ସମ୍ପାଦକୀୟ |

ବଢ଼ିଛି ପରିସଂଖ୍ୟାନ ବେପାର

ବଢ଼ିଛି ପରିସଂଖ୍ୟାନ ବେପାର
ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ ପୁଣି ଥରେ ଆସିଲା ପରିସଂଖ୍ୟାନର ଆଉ ଏକ ଭେଳିକି। ଭାରତରେ କୁଆଡେ ବେପାର କରିବା ଗତବର୍ଷଠାରୁ ଖୁବ୍‌ ସହଜ ହୋଇଯାଇଛି। ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରକାଶିତ ‘ବେପାର କରିବାରେ ସହଜତା ରିପୋର୍ଟ’ରେ ୧୯୦ଟି ରାଷ୍ଟ୍ରର ସୂଚୀରେ ଭାରତ ଗତ ବର୍ଷର ୧୩୦ତମ ସ୍ଥାନରୁ ଡେଇଁ ପହଞ୍ଚିଛି ୧୦୦ତମ ସ୍ଥାନରେ। ତେବେ ଭାରତରେ କ’ଣ ଏମିତି ହୋଇଯାଇଛି ଯେ ବେପାର କରିବାର ସହଜତାରେ ଭାରତ ୩୦ଟି ଦେଶକୁ ପଛରେ ପକାଇଦେଲା ବୋଲି ବିଶ୍ୱବ୍ୟାଙ୍କ କହୁଛି, ତାକୁ ଟିକିଏ ନିରେଖି ଦେଖିବା। ବିଶ୍ୱବ୍ୟାଙ୍କ ୧୧ଟି ସୂଚକ ସ୍ଥିର କରିଛି ବେପାରରେ ସରଳତା ମାପିବା ପାଇଁ। ଏଥିରୁ ନଅଟି କ୍ଷେତ୍ରରେ ଭାରତ ସୁଧାର ଆଣିଛି ବୋଲି ରିପୋର୍ଟ କହୁଛି। ଏହି ନଅଟିରୁ ପ୍ରଥମଟି ହେଲା ବେପାର ଆରମ୍ଭ କରିବା। ଏଥିରେ ଭାରତ କ’ଣ କରିଛି? ସ୍ଥାୟୀ ଆକାଉଣ୍ଟ ସଂଖ୍ୟା ବା ପ୍ୟାନ ଓ ଟ୍ୟାକ୍ସ ଆକାଉଣ୍ଟ ସଂଖ୍ୟା ବା ଟ୍ୟାନକୁ ଯୋଡ଼ିଛି ତଥା ଅନଲାଇନରେ ଆବେଦନର ବ୍ୟବସ୍ଥା କରିଛି। ବମ୍ବେରେ ମୂଲ୍ୟଯୁକ୍ତ ଟିକସ ଓ ପ୍ରଫେଶନାଲ ଟିକସ ପାଇଁ ଥରକରେ ଆବେଦନର ବ୍ୟବସ୍ଥା ହୋଇଛି। ଦ୍ୱିତୀୟଟି ହେଲା ନିର୍ମାଣରେ ପରମିଟ ବ୍ୟବସ୍ଥା। ବିଶ୍ୱବ୍ୟାଙ୍କ ରିପୋର୍ଟ କହୁଛି ଯେ, ଅନଲାଇନ ବ୍ୟବସ୍ଥା କାରଣରୁ ବମ୍ବେ ଓ ଦିଲ୍ଲୀରେ କୋଠା ନିର୍ମାଣ ପାଇଁ ପରମିଟ ପାଇବା ପ୍ରକ୍ରିୟା ସରଳ ହୋଇଛି ଓ କମ୍‌ ସମୟ ନେଉଛି। ତୃତୀୟଟି ହେଲା ଋଣ ପାଇବା। ବିଶ୍ୱବ୍ୟାଙ୍କ କହୁଛି ଯେ ଦେବାଳିଆ ସ୍ଥିତିର ପୁନର୍ଗଠନ ପ୍ରକ୍ରିୟା ବାହାରେ ଥିବା ସୁରକ୍ଷିତ ଋ଼ଣୀଙ୍କୁ ଋଣ ହାସଲରେ ପ୍ରାଧାନ୍ୟ ଦେବାପାଇଁ ନୀତିରେ ପରିବର୍ତ୍ତନ ଆସିଛି। ତାହାସହିତ ଭାରତ ଦେବାଳିଆପଣ ସମ୍ପର୍କିତ ଏକ ନୂଆ ଆଇନ ଆଣିଛି, ଯହିଁରେ ଦେବାଳିଆପଣର ପୁନର୍ଗଠନ ପ୍ରକ୍ରିୟାରେ ସୁରକ୍ଷିତ ଋ଼ଣୀଙ୍କ ପାଇଁ ରିହାତି ବ୍ୟବସ୍ଥା ରହିଛି। ଚତୁର୍ଥଟି ହେଲା ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଦୁଇଟି ସ୍ବାର୍ଥାନ୍ବେଷୀ ପକ୍ଷଙ୍କ ମଧ୍ୟରେ ହେଉଥିବା ହାନିକାରକ କାରବାରରୁ ଛୋଟ ନିବେଶକଙ୍କୁ ସୁରକ୍ଷା ଦେବା ବ୍ୟବସ୍ଥାକୁ ସୁଦୃଢ କରାଯାଇଛି। ପଞ୍ଚମଟି ହେଲା କର ପଇଠ। ବିଶ୍ୱବ୍ୟାଙ୍କ କହିଛି ଯେ ଭାରତ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କରି କର ପଇଠ ବ୍ୟବସ୍ଥାକୁ ସହଜ କରିଛି। ବିଶ୍ୱବ୍ୟାଙ୍କର ଷଷ୍ଠ ମାନକ ହେଲା ସୀମା ପାର କାରବାର। ରିପୋର୍ଟ କହୁଛି ଯେ ବୈଦ୍ୟୁତିକ ଓ ମୋବାଇଲ ବ୍ୟବସ୍ଥା ଆପଣେଇ ତଥା ବ୍ୟବସାୟୀ ଓଭରଟାଇମ୍‌ ଶୁଳ୍କ ହଟାଇ ଆମଦାନି ଓ ରପ୍ତାନି ସୀମା ଅନୁପାଳନ ଖର୍ଚ୍ଚକୁ କମ୍‌ କରିଛନ୍ତି। ସପ୍ତମରେ ଆସିଛି ଚୁକ୍ତିର ଅନୁପାଳନ। ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁସାରେ ଭାରତ ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ୍‌ ଆରମ୍ଭ କରି ଚୁକ୍ତିର ଅନୁପାଳନକୁ ସହଜ କରିଛି। ଏହି ବ୍ୟବସ୍ଥା ଅନୁସାରେ ସ୍ଥାନୀୟ କୋର୍ଟମାନଙ୍କର ମାମଲା ପରିଚାଳନା ରିପୋର୍ଟ ବାହାର କରାଯାଇପାରିବ। ଅଷ୍ଟମ ମାନକଟି ହେଲା ଦେବାଳିଆପଣ ସମ୍ଭାଳିବା। ରିପୋର୍ଟ କହୁଛି ଯେ ଭାରତ ଏକ ନୂଆ ଦେବାଳିଆପଣ କୋଡ୍‌ ଆଣି ସମାଧାନ ସହଜ କରିଛି। ଏଥିରେ ଋଣଦାତାଙ୍କ ପାଇଁ ଏକ ପୁନର୍ଗଠନ ପ୍ରକ୍ରିୟା ଆପଣେଇ ଋଣଦାତାଙ୍କୁ ତାଙ୍କ ବ୍ୟବସାୟ ଚାଲୁରଖିବା ପାଇଁ ସହାୟତା ଦିଆଯାଇଛି। ଶେଷ ସୂଚକାଙ୍କ ଯେଉଁଥିରେ ଭାରତ ଉନ୍ନତି ଆଣିଛି, ତାହାହେଲା ମହିଳାଙ୍କୁ ବର୍ଦ୍ଧିତ ସମୟ ପାଇଁ ପ୍ରାପ୍ୟସଂଯୁକ୍ତ ପ୍ରସୂତିକାଳୀନ ଛୁଟି ବ୍ୟବସ୍ଥା କରି ଶ୍ରମିକ ବଜାର ନିୟନ୍ତ୍ରଣକୁ ଆଣିଛି। ତେବେ ଏହା ଆଧାରରେ ବିଶ୍ୱବ୍ୟାଙ୍କ ରିପୋର୍ଟ ସିନା କହିଦେଲା ଯେ ଭାରତ ବେପାର କରିବାରେ ୩୦ଟି ସ୍ଥାନ ଡେଇଁ ୧୦୦ତମ ସ୍ଥାନରେ ପହଞ୍ଚିଛି, କିନ୍ତୁ ସେହିଭଳି ନିଷ୍କର୍ଷ ବାସ୍ତବ ସ୍ଥିତିକୁ ପ୍ରାୟ ବୟାନ କରେ ନାହିଁ। ବିଶ୍ୱବ୍ୟାଙ୍କ ୧୧ଟି ସୂଚକ ସ୍ଥିର କରି ତାହା ଉପରେ ପ୍ରଶ୍ନାବଳୀ ପ୍ରସ୍ତୁତ କରି ବିଭିନ୍ନ ଦେଶର ଉତ୍ତରଦାତାଙ୍କ ପାଖକୁ ପଠାଇଥିଲା। ସବୁଠାରୁ ଅଧିକ ଉତ୍ତର ଆସିଥିଲା ‘ବେପାର ଆରମ୍ଭ କରିବା’ ସୂଚକ ପାଇଁ। କିନ୍ତୁ, କେତେ ଉତ୍ତରଦାତାଙ୍କଠାରୁ ଉତ୍ତର ଆସିଥିଲା? ମାତ୍ର ୨,୨୩୫ ଜଣଙ୍କଠାରୁ। ତାହାପୁଣି ୧୯୦ଟି ଦେଶରୁ, ଅର୍ଥାତ୍‌ ଗୋଟିଏ ଦେଶରୁ ହାରାହାରି ୧୨ଟି ମଧ୍ୟ ନୁହେଁ। ଏହି ସୂଚକ ପାଇଁ କେବଳ ୬୮ଟି ଦେଶରୁ ୬ରୁ ଅଧିକ ଉତ୍ତର ଆସିଥିଲା। ମାତ୍ର ଅଳ୍ପ କିଛି ଜଣଙ୍କୁ ପଚାରି ଗୋଟିଏ ନିଷ୍କର୍ଷକୁ ଏତେବଡ କରି କହିବା ନିଶ୍ଚୟ ତ୍ରୁଟିପୂର୍ଣ୍ଣ। ୨୦୧୫ରେ ବିଶ୍ୱବ୍ୟାଙ୍କର ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ମେରୀ ହାଲବାର୍ଡ ଡ୍ରଇଁମିୟର ଓ ହାଓ୍ବାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ପ୍ରିଚେଟ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ରିପୋର୍ଟ କେମିତି ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ ତାହା ଦର୍ଶାଇଥିଲେ। ଅନ୍ୟ ତୁଳନା ବ୍ୟତୀତ ସେମାନେ ‘ବେପାର କରିବାରେ ସହଜତା’ ରିପୋର୍ଟକୁ ବିଶ୍ୱବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ରିପୋର୍ଟ ସହ ତୁଳନା କରି ଦେଖିଥିଲେ ଯେ ସେହି ସମାନ ପ୍ରଶ୍ନ ପାଇଁ ଉଭୟ ରିପୋର୍ଟରେ ଭିନ୍ନ ଉତ୍ତର ଅଛି। ଉଦାହରଣସ୍ବରୂପ, ସେମାନେ ଦେଖିଲେ ଯେ ‘ବେପାର କରିବାରେ ସହଜତା’ ରିପୋର୍ଟ ଅନୁସାରେ ୨୦୧୪ରେ ଗୋଟିଏ ନିର୍ମାଣ ପରମିଟ ପାଇବା ପାଇଁ ଭାରତରେ ୧୮୦ ଦିନ ଲାଗୁଥିଲା। କିନ୍ତୁ ସେହି ବିଶ୍ୱବ୍ୟାଙ୍କର ‘ଉଦ୍ୟମ ସର୍ବେକ୍ଷଣ’ ରିପୋର୍ଟ ଅନୁସାରେ ସେହି ବର୍ଷ ସେହି ପରମିଟ ପାଇବା ପାଇଁ ଭାରତରେ ହାରାହାରି ୩୩ଦିନ ସମୟ ଲାଗୁଥିଲା। ସେମାନଙ୍କର କହିବାର ଉଦ୍ଦେଶ୍ୟ ହେଲା ଯେ ଉଭୟ ସର୍ବେକ୍ଷଣରେ ଉତ୍ତରଦାତା ଭିନ୍ନ ଥିଲେ ତେଣୁ ଉତ୍ତର ଭିନ୍ନ ଆସିଲା। ଏହିଭଳି ତାରତମ୍ୟ ଦର୍ଶାଏ ଯେ ଏତେ କମ୍‌ ଉତ୍ତରଦାତାଙ୍କୁ ନେଇ ସାରା ବିଶ୍ୱର ୧୯୦ଟି ଦେଶର ସ୍ଥିତି ସ୍ଥିର କରିବା ଆଦୌ ଠିକ୍‌ ନୁହେଁ। ବିଶ୍ୱବ୍ୟାଙ୍କର ‘ବେପାର କରିବାରେ ସହଜତା’ ରିପୋର୍ଟରେ ‘ଡିଷ୍ଟାନ୍ସ ଟୁ ଫ୍ରଣ୍ଟିୟର’ ନାମରେ ଗୋଟିଏ ମାନକ ରହିଛି। ସେଥିରେ ଭାରତ ଗତବର୍ଷ ତୁଳନାରେ ୫୧.୮୭ ପଏଣ୍ଟ ଅଧିକ ପାଇଛି। ତେବେ, ତହିଁରୁ ଏକ-ତୃତୀୟାଂଶରୁ ଅଧିକ କେବଳ ‘କର ପଇଠ’ ସୂଚକାଙ୍କରୁ ବା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆକାଉଣ୍ଟକୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ପଠାଇବାର ବ୍ୟବସ୍ଥା କାରଣରୁ ଆସିଛି। ଆଉ ଏକ-ପଞ୍ଚମାଂଶ ଆସିଛି ଦେବାଳିଆଙ୍କୁ ସହଜ ଋଣ ବ୍ୟବସ୍ଥା କାରଣରୁ। କେବଳ ଏହି ଦୁଇଟି କାରଣରୁ ବିଶ୍ୱବ୍ୟାଙ୍କ ରିପୋର୍ଟରେ ଭାରତ ବିଶ୍ୱରେ ୩୦ଟି ଦେଶକୁ ଡେଇଁ ପଡିଛି। ବେପାର କରିବା ସହଜ ହେଲେ କାରବାର ବଢିବା କଥା। କିଛି ପ୍ରମୁଖ ସୂଚକରୁ ତାହାର ବିନ୍ଦୁଏ ବି ସୂଚନା ମିଳୁନାହିଁ। ବିଗତ ତିନି ବର୍ଷରୁ କୌଣସି ଗୋଟିଏ ବର୍ଷରେ ଭାରତର ରପ୍ତାନି ୨୦୧୩-୧୪ର ରପ୍ତାନିକୁ ଟପିପାରି ନାହିଁ। ସେହିଭଳି ରୋଜଗାରକୁ ନେଇ ଅନେକ ରିପୋର୍ଟ ଆସିଛି। ସଦ୍ୟତମ ରିପୋର୍ଟ ଆସିଛି ବିଶ୍ୱର ଏକ ପ୍ରମୁଖ ସଂସ୍ଥା ‘କେୟାର ରେଟିଙ୍ଗ’ ତରଫରୁ। ସେହି ସଂସ୍ଥା ଭାରତର ୧,୪୭୩ଟି କମ୍ପାନୀର ଅନୁଶୀଳନ କରି ରିପୋର୍ଟ କରିଛି ଯେ, ପୂର୍ବ ବର୍ଷ ତୁଳନାରେ ୨୦୧୬-୧୭ରେ ମାତ୍ର ୨.୨୫ ପ୍ରତିଶତ ଅଧିକ ରୋଜଗାର ସୃଷ୍ଟି ହୋଇଛି। ତାହାର ପୂର୍ବ ବର୍ଷ ଆହୁରି କମ୍‌ ୧.୧୮ ପ୍ରତିଶତ ହିଁ ଅଧିକ ରୋଜଗାର ସୃଷ୍ଟି ହୋଇଥିଲା। ଏହା ଅବଶ୍ୟ ସତ ଯେ ‘ବେପାର କରିବାରେ ସହଜତା’ ଭଳି ଏକ ରିପୋର୍ଟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ, ବିଶେଷ କରି ବିଦେଶୀ ନିବେଶକଙ୍କର। କିନ୍ତୁ ଏହାକୁ ନେଇ ଉଚ୍ଛୁଳିବାର କିଛି ମାନେ ନାହିଁ। ଭାରତ ଏବେ ବି ଲୋକଙ୍କୁ ରୋଜଗାର ଜୁଟାଇ ପାରୁନାହିଁ, ଅସମାନତା ବଢି ଚାଲିଛି। ଏହା ଚିନ୍ତାଜନକ।
All Right Reserved By

ସମ୍ପାଦକୀୟ |

ଓମେଗା-୩ ଓ ମିଥ୍ୟା ପ୍ରଚାର

ଓମେଗା-୩ ଓ ମିଥ୍ୟା ପ୍ରଚାର

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

ପ୍ରତି କିଛି ବର୍ଷ ବ୍ୟବଧାନରେ ଗୋଟିଏ କମ୍ପାନୀ ତା’ର ମାର୍କେଟିଂ ରଣକୌଶଳ ହିସାବରେ ପ୍ରଚାର କରେ ଯେ ଏକ ନୂତନ ସୁପରଫୁଡ୍‌ ଜନ୍ମଲାଭ କରିଛି। ବର୍ତ୍ତମାନ ବହୁ ବିଜ୍ଞାପିତ ସେପରି ଏକ ସୁପରଫୁଡ୍‌ ହେଉଛି Matcha tea ବା ମାଚା ଚା, ଯାହା ମେଦବହୁଳତା, ଡାଇବେଟିସ୍‌, ଆଣ୍ଠୁଗଣ୍ଠି ବାତ ପ୍ରଭୃତି ସବୁ ସମସ୍ୟାର ସମାଧାନ କରିପାରୁଛି ବୋଲି କୁହାଯାଉଛି। ଏହା କିନୁଆ, ଚିଆ ମଞ୍ଜି, ଲେହ କୋଳି, ବ୍ରାଜିଲ ନଟ୍‌, ବ୍ଲୁବେରୀ, ହଳଦୀ, ସ୍ପିରୁଲିନା, ଗୋଜି ବେରୀ, କଳା ଚକୋଲେଟ୍‌, ରେଡ୍‌ ଓ୍ବା...

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଉଚ୍ଚଶିକ୍ଷା ଓ କାମଚଳା ଅଧ୍ୟକ୍ଷ

ଡ. ସୁବାସ ଚନ୍ଦ୍ର ପାତ୍ର

ପ୍ରଖ୍ୟାତ ଇଂରେଜୀ କବି ଜନ୍‌ ଡନ୍‌ଙ୍କର ଏକ କବିତା ଅଛି- ‘କାହା ପାଇଁ ବାଜେ ଏ ଘଣ୍ଟା’। କୌଣସି ମଣିଷର ମୃତ୍ୟୁର ସୂଚନା ହିସାବରେ ବାଜୁଥିବା ଗୀର୍ଜାର ଘଣ୍ଟା ପ୍ରସଙ୍ଗରେ କୁହାଯାଇଛି ଯେ, ଏ ଘଣ୍ଟା ଯାହା ପାଇଁ ବି ବାଜୁନା କାହିଁକି ମନେରଖ ଏ ଘଣ୍ଟା ତୁମ ପାଇଁ ହିଁ ବାଜୁଛି, କାରଣ ତାଙ୍କ ମୃତ୍ୟୁଠୁ ତୁମ ମୃତ୍ୟୁ ବେଶି ଦୂର ନୁହେଁ। ଗୀର୍ଜାର ଘଣ୍ଟା ପରି ଆମ କଲେଜଗୁଡ଼ିକରେ...

ଧର୍ମ ଜୀବନର ରକ୍ଷାକବଚ

ଧର୍ମ ଜୀବନର ରକ୍ଷାକବଚ

ଶିବରାମ ଶତପଥୀ

ଗୀତାରେ ଅଛି, ‘ସ୍ବଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍‌।’ ଅର୍ଥାତ୍‌ କରିଥିବା ସାମାନ୍ୟତମ ଧର୍ମ ମଧ୍ୟ ସମୟ ପଡ଼ିଲେ ପ୍ରାଣୀକୁ ବଡ଼ ଭୟ (ମୃତ୍ୟୁଭୟ)ରୁ ରକ୍ଷାକରେ। ତେବେ ଏହି ଧର୍ମ କ’ଣ? ମହାଭାରତ ବନପର୍ବରେ ଯକ୍ଷ (ଛଦ୍ମବେଶୀ ଧର୍ମ)ଙ୍କ ପ୍ରଶ୍ନ (କଃ ପନ୍ଥାଃ)ର ଉତ୍ତରରେ ଯୁଧିଷ୍ଠିର କହିଥିଲେ- ନାନା ମୁନିଙ୍କର ନାନା ମତ। ସେହିପରି ବେଦ ମଧ୍ୟ ଗୋଟିଏ ନୁହେଁ। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଭାବେ...

ଏଇ ଭାରତରେ

ଏଇ ଭାରତରେ

ଅପରାଧୀଙ୍କୁ କାବୁ କରିବାକୁ ପୋଲିସ କର୍ମଚାରୀଙ୍କୁ ନୂଆ ନୂଆ କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ବିଶେଷକରି ମହିଳା କର୍ମଚାରୀଙ୍କୁ ଏନେଇ ସ୍ବତନ୍ତ୍ର ତାଲିମ୍‌ ପ୍ରଦାନ କରାଯାଉଛି। କିପରି କମ୍‌ ପୋଲିସ କର୍ମଚାରୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ କୋର୍ଟକୁ ଏସ୍‌କର୍ଟ କରି ...

ସମ୍ପାଦକୀୟ/ମୁକ୍ତ କରନାହିଁ

ସମ୍ପାଦକୀୟ/ମୁକ୍ତ କରନାହିଁ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ବନ୍ଦୀ ଥିବା ସମସ୍ତ ୭ ଦୋଷୀଙ୍କୁ ମୁକ୍ତ କରିବା ଲାଗି ନିକଟରେ ତାମିଲନାଡୁ ସରକାର ରାଜ୍ୟପାଳ ବନଓ୍ବାରିଲାଲ ପୁରୋହିତଙ୍କୁ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀ ଏଡାପାଡି କେ ପାଲାନିସାମୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ସମ୍ବିଧାନର ଧାରା ୧୬୧ ଅନୁଯାୟୀ ଏ ସଂକ୍ରାନ୍ତ ଏକ ସଂକଳ୍ପକୁ ଗୃହୀତ କରିଥିଲା। ଏଥିରେ ...

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ଅତୁଲ୍ୟ ଭାରତର ଅନନ୍ୟ ନିର୍ମାତା

ସମ୍ପନ୍ନା ପାତ୍ର

ବର୍ଷତମାମ ଆମ୍ଭେମାନେ ଜାତୀୟ ହେଉ ବା ଆଞ୍ଚଳିକ ସ୍ତରରେ କିଛି ନା କିଛି ଉତ୍ସବ ପାଳନ କରିଥାଉ ଆମ ମହାନ୍‌ ପୂର୍ବସୂରୀମାନଙ୍କ ସମ୍ମାନାର୍ଥେ। ସେମାନଙ୍କ ବଳିଦାନକୁ ମନେପକାଇଥାଉ, ସେମାନଙ୍କ ନିଃସ୍ବାର୍ଥ ତ୍ୟାଗକୁ ବାସ୍ତବ ଜୀବନରେ ଆପଣେଇବାକୁ ସଙ୍କଳ୍ପ କରିଥାଉ। ସେମାନେ ଆମର ଚିର ବନ୍ଦନୀୟ, ଚିର ନମସ୍ୟ। ପ୍ରତ୍ୟେକ ଭାରତୀୟ ସର୍ବଦା ସେମାନଙ୍କଠାରେ ନତମସ୍ତକ। ସ୍ବାଧୀନତା ...

ପୋଷାକ ଓ ପୌରୁଷ

ପୋଷାକ ଓ ପୌରୁଷ


ଡ. ରମେଶ ଚନ୍ଦ୍ର ପରିଡ଼ା

ସୁପ୍ରସିଦ୍ଧ ବିଜ୍ଞାନ ଲେଖକ ରବିନସ୍‌ କୁକ୍‌ଙ୍କ ବିଚାରରେ ‘ପ୍ରତ୍ୟେକ ଜୀବର ସ୍ବତଃସ୍ଫୂର୍ତ୍ତ ପ୍ରବୃତ୍ତି ହେଲା ନିଜ ପ୍ରତିରୂପ ବା ସନ୍ତାନ ସୃଷ୍ଟି। କ୍ଷୁଦ୍ରାତିକ୍ଷୁଦ୍ର ଜୀବାଣୁଠାରୁ ଆରମ୍ଭ କରି ବିଶାଳକାୟ ତିମି ଏବଂ ମେଧାବୀ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏହା ବିଦ୍ୟମାନ। ନିମ୍ନଶ୍ରେଣୀର ଜୀବମାନେ ତାହା ସମାହିତ କରିଥାନ୍ତି ଅଲିଙ୍ଗୀ ଜନନ ମାଧ୍ୟମରେ ଏବଂ ଉନ୍ନତ ତଥା ଜଟିଳ ଗଛଲତା ଓ ପ୍ରାଣୀମାନଙ୍କ କ୍ଷେତ୍ରରେ ...

ଏଇ ଭାରତରେ

ଏଇ ଭାରତରେ

ସମୟର ପ୍ରବହମାନ ଧାରା ସହିତ ସବୁକିଛିର ପରିବର୍ତ୍ତନ ଘଟେ। ଯେଉଁ ଅଞ୍ଚଳରେ ଏକଦା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ଭାବ ସୃଷ୍ଟି ହୋଇଥିଲା ସେଠାରେ ଉଭୟ ସମ୍ପ୍ରଦାୟ ଏବେ ଭାଇଚାରା ସୃଷ୍ଟି କରିଛନ୍ତି। ...

ସମ୍ପାଦକୀୟ/ ରୋଗୀ ବନ୍ଧକ

ସମ୍ପାଦକୀୟ/ ରୋଗୀ ବନ୍ଧକ

କୌଣସି ଆର୍ଥିକ ସଂସ୍ଥାରୁ ଋଣ ଆଣିବାକୁ ହେଲେ ବ୍ୟକ୍ତିବିଶେଷଙ୍କୁ ମଟ୍‌ଗେଜ୍‌ ବା ବନ୍ଧକ ରଖିବାକୁ ପଡ଼େ। ଋଣ କରିଥିବା ବ୍ୟକ୍ତି ଯଦି ଭବିଷ୍ୟତରେ ତାହାକୁ ଶୁଝିବାକୁ ଅକ୍ଷମ ହୁଅନ୍ତି, ତେବେ ବନ୍ଧକ ଥିବା ଜିନିଷ ନିଲାମ କରାଯାଇ ଅର୍ଥ ଅସୁଲ କରାଯାଏ। ରୋଗୀଙ୍କୁ ବନ୍ଧକ ରଖାଯିବା ବିଷୟ ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହା ବର୍ତ୍ତମାନ ଡାକ୍ତରଖାନା ବିଶେଷକରି ଘରୋଇ ହସ୍ପିଟାଲଗୁଡ଼ିକରେ ପ୍ରାୟତଃ ଦେଖିବାକୁ ମିଳୁଛି। ହସ୍ପିଟାଲ ଯାଉଥିବା ଦେଶର ଅଧିକାଂଶ ଲୋକ ଏଭଳି ପରିସ୍ଥିତିର ସାମ୍ନା କରୁଥିବେ। ରୋଗୀଙ୍କ ମୃତ୍ୟୁ ଘଟିଲେ...

ଘରୋଇ ହିଂସାର କରାଳ ରୂପ

ଘରୋଇ ହିଂସାର କରାଳ ରୂପ

ବୈକୁଣ୍ଠନାଥ ମିଶ୍ର

ହିଂସା ଏକ ନକାରାତ୍ମକ ଶବ୍ଦ, ଯାହା ପରପୀଡ଼ନ, ପରର କ୍ଷତି ସାଧନ, ଏପରି କି ଧ୍ୱଂସ ଓ ମୃତ୍ୟୁଲୀଳା ସଂଯୋଜନାକୁ ବୁଝାଏ। ଯେତେବେଳେ ଏହା ଆତ୍ମୀୟସ୍ବଜନ ବା ରକ୍ତ ସମ୍ପର୍କୀୟ ପ୍ରତି କରାଯାଏ, ତାହାକୁ ପାରିବାରିକ ବା ଘରୋଇ ହିଂସା କୁହାଯାଏ। ନିଜ ପୁତ୍ର ବା କନ୍ୟା ପରିବାରର ସମ୍ମାନକୁ ଭ୍ରୂକ୍ଷେପ ନ କରି ଏପରି କିଛି କରିବସନ୍ତି, ଯାହା ପରିବାର ସଦସ୍ୟଙ୍କ ମନରେ ସେମାନଙ୍କ ପ୍ରତି ଘୃଣା...

 ଆଦର୍ଶ, ଦେଶ ଓ ଦେଶାତ୍ମବୋଧ

ଆଦର୍ଶ, ଦେଶ ଓ ଦେଶାତ୍ମବୋଧ


ନୃସିଂହ ପ୍ରସାଦ ତ୍ରିପାଠୀ

ଗୋଟିଏ ଦେଶର ସର୍ବାଙ୍ଗୀଣ ଉନ୍ନତି ପାଇଁ ତା’ର ନାଗରିକଙ୍କର ଦେଶ ପ୍ରତି ପ୍ରତିବଦ୍ଧତା ଜରୁରୀ। ଏହାର ଲୋକପ୍ରିୟ ନାମ ହେଉଛି ଦେଶାତ୍ମବୋଧ। ଗଣତନ୍ତ୍ର ଶାସନ ପଦ୍ଧତିରେ ଯେଉଁ ରାଜନୈତିକ ଦଳ କ୍ଷମତାକୁ ଆସନ୍ତି, ସେମାନେ ସବୁବେଳେ ଜାହିର କରିବାକୁ ଚାହାନ୍ତି ଯେ, ସେମାନଙ୍କର ଦେଶଭକ୍ତି ଅତି ଉଚ୍ଚ ଧରଣର ଏବଂ ସେମାନେ ହିଁ ଦେଶକୁ ପ୍ରଗତି ପଥରେ ଚଳାଇନେବେ। ସ୍ବାଧୀନତା ପ୍ରାପ୍ତିର ସତୁରି ବର୍ଷରୁ ବେଶି ହେଲାଣି। କୋଠାବାଡ଼ି, ରାସ୍ତାଘାଟ, ଶିଳ୍ପ ଓ କୃଷିରେ କିଛି ପ୍ରଗତି ହୋଇଛି ନିଶ୍ଚୟ, କିନ୍ତୁ...

ଏଇ ଭାରତରେ

ଏଇ ଭାରତରେ

ପେଟ୍ରୋଲକୁ ତରଳ ସୁନା କହିବାର ଯଥାର୍ଥତା ବର୍ତ୍ତମାନ ଉପଲବ୍‌ଧି କରିହେଉଛି। କାରଣ ଏହାର ଲିଟର ପ୍ରତି ଦର ୧୦୦ଟଙ୍କା ଛୁଇଁବାକୁ ଆଉ ବେଶି ଦିନ ବାକି ନାହିଁ। ଭାରତର କେତେକ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୮୫ ଟଙ୍କା ଛୁଇଁଛି। ଏହା ବାସ୍ତବରେ ମୋଟରଗାଡି ଚାଳକଙ୍କୁ ଖୁବ୍‌ ବାଧୁଛି। ଏହାର ମହାର୍ଘ ମୂଲ୍ୟ ଦୃଷ୍ଟିରୁ କେତେକେ ଏହାକୁ ନବଦମ୍ପତିଙ୍କୁ ଉପହାର ଦେବାକୁ ଉଚିତ ମଣୁଛନ୍ତି। ତାମିଲନାଡୁ...