ସମ୍ପାଦକୀୟ |

ଟୁଲୁନାଡ଼ୁର ଭୂତ

ଟୁଲୁନାଡ଼ୁର ଭୂତ
ଦେବଦତ୍ତ ପଟ୍ଟନାୟକ ପ୍ରାୟ ୨୦୦୦ ବର୍ଷ ତଳେ ବା ଆହୁରି ପୂର୍ବରୁ ଉପକୂଳବର୍ତ୍ତୀ ଆଲ୍‌ଭା ଖେଦା ରାଜ୍ୟର ଟୁଲୁନାଡ଼ୁରେ ଟୁଲୁଭା ଲୋକମାନେ ବାସ କରୁଥିଲେ। ସେମାନେ ଔପାମାନଙ୍କ ଦ୍ୱାରା ଶାସିତ ହେଉଥିଲେ ଯାହାଙ୍କ ବିଷୟ ପ୍ରାଚୀନ ରୋମୀୟ ନାବିକମାନଙ୍କ ଲେଖାରେ ରହିଛି। ସେମାନଙ୍କର ରାଜଚିହ୍ନ ଥିଲା ଦୁଇଟି ମାଛ, ଯାହା ପାଣ୍ଡ୍ୟମାନଙ୍କ ମାଛ ସଂକେତ ପରି। ଏହି ରାଜ୍ୟଟି ଗୋଆର ଦକ୍ଷିଣରୁ ଦାକ୍ଷିଣାତ୍ୟ କର୍ନାଟକ ଦେଇ କେରଳର ଉତ୍ତରାଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହି ପାହାଡ଼-ଜଙ୍ଗଲଘେରା ରାଜ୍ୟଟି ଥିଲା ଧାନ, ନଡ଼ିଆ, ଗୁଆ ଏବଂ ବାଘ ଓ ଭାଲୁ ପରି ହିଂସ୍ରଜନ୍ତୁଙ୍କ ପାଇଁ ବିଖ୍ୟାତ। ପୁଣି ଏହି ରାଜ୍ୟରେ ମୋଗାଭିରା, ବିଲ୍ଲଭା ଓ ବଣ୍ଟ୍‌ ସମ୍ପ୍ରଦାୟ, ଯକ୍ଷଗଣଙ୍କ ନୃତ୍ୟ ସମ୍ପ୍ରଦାୟ, କୋଟି ଚେନ୍ନାୟା ସମ୍ପ୍ରଦାୟ ଓ ନାଗାରାଧନେ ନାମକ ସର୍ପପୂଜକ ସମ୍ପ୍ରଦାୟ ବାସ କରନ୍ତି। ଏଠାରେ ଭୂତମାନଙ୍କୁ ଆବାହନ କରିବା ପାଇଁ ଭୂତ-କୋଲମ୍‌ ବା ଭୂତନାଚ କରାଯାଏ ଏବଂ ବିଭିନ୍ନ ସ୍ଥାନୀୟ ଦେବତାଙ୍କ ପୂଜା କରାଯାଏ। ଟୁଲୁନାଡ଼ୁରେ ଏବେ ବି ସ୍ବତନ୍ତ୍ର ମନ୍ଦିର ରହିଛି, ଯାହାକୁ ‘ସ୍ଥାନ’ କୁହାଯାଏ, ଯେଉଁଠି କାଠ ତିଆରି ଭୂତର ମୁଖା ପୂଜା କରାଯାଏ। କ୍ଷେତର ହିଡ଼ରେ ବା ଘରକୋଣରେ ଏକ ଦୋଳି ବା ଆସ୍ଥାନରେ ଭୂତଙ୍କ ମୁଖାଗୁଡ଼ିକୁ ରଖାଯାଇଥାଏ। ବିଶେଷ ଉତ୍ସବମାନଙ୍କରେ ସ୍ବତନ୍ତ୍ର ନର୍ତ୍ତକ ବା ପୂଜକମାନେ ଏହି ମୁଖା ପରିଧାନ କରି ନୃତ୍ୟକରନ୍ତି ଏବଂ ସେମାନଙ୍କଠାରେ ଭୂତ ଆବିଷ୍ଟ ହୁଅନ୍ତି। ବେଳେବେଳେ ଏହି ନର୍ତ୍ତକମାନେ ମୁଖା ପିନ୍ଧିବା ବଦଳରେ ମୁହଁକୁ ଭୂତ ପରି ରଙ୍ଗେଇଥାନ୍ତି ଏବଂ ଘାସତିଆରି ଘାଗରା ପିନ୍ଧନ୍ତି। ସେମାନେ ହାତରେ ଘଣ୍ଟି ଓ ଖଣ୍ଡା ଧାରଣ କରି ବାଦ୍ୟ-ସଂଗୀତର ତାଳେ ତାଳେ ରାତିସାରା ଝୁଲୁଥାନ୍ତି। ଏହି ଅବସ୍ଥାରେ ସେମାନଙ୍କ ଦେହରେ ଭୂତ ବା ଦେବତାଙ୍କ ଆବେଶ ଘଟେ (କାଳିଶି ଲାଗିବା ପରି), ଯାହାଫଳରେ ସେମାନେ ନିଅଁାରେ ଚାଲିବା, ଅତି ଓଜନଦାର ଜିନିଷ ବୋହିବା ପରି ଅସାଧ୍ୟ କାମ କରିପାରନ୍ତି। ଏହାପରେ ଭକ୍ତମାନେ ତାଙ୍କୁ ନାନା ପ୍ରକାର ଉପହାର ଓ ଭୋଗ ଯଥା ଚାଉଳ, ଗୁଆ, ମାଂସ, ମଦ ଓ ମାଛ ଅର୍ପଣ କରନ୍ତି। ସେମାନେ ମଧ୍ୟ ଭକ୍ତମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସ୍ବାସ୍ଥ୍ୟ, ଆର୍ଥିକ ଓ ପାରିବାରିକ ସମସ୍ୟା ଆଦିର ସମାଧାନ କରନ୍ତି। ଭୂତମାନଙ୍କୁ ଶିବଗଣ (ଶିବପାର୍ବତୀଙ୍କ ଅନୁଚର) ବୋଲି ବିଚାର କରାଯାଏ, ଯାହାଙ୍କୁ ଶିବ ପୃଥିବୀକୁ ପଠାଇଛନ୍ତି। ଅନେକ ପ୍ରକାର ଭୂତ ଅଛନ୍ତି- କେତେକ ବନ୍ୟ ଶୂକର ବା ବାର୍‌ହା (ପଞ୍ଜୁର୍ଲି) ରୂପରେ, କେତେକ ବାଘ (ପିଲିଚା ମୁଣ୍ଡା) ରୂପରେ, କେତେକ ଷଣ୍ଢ (ନନ୍ଦୀଗୋନା) ରୂପରେ ଏବଂ ଆଉ କେତେକ ଉଭୟଲିଙ୍ଗୀ (ପୁରୁଷର ମୁଣ୍ଡ ଓ ମାଈର ଶରୀର) ବା ଜୁମାଦି ରୂପରେ ଥାନ୍ତି। ଅଧିକାଂଶ ନାଗସାପର ମୁକୁଟ ପିନ୍ଧନ୍ତି ଏବଂ ଫଣା ଟେକି ଜିଭ ବାହାରକୁ କାଢ଼ିଥାନ୍ତି। ବାଦ୍ୟ-ସଂଗୀତର ତାଳେ ତାଳେ ଖୁବ୍‌ ଜୋରରେ ନାଚ କରନ୍ତି। ଗୋଟିଏ କାହାଣୀ ଅନୁସାରେ ଏକଦା ମାଈ ପକ୍ଷୀଟିଏ ତାଙ୍କ ସ୍ବାମୀଙ୍କ ସୁରକ୍ଷା ପାଇଁ ଶିବଙ୍କୁ ଏକ ଅଣ୍ଡା ଦେଲା। ଏହି ଅଣ୍ଡାରୁ ଏକ ବାଘ (ପିଲି) ଜନ୍ମ ହେଲା ଯିଏ ଫଳ ଓ କୋଳି ଖାଉଥିଲା। ଶିବଙ୍କ ଗାଈମାନଙ୍କୁ ଜଗିବା ଦାୟିତ୍ୱ ତାକୁ ଦିଆଯାଇଥିଲା। କିନ୍ତୁ ଦିନେ ଭୁଲ୍‌ବଶତଃ ସେ ଗୋଟିଏ ଗାଈକୁ ଖାଇଦେଲା। ସେଥିପାଇଁ ତାକୁ ଭୂତ ରୂପରେ ପୃଥିବୀକୁ ପଠାଇ ଦିଆଗଲା, ଟୁଲୁଭା ଜାତିର ଲୋକମାନଙ୍କ ଗୋରୁଙ୍କୁ ସୁରକ୍ଷା ଦେବା ପାଇଁ। ଆଉ ଏକ ଗପ ଅନୁସାରେ, ଦିନେ ଅସୁରମାନଙ୍କ ସହ ଯୁଦ୍ଧ କରିବା ବେଳେ ଶକ୍ତି (ପାର୍ବତୀ)ଙ୍କୁ ଖୁବ୍‌ ଭୋକ ଲାଗିଲା। ସେ ଶିବଙ୍କୁ କିଛି ଖାଦ୍ୟ ଆଣିବାକୁ କହିଲେ। ସେ ଯେତେ ଖାଦ୍ୟ ଆଣିଲେ ଶକ୍ତିଙ୍କୁ ନିଅଣ୍ଟ ପଡ଼ିଲା। ତେଣୁ ସେ ତାଙ୍କ (ଶିବଙ୍କ) ସର୍ବାଙ୍ଗ ଗିଳିଦେଲେ, କେବଳ ମୁଣ୍ଡକୁ ଛାଡ଼ି। ତା’ପରେ ଶିବ-ଶକ୍ତି ଏକାକାର ହୋଇଗଲେ, ଯାହାଙ୍କୁ କୁହାଯାଉଛି ଜୁମାଦି (ବୋଧହୁଏ ଧୂମାବତୀର ଅପଭ୍ରଷ୍ଟ ରୂପ) ଏବଂ ଏହି ରୂପରେ ସେ ଅସୁରକୁ ମାରିଦେଲେ। ବାର୍‌ହାଟି ପାର୍ବତୀଙ୍କ ପୋଷା ଥିଲା। କିନ୍ତୁ ଦିନେ ସେ ଶିବଙ୍କ ଷଣ୍ଢକୁ ଆକ୍ରମଣ କଲା। ତେଣୁ ଶିବ ତାକୁ ମାରିଦେଲେ। ପରେ ଶିବ ଉଭୟଙ୍କୁ ପୁନର୍ଜୀବିତ କରି କହିଲେ- ତୁମେ ଦୁହେଁ ପୃଥିବୀକୁ ଯାଅ। ଟୁଲୁଭା ଲୋକମାନଙ୍କର ଶସ୍ୟକ୍ଷେତ ଓ ଗୋରୁମାନଙ୍କୁ ସୁରକ୍ଷା ଦିଅ। ହିମାଚଳର କୁଲୁ ଉପତ୍ୟକାର ମୋହର-ମୁଖା ବା ତିବ୍ବତର ମୁଖାଧାରୀ ବନଦେବତା ବା କେରଳର ଥେୟାମ୍‌ ବା ଶ୍ରୀଲଙ୍କାର ରୋଗ-ମୁଖା ପରି ଟୁଲୁନାଡ଼ୁର ମୁଖାଧାରୀ ଦେବତାମାନେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବିଶ୍ୱାସ ଅନୁସାରେ ଗଢ଼ିଉଠିଥିବା ପ୍ରାଚୀନ ଐତିହ୍ୟ। ବୌଦ୍ଧ, ଜୈନ ଓ ବ୍ରାହ୍ମଣ୍ୟ ଧର୍ମ ସେମାନଙ୍କ ଧର୍ମଧାରାକୁ ନୂଆ ରୂପ ଦେବା ପୂର୍ବରୁ ସେମାନଙ୍କର ଏହି ବିଶ୍ୱାସ ବଳବତ୍ତର ରହିଥିଲା। (ଲେଖକ ଜଣେ ବିଶିଷ୍ଟ ପୁରାଣବିତ୍‌ ଏବଂ ପୁରାଣଶାସ୍ତ୍ର ଉପରେ ସେ ଅନେକ ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକଗୁଡ଼ିକ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଥିବା ମଡର୍ନ ବୁକ୍‌ ଡିପୋ, ଫୋନ୍‌- ୦୬୭୪-୨୫୩୪୩୭୩, modbooks.bbsr@gmail.comରେ ଉପଲବ୍ଧ।) ଲେଖକଙ୍କ ଇମେଲ୍‌ ଠିକଣା: devdutt@devdutt.com
All Right Reserved By

ସମ୍ପାଦକୀୟ |

ନଇଁକରି ଆତ୍ମସମର୍ପଣ

ନଇଁକରି ଆତ୍ମସମର୍ପଣ

ତଥାଗତ ସତପଥୀ

ଅକ୍ଟୋବର ୨୭ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଡେପୁଟି ଗଭର୍ନର ବିରଲ ଆଚାର୍ଯ୍ୟ ଏକ କାର୍ଯ୍ୟକ୍ରମରେ ଖୋଲାଖୋଲିି କହିଥିଲେ ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ବ୍ୟାଙ୍କର ସ୍ବାୟତ୍ତତାରେ ହସ୍ତକ୍ଷେପ ବନ୍ଦ କରନ୍ତୁ। 

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଜନସ୍ବାର୍ଥ ମାମଲା: ସମସ୍ୟା ନା ସମାଧାନ

ଅରୁଣ କୁମାର ପଣ୍ଡା

ସାର୍ବଜନିକ ସ୍ବାର୍ଥ ରକ୍ଷା ପାଇଁ କରାଯାଉଥିବା କୌଣସି ମକଦ୍ଦମାକୁ ଜନସ୍ବାର୍ଥ ମାମଲା ବା ପିଆଇଏଲ୍‌ କୁହାଯାଏ। ଏକ ସାଧାରଣ ମାମଲାଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। 

ମାନବବାଦୀ ଅବତାର

ମାନବବାଦୀ ଅବତାର

ଇଂ. ରୌଶନ ଖାନ୍‌

ଯେତେବେଳେ ମଧ୍ୟଯୁଗୀୟ ଅନ୍ଧାରି ମୁଲକରେ ସର୍ବତ୍ର ବିଶୃଙ୍ଖଳା ଭରି ଯାଇଥିଲା, ସେତିକିବେଳେ ପ୍ରାଚ୍ୟ ଆକାଶରେ ଏକ ଦୀପ୍ତିମନ୍ତ ସୂର୍ଯ୍ୟଙ୍କ ଉଦୟ ହେଲା।

ଏଇ ଭାରତରେ

ଏଇ ଭାରତରେ

ସମୟ କାହାକୁ ଅପେକ୍ଷା କରେନାହିଁ। ଏଥିପାଇଁ ସମୟର ସଦୁପଯୋଗ କରିବାକୁ ପଡେ। ଏପରି କି ପରୀକ୍ଷା ସମୟ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ  ଠିକ୍‌ ସମୟରେ ପରୀକ୍ଷା ନ ଦେଲେ ଏହା ହାତଛଡା ହୋଇଯାଏ। ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାରିୟର ନଷ୍ଟ ହୋଇଥାଏ। 

ଏଇ ଭାରତରେ

ଏଇ ଭାରତରେ

ଦୁନିଆରେ ଯେତେ ସମ୍ପ୍ରଦାୟ ରହିଛି ସେମାନଙ୍କ ଚାଲିଚଳନ, ରୀତିନୀତି ଓ କଥାବାର୍ତ୍ତା ଭିନ୍ନ। ପ୍ରଥା, ପରମ୍ପରା ମଧ୍ୟ ଭିନ୍ନ ପ୍ରକାର। ସେଭଳି ସମ୍ପ୍ରଦାୟ ସଭ୍ୟ ଜଗତଠାରୁ ବହୁ ଦୂରରେ ରହିଥାଆନ୍ତି। 

ଯଥାର୍ଥ ସଫଳତା

ଯଥାର୍ଥ ସଫଳତା

ବାନ୍ଧବୀ ଫୋନ କଲେ କେତେବେଳେ ସମୟ ହେବ ମୁଁ ଆସନ୍ତି, ଝିଅର ଜାତକ ଟିକେ ଭଲକରି ଦେଖନ୍ତେ। କ’ଣ ତା’ ଭାଗ୍ୟରେ ଅଛି, ପରୀକ୍ଷା ଫଳ ଯାହା ଭାବିଥିଲୁ ତାହା ହେଲା ନାହିଁ। ୮୯% ରଖିଲା, ୯୦% ବି ଛୁଇଁଲା ନାହିଁ। ସେ କାହିଁକି ସର୍ବଦା ଏମିତି ଅସଫଳ ହେଉଛି?

କଥାରେ ଧନୀ, କାମରେ ଶୂନ୍‌

କଥାରେ ଧନୀ, କାମରେ ଶୂନ୍‌

ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ସମସ୍ୟା ହେଉଛି ବେକାରି। ମଣିଷ ଯେତେ ଆଗକୁ ମାଡ଼ିଚାଲିଛି, ଯେତେ ନୂତନ ଜ୍ଞାନକୌଶଳ ଉଦ୍ଭାବନ ହେଉଛି, ବେକାରି ସମସ୍ୟା ସେତେ ଉତ୍କଟ ହେଉଛି।

ଡିଜିଟାଲ ଯୁଦ୍ଧ

ଡିଜିଟାଲ ଯୁଦ୍ଧ

ବିଶ୍ୱରେ ପ୍ରତି କ୍ଷେତ୍ରରେ ନିରନ୍ତର ପରିବର୍ତ୍ତନ ଘଟିଚାଲିଛି। ଦିନ ଥିଲା ଲୋକେ ରେଡିଓ ଶୁଣୁଥିଲେ। ଟେଲିଭିଜନ ଆସିବା ପରେ ରେଡିଓର ଆଦର କମିଲା। ଇଣ୍ଟରନେଟ୍‌ର ବହୁଳ ପ୍ରସାର ଯୋଗୁ ଏବେ ସବୁକିଛି ଡିଜିଟାଲମୁହଁ।।

ସିବିଆଇକୁ ମନା

ସିବିଆଇକୁ ମନା

ଭାରତରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ବିଶ୍ୱସନୀୟତା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ଏହାକୁ ଏକ ନିରପେକ୍ଷ ସଂସ୍ଥା ଭାବେ ଗଣାଯାଉଥିଲା। ନିକଟ ଅତୀତରେ ଏହାର ଶୀର୍ଷ ଦୁଇ ଅଧିକାରୀଙ୍କ ମଧ୍ୟରେ ଲାଗିଥିବା ବିବାଦ ସର୍ବୋଚ୍ଚରେ ପହଞ୍ଚିଲା ପରେ ଘଟଣା କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ଓ ସୁପ୍ରିମକୋର୍ଟରେ ପଡ଼ିିଛି। 

ଦେଶ ବିଭାଜନ ପାଇଁ ଦାୟୀ କିଏ

ଦେଶ ବିଭାଜନ ପାଇଁ ଦାୟୀ କିଏ

ବିପିନ ବିହାରୀ ମିଶ୍ର

କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା ବିଦ୍ୟାରେ ଜଣେ ଡାକ୍ତର, ବୃତ୍ତିରେ ରାଜନୀତିଜ୍ଞ ଓ ତାଙ୍କର ବିଭିନ୍ନ ପ୍ରକାର ସଉକ ଅଛି। ଆରମ୍ଭରୁ ପରିଚିତ ହୋଇଗଲେ ଯେହେତୁ ସେ ଶେଖ୍‌ ଅବଦୁଲ୍ଲାଙ୍କ ପୁଅ।

ଆଚାରେ ଲକ୍ଷ୍ମୀ

ଆଚାରେ ଲକ୍ଷ୍ମୀ

ଅଲେଖ ଚନ୍ଦ୍ର ମିଶ୍ର 

ଭାଇ! ଗୋଟିଏ ଅନୁରୋଧ କରିବି, ରଖିବ? ମଧ୍ୟାହ୍ନ ବିରତିର ଏକ ନିରୋଳା ମୁହୂର୍ତ୍ତରେ ରଜନୀଶଙ୍କ କୋଠରି ଭିତରକୁ ପ୍ରବେଶ କରି ତାଙ୍କ କାନ ପାଖରେ ଚୁମ୍ବକରେ ସୂଚେଇଲେ ଦୀନନାଥ। 

ଏଇ ଭାରତରେ

ଏଇ ଭାରତରେ

ପୂର୍ବାପେକ୍ଷା ଆଜିକାଲି ଲୋକେ ଖୁବ୍‌ ସଚେତନ ହେଲେଣି। ନିଜ ମର୍ଜିରେ ଚଳିବାକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏଥିପାଇଁ ଜଣେ ଝିଅ ବିବାହ ପୂର୍ବରୁ ସର୍ତ୍ତ ରଖିଛନ୍ତି। ତାହା ହେଲା ବାହାଘର ପୂର୍ବରୁ ଶାଶୁଘର ଲୋକେ ଶୌଚାଳୟ ନିର୍ମାଣ କରିବେ।