ହୋଇଛି।

All Right Reserved By

Model This Week

Model This Week

ମେଟ୍ରୋ |

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ଭୁଜାଲି ଦେଖାଇ ୬୪ ହଜାର ଟଙ୍କା ଲୁଟ୍‌

ବାଲିଅନ୍ତା,୨୬।୪(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଞ୍ଚଳରେ ଚୋରି ଓ ଲୁଟ୍‌ ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ସ୍ଥାନୀୟ ଲୋକେ ପାଟ୍ରୋଲିଂକୁ ଦାୟୀ କରିଛନ୍ତି। ପିସିଆର୍‌ ନ ଥିବାରୁ ୨୪ ଘଣ୍ଟିଆ ପାଟ୍ରୋଲିଂ ହୋଇପାରୁନାହିଁ। ଫଳରେ ଦିନ ଦ୍ୱିପ୍ରହରରେ ଲୁଟେରାମାନେ ଲୁଟ୍‌ କରି ଖସି ପଳାଇବାରେ ସକ୍ଷମ ହେଉଛନ୍ତି।

ସିଟି ବସ୍‌ରେ ଯୁବତୀଙ୍କୁ ଅସଦାଚରଣ ଘଟଣା: ପୋଲିସକୁ ଜଣାଇଲେ ବସ୍‌ କଣ୍ଡକ୍ଟର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସିଟି ବସ୍‌ରେ ଯାତ୍ରା କରୁଥିବା ଜଣେ ଯୁବତୀ ଅସଦାଚରଣର ଶିକାର ହୋଇଥିଲେ। ଯୁବତୀ ଜଣକ ସମ୍ପୃକ୍ତ ଯୁବକଙ୍କୁ ପ୍ରତିରୋଧ କରିବା ସହ ଚପଲରେ ପିଟିଥିଲେ। ଚଳନ୍ତା ବସ୍‌ରେ ଘଟିଥିଲା ଏହି ଘଟଣା। ଏହି ଦୃଶ୍ୟ ବୁଧବାର ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଥିଲା।

୧୯ କ୍ରୀଡା ଶିକ୍ଷକ ପଦ ଖାଲି

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜ୍ୟର ସରକାରୀ ମହାବିଦ୍ୟାଳୟମାନଙ୍କରେ ମଞ୍ଜୁରୀପ୍ରାପ୍ତ ୩୪ କ୍ରୀଡା ପ୍ରଶିକ୍ଷକ ପଦବୀ ମଧ୍ୟରୁ ୧୫ଜଣ ପ୍ରଶିକ୍ଷକ ବର୍ତ୍ତମାନ କାର୍ଯ୍ୟରତ ଅଛନ୍ତି। ଅବଶିଷ୍ଟ ୧୯ଟି ପଦବୀ ପୂରଣ ନିମନ୍ତେ କ୍ଷମତାପନ୍ନ କମିଟିର ଅନୁମୋଦନ ଲୋଡାଯାଇଅଛି।

ବାଲିଆପାଳ-ଜାମକୁଣ୍ଡା ରାସ୍ତା ମରଣଯନ୍ତା

ବାଲିଆପାଳ-ଜାମକୁଣ୍ଡା ରାସ୍ତା ମରଣଯନ୍ତା

ବାଲିଆପାଳ, ୨୬।୪(ଡି.ଏନ.ଏ.)-ବାଲିଆପାଳ ଜାମକୁଣ୍ଡାଠାରୁ ଜାମକୁଣ୍ଡା ଲକ ପର୍ଯ୍ୟନ୍ତ ଲମ୍ବିଥିବା ମୁଖ୍ୟରାସ୍ତା ଏବେ ମରଣଯନ୍ତା ପାଲଟିଛି । ଦୀର୍ଘ ୧୫ବର୍ଷ ତଳେ ଏହି ରାସ୍ତାକୁ ସେତେବେଳର ଏମ୍‌ପି ଖାରବେଳ ସ୍ବାଇଁ ନାଲି ଗୋଡି ରାସ୍ତାକୁ ପିଚୁ ରାସ୍ତା କରାଇଥିଲେ । ମାତ୍ର ଦୀର୍ଘ ବର୍ଷ ଧରି ଅବହେଳିତ ହୋଇପଡିବା ପରେ ଜାମକୁଣ୍ଡା ଛକଠାରୁ କିଛି ବାଟ ରାସ୍ତାକାମ କରାଯାଇଛି । ତାହା ମଧ୍ୟ ଖୋଳି ନଷ୍ଟ ହୋଇଗଲାଣି।

ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର’ ବିଜେତା

ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ‘ମ୍ୟାକ୍ସ ଏମର୍ଜିଂ ଷ୍ଟାର’ ବିଜେତା

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଦେଶର ଅଗ୍ରଣୀ ଫ୍ୟାସନ ବ୍ରାଣ୍ଡ ମ୍ୟାକ୍ସ ଫ୍ୟାସନ ପକ୍ଷରୁ ‘ମାକ୍ସ ଏମର୍ଜିଂ ଷ୍ଟାର ୨୦୧୮’ର ଫିନାଲେ ମୁମ୍ବାଇର ମଲାର୍ଡର ଇନଫିନିଟି ମଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚଳିତ ବର୍ଷର ‘ମିଷ୍ଟର ମ୍ୟାକ୍ସ ଏମର୍ଜିଂ ଷ୍ଟାର’ଭାବେ ଭୁବନେଶ୍ୱରର ଇମ୍‌ତିଆଜ ହକ୍‌ ବିଜେତା ହୋଇଛନ୍ତି। ସେହିଭଳି ‘ମିସ୍‌ ମାକ୍ସ ଏମର୍ଜିଙ୍ଗ ଷ୍ଟାର’ ଭାବେ ଚଣ୍ଡିଗଡର ହରନାଜ କୌର ସାନ୍ଧୁ ବାଜି ମାରିଛନ୍ତି। ଏହି ବିଜେତାମାନେ ଟେରେନ୍ସ ଲୁଇସ୍‌ଙ୍କ ପ୍ରଫେସନାଲ ଟ୍ରେନିଂ ଇଷ୍ଟିଚ୍ୟୁଟରେ ନୃତ୍ୟ ପ୍ରଶିକ୍ଷଣ ଏବଂ ଡବୁ ରତନାନୀଙ୍କ ଦ୍ୱାରା ସେମାନଙ୍କ ପୋର୍ଟଫୋଲିଓ ସୁଟ କରିବାର ସୁଯୋଗ ପାଇବେ।

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ବାଇକ୍‌ ଦୁର୍ଘଟଣାରେ ୫ ଗୁରୁତର

ପୁରୀ ଅଫିସ,୨୬।୪: ପୁରୀ-ବ୍ରହ୍ମଗିରି ଜାତୀୟ ରାଜପଥରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କଙ୍କଣଦେଇପୁରର ରମେଶ ସାହୁ, ବସନ୍ତ ସାହୁ, କାବୁଲା ଘଟୁଆରୀ, ଗଙ୍ଗାଧର ଘଟୁଆରୀ ଓ ଗୋବିନ୍ଦ ଘଟୁଆରୀ। ସେମାନଙ୍କୁ ଜିଲା ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଲାଞ୍ଚ ନେବା ବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ପୁରୀ ଅଫିସ/ସାକ୍ଷୀଗୋପାଳ (ଡି.ଏନ.ଏ.), ୨୬ା୪: ପାଇଖାନା ନିର୍ମାଣ ବିଲ୍‌ ପାସ ଲାଗି ଲାଞ୍ଚ ନେବା ବେଳେ ସତ୍ୟବାଦୀ ବ୍ଲକ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ସାହୁ ଗୁରୁବାର ପୁରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ୬୧୦୦ ଲାଞ୍ଚ ଟଙ୍କା ଏବଂ ସରକାରୀ କାର୍ଯ୍ୟାଳୟରୁ ବହୁ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ଜବତ କରିଛି। ତାଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ଚୋରା ମଦ ଜବତ, ୩ ବେପାରୀ ଗିରଫ

ଚୋରା ମଦ ଜବତ, ୩ ବେପାରୀ ଗିରଫ

ନିମାପଡା,୨୬।୪(ଡି.ଏନ୍‌.ଏ.): ନିମାପଡା ଅବକାରୀ ବିଭାଗ ଓ ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ପକ୍ଷରୁ ଗୁରୁବାର ନିମାପଡା ଓ କାକଟପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇଥିଲା। ଏଥିରେ ୮୦ ବୋତଲ ଚୋରା ମଦ ଓ ବିଅର ଜବତ କରାଯାଇଛି।

ନିଷ୍ଠୁର ମା’: ୭ମାସର ଶିଶୁ କନ୍ୟାକୁ ନିଆଁରେ ଶୁଆଇଦେଲେ

ନିଷ୍ଠୁର ମା’: ୭ମାସର ଶିଶୁ କନ୍ୟାକୁ ନିଆଁରେ ଶୁଆଇଦେଲେ

ଭୁବନେଶ୍ୱର,୨୬।୪(ବ୍ୟୁରୋ)/ କଟକ ଅଫିସ : ମା’ ସ୍ନେହ ପାଇବାକୁ କାନ୍ଦୁଥିଲା ୭ ମାସର ଶିଶୁକନ୍ୟା। କୋଳେଇ ନେବା ବଦଳରେ ନିଆଁ କୋଳରେ ଶୁଆଇ ଦେଲେ ନିର୍ଦ୍ଦୟା ମା’। ନୟାପଲ୍ଲୀ ଥାନା ସାଲିଆସାହି ଶକ୍ତିବିହାରରେ ଗୁରୁବାର ସକାଳେ ଘଟିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଶିଶୁକନ୍ୟାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁରେ ଶିଶୁକନ୍ୟା ଶରୀରର ୯୦ ପ୍ରତିଶତ ପୋଡ଼ିଯାଇଥିବାରୁ ତାଙ୍କୁ ମେଡିକାଲର ବେବି ସର୍ଜରୀ ବିଭାଗରେ ଚିକିତ୍ସା କରାଯାଉଛି।

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ବାରୁଦ ବିସ୍ଫୋରଣରେ ୨ ଭାଇ ଗୁରୁତର

ପୁରୀ ଅଫିସ, ୨୬।୪: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମହିଷା ବ୍ରହ୍ମପୁରରେ ପୁଣି ବାରୁଦ ବିସ୍ଫୋରଣ ଘଟିଛି। ସକାଳେ ଘଟିଥିବା ଏହି ବିସ୍ଫୋରଣରେ ଦୁଇ ଭାଇ ଗୁରୁତର ଆହତ ହୋଇ ସଦର ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସେମାନେ ହେଲେ ସୁମନ ଭୋଇ ଓ ସମୀର ଭୋଇ। ଉଭୟଙ୍କ ବୟସ ୬ ରୁ ୮ ବର୍ଷ ହେବ ବୋଲି କୁହାଯାଉଛି। ବିସ୍ଫୋରଣରେ ଉଭୟଙ୍କ ଶରୀରର ବିଭିନ୍ନ ଅଂଶ ପୋଡିଯାଇଛି।

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ନୃତ୍ୟ ଦିବସରେ ସମ୍ବର୍ଦ୍ଧିତ ହେବେ ୬ ନୃତ୍ୟଗୁରୁ

ପୁରୀ ଅଫିସ, ୨୬।୪: ଚଳିତ ମାସ ୨୯ ତାରିଖରେ ବିଶ୍ୱ ନୃତ୍ୟ ଦିବସ। ଏହି ଉପଲକ୍ଷେ ଶ୍ରୀକ୍ଷେତ୍ର ନୃତ୍ୟଶିଳ୍ପୀ ସଂଘ ପକ୍ଷରୁ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା: ୨୮ରେ ଉଦ୍‌ଘାଟନ

ଖୋର୍ଦ୍ଧା ଅଫିସ,୨୬।୪: ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ(ଓଏସ୍‌ଡିଏ)ଙ୍କ ମାଧ୍ୟମରେ ରାଜ୍ୟସ୍ତରୀୟ ଦକ୍ଷତା ପ୍ରତିଯୋଗିତା ୨୦୧୮ ଆୟୋଜିତ ହେବାକୁ ଯାଉଛିି। ଏହି ଅବସରରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଏପ୍ରିଲ ୨୯ ଓ ୩୦ ତାରିଖ ଦୁଇ ଦିନ ଧରି ଭୁବନେଶ୍ୱର ୟୁନିଟ ୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ। ଆସନ୍ତା ୨୮ତାରିଖ ସନ୍ଧ୍ୟାରେ କଟକସ୍ଥିତ ଇନ୍‌ଡୋର ଷ୍ଟାଡିୟମରେ ଏହାର ଉଦ୍‌ଘାଟନ ସମାରୋହ ଅନୁଷ୍ଠିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବେ ବୋଲି ଖୋର୍ଦ୍ଧା ଜିଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।